Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Subal Mohapatra

Inspirational Others

2  

Subal Mohapatra

Inspirational Others

ରାକ୍ଷୀ-(୨ )

ରାକ୍ଷୀ-(୨ )

2 mins
22



ଝିଅ ସୁଶ୍ରୀ ଓ ପୁଅ ଅନିମେଶ ଯେତେ କାନ୍ଦି କାଟି ଗଡ଼ିଲେ ବି ଆକାଶ ଓ ସ୍ତ୍ରୀ ସୁଶୀଳା ଥିଲେ ନଛୋଡବନ୍ଧା I ବାପା ମା ରହିଲେ କେତେ ଖର୍ଚ୍ଚ I କେତେ କାମ I ଏତେ ସବୁ ପାଇଁ ସମୟ କାହିଁ? ସେମାନେ ରହନ୍ତୁ ଵୃଦ୍ଧାଶ୍ରମ ରେ I ଦାୟିତ୍ୱ ତ ଟିକେ କମିବ I ବୁଢା ବୁଢ଼ୀ ରହିଲାରୁ ପିଲା ଗୁଡା କିଛି ମାନୁ ନାହାନ୍ତି I କଣ ଟିକେ କହିଦେଲେ ଦୌଡ଼ି ଯାଇ ଜେଜେ ଆଉ ଜେଜୀ କୋଳ ରେ ବସି ପଡୁଛନ୍ତି I ଏମିତି ହେଲେ ତ ସେମାନେ ବାଳୁଙ୍ଗା ହୋଇ ଯିବେ, ପାଠଶାଠ ସବୁ ଚୁଲି କି ଗଲାଣି I ଭବିଷ୍ୟତ କଣ ହେବ? ନା , ନା , ଏ ବୁଢା ବୁଢୀଙ୍କୁ ଏଠୁ ବିଦା ନକଲେ ନଚଳେ I ଗାଁ ରେ ଘର ବି ନାହିଁ I ସବୁ ବିକି ଭାଙ୍ଗି ତ ଆସି ଏଠି ରହିଲେ ଏବେ କୁଆଡେ ଯିବେ ? ତେଣୁ ଵୃଦ୍ଧାଶ୍ରମ ହିଁ ସବୁଠୁ ଭଲ ଜାଗା I ଆକାଶ ବାବୁ ନିଜ ବାପା ମାଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଆସିଲେ I ସୁଶ୍ରୀ ଓ ଅନିମେଶ କିନ୍ତୁ କାନ୍ଦି କାନ୍ଦି ବିଦାୟ ଦେଇଥିଲେ ଜେଜେ ଆଉ ଜେଜୀଙ୍କୁ I


ପର ଦିନ ଥାଏ ରାକ୍ଷୀ ପୂର୍ଣ୍ଣିମା I ସବୁ ବର୍ଷ ପରି ଏଥର ମଧ୍ୟ ଘରେ ରାକ୍ଷୀ ପିନ୍ଧା ପର୍ବ ଆରମ୍ଭ ହେଲା I ଅନିମେଶ ପ୍ରଥମରୁ ସୁଶ୍ରୀ କୁ କହି ରଖିଥାଏ, " ତୋତେ ଦେବା ପାଇଁ, ବାପାଙ୍କ ଠୁ ମୁଁ ପଇସା ଆଣିବିନି ଆଉ I ମୁଁ ଯେଉଁଦିନ ନିଜେ ରୋଜଗାର କରିବି, ସେଦିନ ତୋତେ ସବୁ ସୁଧ ମୂଳ କରି ଦେବି ଏକସଙ୍ଗେ I"

ଅନିମେଶ ରାକ୍ଷୀ ପିନ୍ଧି ସାରି ସୁଶ୍ରୀ କୁ ପଚାରିଲା, “ରାକ୍ଷୀ ରେ ତୋର କଣ ଦରକାର କହ?


ସୁଶ୍ରୀ - ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।

ଅନିମେଶ- ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି"


ପାଖରେ ଆକାଶ ଆଉ ସୁଶୀଳା ଠିଆ ହୋଇ ଏ ଛୋଟ ଭାଇ ଭଉଣୀଙ୍କ କଥାବାର୍ତା ଶୁଣୁଥିଲେ I ବିଜୁଳି ମାରିଲା ଭଳି ଚମକି ପଡିଲେ ଦୁଇ ଜଣ I

କାଳବିଳମ୍ବ ନକରି ଆକାଶ ଘର ଭିତରକୁ ଦୌଡ଼ି ଯାଇ ପେଣ୍ଟ ସାର୍ଟ ପିନ୍ଧିଲା ବେଳକୁ ସୁଶୀଳା ଗାଡି ଚାବି ଧରି ଗେଟ ପାଖରେ ଠିଆ ହୋଇ ଥିଲେ I

ଗନ୍ତବ୍ୟ ସ୍ଥଳ ଥିଲା ଵୃଦ୍ଧାଶ୍ରମ, ବାପା ଓ ମା ଙ୍କୁ ଫେରେଇ ଆଣିବାଲାଗି ...



Rate this content
Log in

More oriya story from Subal Mohapatra

Similar oriya story from Inspirational