Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Thriller Drama

3  

Prakas Tripathy

Thriller Drama

କାଳରାତ୍ରି

କାଳରାତ୍ରି

4 mins
400


ବାହାରେ ମୁଷଳ ବର୍ଷା । ଘଣ୍ଟାଏ ହେଲାଣି ବର୍ଷୁଛି ଯେ ଥମିବାର ନାଁ ଧରୁନି । ବାର ବାର କାନ୍ଥଘଣ୍ଟା ଜୁ ଚାହୁଁଥାନ୍ତି ନମିତା । ରାତି ନଅଟା ବାଜିଲାଣି । ଏପର୍ଯ୍ୟନ୍ତ ଅତନୁ ଫେରିଲେନି । ବର୍ଷା ଯୋଗୁଁ କେଉଁଠି ଅଟକି ଯାଇଥିବେ ଭାବି ନମିତା ରାତ୍ରି ଭୋଜନ ପ୍ରସ୍ତୁତିରେ ଲାଗିପଡିଲେ ।


ଏଇ ଦୁଇ ମାସ ତଳେ ସେମାନଙ୍କର ବିବାହ ସରିଛି । ଅତନୁ ଜଣେ ଯୁବ ସିନେମା ନିର୍ଦ୍ଦେଶକ ଭାବେ ଓଲିଉଡରେ ଏଇ କିଛି ବର୍ଷ ହେବ ପ୍ରତିଷ୍ଠିତ ହୋଇପାରିଛନ୍ତି । ପୁନେରୁ ଏ ସମ୍ପର୍କିତ ପାଠପଢା ଶେଷ କରି ବମ୍ବେରେ ସହ ନିର୍ଦ୍ଦେଶକ ଭାବେ ତିନି ଚାରିଟି ସିନେମାରେ କାମ କରିବା ପରେ ଓଡିଶା ଫେରିଆସିଥିଲେ ଓ ଓଡ଼ିଆରେ ଯେଉଁ ଦୁଇଟା ସିନେମାର ନିର୍ଦ୍ଦେଶନା ଦେଇଛନ୍ତି, ତାହା ସୁପରହିଟ ବି ହୋଇଛି । ବିଶେଷକରି ତାଙ୍କର ନୂତନ ଉପସ୍ଥାପନା ଶୈଳୀକୁ ଯୁବ ଗୋଷ୍ଠୀ ଖୁବ ପସନ୍ଦ କରିଛନ୍ତି । ଅତନୁଙ୍କ ହାତରେ ଏବେ ଦୁଇଟା ସିନେମା । ଆସନ୍ତା ଦୁର୍ଗାପୂଜା ଓ କାଳୀପୂଜାକୁ ରିଲିଜ କରାଇବା ପାଇଁ ପ୍ରଯୋଜକଙ୍କ ଯୋଜନା ରହିଛି ।

କଲିଂ ବେଲ ବାଜିବାରୁ ନମିତା ପରିବା କଟା ବନ୍ଦ କରି କବାଟ ଖୋଲିବାକୁ ଆସିଲେ । ବର୍ଷାରେ ପୁରା ଜୁଡୁବୁଡୁ ଓଦାହୋଇ ଠିଆହୋଇଥାନ୍ତି ଅତନୁ । ଏତେ ବର୍ଷାରେ ଟିକେ ରହିଯାଇଥିଲେ ହୋଇନଥାନ୍ତା ? ନମିତାଙ୍କୁ କୌଣସି ଉତ୍ତର ନ ଦେଇ ଅତନୁ ସିଧା ଚାଲିଲେ ବାଥରୁମକୁ ।

ଅତନୁ ଖୁବ ଚୁପଚାପ ସ୍ୱଭାବର । ଆବଶ୍ୟକ ନ ପଡିଲେ ତାଙ୍କ ପାଟିରୁ ପଦୁଟିଏ କଥା ବାହାରିବା ଭାରି କଷ୍ଟ । ପ୍ରତିବେଳେ ଅନ୍ୟମନସ୍କ । କ'ଣ ଗୋଟାଏ ଭାବୁଥିବେ । ଏଇ ସିନେମା ନିର୍ଦ୍ଦେଶକ ମାନେ କ'ଣ ସବୁ ଏମିତି? । ଅତନୁଙ୍କ ସ୍ୱଭାବ ସହ ଖାପ ଖୁଆଇ ସାରିଲେଣି ନମିତା ଏଇ ଅଳ୍ପ ଦିନ ଭିତରେ । ଅତନୁଙ୍କୁ ବିବାହ କରି ସେ ଖୁବ ଖୁଶି ଅଛି । ପୁଣି ରୋଷଇ ଘରକୁ ଚାଲିଗଲେ ନମିତା ।

