shibaram dalai

Abstract

4  

shibaram dalai

Abstract

ଦୁଃଖ ନଦୀ କୂଳେ କରିଛି ଘର

ଦୁଃଖ ନଦୀ କୂଳେ କରିଛି ଘର

3 mins
407



   ସିନ୍ଦୁରା ଫାଟି ସକାଳର ସୁନେଲି କିରଣ କାକର ଉପରେ ମୋତି ପରି ଚକମକ କରୁଥାଏ ।ଦୁଃଖୀ ପୁଅକୁ ଧରି ଫକୀର ଅବଧାନେ ଙ୍କ ଘରେ ପହଂଚିଲା ।ଅବଧାନେ ଟେଳାଟେ ଗୁଡ଼ାଖୁ ଧରି ଦାଣ୍ଡ ପିଣ୍ଢା ରେ ଦାନ୍ତ ଘଷୁଥାନ୍ତି । ଦୁଃଖୀ ଆଣ୍ଠୁମାଡ଼ି ଅଵଧାନେ ଙ୍କୁ ମୁଣ୍ଡିଆ ମାରିଲା ,ପୁଅକୁ ମୁଣ୍ଡିଆ ମାରିବା କୁ କହିଲା ।

ଅଵଧାନେ ପଚାରିଲେ ଆରେ ତୁମେ କିଏ ? ସକାଳୁ ସକାଳୁ ମୋ ପାଖକୁ କଣ ପାଇଁ ଆସିଛ ? 

ଅଵଧାନେ ଆଜ୍ଞା ମୋ ପୁଅ ଦୁଇ ଚାରି ଅକ୍ଷରପାଠ ପଢିବା ପାଇଁ ଜିଦ ଧରିଛି । ମୁଁ ଶୁଣିଛି ଆପଣଙ୍କ ପାଖକୁ ପଢ଼ିବା ପାଇଁ ଯିଏ ଆସିଛି ,ସେ ତା ପରିବାର ଡ଼ଙ୍ଗା କୁ ଭଲରେ ଭଲରେ କୂଳରେ ଲଗେଇ ପାରିଛି । ଅଵଧାନେ ଆଜ୍ଞା ତେମେ ଚାହିଁଲେ ବାପ ଛେଉଣ୍ଡ ମୋ କପିଳା ଟା କୂଳରେ ଲାଗି ପାରନ୍ତା ।

ବାପ ଛେଉଣ୍ଡ ମାନେ ଆର ଗାଁ ମକରା ଗଉଡ଼ କି ?

 ହଁ ଅଵଧାନେ ସେ ମୋ ଗେରସ୍ତ ।

 

ଆରେ ସେ ତ ଆମ ଘରେ ନିଇତି କାମ କରୁଥିଲା ।ଆଉ ତା ପୁଅକୁ ପାଠ ନ ପଢ଼େଇ ମୁଁ କଣ ଛାଡ଼ିଦେବୀ। ତାହାର ପଢ଼ିବା ପାଇଁ ଇଚ୍ଛା ଅଛି ମାନେ ତୁମେ ଦେଖିବ ତାକୁ ଆମ ଗାଁ ରେ ମଣିଷ ପରି ମଣିଷ ଟିଏ କରିବି ।ଆମ ଗାଆଁ ରେ କଣ ଦେଖିବ ଚାରିଖଣ୍ଡୀ ଗାଁରେ ଲୋକେ କେମିତି ତାହାର ଯଶ ଗାଇବେ ।ତାକୁ ମୁଁ ଡାକ୍ତର ଟେ କରେଇବି ।ଡାକ୍ତର ବିନା ମକରା ଯେମିତି ଆରପାରିକୁ ଚାଲିଗଲା ,କାହା ଜୀବନରେ ଆଉ ସେମିତି ନ ଘଟୁ ମୁଁ ଚାହେଁ । ଫକୀର ଅଵଧାନେ ଠୁ ଏତକ କଥା ଶୁଣିଲା ବେଳକୁ ଦୁଃଖୀ ଆଖିରୁ ସୁଖ ଆଉ ଦୁଃଖର କେଇବୁନ୍ଦା ଲୁହ ବୋହି ଆସିଲା ।

