shibaram dalai

Others

3  

shibaram dalai

Others

ଅଫେରା ବାଟର ଅଲୋଡ଼ା ସାଥୀ

ଅଫେରା ବାଟର ଅଲୋଡ଼ା ସାଥୀ

3 mins
197


   ସନ୍ଧ୍ୟା ସମୟ ଝିପିଝିପି ବର୍ଷା ସାଙ୍ଗକୁ ସୁଲୁସୁଲିଆ ପବନ । ସମୟ ବେଶୀ ନୁହେଁ ୭ରୁ ୭:୩୦ ହେବ । ଆକାଶ ଗୋଟେ ଚାଳଘର ପାଖରେ ଗାଡ଼ି ରଖି କିଛି ଜରୁରୀ କାଗଜପତ୍ର ପକେଟରୁ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥାଏ । ବର୍ଷା ଆଉ ପବନର ବେଗ ବଢିବା ଦେଖି ଆକାଶ ସେହି ଚାଳ ଘର ବାରଣ୍ଡାକୁ ଚଢ଼ିଗଲା । ଆକାଶର ବୟସ ୨୫ ରୁ ୨୭ ହେବ, ପାଖାପାଖି ୬ ଫୁଟ ଉଚ୍ଚତା, ଗୌର ବର୍ଣ୍ଣ ସାଙ୍ଗକୁ ମୋତି ପରି ଚମକୁଥାଏ ମୁଖମଣ୍ଡଳ । ଆକାଶ କଟକ ସହରରେ ଛୋଟରୁ ବଡ଼ ହେଇଛି । ବେଶଭୁଷା ସହରି ହେଲେ ବି ମନରେ ବଣ ପାହାଡ଼ ପ୍ରତି ଦୁର୍ବଳତା ଭରି ରହିଥାଏ । ସେଇଥିପାଇଁ ବୋଧେ ନିୟତି କନ୍ଧମାଳ ଜିଲ୍ଲା ନୀଛିନ୍ନ ଅଂଚଳରେ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ରୂପେ ପୋଷ୍ଟିଂଗ କରାଇଲେ । 

ଆକାଶ ଗାଡ଼ି ଷ୍ଟାର୍ଟ କରି ଯିବାକୁ ବାହାରେ ତ ଉପରକୁ ଚାହିଁ ଦେଖିଲା ଘୋଟି ଆସୁଛି କଳା ହାଣ୍ଡିଆ ମେଘ । ପୁଣି ଆକାଶ ସେହି ଚାଳଘରକୁ ଫେରିଗଲା । ଅଳ୍ପ କେଇ ମିନିଟରେ ବର୍ଷି ଚାଲିଲା ତୁହାକୁ ତୁହା ମୁଣ୍ଡଫଟା ବର୍ଷା । 

   ଏତିକି ବେଳେ ଗୋଟେ ଝିଅ ସେହି ଚାଳଘରେ ଆଶ୍ରୟ ନେବାକୁ ପହଂଚିଲା।ନୀଳ ହରିଣୀ ପରି ଆଖି, ଗୋଲାପ ପାଖୁଡା ପରି ଓଠ, ବୟସ ୧୭ ରୁ ୧୮ ହେବ । କାଗଜ ପରି ଧୋବ ଫରଫର ରଙ୍ଗ ସାଙ୍ଗକୁ ଦେହରେ ପିନ୍ଧା ପତଳା କପଡା ଖଣ୍ଡିକ ସମ୍ପୁର୍ଣ୍ଣ ଓଦା ହେଇ ତା ଦେହର ଭୂଗୋଳ ସବୁକୁ ପଦାକୁ ଓଟାରି ଆଣୁଥିଲା । ପୁଣି ସାଗରର ତରଙ୍ଗାଇତ ଢେଉ ପରି ବକ୍ଷଦ୍ୱୟ ତା ଯୌବନକୁ ଆହୁରି ଆକର୍ଷଣ କରୁଥିଲା । ୭ ରୁ ୭୦ ବର୍ଷୀୟ ପୁରୁଷ ଯଦି କେହି ତା ଯୌବନକୁ ପରଖେ ତେବେ ଇଚ୍ଛା ହେବ ତା ଯୌବନ ସାଗରରେ କିଛି ସମୟ ପାପ ଧୋଇବାକୁ । 

