The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Subal Mohapatra

Horror Tragedy Thriller

4.0  

Subal Mohapatra

Horror Tragedy Thriller

ସମୟର ଶେଷ

ସମୟର ଶେଷ

4 mins
67



ଇଟାଲୀର ସାନମାରିନୋ ସହର। ମୋ କମ୍ପାନୀ ଅନସାଇଟରେ ମୋତେ ପଠେଇଥାଏ ଛଅମାସ ପାଇଁ। ହଠାତ ଆରମ୍ଭ ହୋଇଗଲା ମହାମାରୀ କରୋନା। ସବୁଆଡେ ଲକ ଡାଉନ, କିଛି ଜାଗାରେ ସଟ ଡାଉନ। ବାହାରକୁ ବାହାରିବାର କୌଣସି ଚାରା ନାହିଁ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ମରୁଥାନ୍ତି। କବାଟ ଖୋଲି ବାହାରକୁ ଆସିବା ସମ୍ଭବ ନୁହେଁ। ଭରଷା କେବଳ ବାଲକୋନି। ପ୍ରାୟ ତିନିସପ୍ତାହ ଘରେ ବସି ବସି ବିରକ୍ତ ହୋଇଯାଇଥିଲି ମୁଁ। ସେଦିନ ଠିକ କଲି ଟିକେ ଛାତ ଉପରୁ ବୁଲି ଆସିବି। ଆପାର୍ଟମେଣ୍ଟରେ ଅନ୍ୟ ଲୋକମାନେ ବି ଅଛନ୍ତି। କାଳେ କିଏ ଛାତ ଉପରକୁ ଯାଇଥିବ ବୋଲି ଭାବି ଡର ଲାଗୁଥାଏ, ତଥାପି ସାହସ କରି, ମୁହଁ ନାକ ଘୋଡେଇ ହୋଇ, ଗ୍ଲୋବସ ପିନ୍ଧି, ନିଜକୁ ନିଜେ ସମ୍ପୂର୍ଣ୍ଣ ଭାବେ ଘୋଡେଇ ହୋଇ, କୌଣସି ବି ମେଟାଲ ଜାତୀୟ ଜିନିଷ ଯେମିତି କି କବାଟର ହ୍ୟାଣ୍ଡେଲ, ସିଡ଼ିର ଗ୍ରୀଲ, ଛିଟିକିଣି ଇତ୍ୟାଦି କୁ ନ ଛୁଇଁ ବଡ ସନ୍ତର୍ପଣରେ ଛାତ ଉପରେ ଯାଇ ପହଞ୍ଚିଲି। କେହି ନଥିଲେ, ଟିକେ ଆଶ୍ୱସ୍ଥ ହେଲି। ଅଳ୍ପ ଅଳ୍ପ ଖରା ପଡିଥାଏ। ଖରା ଆଡକୁ ପିଠି ଦେଖେଇ ଛାତ ଉପରେ ପଡିଥିବା ସିମେଣ୍ଟ ବେଞ୍ଚରେ ବସି ପଡ଼ିଲି।


