Subal Mohapatra

Children Stories Drama Inspirational

3  

Subal Mohapatra

Children Stories Drama Inspirational

ରାକ୍ଷୀ-(୧ )

ରାକ୍ଷୀ-(୧ )

2 mins
108



ସେଦିନ ଥାଏ ରାକ୍ଷୀ ପୁର୍ଣିମା I କଲେଜ ପିଲା ଗୁଡିଏ ଆସି ପହଞ୍ଚି ଥାନ୍ତି ଵୃଦ୍ଧାଶ୍ରମରେ I ଉଦ୍ଦେଶ୍ୟ ଵୃଦ୍ଧାଶ୍ରମରେ ଥିବା ବୁଢା ମାନଙ୍କୁ ରାକ୍ଷୀ ବାନ୍ଧିବେ I ତାଙ୍କ ମୁହଁରେ ଟିକେ ହସ ଫୁଟେଇବେ I ରାକ୍ଷୀ ପିନ୍ଧା ପର୍ବ ସରିବା ପରେ ଜଣ ଜଣ କରି ମିଠା ଖୁଏଇ ଦେଉଥାନ୍ତି ଅନ୍ତର୍ଯ୍ୟାମୀ ବାବୁ ଙ୍କ ପରି ବୁଢା ମାନଙ୍କୁ I ଅନ୍ତର୍ଯ୍ୟାମୀ ବାବୁ ଵୃଦ୍ଧାଶ୍ରମ ର ବାରଣ୍ଡାରେ ବସି ଫେରି ଯାଉଥିଲେ ତାଙ୍କ କଲେଜ ଜୀବନକୁ I ଭଉଣୀ ସୁଭଦ୍ରା ସେଦିନ ରାକ୍ଷୀ ବାନ୍ଧିଲା ବେଳେ ଗିଫ୍ଟ ହିସାବରେ ତାଙ୍କ ଠାରୁ କଥା ଟିଏ ସତ୍ୟ କରେଇ ନେଇଥିଲେ I


"ଅନ୍ତର୍ଯ୍ୟାମୀ - ରାକ୍ଷୀରେ ତୋର କଣ ଦରକାର କହ?

ସୁଭଦ୍ରା - ଭାଇ, ରାକ୍ଷୀରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମରେ ଛାଡ଼ିବୁନି।

ଅନ୍ତର୍ଯ୍ୟାମୀ - ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀକୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି"


ଏଇ ଗୋଟିଏ କଥା ପାଇଁ ଜୀବନ ସାରା ବାପା ଓ ମାମା ର ସେବାରେ କଟେଇ ଦେଲେ ସେ I


ସରକାର ଙ୍କ ସ୍ଲୋଗାନ "ଆମେ ଦୁଇ ଆମର ଏକ"ରେ ଉଦବୁଦ୍ଧ ହୋଇ ଅନ୍ତର୍ଯ୍ୟାମୀ ବାବୁ ଗୋଟିଏ ପିଲା କରି ରହିଗଲେ I ସ୍ତ୍ରୀ କେତେ ମନ କରିଥିଲେ ଝିଅ ଟିଏ ପାଇଁ I ହେଲେ.. ଆଉ କଣ ହେବ ? ଗୋଟିଏ ଯଥେଷ୍ଟ I ନିଜ ଜିଦରେ ଅଟଳ ଥିଲେ ଅନ୍ତର୍ଯ୍ୟାମୀ ବାବୁ I ତାଙ୍କର ଗୋଟିଏ ବୋଲି ପୁଅ I ତା ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ କେହି ନଥିଲେ I ସ୍କୁଲ ବେଳେ କେତେ ସେ କାନ୍ଦିଛି ରାକ୍ଷୀ ଟିଏ ଭିଡ଼ିବ ବୋଲି I ଆସ୍ତେ ଆସ୍ତେ ବଡ ହେଲା ସେ I ପାଠ ପଢି ବଡ ମଣିଷ ହେଲା I ରହିଲା ଦେଶ ବାହାରେ I ତା ମା ମରିଗଲା ପରେ ଗାଁ ର ସବୁ ଜମିବାଡ଼ି ବିକି ଅନ୍ତର୍ଯ୍ୟାମୀ ବାବୁ ଙ୍କୁ ଆଣି ଛାଡ଼ିଦେଇ ଗଲା ଏଇ ଵୃଦ୍ଧାଶ୍ରମରେ I

ଆଜି ଅନ୍ତର୍ଯ୍ୟାମୀ ବାବୁ ଭାଳି ହେଉଥିଲେ "ସ୍ତ୍ରୀ କଥା ମାନି ଥିଲେ, ଝିଅ ଟିଏ ହେଲେ ଥାଆନ୍ତା I ସେ ବି ତା ଭାଇ ପାଖରୁ ଏମିତି ଗୋଟିଏ ସତ୍ୟ କରେଇ ନେଇ ଥାନ୍ତା .... "



Rate this content
Log in