   ଛପନ ବର୍ଷ ବୟସ ରେ କାହାକୁ ଛଅ ଅଣା ଛାଡି ନଥିବା ଅଵଧାନେ ଦୁଃଖୀ କୁ ବା କେମିତି ଛାଡିବ । ସେ ସଫା ସଫା କହିଦେଲା , କପିଳା କୁ ପଢେଇବା କୁ ଅନେକ ଅର୍ଥ ଖର୍ଚ୍ଚ ହେବ ହେଲେ ତୁମେ ଅର୍ଥ କେଉଁଠୁ ପାଇବ ? 

ଦୁଃଖୀ ଆଖିରୁ ଲୁହ ପୋଛି କହିଲା "ଅଵଧାନେ ଆଜ୍ଞା ତେମେ ତ ଜାଣ ମୁଁ ଦୁଃଖିନୀ ଟିଏ ଅନ୍ୟ ଘରେ ଦି ପାହିଟି କରି ଆମେ ଦୁଇ ପ୍ରାଣୀ ଚଳିଯାଉଛୁ। ଆଉ ଆପଣ ଟିକିଏ ମୋ କପିଳା କୁ ସହାୟ ହେଲେ ସେ ଟିକିଏ କୂଳକୁ ଲାଗିଯିବ " ।ମୋ କପିଳା ଯଦି ଡାକ୍ତର ହବ ତେବେ ସେତେବେଳେ କଣ ତୁମ ଋଣ ସୁଝି ଦେବନି ।ଆଉ ଯଦି କହିବେ ମୁଁ ଆଉ ଦି ଘର ପାହିଟି କରି ଯାହା ମିଳିବ ତାକୁ ଆଣି ଦେବି ।


  ଅଵଧାନେ କହିଲେ ଭଲ ହୁଅନ୍ତା ଯଦି ମୋ ପ୍ରସ୍ତାବ ରେ ରାଜି ହୋଇ ଯାଆନ୍ତ । 

ଦୁଃଖୀ କହିଲା କି ପ୍ରସ୍ତାବ ଅଵଧାନେ ? 

ତୁମେ ଅନ୍ୟର ପାହିଟି କର କିନ୍ତୁ ଯେତେବେଳେ କପିଳା କୁ ପଢେଇବାକୁ ଆଣିବ ମୋ ଘର ର କଣ ଟିକିଏ ପାହିଟି କରିଦେବ । କପିଳା ର ପାଠ ପଢା କୁ ପାଠ ପଢ଼ା ହେଇଯିବ ମୋ ଘର ର କାମ ବି ହେଇଯିବ । 

ଦୁଃଖି କପିଳା ର ଭବିଷ୍ୟତ ପାଇଁ ଅଵଧାନେ ଙ୍କ ପ୍ରସ୍ତାବରେ ରାଜି ହୋଇଗଲା ।

   ଦୁଇମାସ ହେବ କପିଳା ର ପଢ଼ା ସୁରୁଖୁରୁରେ ଚାଲିଥିଲା ତା ସାଙ୍ଗକୁ ଅଵଧାନେ ଘର ର ପାହିଟି ।କପିଳା ର ପଢ଼ା ସାଙ୍ଗକୁ ଅଵଧାନେ ଙ୍କ ଘର କାମ ବି ସୁରୁଖୁରୁରେ ହେଇଯାଉଥିଲା ।

  ଦିନେ ଦୁଃଖୀ "ଅଵଧାନେ ଶୋଇବା ଘର ଝାଡୁ କରୁଥିବା ସମୟରେ ହଠାତ ତା ମୁଣ୍ଡରୁ ଶାଢ଼ୀଟା ବକ୍ଷ ତଳକୁ ଖସି ପଡ଼ିଲା"।ବାଇଶି ବର୍ଷିୟ ଦୁଃଖୀ ର ବକ୍ଷ ଦ୍ବୟ ସତେ ଯେପରି 'ତରଙ୍ଗାୟିତ ଢେଉ କୂଳରେ ପିଟି ହେଲା ପରି ଫକୀର ଅଵଧାନେ ଙ୍କ ହୃଦୟ କାନ୍ଥରେ ପିଟିହେଲା' । ଯୌବନ ର କିଛିଟା ପାହାଚ ଚଢିଥିବା ଦୁଃଖୀ ଦେହର ମାନସାଙ୍କ କୁ ବୁଢ଼ା ଅଵଧାନେ ଏକା ନିଶ୍ବାସ ରେ ପଢ଼ି ପକାଇଲା ।

