Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

2  

Prasanta kumar Hota

Inspirational

ବନ୍ଧୁ ବନ୍ଧୁତାର

ବନ୍ଧୁ ବନ୍ଧୁତାର

8 mins
1.8K


🌹

ସାନ ବଜାର ଗଳିରେ ବୁଲୁବୁଲୁ ସେଦିନ ହଠାତ୍‍ ଚିତ୍ରା ସହ ଦେଖା ହୋଇଗଲା । ଦ୍ଵିପ୍ରହର ଖରାଟାରେ ବ୍ୟାଗଟାଏ ଧରି ଫଳ କିଣୁଥିଲା । ଛିଟ ଛିଟ ଶାଢି ଖଣ୍ଡେ ପିନ୍ଧିଛି । ସପୂର୍ଣ୍ଣ ଅଲଗା ଚିତ୍ରା ପରି ଲାଗୁଥିଲା । ହସଟି ନଥିଲେ ତାକୁ ବୋଧେ ଚିହ୍ନି ବି ହେଇ ନଥାନ୍ତା । ତା ପାଖକୁ ଆସିବା ପାଇଁ ବହୁତ ଇଛା ହେଲା। ଭାରି ଖୁସି ଲାଗୁଥିଲା ତାକୁ ଦେଖି । ସେ ଥିଲା ମୋର ପ୍ରଥମ ପ୍ରେମର ଅଭୁଲା ସ୍ମୃତି। ଆଉ ନିଜକୁ ଅଟକାଇ ପାରିଲି ନାହିଁ। ତା ପାଖକୁ ଚାଲି ଆସି ଠିଆ ହେଲି। ଇଛା ଥିଲା କାଳେ ମୋତେ ଦେଖି ସେ ପ୍ରଥମେ ସମ୍ବୋଧନ କରିବ। କିନ୍ତୁ ହେଲା ନାହିଁ। ମୋତେ ହିଁ ଡାକିବାକୁ ପଡିଲା ପ୍ରଥମେ। ଚିତ୍ରା ବୋଲି ସମ୍ବୋଧନ କରିଲା ବେଳକୁ ଦେହ ଭିତରଟା କେମିତି ଏକ ଅଜଣା ଶିହରଣରେ ଖେଳିଗଲା। ନିଜକୁ ଦୃଢ କରି ପ୍ରତ୍ୟୁତ୍ତରକୁ ଅପେକ୍ଷା କଲି।

ପିଲାବେଳର ସାଙ୍ଗ ଥିଲୁ ଆମେ । ବୟସ ବଢିବା ପରେ ପ୍ରେମ ସମ୍ପର୍କ ବି ବଢି ଉଠିଥିଲା। କିନ୍ତୁ ଦୈବକୁ ସମ୍ପର୍କ ସହାୟ ହେଲା ନାହିଁ। ବଡ ଲୋକ ଘର ଝିଅ। ଘରେ ଉଚ୍ଚ ଅଭିଳାଷ ରହିବା ସ୍ୱାଭାବିକ। ମୋର ବଢିଲା ସମ୍ପର୍କ ଦେଖି ମୋ ବାପାଙ୍କ ବଦଳି ଦୂରାନ୍ତ କୋରାପୁଟକୁ ଲାଗିପଡି କରିଦେଲେ। କ୍ଷମତା ଥିଲେ ମଣିଷ କିଛି ବି କରିବାର ଦୁଃସାହସ ନେଇପାରେ। ଆମର କିଛି ଚାରା ନଥିଲା। ଆସ୍ତେ ଆସ୍ତେ ଦୂରେଇ ଗଲୁ। କିଛି ଦିନ ଦୂରାଭାଷରେ ଅବଶ୍ୟ ସମ୍ପର୍କ ରହିଲା କିନ୍ତୁ ହଠାତ୍ ଦିନେ ଶୁଣିଲି ତାର ବାହାଘର ହେଇଗଲା। ମନଟା କିଛି ଦିନ ପାଇଁ ଭଲ ଲାଗିଲା ନାହିଁ। ଭାବିଲି ପ୍ରେମର ସିନା ମିଳନ ଆଶାର ବିଛେଦ ପାଇଁ ଅନ୍ତ ହେଇଗଲା, ନିବିଡତାର ସ୍ପର୍ଶ କଣ ବନ୍ଧୁତ୍ଵକୁ ସ୍ଵୀକାର କରି ପାରିବ ନାହିଁ। କିନ୍ତୁ ଯିଏ ଦୂରରେ ଥାଏ ଏତେଦିନ ପରେ ପୁଣି ବାହାଘର ପରେ ସମ୍ପର୍କ ରଖିବାଟା ଅନୁଚିତ୍ ମନେକରି ମୁଁ ବି ଧିରେ ଧିରେ ଭୁଲିବାକୁ ଚେଷ୍ଟା କଲି। ନିବିଡତାର ସମ୍ପର୍କ ଯେତେ ଭୁଲିଲେ କଣ ଭୁଲି ହୁଏ। ହୃଦୟର କୌଣସି ଏକ କୋଣରେ ସେ ତାର ଆଶ୍ରୟ ନେଇଥାଏ।