  ଦୁହେଁ କିଛି ସମୟ ଚାଳିଆ ଘରେ ଠିଆ ହେଲା ପରେ ଆକାଶ ପଚାରିଲା "ତୁମ ନାଁ କଣ? ଆଉ ତୁମ ଘର ? ଅସହାୟ ଯୁବତୀ ଜଣଙ୍କ କିଛି ନ କହି ତଳକୁ ମୁଁହ ପୋତି ଠିଆ ହେଇଥାଏ । ସେହି ସମୟରେ ଆକାଶରେ ବିଜୁଳି ସହ ଘଡଘଡି ଟେ ଖେଳିଗଲା । ଭୟରେ ସେ ଯୁବତୀ ଜଣଙ୍କ ଟିକିଏ ଆକାଶ ଆଡ଼କୁ ପାଖେଇ ଆସିଲା । ନଦୀରେ କୁମ୍ଭୀର ସାମ୍ନାରେ ନିଆଁ କଣ କରିବ ସେ । ତଥାପି ମନରେ ତୁହାଏ ସାହସ ବାନ୍ଧି କହିଲା ମୋ ନାଆଁ ନିଳିମା । ଆରପାଖ ଗାଆଁରେ ମୋ ଘର । ଘରେ ରୋଗୀଣା ମାଆ । ତା ପାଇଁ ଔଷଧ ଆଣିବାକୁ ଡାକ୍ତରଖାନା ଯାଇଥିଲି । ତାହାର ବ୍ୟସ୍ତତା ଓ ଡରୁଆ ମନୋଭାବ ଦେଖି ଆକାଶ କହିଲା ବ୍ୟସ୍ତ ହୁଏନାହିଁ କି ଡରିଯାଅ ନାହିଁ ବର୍ଷା ଛାଡିଲେ ଘରକୁ ଚାଲିଯିବ । ଏ ଘଞ୍ଚ ଜଙ୍ଗଲ ଭିତରେ ଅସଜଡ଼ା ଚାଳଘର ଖଣ୍ଡିଏ ଅଛି ବୋଲି ଆମ୍ଭେମାନେ ଉପକାର ପାଇପାରୁଛେ । ମୋତେ ଡରିବାର କିଛି ନାହିଁ ଏହି ଅଜଣା ବାଟର ସାଥିଟିଏ ଭାବିପାର କହି ସ୍ମିତହାସ୍ୟଟିଏ ଦେଲା ଆକାଶ । 

   ଏମିତିରେ ବର୍ଷାର ବେଗ ସାଙ୍ଗକୁ ରାତ୍ରିର ନିର୍ଜନତା ବଢ଼ି ଚାଲିଥାଏ।ହଠାତ ଗୋଟେ ପ୍ରେତାତ୍ମାର ଭୟାନକ ଚିତ୍କାର ଶୁଭିଲା । ସେହି ଚିତ୍କାର ଏତେ ଭୟାନକ ଥିଲା ଯେ ତା ଆଗରେ ଏ ମୁଣ୍ଡଫଟା ବର୍ଷା ଘଡଘଡି ଶବ୍ଦ ଫିକା ପଡିଯାଇଥିଲା । 

ନିଳିମା ଡରିଯାଇ ଦୁଇ ବାହୁରେ ଆକାଶକୁ ଜାବୁଡ଼ି ଧରିଲା । ହେଲେ ଆକାଶ "ଯୌବନରେ ନାରୀର ପ୍ରଥମ ଛୁଆଁକୁ ବଡ଼ କଷ୍ଟରେ କାବୁ କରୁଥାଏ"। ନିଆଁର ସ୍ପର୍ଶରେ ଘିଅ ତରଳି ଗଲା ପରି ଆକାଶର ଯୌବନ ତରଳି ଆସୁଥାଏ । ହଠାତ ବର୍ଷା ଆକାଶରେ ଭୟାନକ ବିଜୁଳି ସହ ଘଡଘଡି ଟେ ଖେଳିଗଲା । ଏବେ ଦୁହେଁ ଦୁହିଁଙ୍କୁ ଜାବୁଡି ଧରିଲେ । ସତେ ଯେମିତି ଆକାଶ ଛାତିରେ ନିଳିମା ଲେପିହେଇ ଯାଇଥିଲା । ଦୁହେଁ ଏକାକାର ହେଇ ପାରିଜାତ ଫୁଲ ଗୁନ୍ଥିବାରେ ଲାଗିପଡିଲେ । 