କେହି ଜଣେ ଛାତ ଉପରକୁ ଆସୁଥିବାର ଶବ୍ଦ ଶୁଭିଲା। ବୁଲି ଚାହିଁଲି, ଜଣେ ସ୍ତ୍ରୀ ଲୋକ, ବୟସ ପାଖାପାଖି 45-50 ଭିତରେ, ତୋଫା ଗୋରା, ଏଠିକାର ବାସିନ୍ଦା। ବୁଲି ବୁଲି ଆସି ମୋ ବସିଥିବା ବେଞ୍ଚ ପାଖରେ ପଡିଥିବା ଆଉ ଏକ ବେଞ୍ଚରେ ବସି ପଡିଲେ ପ୍ରାୟ ଦେଢ଼ ମିଟର ଦୂରରେ। ସୁପ୍ରଭାତର ସମ୍ଭାଷଣ ପରେ ମୁହଁ ତଳକୁ କରି ବସିରହିଲେ ସେ। ମୁହଁ ଅସମ୍ଭବ ଭାବେ ଗମ୍ଭୀର ଦେଖା ଯାଉଥାଏ। ଯେପରି କୌଣସି ଏକ ଚିନ୍ତାରେ ଗଭୀର ଭାବେ ଚିନ୍ତିତ ଥାଆନ୍ତି ସେ। କିଛି ସମୟ ବିତିଗଲା। ସାମ୍ନାରେ ଥିବା ଆପର୍ଟମେଣ୍ଟରେ କିଛି ହଲଚଲ ଦେଖା ଯାଉଥାଏ। ଭଲରେ ଦେଖିଲି, ବାହାରେ ପୋଲିସ ଗାଡି ଥୁଆ ହୋଇଥାଏ। ଲୋକମାନେ ନିଜ ନିଜ ଘର ଭିତରୁ କିଛି ଏକ ଜିନିଷ ଦେଖିବାକୁ ଚେଷ୍ଟା କରୁଥାନ୍ତି। ପୋଲିସ ମାନେ ଧାଁ ଦଉଡ ଲଗେଇଥାନ୍ତି। ବୁଝି ନପାରି ପାଖରେ ବସିଥିବା ମହିଳା ଙ୍କୁ ପଚାରିଲି ସେଠି କଣ ଚାଲିଛି?


ମୁଣ୍ଡ ଉଠେଇ ମୋତେ ଚାହିଁଲେ ସେ, କହିଲେ," ଜଣେ ମହିଳା ଙ୍କ ଗଳିତ ଶବ ଉଦ୍ଧାର କରିଛି ପୋଲିସ। ବୋଧେ ଦୁଇ କି ତିନିଦିନ ହେବ ମହିଳା ଜଣଙ୍କ ଘର ଭିତରେ ହିଁ ମରି ଯାଇଛନ୍ତି। ଶବ ପଚି ଗନ୍ଧ ହେବାରୁ ପଡୋଶୀ ମାନେ ପୋଲିସ କୁ ଖବର ଦେଲେ ଆଉ ପୋଲିସ ଆସି ଶବ ଉଦ୍ଧାର କାର୍ଯ୍ୟରେ ଲାଗିଛି।


-- ଆପଣ ଜାଣନ୍ତି ତାଙ୍କୁ? ମୁଁ ପଚାରିଲି।।

-- ହଁ, ଜାଣେ। ଇସାବେଲ୍ଲା। ତାଙ୍କ ସ୍ୱାମୀଙ୍କର ଗୋଟେ ଫ୍ୟାକ୍ଟ୍ରି ଅଛି ଏଠୁ ପ୍ରାୟ ପନ୍ଦର ଶହ କିଲୋମିଟର ଦୂରରେ। ତାଙ୍କ ସ୍ୱାମୀ ସେଠିରୁହନ୍ତି ଓ ସପ୍ତାହରେ ଥରେ କିମ୍ବା ପନ୍ଦର ଦିନରେ ଥରେ ଘରକୁ ଆସନ୍ତି। ଏଠି ଇସାବେଲ୍ଲା, ତାଙ୍କ ଶାଶୁ, ଶ୍ୱଶୁର, ଓ ଦୁଇ ଛୁଆଙ୍କ ସହରୁହନ୍ତି। ଏବେ କିନ୍ତୁ ଘରେ କେହି ନଥିଲେ କାରଣ କରୋନାରେ ଆକ୍ରାନ୍ତ ହୋଇ ଗୋଟେ ପରିବାରର ପାଞ୍ଚଜଣ ମରି ସାରିଥିଲେ। ଇସାବେଲ୍ଲା ଥିଲେ ପରିବାରର ଶେଷ ସଦସ୍ୟ। ସେ ବି ଚାଲିଗଲେ।