ଏତେଦିନ ପରେ ଦେଖିଲି ତାକୁ । ତା ମୁହଁରେ ପୂର୍ବ ରୂପର କିଛି ଅସାମଞ୍ଜସ୍ୟ ଦେଖା ଯାଉଥାଏ। ମୁହଁରେ ଆଉ ସେ ହରସ ନଥିଲା । ବାଧ୍ୟ ହୋଇ ପଚାରିଲି। କହିଲା ବାହାଘର ପରେ ସ୍ଵାମୀ ଦୁର୍ଘଟଣାରେ ମରିଗଲେ। ତାପରେ ଶାଶୁଘର ଲୋକ ଭଲ ବ୍ୟବହାର ନକରିବାରୁ ଘରକୁ ପଳାଇ ଆସିଲି। ଏଠି ମଧ୍ୟ ଏକା ଅବସ୍ଥା ମୁଁ ଆସିଲା ପରେ ମୋ ମା ଚାଲିଗଲେ । ଭାଉଜ କହିଲେ ମୁଁ କୁଆଡେ ଗୋଟେ ଅଶୁଭ ସଙ୍କେତ ତେଣୁ ରହିଲେ ତାଙ୍କର ବି ଅମଙ୍ଗଳ ହେବ। ଏତିକି କହି ସେମାନେ ଚାଲିଗଲେ। ବାପାଙ୍କର ଆଉଗୋଟିଏ ଘରୁ ଭଡାଟିଆଙ୍କୁ କାଢି ସେମାନେ ରହୁଛନ୍ତି। ଯାହା ଭଡା ବାପାଙ୍କ ହାତକୁ ଆସୁଥିଲା ବନ୍ଦ୍ ହେଇଗଲା।

ଆଉ ଶୁଣି ହେଲା ନାହିଁ କହିଲି ଥାଉ।

ପିଲାଦିନୁ ତାକୁ ଜାଣିଛି ମୁଁ, ଏକ୍‍ଦମ୍‍ ବିନ୍ଦାସ ଝିଅ ସେ । ସତ କହିବାକୁ କେବେ ପଛାଏନି । କାହାକୁ ଖାତିର ନଥାଏ । ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରୁଥିଲା ସେ । ଆଜି କିନ୍ତୁ ମୁଁ ଯାହାକୁ ଦେଖୁଚି ସେ ସମ୍ପୂର୍ଣ୍ଣ ଆଉ କିଏ । ବାପାଙ୍କ ବଦଳି ପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ଚାଲିଗଲି । ତାପରଠାରୁ ଆଉ ଦେଖା ହୋଇନାହିଁ। ଏମିତି କଥା ହେଉହେଉ ସେ କହିଲା ଏଇଠି ତା ଘର ।