ପୁଣି କଲିଂବେଲ ବାଜିଲା । ଏତେ ବର୍ଷାରେ, ପୁଣି ଏତେ ରାତିରେ କିଏ ହୋଇପାରେ? ଅତନୁଙ୍କୁ କବାଟ ଖୋଲିବାକୁ କହି ରୋଷେଇ ରେ ଲାଗିପଡିଲେ ନମିତା । କିଛି ସମୟ ପରେ ପୁଣି ଥରେ କଲିଂ ବେଲ ବାଜିଲା । ଅତନୁଙ୍କୁ କବାଟ ଖୋଲିବା କଥା କ'ଣ ଶୁଭିଲାନି କି ? ଟାୱେଲରେ ଓଦା ହାତ ପୋଛି ପୋଛି ତର ତର ହୋଇ କବାଟ ଖୋଲିଲେ ନମିତା । ରେନକୋଟ ପିନ୍ଧି ଠିଆ ହୋଇଛନ୍ତି ଜଣେ ପୋଲିସ । ଏତେ ରାତିରେ ପୋଲିସକୁ ଦେଖି ଡରିଗଲେ ସେ । ମନେ ମନେ ଅନେକ କଥା ଭାବିଗଲେ ।ଅତନୁଙ୍କୁ ନେଇ ଅନେକ ନକରାତ୍ମକ ଭାବନା ମୁଣ୍ଡରେ ପଶିବାକୁ ଲାଗିଲା । ବାହାରକୁ ଯେତେ ଭଲ ହେଲେ ବି ଭିତରଟାକୁ କିଏ ଦେଖୁଛି? ଅତନୁ ଆଉ ନା ନା, ସେମିତି ହେଇନଥିବେ ସେ ।


ପୋଲିସ ବାବୁଙ୍କୁ ନମସ୍କାର କରି ଭିତରକୁ ଡାକିଲେ ନମିତା । କିଛି ସମୟ ନମିତାଙ୍କୁ ଛାହିଁ ପୋଲିସ ଇନିସ୍ପେକ୍ଟର ପଚାରିଲେ- ଆପଣ ମିଷ୍ଟର ଅତନୁ ମିଶ୍ରଙ୍କ ପତ୍ନୀ ?

-ହଁ, କ'ଣ ହେଇଛି କି?

- ଅତନୁଙ୍କ ଆକ୍ସିଡେଣ୍ଟ ହେଇଯାଇଛି । କେଶ ସିରିୟସ ଥିବାରୁ ତାଙ୍କୁ ହସ୍ପିଟାଲ ପଠେଇଦେଇଛୁ । ଆପଣ ମୋ ସହ କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କ ସହ ଶୀଘ୍ର ଆସନ୍ତୁ ।

ପୋଲିସ ଇନିସ୍ପେକ୍ଟରଙ୍କ କଥା ଶୁଣି ନମିତାଙ୍କ ମୁଣ୍ଡ ଘାବରେଇ ଗଲା । ବାଥରୁମରେ ଅତନୁ ଫ୍ରେସ ହେଉଛନ୍ତି, ଅଥଚ ପୋଲିସ କହୁଛି ତାଙ୍କୁ ହସ୍ପିଟାଲ ପଠେଇଛନ୍ତି । ଏ ପୋଲିସ ଗୁଡାକ କେବଳ ସାଧାରଣ ଲୋକଙ୍କୁ ଟେନସନ ଦିଅନ୍ତି, ଆଉ କିଛି କରିପାରନ୍ତିନି ।

ନମିତା ବିରକ୍ତ ହୋଇ କହିଲା-ଅତନୁ ଏଇ ତିନି ଚାରି ମିନିଟ ତଳେ ଓଦା ହୋଇ ଘରକୁ ଆସିଲେ ଓ ଏବେ ବାଥ ରୁମ୍ ରେ ଅଛନ୍ତି । ଅଥଚ ଆପଣ କହୁଛନ୍ତି ତାଙ୍କର ଆକ୍ସିଡେଣ୍ଟ ହେଇଛି ଓ ହସ୍ପିଟାଲ ରେ ଅଛନ୍ତି । ଆପଣ ଆଉ କେଉଁ ଅତନୁ ମିଶ୍ର କଥା କହୁନାହାନ୍ତି ତ?

ଇନ୍ସପେକ୍ଟର ଆହୁରି ଗମ୍ବିର ହୋଇ କହିଲେ, ନା ମ୍ୟାଡ଼ମ, ଫିଲ୍ମ ଡିରେକ୍ଟର ଅତନୁ ମିଶ୍ରଙ୍କୁ ମୁଁ ଭଲ ଭାବେ ଜାଣେ । ଏଇ ଦେଖନ୍ତୁ ତାଙ୍କ ଆକ୍ସିଡେଣ୍ଟର ଫଟୋ । ଇନ୍ସପେକ୍ଟର ନିଜ ମୋବାଇଲରେ ରକ୍ତ ଜୁଡୁବୁଡୁ ଅତନୁଙ୍କ ଫୋଟୋ ଦେଖାଇଲେ ।


