Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ
ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ
★★★★★

© Subal Mohapatra

Inspirational

4 Minutes   14.0K    15


Content Ranking

ବୋର୍ଡିଙ୍ଗ ସ୍କୁଲ

ଲିଟୁର ବାପା ଆଉ ମା ଦି ଜଣ ଯାକ ଚାକିରୀ କରନ୍ତି । ସକାଳୁ ସକାଳୁ ନାକରେ କାନରେ କଣ ଦି’ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ । ଲିଟୁ ପାଇଁ କାହାର ବି ସମୟ ନଥାଏ । ଲିଟୁ, ୧ବର୍ଷରୁ ଆୟା ପାଖରେ ରହେ । ତାପାଖରେ ଖାଏ, ଶୁଏ, ଗପଶୁଣେ, କାନ୍ଦେ, ବୋବାଏ, ତାକୁ ମାରେ, ତା’ଠୁ ମାଡ ବି ଖାଏ, ପୁଣି କାନ୍ଦେ, ପୁଣି ମାଡ ଖାଏ ଆଉ କାନ୍ଦି କାନ୍ଦି ଶୋଇ ପଡେ । ଉଠିଲା ବେଳକୁ ଭୁଲିଯାଇଥାଏ ମାଡ କଥା । ଭୋକ ଲାଗିଲେ ଖାଇବାକୁ ମାଗେ । ଖାଇ ସାରି ଖେଳନା ଧରିକି ଖେଳେ । ଆୟା ସହ ଗୁଲୂରୁ ଗୁଲୂରୁ ହୁଏ । କିଏ ଶୁଣୁ ନ ଶୁଣୁ ନିଜେ ନିଜେ କଥା ହୁଏ । ରାତି ୯ଟାରେ ବାପା ଆଉ ମା ଆସନ୍ତି । ତାଙ୍କ ଭିତରେ କଣ ସବୁ କଥା ହୁଅନ୍ତି । ଲିଟୁକୁ ଟିକେ କୋଳକରି ଗେଲ୍ହେଇ ହୁଅନ୍ତି ଆଉ ପୁଣି ନିଜ ନିଜ ଲାପଟପ ଆଉ ମୋବାଇଲ ଧରି ଟି.ଭି. ଦେଖନ୍ତି ନହେଲେ ଅଫିସ କାମ କରନ୍ତି । ଲିଟୁକୁ ଏବେ ୫ବର୍ଷ । ବାପା ଆଉ ମା କଥା ହେଉଥିଲେ ତାକୁ ବୋର୍ଡିଙ୍ଗ ସ୍କୁଲରେ ଛାଡିଦେବା ପାଇଁ । ଏଠି ତାଙ୍କୁ ଟାଇମ ନାହିଁ ଲିଟୁ କଥା ବୁଝିବାକୁ । ଦି ଜଣ ଯାକତ ଅଫିସ ଯିବେ, କାମକରିବେ । ଆଜିକାଲି ତ ଦି ଜଣଙ୍କ ଦରମା ନହେଲେ ଚଳିହବନି । ଗାଡି, ଘର, ବାଙ୍କବାଲାନ୍ସ, ଏ.ସି କାର, ଡୁପ୍ଲେକ୍ସ ସେଣ୍ଟ୍ରାଲ ଏ.ସି. ଘର, ଡବଲକାର, ଦାମୀମୋବାଇଲ, ଦାମୀଲାପଟପ୍‌, ବ୍ରାଣ୍ଡେଡ୍‌ ଡ୍ରେସ, ଏସବୁ ପାଇଁ ତ ପଇସା ଦରକାର ନା ? ପିଲା କଥା ବୁଝିଲେ ଏସବୁ କରି ହବନି । ତା’ପାଇଁ କଣ ଆମେ ଆମ କ୍ୟାରିଅର ନଷ୍ଟ କରିବୁ ? ସେ ତ ବୋର୍ଡିଙ୍ଗ ସ୍କୁଲରେ ରହିପାରିବ । ଛୋଟବେଳୁ ନିଜ କଥା ନିଜେ ବୁଝିବା ଦରକାର । ନ ହେଲେ ବଡ ହେଲେ କଣ କରିବ ? ସବୁ ପିଲା ତ ପୁଣି ସେଠି ରହୁଛନ୍ତି । ଭଲ ଖାଇବା, ଭଲ ଟିଚର, ସେଣ୍ଟ୍ରାଲ ଏ.ସି. ସ୍କୁଲ, ଆଟାଚ ହଷ୍ଟେଲ ଆଉ କ’ଣ ଦରକାର । ଏଠି ଆୟାକୁ ପଇସା ଦେବାକୁ ପଡୁଛି । ଲିଟୁକୁ ସ୍କୁଲ ଛାଡିବା ଆଉ ଆଣିବା ଅସୁବିଧା । ସେ ଆସିଲା ବେଳକୁ ଘରେ କେହି ନ ଥିବେ । ଚାକର ବାକରଙ୍କୁ ବିଶ୍ୱାସ ନାହିଁ । ଚୋରି ଡକାୟତିର ଭୟ । ଭଲ ହେଲା ସେ ଯଦି ବୋର୍ଡିଙ୍ଗ ସ୍କୁଲରେ ରହିବ । ଲିଟୁ ୫ ବର୍ଷ ବୟସରୁ ବୋର୍ଡିଙ୍ଗ ସ୍କୁଲକୁ ଚାଲିଗଲା ।