-- କଣ ଏମିତି? ଏସବୁ କେମିତି ହେଲା? ଜିଜ୍ଞାସାର ସହ ମୁଁ ପଚାରିଲି।

-- ସେ କହିଲେ," ଲକ ଡାଉନ ଘୋଷଣା ହେଉ ହେଉ ଇସାବେଲ୍ଲା ଙ୍କ ସ୍ୱାମୀ ଘରକୁ ଫେରି ଆସିଲେ। ଘରେରହିବାର, ଛୁଆଙ୍କ ପାଖେରହିବାର ସୌଭାଗ୍ୟ ତ କେବେ ଜୁଟୁନି, ତେଣୁ ଏ ସମୟର ସଦୁପଯୋଗ କରିବା ପାଇଁ ସେ ଚାଲି ଆସିଲେ। ସେ ଚିନ୍ତା କରୁଥିଲେ, ଏ ଲକ ଡାଉନ ସରିବା ଯାଏଁ ପୁରା ପରିବାର ଏକାଠିରହିବେ ଓ ଖୁସି ମଜା କରିବେ।ରାତିରେ ଟ୍ରେନରେ ବସି, ସକାଳୁ ସକାଳୁ ଆସି ପହଞ୍ଚିଯାଇଥିଲେ ସେ। ଟିଭି, ମାଇକରେ ଘନ ଘନ ଘୋଷଣା ହେଉଥାଏ, "ଯଦି ଆପଣ ବାହାର ଜାଗାରୁ ଆସିଛନ୍ତି, ତେବେ ନିକଟସ୍ଥ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରେଇ ନିଅନ୍ତୁ। ହୋଇପାରେ ଆପଣଙ୍କୁ ନିଜ ଘରେ 14 ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେରଖା ଯାଇପାରେ କିମ୍ବା ଆପଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେରଖା ଯିବାର ସବୁ ବନ୍ଦୋବସ୍ତ କରା ଯାଇ ପାରେ।"

ଛୁଆଙ୍କ ସହରହିବାର ଆଶା ମିଳେଇବାକୁ ଲାଗିଥିଲା ତାଙ୍କର। ତେଣୁ ଜାଣି ଜାଣି ସେ ଏକଥା କାହାକୁ ଇନଫର୍ମ କରି ନଥିଲେ ଓ ଲୁଚି କିରହି ଯାଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ କରୋନା କେବଳ ବୁଢା ବୁଢ଼ୀଙ୍କୁ ହୁଏ। ଦିନ ଗଡି ଚାଲିଥିଲା। ପ୍ରାୟ ଛଅ ସାତଦିନ ପରେ ତାଙ୍କ ବାପା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ, ଡାକ୍ତର ଦେଖେଇବାରୁ ଜଣା ଗଲା ସେ କରୋନାରେ ଆକ୍ରାନ୍ତ। ପରେ ପରେ ଘରର ସବୁ ସଦସ୍ୟ ଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଗଲା। ସମସ୍ତଙ୍କ ଠାରେ କରୋନା ପଜିଟିଭ ଆସିଲା। ତୁରନ୍ତ, ସମସ୍ତଙ୍କୁ ଡାକ୍ତରଖାନା ନିଆ ଯାଇ ଚିକିତ୍ସା ଆରମ୍ଭ ହେଲା। ସେଠି ସମସ୍ତେ ଅଲଗା ଅଲଗାରୁମରେରହୁଥିଲେ। କେହି କାହା ସହ ମିଶିବାର କି କେହି କାହାକୁ ଦେଖିବାର ସୁଯୋଗ ନଥିଲା। କେବଳ ଡାକ୍ତର, ନର୍ସ ଙ୍କ ଠାରୁ ଶୁଣିବାକୁ ମିଳୁଥିଲା ଯେ ସମସ୍ତେ ଭଲ ଅଛନ୍ତି। ପ୍ରାୟ ପଚିଶ ଦିନ ପରେ ଇସାବେଲ୍ଲା ଭଲ ହେଲେ। ବାହାରକୁ ଆସି ଶୁଣିଲେ ପରିବାରର କେବଳ ତାଙ୍କୁ ଛାଡି ବାକି ସମସ୍ତେ ଜଣେ ପରେ ଜଣେ ଜୀବନ ଛାଡି ସାରିଛନ୍ତି। ଶାଶୁ, ଶ୍ୱଶୁର, ସ୍ୱାମୀଙ୍କ ସହ ପିଲା ଦୁଇଟି ବି ତାଙ୍କୁ ଛାଡି ଯାଇ ସାରିଛନ୍ତି। ଏବେ ସେ ଏକା। ମୁଣ୍ଡରେ ବଜ୍ର ପଡିଲା ତାଙ୍କର। ସେମାନଙ୍କ ଶବ ଦେଖେଇବାକୁ ଅନୁରୋଧ କଲେ ସେ। କିନ୍ତୁ ନା, ଶେଷ ସମୟରେ କେହି ବି କାହାର ମୁହଁ ଦେଖି ପାରିଲେନି। ଜଣେ ପରେ ଜଣେ, ସମସ୍ତଙ୍କୁ ମାଟିତଳେ ପୋତି ସାରିଥିଲେ ସେମାନେ।