   ବୁଢ଼ା ଅଵଧାନେ ତଟସ୍ଥ ହୋଇ ଚାହିଁ ରହିଗଲେ । ଦୀର୍ଘ ଛଅ ବର୍ଷ ଧରି ଏକଲାପଣ ଅନୁଭବ କରି ନ ଥିବା ଫକୀର ଅଵଧାନେ ଆଜି ସ୍ତ୍ରୀ ର ଅନୁପସ୍ଥିତି ଅନୁଭବ କଲେ । ପ୍ରତିଦିନ ଅନ୍ୟର ହସ୍ତରେଖା ଦେଖି ଭବିଷ୍ୟତ ବତାଉଥିବା ଫକୀର ଅଵଧାନେ ସେଦିନ ସାରା ରାତି ତନ ତନ କରି ନିଜ ହାତର ଭାଗ୍ୟରେଖା କୁ ପରଖୁଥିଲା ।ତଥାପି ସେ ସେହି ମୁହୂର୍ତ୍ତ ଟିକୁ ଭୁଲି ପାରୁନଥିଲା । ଆଖିକୁ ଟିକିଏ ଛାଇନିଦ ଆସିଛି କି ନାହିଁ ଚଢେଇ ମାନଙ୍କ କିଚିରିମିଚରି ଶବ୍ଦ ରେ ଫକୀର ବୁଢ଼ା ର ନିଦ ଭାଙ୍ଗିଗଲା ।କଛି ସମୟ ଯାଇଛି କି ନାହିଁ ଦୁଃଖୀ ପୁଅକୁ ପଢ଼ା ଘରେ ଛାଡି ତା କାମରେ ଲାଗିଗଲା ।ଫକୀର ଅଵଧାନେ କପିଳାକୁ ପାଠ ଦେଇ ଅନ୍ୟ ରୁମକୁ ଚାଲିଗଲା ଯେଉଁ କୋଠରୀ ଦୁଃଖୀ ସଫା କରୁଥିଲା । ହଠାତ ଭିତର ପଟୁ କବାଟ ବନ୍ଦ କରି ବୁଢ଼ା ଦୁଃଖୀ କୁ ଖଟ ଉପରକୁ ଭିଡ଼ିନେଲା । ଦୁଃଖୀ ଚିତ୍କାର କରି ବଳ ପୂର୍ବକ ଖସିଯିବାକୁ ଚେଷ୍ଟା କଲା ବେଳକୁ ଫକୀର ଅଵଧାନେ ଦୁଃଖୀ ମୁହଁ କୁ ଚାପିଧରି ତା କାନରେ କହିବାକୁ ଲାଗିଲା ତୋ କପିଳା ର ଭବିଷ୍ୟତ ଚାଁହୁଛୁ ପରା ,ତୁ କଣ ଚାଂହୁନୁ ତୋ କପିଳା ଡାକ୍ତର ହେଉ ।ଆବଧାନେ ଙ୍କ ଏତକ କଥା କେଳା ସାପ କୁ କରାୟତ କଲାପରି ଦୁଃଖୀର ଶରୀରକୁ ଆସ୍ତେ ଆସ୍ତେ ନିଷ୍କ୍ରିୟ କରିଦେଲା । ସ୍ୱାମୀ ଚାଲିଯିବା ଦୁଃଖର ଲୁହ ଦୁଃଖୀ ଆଖିରୁ ନ ଶୁଖୁଣୁ ଦୁଃଖୀ ପାଇଁ ଆଉ ଏକ ଦୁଃଖର ବନ୍ୟା ମାଡ଼ିଆସିଲା ।

 


Rate this content
Log in

Similar oriya story from Abstract