   ହଠାତ ଘର ଭିତରୁ ଲଣ୍ଠନ ଟେ ଧରି ବୁଢ଼ୀ ଲୋକଟି ବାହାରକୁ ଆସି କହିଲା "ତମେ ମାନେ କିଏ? କେଉଁଠିକୁ ଯିବ? " ଆରେ ପିଲେ ରାତି ଅନେକ ହେଲାଣି,ଘର ଭିତରକୁ ଆସ ବର୍ଷା ଥମିଗଲେ ପଛେ ଚାଲିଯିବ । ଆକାଶ ଆଉ ନିଳିମା ଦୁହେଁ ଚିନ୍ତା କଲେ ଏ ଭଙ୍ଗା ଘରେ ପୁଣି ବୟସର ସୂର୍ଯ୍ୟାସ୍ତରେ ଏକଲା ଏ ବୁଢ଼ୀ କଣ..........? 

   ମନରେ ଦଲକାଏ ସାହସ ବାନ୍ଧି ଦୁହେଁ ଘର ଭିତରକୁ ଗଲେ । ବର୍ଷାରେ ଝିଅଟି ଭିଜିଯାଇଥିବାର ଦେଖି ବୁଢୀ ଦୁଇଟି ମାଟି ପାତ୍ରରେ ଦୁହିଁଙ୍କୁ ଗରମ କ୍ଷୀର ପିଇବାକୁ ଦେଲା । ଆକାଶ ଗରମ କ୍ଷୀରକୁ ଫୁଙ୍କି ଫୁଙ୍କି ପିଇଲା ବେଳେ ତାହାର ନଜର ନିଳିମା ଠୁ କେଉଁଆଡ଼େ ହଟୁନଥିଲା । ମନେ ମନେ ଭାବୁଥାଏ କାହିଁକି କେଜାଣି ଆମ ଦୁହିଁଙ୍କ ମଝିରେ ଏ ଅଲୋଡ଼ା(ବୁଢ଼ୀକୁ) ସାଥିଟେ ପଶିଗଲା । ନିଳିମା ବି ତଳକୁ ଚାହିଁ ମୁରୁକି ମୁରୁକି ହସୁଥାଏ । ମୁଁ ଗୁହାଳ ଘରୁ ଆସୁଛି କହି ବୁଢ଼ୀ (ଲଣ୍ଠନ ନେଇ) ଘରର ଆରପଟକୁ ଚାଲିଗଲା । ଅନ୍ଧାର ହେତୁ ଆକାଶ ଆଉ ନିଳିମା ନିଜ ଭିତରର ଦୂରତାକୁ ନିକଟତର କଲେ । 

   ହଠାତ ଖୁବ ଜୋରରେ କବାଟକୁ ଧକ୍କା ଦେଇ ଘର ଭିତରକୁ ଆସିଲା ବୁଢ଼ୀ । ମୁକୁଳା କେଶ,ଲାଲ ଆଖି, ରକ୍ତ ପିପାସୁ ଦାନ୍ତ ସହ ମୁନିଆଁ ମୁନିଆଁ ନଖ । ଲମ୍ଫ ମାରିଲା ଦୁହିଁଙ୍କ ଉପରକୁ । କିଛି ବୁଝିବା ଆଗରୁ ପ୍ରେମ ଚଢେଇ ଦୁହିଁଙ୍କର ଜୀଵନ ଦୀପ ଲିଭିଗଲା ଓ ଦୁହେଁ ଦୁହିଁଙ୍କ ଅଫେରା ବାଟର ସାଥୀ ପାଲଟିଗଲେ । 



Rate this content
Log in