ପାଗଳ ପ୍ରାୟ ଅବସ୍ଥାରେ ଘରକୁ ଆସିଲେ ସେ। ଘରର ପ୍ରତି କୋଣରେ ତାଙ୍କୁ ଶାଶୁ, ଶ୍ୱଶୁର, ସ୍ୱାମୀ, ପୁଅ, ଝିଅ ଦେଖା ଯାଉଥିଲେ। ଅଳ୍ପ କିମ୍ବା ବିନା ଆହାର, ବିନା ନିଦ୍ରାରେ ଛଅ ଦିନ ବିତି ସାରିଥିଲା। କଣ କରିବେ, କୁଆଡେ ଯିବେ, କିଏ ଅଛି ତାଙ୍କର ଏ ସମୟରେ ସାହାଯ୍ୟ କରିବାକୁ? କରୋନା ଯେମିତି ମାଡି ଚାଲିଛି ନିଜ ସମ୍ପର୍କୀୟ ବି କେହି ଆସି ନଥିଲେ ଡାକ୍ତରଖାନାରେ ଥିବା ବେଳେ। ଆଉ ଏବେ କଣ?


ଅପର୍ଯ୍ୟାପ୍ତ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫ୍ୟାକ୍ଟ୍ରି, ଘର, ଗାଡି ଏସବୁ କଣ ଖୁସି ଦେଇ ପାରିବ ତାଙ୍କୁ? ଯେଉଁଠି ପରିବାରରେ ସେ ଏକା ଜୀବିତ, ସେଠି ଏସବୁର କାମ କଣ? ଏସବୁ କଣ କେବେ ପରିବାରର ସୁଖ ଦେଇ ପାରିବ?


ଅତ୍ୟଧିକ ଟେନସନ,ରକ୍ତଚାପ, ବିନା ଖାଦ୍ୟ, ବିନା ନିଦ୍ରାରେ ଚୌକିରେ ବସିଥିବା ଅବସ୍ଥାରେ ତାଙ୍କର ହୃଦଘାତ ହେଲା ଓ ସେଇଠି ଟଳି ପଡିଲେ ସେ।


ଭଲ ହେଲା, ବଞ୍ଚି ବି କଣ କରିଥାନ୍ତେ ସେ? ଜୀବନ ସାରା ଜଳି ଜଳି ମରିଥାନ୍ତେ ଯାହା। ଭଲହେଲା କି ଏକାଥରେ ଜୀବନ ଚାଲିଗଲା।

