ଗୁରୁଦିବସ ଅନୁଚିନ୍ତା
ଗୁରୁଦିବସ ଅନୁଚିନ୍ତା
ଶିକ୍ଷା ହେଉଛି ଏପରି ଏକ ଅସ୍ତ୍ର ଯାହା ସମାଜରେ ବିରାଟ ପରିବର୍ତନ ଆଣିଥାଏ । ଶିକ୍ଷାକୁ ସାର୍ବଜନୀନ କରିବାର ଆବଶ୍ୟକତା ରହିଛି । ଶିକ୍ଷାକୁ ଦାନ ସୁତ୍ରେ ପିଲାମାନଙ୍କୁ ଅର୍ପଣ କରାଗଲେ ଏହାର ସର୍ବଜନୀନକରଣ ସମ୍ଭବ ।ସ୍ବାସ୍ଥ୍ୟ ପରି ଏହାକୁ ଏକ ସେବାର ସାମଗ୍ରୀ ବିବେଚନା କରାଯାଏ ।ଏହା ଏପରି ଏକ ହୁଣ୍ଡି ଯାହାକୁ ଦାନ କଲା ପରେ ମଧ୍ୟ ଏହାର ପରିମାଣ କମିବା ବଦଳରେ ବଢିଥାଏ ।ଶିକ୍ଷାଦାନ କରି କରି ଶିକ୍ଷାଦାତା ପରିପକ୍ବ ହୋଇ ଯାଇଥାଏ ।ସେ ସମାଜ ପାଇଁ ଏକ ସମ୍ବଳରେ ପରିଣତ ହୁଏ । ତା'ରି ପାଇଁ ଦେଶ ଓ ଜାତିର ପ୍ରତି କ୍ଷେତ୍ରରେ ଅଗ୍ରଗତି ସମ୍ଭବ ହୋଇଥାଏ ।ସେଇଥି ପାଇଁ କୁହାଯାଇ ଥାଏ ଶିକ୍ଷାଦାତା ହେଉଛି ରାଷ୍ଟ୍ର ଓ ଜାତିର ନିର୍ମାତା ।ଏକ ନିଃସ୍ବାର୍ଥପର ବ୍ୟକ୍ତିତ୍ବ ହିଁ ଶିକ୍ଷାଦାନକୁ ଜୀବିକା ଋପେ ଗ୍ରହଣ କରିଥାଏ ।ଏଭଳି ପବିତ୍ର ଜୀବିକାଧାରମାନେ ସମାଜର ଶ୍ରେଷ୍ଠ ଆସନ ଅଳଙ୍କୃତ କରିଥାନ୍ତି ।ସେମାନଙ୍କ ସାଧନାର ଫଳ ସ୍ବଋପ ବିଜ୍ଞାନରେ ଉଦ୍ଭାବନ ସମ୍ଭବ ହୋଇଛି ।ଦୀର୍ଘ ଦିନର ଯାତ୍ରା ମାତ୍ର କେଇ ଘଣ୍ଚା ବା ମିନିଟରେ ପୁର୍ଣ ହୋଇ ପାରୁଛି ।ସମୟ ଓ ଦୂରତା ଉପରେ ନିୟନ୍ତ୍ରଣ ଫଳରେ ଏସବୁ ସମ୍ଭବ ହୋଇଛି ।ମଣିଷର ଜୀବନ ଜିଇଁବାର ଶୈଳିରେ ଦୃଷ୍ଟାନ୍ତମୂଳକ ପରିବର୍ତନ ଘଟିଛି । ବିଜ୍ଞାନ ଆମ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ଟେକ୍ନୋଲୋଜିରେ ପରିବର୍ତନ ଯୋଗୁଁ ହଜାର ହଜାର କିଲୋମିଟର ଦୂରରେ ଥାଇ କମ୍ପୁଟର ଓ ରୋବଟ ମାଧ୍ୟରେ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି ।
ଏ ସମସ୍ତ ଅଗ୍ରଗତିର ମୂଳ ବିନ୍ଧାଣୀ ହେଉଛି ଏ ଶିକ୍ଷକ ସମାଜ ।ଏହାର କ୍ଷେତ୍ର ଗୁଡିକ ହେଲା-ପ୍ରାଥମିକ ବିଦ୍ୟାଳୟ,ଉଚ୍ଚବିଦ୍ୟାଳୟ,ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟ ଓ ସ୍ବୟଂଚାଳିତ ସଂସ୍ଥାନ ।କାର୍ଯ୍ୟକ୍ଷେତ୍ର ଅନୁସାରେ ସେ ବିଭିନ୍ନ ନାମରେ ପରିଚିତ । ସେ କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ତ କେଉଁଠି ଅଧ୍ୟାପକ ଅଧ୍ୟାପିକା ନାମରେ ପରିଚିତ । ସେହିପରି କେଉଁଠି ପ୍ରଫେସର ତ କେଉଁଠି ଡିନ୍ ନାମରେ ମଧ୍ୟ ପରିଚିତ ହୁଏ ।
ଏହି ବ୍ୟକ୍ତିତ୍ବର ସର୍ବଜନୀନ ନାମ ହେଲା ଶିକ୍ଷକ ବା ଗୁରୁ ।ଆମ୍ଭେ ପିଲାମାନେ ଗୁରୁଦିବସ ଅବସରରେ ଆମ ଗୁରୁଜନଙ୍କ ସାନିଧ୍ୟ ଓ ଆଶିର୍ବାଦ ଲାଭ କରି ନିଜକୁ ଭାଗ୍ୟବାନ ମନେକରିବା ।
