STORYMIRROR

shibaram dalai

Tragedy Others

3  

shibaram dalai

Tragedy Others

ମାଟି କଣ୍ଢେଇ

ମାଟି କଣ୍ଢେଇ

2 mins
259


ଥଣ୍ଡାପାଣି ଥଣ୍ଡାପାଣି ଡାକରେ ମୋ ଛାଇନିଦ ଟା ଭାଙ୍ଗିଗଲା ।ସେତେବେଳକୁ ଦିନ ୧୨:୩୦ମିନିଟ ,ପୁରୀ-ନିଉଦିଲ୍ଲୀ ପୁରୁଷୋତ୍ତମ ଏକକ୍ସପ୍ରେସ ରାଜଧାନୀ ଭୁବନେଶ୍ବର ରେ ପହଁଚି ସାରିଥିଲା ।ମୋ ଲଗେଜ ହାତରେ ଧରି ଷ୍ଟେସନ ର ମୁଖ୍ୟ ଫାଟକ ଦେଇ ବାହାରକୁ ବାହାରିଲି ।ଅଟୋ ପାଇଁ ଦୂର କୁ ନଜର ବୁଲୋଉ ବୁଲୋଉ ମୋ ନଜର ପଡ଼ିଲା ପିଲାବେଳୁ ଭଲ ପାଇ ଆସୁଥିବା ମାଟି କଣ୍ଢେଇ ଉପରେ । ଏଗାର-ବାର ବର୍ଷ ର ଝିଅଟି ମୁଣ୍ଡରେ ମାସେ ଦୁଇ ମାସ ହେବ ତେଲ ଲାଗିନି, ମୁଣ୍ଡ ଚୁଟି ପୁରା ଜଟା ,ଦେଖିବାକୁ ଖୁବ କଦାକାର ।ଚିରାଫଟା ସତର ସିଆଁ ଫ୍ରକ ଟେ ପିନ୍ଧିଥାଏ ।ବୈଶାଖ ର ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ଝାଞ୍ଜି ତା ଗୋରା ଦେହ ଟାକୁ ମଳିନ କରିଦେଇଥିଲା ।


  ପାଖକୁ ଯାଇ ମାଟି କଣ୍ଢେଇ ଗୁଡିକ ର ଦାମ ପଚାରିଲି ।ସେ ମୋତେ କହିଲା ଦିଦି ଗୋଟିଏ ନେଲେ ୨୫ଟଙ୍କା ।ମୁଁ କହିଲି ଚାରିଟା ନେବି ୨୦ଟଙ୍କା ଲେଖାଏଁ ନେବ ।ସେ କହିଲା ନାଁ ଦିଦି ତୁମେ ମୋତେ ଚାରିଟା ୨୫ଟଙ୍କା ଦେବ ।ତା କଥା ଗୁଡ଼ାକ ସତେଯେମିତି ମୋତେ ନିଜର କରି ବାନ୍ଧିବାକୁ ଚେଷ୍ଟା କରୁଥିଲା ।ମୁଁ କହିଲି ଚାରିଟା ନେବି କିଛି କମ କରିବନି ?ସେ କହିଲା କଣ୍ଢେଇ ଗଣିକି ମାଆ ଦେଇଛି , ଗୋଟେ କମିଲେ ୨୫ଟଙ୍କା ନେବ ନଚେତ.........


   ତା ଆଖି ଛଳ ଛଳ ହେବା ଦେଖି ପଚାରିଲି କଣ ହେଲା କାନ୍ଦି ପକେଇଲୁ ଯେ ? .ସେ କହିଲା ନାଁ ଦିଦି ସେମିତି କିଛି ନୁହେଁ ।ମୁଁ କହିଲି ଦିଦି ଡାକୁଛୁ ଆଉ ଦିଦିକି ସତ କଥା ଲୁଚାଉଛୁ ।ସତ କହ ତୋର କଣ ହେଲା, କାହିଁ କାନ୍ଦିଲୁ ? 