ହଁ, ଇଏ ତ ଅତନୁଙ୍କ ଫୋଟୋ । କିନ୍ତୁ ଏହା କେମିତି ସମ୍ଭବ । ନମିତାଙ୍କ ମୁଣ୍ଡ ଆହୁରି ଗୋଳମଳିଆ ହେବାକୁ ଲାଗିଲା । ଅତନୁ, ଅତନୁ ଡାକି ଡାକି ବାଥରୁମ ଆଡକୁ ଚାଲିଲେ । ଇଏ କଣ? । ବାଥରୁମ ତ ବାହାରପଟୁ ବନ୍ଦ । ଭିତରେ କେହି ନାହାନ୍ତି । ସବୁ ଘର ଖୋଜିଗଲା ନମିତା । କେଉଁଠି ନାହାନ୍ତି ଅତନୁ । ବିଶ୍ୱାସ ହେଉନଥିଲା ନମିତାଙ୍କର । ନିଜ ଆଖିରେ ସେ ଦେଖିଛନ୍ତି ଅତନୁଙ୍କୁ । ଓଦା ସରସର ହୋଇ ବାଥରୁମକୁ ଗଲେ ।ଏକ ସମୟରେ ଦୁଇଟା ଜାଗାରେ ଗୋଟେ ମଣିଷ ରହିବା କେମିତି ସମ୍ଭବ । ସେ ଆଉ ସ୍ୱପ୍ନ ଦେଖୁନାହାନ୍ତି ତ ?

ପୁଣି ପାପ ଛୁଇଁଲା ନମିତାଙ୍କୁ । ଆଉ ଅତନୁଙ୍କର କିଛି ହୋଇଯାଇନି ତ ! ତାଙ୍କ ଆତ୍ମା । ନା ନା, ସେମିତି ହୋଇପାରେନା । ବିବାହକୁ ଦୁଇ ମାସ ନ ପୁରୁଣୁ ଭଗବାନ ଏତେ ବଡ଼ ଦଣ୍ଡ କେମିତି ଦେଇପାରିବେ ? ମୁଣ୍ଡ ଘୁରାଇବାକୁ ଲାଗିଲା ତାଙ୍କର । ସବୁ ଯେମିତି ତାଙ୍କ ଚାରିପଟେ ଘୁରିବାକୁ ଲାଗୁଥିଲା । ଆଖିକୁ ସବୁ ଅସ୍ପଷ୍ଟ ଦେଖାଯିବାକୁ ଲାଗିଲା । ସଂଜ୍ଞାହୀନ ହୋଇ ପଡିଗଲେ ସୋଫା ଉପରେ ।


ଦୌଡ଼ି ଆସିଲେ ପୋଲିସ ଇନ୍ସପେକ୍ଟର । ଡାକ ପକାଇଲେ ଅତନୁ ବାବୁଙ୍କୁ । ଉଭୟଙ୍କ ଚେଷ୍ଟାରେ ସଂଜ୍ଞା ଫେରିଆସିଲା ନମିତାଙ୍କର ।


ଅତନୁଙ୍କ ଆଗାମୀ ଥ୍ରୀଲର ସିନେମା "କାଳରାତ୍ରି " ପାଇଁ ଏହି ଘଟଣା ଟିକୁ ସିନେମା ଆରମ୍ଭରୁ ରଖିଲେ କିପରି ହେବ, ତାହା ଦେଖିବା ପାଇଁ ଅତନୁ ଓ ପୋଲିସ ବେଶରେ ଥିବା ପ୍ରଯୋଜକ ଅରବିନ୍ଦ ବାବୁ ନମିତାଙ୍କ ଦ୍ୱାରା ଏହା ପରୀକ୍ଷା କରିଥିଲେ ଓ ସେଥିରେ ସଫଳ ବି ହୋଇଥିଲେ । ହୋସ ଆସିବା ପରେ ନମିତାଙ୍କୁ ଯେତେବେଳେ ଏସବୁ କୁହାଗଲା ସେତେବେଳେ ସେ ଗୋଟିଏ ପ୍ରଶ୍ନ କରିଥିଲେ ଯେ ଅତନୁ ଓଦା ସରସର ହୋଇ ଘରକୁ ଆସି କେମିତି ଅନ୍ତର୍ଧ୍ୟାନ ହୋଇଗଲେ । ହସିହସି ଅତନୁ କହିଥିଲେ, ମୁଁ ବାଥରୁମକୁ ପଶିଥିଲି ସତ, ହେଲେ ତୁମେ ରୋଷେଇ ଘରକୁ ଯିବା ପରେ ମୁଁ ବାଲକୋନି ବାଟେ ପୁଣି ବାହାରକୁ ଚାଲିଗଲି ।


ଦୀର୍ଘଶ୍ଵାସଟିଏ ମାରିଲେ ନମିତା । ହାତଯୋଡି ଉଭୟ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ କହିଲେ- ଦୟାକରି ତୁମ ସିନେମାକୁ ମୋ ଘର ଭିତରକୁ ଆଣନି ।


Rate this content
Log in

Similar oriya story from Thriller