-- ଆଖିରେ ଲୁହ ଆସି ସାରିଥିଲା ମୋର। ଭାବୁଥିଲି, "ଯଦି ତାଙ୍କ ସ୍ୱାମୀ ଆସୁ ଆସୁ କ୍ୱାରେଣ୍ଟାଇନରେରହିଥାନ୍ତେ ତେବେ ଚଉଦ ଦିନ ପରେ ପୁରା ପରିବାର ଏବେ ହସ ଖୁସିରେ ଜୀବନ ବିତାଉଥାନ୍ତେ। ଗୋଟିଏ ଛୋଟିଆ ଭୁଲ, ମାତ୍ର କେତୋଟି ଦିନ ପରିବାର ପାଖରେରହିବାର ଲୋଭ ହିଁ ପୁରା ପରିବାରର ମୃତ୍ୟୁର କାରଣ ହେଲା।"


ହେଲେ, ଇସାବେଲ୍ଲା ଙ୍କ ମୃତ୍ୟୁ ବିଷୟରେ ଏତେ ଖବର ଏ ମହିଳା ଜଣଙ୍କ ଜାଣିଲେ କିପରି? ଇସାବେଲ୍ଲା ତ ଘର ଭିତରେ ଥାଇ ମୃତ୍ୟୁ ବରଣ କଲେ, ତିନି କି ଚାରିଦିନ ପରେ ଗଳିତ ଶବ ଉଦ୍ଧାର ଚାଲିଛି ଏବେ। ସେ କିପରି ମରିଛନ୍ତି, ପୋଷ୍ଟମର୍ଟମ ପରେ ଜଣା ପଡିବ। ତେବେ....


ହଠାତ ମୋ ମୋବାଇଲରେ ଭ୍ରୁମ, ଭ୍ରୁମ କରି ଏକ ନୋଟିଫିକେସନ ଆସିଲା। ମୋବାଇଲ ଖୋଲି ଦେଖିଲା ବେଳକୁ କୌଣସି ଏକ ନିଉଜ ଚ୍ୟାନେଲର ନୋଟିଫିକେସନ ଯାହା ଏ ଏରିଆରେ ମରିଥିବା ମହିଳା ଙ୍କ ବିଷୟରେ ଥିଲା। ଲିଙ୍କ ଓପେନ କରି ଭିତରକୁ ଯାଇ ଫୋଟୋ ଦେଖିଲି, ମରିଥିବା ମହିଳା ଜଣଙ୍କ ମୁହଁ ମୋ ପାଖରେ ବସିଥିବା ମହିଳା ଙ୍କ ମୁହଁ ସହ ସମାନ ଥିଲା।


ହଠାତ ମୋବାଇଲରୁ ମୁହଁ ଉଠେଇ ମହିଳା ଙ୍କ ଆଡେ ଚାହିଁଲି। ପାଖରେ କେହି ନଥିଲେ।


କାନ ପାଖରେ ଏକ ଶୀତଳ ପବନ କହି କହି ଯାଉଥିଲା....ଦୁନିଆଁ କୁ ଏ ବିଷୟରେ ଟିକେ ଅବଗତ କରେଇ ଦେବେ...ଆମ ପରି ଭୁଲ ଆଉ କେହି ନ କରନ୍ତୁ, ଆଉ କାହାର ବି ଜୀବନ ନ ଯାଉ....


ଖରା ପାଇଁ କି ଭୟରେ ଜାଣିନି....ମୋ ଦେହରୁ ଝାଳ ବୋହିବାକୁ ଲାଗିଥିଲା...


ଅତର୍ଚ୍ଛା ମୁଁ ମୋରୁମ ଆଡେ ଧାଇଁବାକୁ ଲାଗିଲି....


---ସମାପ୍ତ---



Rate this content
Log in

More oriya story from Subal Mohapatra

Similar oriya story from Horror