Subal Mohapatra

Inspirational

3  

Subal Mohapatra

Inspirational

ରାକ୍ଷୀ - (୩)

ରାକ୍ଷୀ - (୩)

2 mins
35


ସରୋଜ ବାବୁ ଆଜି ଵୃଦ୍ଧାଶ୍ରମର ବାସିନ୍ଦା I ଏକୁଟିଆ ମଣିଷ ସେ I ବାପା ମାଆ ବଞ୍ଚିଥିଲା ଯାଏ ଘର କେତେ ହସିଲା ପୁରିଲା ଲାଗୁଥିଲା I ମାଆ ଯେତେ ବୁଝେଇଲେ ବି ବାହା ହେବା ପାଇଁ ମୋଟେ ରାଜି ନଥିଲେ ସେ I ବାପା ମାଆ ଓ ଭଉଣୀକୁ ନେଇ ତାଙ୍କ ସଂସାର I ଭଉଣୀ ବାହା ହେଲା ପରେ ବାପା ମାଆଙ୍କର ଏକୋଇରବଳା ସେ I ଆଜିକାଲିର ଝିଅ ଯେମିତି, ବୋହୁ ହୋଇ ଆସିଲା ପରେ ଶାଶୁ ଶ୍ୱଶୁରଙ୍କୁ ହତାଦର କରୁଛନ୍ତି, ସେମିତି କାଳେ ତାଙ୍କ ସ୍ତ୍ରୀ କରିବା ସେ ଡରରେ ସରୋଜ ବାବୁ ବାହା ହେବାକୁ ମନା କଲେ I ସବୁବେଳେ ଭଉଣୀର ଛୋଟିଆ କଥାଟି ମନେପଡିଯାଏ ତାଙ୍କର I


ସେଦିନ ଥାଏ ରାକ୍ଷୀପୂର୍ଣ୍ଣିମା I ଭଉଣୀକୁ ପଚାରିଲେ, ରାକ୍ଷୀରେ ତୋର କଣ ଦରକାର କହ?


ଭଉଣୀ ଉତ୍ତର ଦେଲା," ଭାଇ, ରାକ୍ଷୀରେ ମୋତେ କଥା ଦେ ଯେ, ମାଆ ଓ ବାବାଙ୍କୁ କେବେ ବି ଵୃଦ୍ଧାଶ୍ରମରେ ଛାଡ଼ିବୁନି।


ସେ ବି ଭଉଣୀକୁ କହିଥିଲେ, " ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀକୁ ତା ବାପା ମାଆଙ୍କ ଠାରୁ ଅଲଗା କରିବୁନି" I


ଭଉଣୀ ଆଜି ଆରପାରିରେ I ଭାଇର କଥା ରଖି ଯେତେ ଝଡ ଝଞ୍ଜା ଆସିଲେ ବି ସେ ତା ଶାଶୁ ଶ୍ୱଶୁରଙ୍କୁ ଦୁରେଇ ଦେଇ ନଥିଲା I ଓଲଟା ଜ୍ୱାଇଁଙ୍କୁ ସହରରେ ଛାଡି ସେ ରହିଥିଲା ଗାଆଁରେ ଶାଶୁ ଶ୍ଵଶୁରଙ୍କ ସେବା କରିବ ବୋଲି I


କିନ୍ତୁ ତାଙ୍କ ପାଇଁ ଯେତେ ବେଳେ ଝିଅ ଦେଖା ଚାଲିଲା, ସେଦିନ ସେ ପ୍ରଥମ କରି ଯାଇଥାନ୍ତି ଝିଅ ଦେଖିବା ପାଇଁ I ଦେଖା ଦେଖି ପର୍ବ ସାରିବା ପରେ, ପୁଅ ଆଉ ଝିଅ ଛାତକୁ ଗଲେ କଥା ହେବା ପାଇଁ I ଝିଅ ସଫା ସଫା ଶୁଣେଇ ଦେଲା, " ସେ କାଦୁଅ ପଚ ପଚ ଗାଆଁରେ ମୁଁ ଚଳି ପାରିବିନି I ମୁଁ ରହିବି ତୁମ ପାଖେ ସହରରେ I ତୁମ ବାପା ମାଆ ରହିବେ ଗାଆଁରେ I ତାଙ୍କ ଦାୟିତ୍ୱ ବୁଝିବା ପାଇଁ କାହାକୁ ଗୋଟେ ହଳିଆ ମୂଲିଆ ରଖିବ ଗାଆଁରେ I ଯଦି ଏ ସର୍ତ୍ତରେ ରାଜି ତେବେ ବାହା ହେବି " I

ମୁଣ୍ଡ ଝାଇଁ ଝାଇଁ କରିଥିଲା ତାଙ୍କର I ବାପା ମାଙ୍କୁ ଏକା ଛାଡି ସେ ରହିବେ ? ବାହା ନହେଲେ ନାହିଁ I ସେହିଦିନୁ ସେ ଛି.. କରିଦେଲେ ବାହାଘରକୁ I ହେଲେ ଆଜି ?


ଏକା ଏକା ଜୀବନରେ ସନ୍ତୁଳି ହେଲା ପରେ ସେ ନିଜେ ବାଛି ନେଇଥିଲେ ଵୃଦ୍ଧାଶ୍ରମର ଜୀବନକୁ ....



Rate this content
Log in

Similar oriya story from Inspirational