ବୃଦ୍ଧାଶ୍ରମ

ଲିଟୁ ଆଉ ତା ସ୍ତ୍ରୀ ଦିଜଣ ଯାକ ଚାକିରୀ କରନ୍ତି । ସକାଳୁ ସକାଳୁ ନାକରେ କାନରେ କଣ ଦିଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ । ଆସିବାର ଠିକ ଠିକଣା ନ ଥାଏ । ଘରେ ବାପା ମା ଦିଜଣ । ବୟସ ହେଇ ଗଲାଣି । ଏବେ ଆଉ ଉଠି ବସି ପାରୁ ନାହାନ୍ତି । ବାହାରକୁ ଗଲେ ସାଙ୍ଗରେ ଯିବାକୁ ପଡେ । ଏକ ଦୁଇ ବେଳେ ବେଳେ ଲୁଗାପଟାରେ ହେଇଯାଏ । ସବୁବେଳେ ତାଙ୍କୁ ଜଣେ ଲୋକ ଦରକାର କଥା ହେବାକୁ । ଆଜି କାଲି ଦିନରେ ଟାଇମ କାଇଁ କାହାକୁ ? ନିଜକୁ ତ ମରିବାକୁ ଫୁରସତ ନାହିଁ, ଏମାନଙ୍କ କଥା କିଏ ବୁଝିବ ? ଚାକର ରଖିଲେ ତାକୁ ଗାଳି କରିବେ ଯେ ସେ ଦିଦିନରେ ଛାଡିକି ପଳେଇବ । ଅଫିସରୁ ଆସି ଦଣ୍ଡେ ବସିଥିବ କି ନାହିଁ ପୁଣି କାଲି ପାଇଁ ପ୍ରିପାର ହେବାକୁ ପଡିବ । ତା’ ପରେ ଆଜି କାଲି ଜିନିଷ ଯାହା ମହଙ୍ଗା ହେଲାଣି ଦିଜଣଙ୍କ ଦରମା ନ ହେଲେ ନଚଳେ । ଦର ଦାମ ତ ହୁହୁ ହେଇ ବଢୁଛି । ସେଥିରେ ପୁଣି ଛୁଆ ପାଇଁ ପ୍ଲାନିଂ କଲେ ତା ଖର୍ଚ୍ଚ । ବୁଢା ବୁଢ଼ୀଙ୍କ ପାଇଁ ତ ଆଉ ଚାକିରୀ ଛାଡି ହବନି । ପୁଣି ଏମାନେ ଏକା ରହିଲେ, ଆଜିକାଲି ଯାହା ହେଲାଣି, କେଉଁଠି ବୁଢାବୁଢୀଙ୍କୁ ମାରି ସୁନା ଗହଣା ଲୁଟ ତ କେଉଁଠି ଡକାୟତି । ଭଲ ହବ ଯଦି ଏମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦିଆ ଯାଏ । ସେଠି ସମବୟସର ସାଥି, ଭଲ ଖାଇବା, କାମକରିବାକୁ ନର୍ସ, ଡାକ୍ତର, ଏ.ସି. ରୁମ ସବୁ ତ ଅଛି । ମାସକୁ ମାସ ପଇସା ଦେଲେ ସବୁ ମିଳିଯିବ । ବୁଢାବୁଢ଼ୀ ଦିଜଣଙ୍କୁ ବୃଦ୍ଧାଶ୍ରମକୁ ପଠେଇ ଦିଆଗଲା ।

