Subal Mohapatra

Children Stories Inspirational Others

3  

Subal Mohapatra

Children Stories Inspirational Others

ରାକ୍ଷୀ - (୪)

ରାକ୍ଷୀ - (୪)

2 mins
45



ଆଜି ରାକ୍ଷୀ ପୁର୍ଣିମା ହେଲେ ବି ଡାକ୍ତର ବାବୁଙ୍କର ହାତ ଖାଲି ଥିଲା....କ୍ଲିନିକ ପାଖ ପଡୋଶୀ ଘରେ ଥିବା ଦୁଇ ଛୁଆଙ୍କ କଥା ଶୁଣି ଚମକି ଉଠିଲେ ଡାକ୍ତର ମହେଶ୍ୱର ମିଶ୍ର । ମହେଶ୍ୱରଙ୍କୁ ସେମାନେ ଅଜା ବୋଲି ଡାକନ୍ତି । ବୟସ ବେଶୀ ନହେଲେ ବି ୪୫ ବର୍ଷ ବୟସ । ମାନ୍ୟରେ ଅଜା ହେବେ । ଛୋଟ ଛୁଆ ଦି ଜଣ କଥା ହଉଥିଲେ ।


ଭାଇ - ରାକ୍ଷୀରେ ତୋର କଣ ଦରକାର କହ?

ଭଉଣୀ - ଭାଇ, ରାକ୍ଷୀରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମରେ ଛାଡ଼ିବୁନି।

ଭାଇ - ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି"


ମହେଶ୍ୱର ବାବୁଙ୍କର ମନେ ପଡିଯାଉଥିଲା ନିଜ ଭଉଣୀ କଥା । ଘର ର ବଡ ଝିଅ ସେ । ଘରକୁ ଆସି ନିଜ ବାପା ମାଙ୍କର ସେବା କରିବାକୁ ମହେଶ୍ୱର ବାବୁଙ୍କୁ ଓ ତାଙ୍କ ସ୍ତ୍ରୀ କୁ ସବୁବେଳେ ତାଗିଦ କରି ଯାଉଥିବା ବେଳେ ଏବେ ତିନି ଦିନ ତଳେ ସେ ଘରୁ ବାହାର କରି ଦେଇଛି ତା ଶାଶୁ ଶ୍ୱଶୁରଙ୍କୁ । ଅନ୍ୟନୋପାୟ ହୋଇ ସେମାନେ ଆସି ପହଁଚିଲେ ମହେଶ୍ୱର ବାବୁ ଙ୍କ କ୍ଲିନିକରେ । କଣ କରିବେ ମହେଶ୍ୱର ବାବୁ?କାହାକୁ କଣ କହିବେ? ନା ନିଜ ଭଉଣୀଙ୍କୁ କିଛି କହି ପାରୁଛନ୍ତି ନା ବୋଧ ଦେଇ ପାରୁଛନ୍ତି ଭଉଣୀ ର ଶାଶୁ ଶ୍ୱଶୁରଙ୍କୁ ।


ଅଗତ୍ୟା ସେମାନଙ୍କୁ ନିଜ ଘରକୁ ନେବା ଛଡା ଅନ୍ୟ ଉପାୟ ନଥିଲା । ଭିଣୋଇ ଦୁଇ ବର୍ଷ ତଳେ ପ୍ରାଣ ହରେଇ ଥିଲେ ଏକ ସଡକ ଦୁର୍ଘଟଣାରେ । ପୁଅ କୁ ହରେଇ ଥିବା, ବୋହୁଠୁ ତଡା ଖାଇଥିବା ଦୁଃଖୀ ଲୋକ ଦୁଇଟିକୁ ସେ କେମିତି ଅବା ଅଲଗା କରି ପାରି ଥାନ୍ତେ ? କେମିତି ଛାଡି ପାରିଥାନ୍ତେ ଵୃଦ୍ଧାଶ୍ରମରେ?

ଘରକୁ ଯିବାପରେ ସବୁ ଶୁଣି ସାରି ବାପା ଆଉ ମା, ତାଙ୍କ ମୁଣ୍ଡ ଉପରେ ହାତ ରଖି ଖୁସିରେ ଆଶୀର୍ବାଦ କଲେ । ସେପଟେ ଭଉଣୀ ଆସି ଘରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାରୁ ତାକୁ ମଧ୍ୟ କଡା କରି ଦି ପଦ ଶୁଣେଇ ଥିଲେ । ଫଳ ସ୍ୱରୂପ ଆଜି ରାକ୍ଷୀ ପୁର୍ଣିମାରେ ବିଗତ ୪୪ ବର୍ଷ ଧରି ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଥିବା ଭଉଣୀ, ଆଜି କିନ୍ତୁ ଆସି ନଥିଲା ।


ହେଲେ ମହେଶ୍ୱର ବାବୁ ଯେଉଁ ଆଶୀର୍ବାଦ ଟିକକ ପାଇଲେ ତାହା କଣ ପାଇଥାନ୍ତେ ସେମାନଙ୍କୁ ଵୃଦ୍ଧାଶ୍ରମରେ ଛାଡି?



Rate this content
Log in