STORYMIRROR

Prakas Tripathy

Others

4  

Prakas Tripathy

Others

ପରିବର୍ତ୍ତନ

ପରିବର୍ତ୍ତନ

2 mins
646


@ପ୍ରକାଶ ତ୍ରିପାଠୀ

      ଅପରାହ୍ନ ରେ ଗାଁ ମୁଣ୍ଡ ଖେଳପଡିଆ ରେ ନିର୍ବାଚନି ସଭା ହେବ ବୋଲି ସପନିଭାଇ ଠୁ ଶୁଣିଥିଲା ରାଧୁଆ। ଯେମିତିହେଲେ ସଭାକୁ ଯିବା ବୋଲି ସେ କହିଦେଇଯାଇଛି। ଖରାବେଳେ ଖାଇସାରି ରାଧୁଆ ଦାଣ୍ଡ ଘରେ ଗଡପଡ଼ ହେଉଥିଲା ତ ସପନିଭାଇ ଡାକ ଛାଡିଲା। ତରବର ହୋଇ ଅଳଗୁଣ୍ଡି ରୁ ଧୋତି ଓ ଗଂଜି ଟା ପିନ୍ଧିପକାଇ ଦାଣ୍ଡ କୁ ବାହାରିପଡ଼ିଲା ରାଧୁଆ। ସଭାସ୍ଥଳୀ ରେ ପହଁଚିଲା ବେଳକୁ ପଡିଆ ସାରା ଲୋକ। ତା ପଂଚାୟତ ର ଆଠଖଣ୍ଡି ଗାଁ ର ପ୍ରାୟ ସବୁ ଲୋକ ସେଦିନ ସଭାକୁ ଭାଷଣ ଶୁଣିବାକୁ ଆସିଥିଲେ।

    ଠିକ୍ ସମୟ ରେ ସଭା ଆରମ୍ଭ ହେଲା। ଜଣଙ୍କ ପରେ ଜଣେ ନେତା ଭାଷଣ ଦେଇଚାଲିଲେ। ଶେଷରେ ବିଧାୟକ ପ୍ରାର୍ଥୀ ଙ୍କ ପାଳି ପଡିଲା। ସେ କହୁଥିଲେ, ଢେର ହୋଇଗଲା, ଆଉ ନୁହେଁ, ବର୍ତମାନ ପରିବର୍ତ୍ତନ ଆବଶ୍ୟକ।ସେ ଦଳ କୁ ଦଶବର୍ଷ ଦେଇଥିଲ,ସେମାନେ କିଛି କଲେନି। ରାଜ୍ୟ କୁ ଖୋଳ କରିଦେଇଛନ୍ତି।ରାଜ୍ୟ ରେ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବଢିଚାଲିଛି। ଗରିବ ଅଧିକ ଗରିବ ଓ ଧନୀ ଅଧିକ ଧନୀ ହୋଇଛି।ସମାଜ ରେ ଅସ୍ଥିରତା ଓ ବିଶୃଙ୍ଖଳା ବଢି ବଡି ଚାଲିଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ।ବର୍ତ୍ତମାନ ସେମାନଙ୍କୁ ପ୍ରତ୍ୟାଖାନ କରି ଆମକୁଭୋଟ ଦିଅନ୍ତୁ।ରାଜ୍ୟରେ ସରକାର ପରିବର୍ତନ କରନ୍ତୁ ଓ ବିକାଶ ପଥରେ ରାଜ୍ୟକୁ ଆଗେଇନେବାକୁ ସହଯୋଗ କରନ୍ତୁ।ଆମେ ହାତୀ ଦେବୁ, ଘୋଡା ଦେବୁ, ରାମରାଜ୍ୟ କରିଦେବୁ ଇତ୍ୟାଦି ଇତ୍ୟାଦି ଭାଷଣ ବାଜି ରେ ସଭାସ୍ଥଳ ଦୁଲୁକିଲା।

    ସଭା ସରିଲା।ସପନିଭାଇ ସହ ରାଧୁଆ ଗାଁ କୁ ଫେରିଲା।ରାଧୁଆ ମୁଣ୍ଡରେ କିଛି ପଶିନଥିଲା, ଖାଲି ପରିବର୍ତନ କଥାଟି ଯାହା ତାର ମନେରହିଥିଲା।ତା ଛୋଟ ମୁଣ୍ଡରେ ସେ ଏତିକି ବୁଝିଥିଲା ଯେ ଗତ ଦଶବର୍ଷ ହେଲା ଯେଉଁ ନେତା ବିଧାୟକ ଥିଲେ , ତାଙ୍କୁ ଏଥର ଟିକେଟ ନ ମିଳିବାରୁ ସେ ନିଜ ଦଳ ରୁ ଇସ୍ତଫା ଦେଇ ଅନ୍ୟଦଳ ରୁ ଟିକେଟ ପାଇ ନିର୍ବାଚନ ରେ ଠିଆ ହୋଇଛନ୍ତି । ସେଇ ନେତା ଏବେ ପରିବର୍ତନ ପାଇଁ ଭୋଟର ଙ୍କୁ ନିବେଦନ କରୁଛନ୍ତି। ତେବେ ସେ ବୁଝିପାରିନଥିଲା ଯେ କି ପରିବର୍ତ୍ତନ ଦରକାର। ନେତା ନା ଦଳ ?

         #############


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