*******************************

ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟରୁ ନ ଜାଣିଲା, ସେ କ’ଣ ପାଇଁ ବୁଢାବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ । ସେଇ ପିଲା ଯଦି ବାପା ମାଙ୍କ ସ୍ନେହ ଶ୍ରଦ୍ଧା ପାଇକି ବଢ଼ିଲା ତେବେ ଯାଇ ତା’ର ଆକର୍ଷଣ ରହିବ । ଛୋଟବେଳେ ସେ ସ୍ନେହଶ୍ରଦ୍ଧାରୁ ବଞ୍ଚିତ ହେଲେ, ସେ କ’ଣ ଶିଖିବ, କଣ ଜାଣିବ, କଣ ବୁଝିବ, ଗୋଟେ ମନର କଥା ? ଛୋଟ ବେଳେ ତା ମନ କଥା କିଏ ବୁଝିଥିଲା ? ସେବିତ ଚାହୁଁଥିଲା, ବାପା ମା ତା ସହ ଖେଳନ୍ତୁ, ବୁଲନ୍ତୁ, ତାକୁ ସମୟ ଦିଅନ୍ତୁ, ଗେଲ କରନ୍ତୁ । ସେ କ’ଣ ପାଇଥିଲା ସେସବୁ ? ନା । ଆଗରୁ ଗାଁ ରେ ଯୌଥ ପରିବାର ରହୁଥିଲେ, ବାପା, ମା, ବଡବାପା, ବଡମା, ଜେଜେବାପା, ଜେଜେମା, କାକା, ଖୁଡି, ଆଉ ତା ଭାଇଭଉଣୀ ମାନେ । କେତେ ଭଲ ଲାଗୁଥିଲା । ଜେଜେଙ୍କ କଥା ମାନି ସମସ୍ତେ ଭଲରେ ଥିଲେ । ନ ଥିଲା ପାତର ଅନ୍ତର, ନା କମ ବେଶୀର ଭୟ । ସମସ୍ତେ ସମାନ ଖାଇବେ, ରୋଷେଇଏକାଠି ହବ, ଏକା ସାଙ୍ଗରେ ମିଳିମିଶି ଖାଇବେ, ପଢିବେ, ସ୍କୁଲ ଯିବେ । ସ୍ତ୍ରୀ ଲୋକମାନେ ବାସନ ମଜା, ଘର ଓଳା, ରୋଷେଇଠୁ ପିଲାଙ୍କ କଥା ସବୁ ବୁଝୁଥିଲେ । କିଏ କଣ କାମ କରିବ ସେସବୁ ଜେଜେମା ବୁଝୁଥିଲା । ସେଠି ନା ଥିଲା ତୋପୁଅ, ମୋ ପୁଅର ବାଛ ବିଚାର ନା ଥିଲା ହିଂସା, ଛିଡା ଅବା ପ୍ରତିବାଦର ସ୍ୱର । ବୁଢାବୁଢ଼ୀ ମାନେ ବୋହୁପରଷ। ଖାଇ, ନାତିନାତୁଣୀଙ୍କ ସହ ଖେଳି, ବୁଲି ଭଲରେ ଥିଲେ । ଛୁଆମାନେ ବି ଜେଜେ, ଜେଜୀ ବୋଲି ପାଣି ପିଉ ନ ଥିଲେ । ନା ଥିଲା ଏକେଲା ପଣର ଦୁଃଖ, ନାଥିଲା ଚୋରି ଡକାୟତିର ଭୟ । ଛୁଆ ମାନେ ଦୁଷ୍ଟ ହେଲେ ମା ମାନେ ଗାଳି କରନ୍ତି, ବାଡ଼ାନ୍ତି । ସେତେବେଳେ ଆସି ଜେଜେ ଆଉ ବଡ ବାପାଙ୍କ ପାଖରେ ଚୁପ ଚାପ ବସିଯାଅ । ମା, ନା ଶଶୁରଙ୍କ ଆଗକୁ ଆସିବ ନା ଦେଢ଼ଶୂରଙ୍କ ଆଗକୁ । ବାସ, ବଞ୍ଚିଗଲା ମଣିଷ । ସେ ମଜା ଯିଏ ପାଇଛି, ସେହିଁ ଜାଣିଛି ।

ଭାଇମାନେ ବେଳୁ ସାବଧାନ, ସୁଧୁରିବା ଲୋକ ସୁଧୁରି ଯାନ୍ତୁ ।

ଉପର ବରଡା ଖସୁଛି,

ତଳ ବରଡା ହସୁଛି,

ମଝି ବରଡା ଥାଇ କହୁଛି, ମୋ ଦିନକାଳ ଆସୁଛି ।

ବି.ଦ୍ର.–ଏହି ଦୁଇଟି ଗପ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।

ଲିଟୁ ବାପା ବୋର୍ଡିଙ୍ଗ ବୃଦ୍ଧାଶ୍ରମ

Rate the content


Originality
Flow
Language
Cover design

Comments

Post

Some text some message..