   ସେ ଏବେ କହିବାକୁ ଲାଗିଲା ଦିଦି "ଏ ଦୁନିଆଟାକୁ ଆମେ ଯେତେ ସଫା ଦେଖୁଛେ ସେ କଣ ସେତେ ସଫା ? ସେମିତି ମୋ ଜୀବନ" ।ମୁଁ କହିଲି ମାନେ ।ସେ କହିଲା ଆଜିକୁ ଛଅ ବର୍ଷ ହେଲା ମୁଁଏଠି ସେଠି କଣ୍ଢେଇ ବିକୁଛି ।କଣ୍ଢେଇ ନ ବିକିଲେ ମାଆ ମୋତେ ଖାଇବାକୁ ଦେବେନାହିଁ ।

  ମୁଁ କହିଲି ମାଆ ପୁଣି ଖାଇବାକୁ ଦେବେନାହିଁ ହେଲେ କାହିଁକି ଆଉ ତୁମ ବାପା ? .ତାହାର ନିଷ୍କପଟ ଆଖି ଦୁଇଟା ରୁ ଦୁଇଧାର ଲୁହ ଆସି ସୁପ୍ତ ମରୁଭୂମିର ଶୁଷ୍କ ଓଠରେ ମିଶିଯାଉଥିଲା ।


 ସେ କହିଲା ଦିଦି ମୋ ମାଆ ମୋତେ ଜନ୍ମ ଦେବାର ଦିନ କେଇଟା ରେ ଏକ ଅଜଣା ରୋଗରେ ଆରପାରିକୁ ଚାଲିଗଲା ।ଗାଁ ଲୋକେ, ବଂଧୁ ବାନ୍ଧବ କହିବା ପରେ ବାପା ମୋର ଲାଳନ ପାଳନ କରିବାକୁ ଏଇ ମାଆ କୁ ଦିତୀୟ ବିବାହ କଲେ ।କିଛି ବର୍ଷ ପରେ ମୋର ଭାଇ ଟିଏ ଜନ୍ମ ନେଲା ।ବାପା ମାଆ ମୋତେ ବହୁତ ଭଲ ପାଉଥିଲେ । 


   ଦିନେ ରାତିରେ ବାପାଙ୍କର ବିଣ୍ଡା ବିଣ୍ଡା ରକ୍ତବାନ୍ତି ହେଲା । ଡାକ୍ତର ଆସି କଣ ଔଷଧ ଦେଇ ଚାଲିଗଲେ । ସକାଳ ପାହିଲା ବେଳକୁ ବାପା ଆଉ ଏ ଦୁନିଆରେ ନଥିଲେ ।


   ତା ପରେ ମୋ ପ୍ରତି ମାଆଙ୍କର ଭଲପାଇବା କମିବାକୁ ଲାଗିଲା ।ସେ କହୁଛନ୍ତି ମୁଁ କୁଆଡେ ଡାହାଣୀ ।ଜନ୍ମ ରୁ ମାଆ କୁ ଖାଇଥିଲି ପରେ ବାପାଙ୍କୁ ।ସେ ତା ଜୀବନ କାହାଣୀ କହି ଚାଲିଥାଏ ।ତାହାର ନିରୀହ ଅଶ୍ରୁ ଗୁଡିକ ମୁଁ ତା ବିଷୟରେ ଜାଣିବାକୁ ଥିବା ଜିଜ୍ଞାସା କୁ ଭଟ୍ଟା ଭଳି ଗଭୀର ସମୁଦ୍ର ଭିତରକୁ ଟାଣିନେଉଥଲା ।ମୋ ଅଜାଣତରେ ମୋର କେଇବୁନ୍ଦା ଲୁହ ନିଗିଡ଼ି ଆସିଥାଏ ।ସେତେବେଳେ ଅଟୋବାଲା ଟି ଡାକିଲା ମ୍ୟାଡ୍ୟାମ କୁଆଡେ ଯିବେ କି ? .ମୁଁ ମାଟି କଣ୍ଢେଇ ୪ଟି ଧରି ସେ ଝିଅ ହାତରେ ୫୦୦ ଟଙ୍କାଟେ ଗୁଂଜି ଦେଇ ଅଟୋ ଆଡ଼କୁ ପାଦ ବଢ଼େଇଲି ।


Rate this content
Log in

Similar oriya story from Tragedy