ସେ ନ ଡାକିଲା ପରି ଘରକୁ ଡ଼ାକିଲା କିନ୍ତୁ ମୁଁ ସତସତିକା ଚାଲିଗଲି । ଚିତ୍ରା କିଛି ଦ୍ୱନ୍ଦ୍ୱରେ ମତେ ସାଙ୍ଗରେ ନେଇ ଗଲା। ବୈଠକଘରେ ବସେଇଦେଇ ଝଟ କରି ପାଣି ଗିଲାସେ ଧରେଇଦେଲା ଯାହା । ଥରେ ଭିତରକୁ ଗଲା ଯେ ଆଉ ଆସିଲାନି । ମତେ ଭାରି ରାଗ ମାଡିଲା, ଇଏ କ’ଣ ଭଦ୍ରାମି ଚିତ୍ରାର ? ଚିତ୍ରାତ ଏମିତି ନଥିଲା। କାହିକି ଡାକୁଥିଲା ତା’ହେଲେ ? କିଛି ସମୟ ପରେ ଚିତ୍ରାର ବାପା ଆସିଲେ । ତାଙ୍କୁ ମୁଁ ପ୍ରଣାମ କଲି; ସେ କିନ୍ତୁ କିଛି ନକହି ଏକ ପ୍ରକାର ହସ ହସି ବସିଗଲେ, ମତେ ଅସହଜ ହେଉଥିଲା; ତଥାପି ମୁଁ ଚୁପ‍ଚାପ ବସି ରହିଲି । ତା’ର କିଛି ସମୟ ପରେ ଚିତ୍ରା ଆସିଲା। କିନ୍ତୁ ସେ ଏପଟକୁ ନଆସି ପରଦା ପାଖରେ ଠିଆହୋଇ ରହିଲା।ଚିତ୍ରାର ବାପା କିନ୍ତୁ ମୋତେ ଜାଣିଲା ପରେ ହାତ ମିଶାଇବାକୁ ହାତ ବଢାଇଲେ । ସେ ହାତ ମିଶାଉ ମିଶାଉ କହିଲେ, “ଓ... ତମେ ତା’ହେଲେ ଚିତ୍ରାର ସେଇ ପୁରୁଣା ବନ୍ଧୁ !” କହିବାର ଢଙ୍ଗରେ ପଶ୍ଚାତାପ ବାରି ହେଇ ପଡୁଥିଲା ।

ମୁଁ ହସିଦେଲି ଟିକେ। କହିଲି ଯାହା ହେବାର କଥା ହେଇ ସାରିଛି। ଆମେ କେବଳ ନିଜ ଜୀବନ କୁ କର୍ତ୍ତବ୍ୟ ଆଢୁଆଳରେ ସଜାଡିବା କଥା। ମତେ ଆଉ ଜାଣିବାକୁ ବାକି ରହିଲାନି ଚିତ୍ରାଙ୍କ ଘରର ଅବସ୍ଥା । କିଛି ସମୟ ପରେ ସେଠୁ ଚାଲିଯିବାଟା ହିଁ ଶ୍ରେୟ ମନେକଲି। ଉଠିକି ଯିବାକୁ ବାହାରିଲି ତ ଚିତ୍ରା ସେଇ ପର୍ଦା ପଛରୁ ମୁହଁଟା କାଢି କହିଲା, “ରହିଲନି ଆଜି ଖାଇକି ଯାଇଥାନ୍ତ !” ତା କଥା ଶୁଣି ହସ ଲାଗିଲା । ପିଲାବେଳ କଥା ମନେପଡିଗଲା । ସବୁବେଳେ ଚିତ୍ରାର ମା’ କେବେ ନଖୁଆଇ ଛାଡନ୍ତିନି । ଚିତ୍ରାର ମୁହଁକୁ ଚାହିଁଲି, ସେ ଯେମିତି କହୁଚି, “ଜଲଦି ଯାଆ ଏଠୁ ।“ ମୁଁ ସେଠୁ ଜଲଦି ଯିବାକୁ ଲାଗିଲି । ବାହାରକୁ ଯାଇ ହଠାତ ମୋ ଫୋନଟା ଆଣିବାକୁ ପୁଣି ଭିତରକୁ ଗଲି ତ ସେଠିକାର ମାହୋଲ ହିଁ ଅଲଗା ଥିଲା । ଚିତ୍ରାର ବାପା ବହୁତ ଜୋରେ କହୁଥିଲେ “ଆରେ ସାହି ପଡିଶା ଲୋକ କ’ଣ କହିବେ ଜାଣିଛୁ ? ଏ ବନ୍ଧୁ କୋଉଠୁ ପାଇଲା ?” ଚିତ୍ରା ଏବେ ବି ସ୍ଥାଣୁ ଅବସ୍ଥାରେ ଠିଆ ହୋଇଥିଲା । ମୁଁ ହଠାତ ଆସିବାର ଦେଖି ସଭିଏଁ ଚାହିଁ ରହିଲେ । ଚିତ୍ରାର ବାପା କହିଲେ, “ଆଜି ବୋଧେ ଯିବାକୁ ଇଚ୍ଛା ହେଉନି ଆପଣଙ୍କୁ !” ମୁଁ ଚିତ୍ରା ଆଡକୁ ଚାହିଁ ମୋ ଫୋନଟି ଉଠେଇ ସେଠୁ ବାହାରିଆସିଲି ।

ସତରେ ମତେ ବଡ ଗ୍ଳାନି ବୋଧ ହେଉଥିଲା । ସେଠୁ ଆସିଲାବେଳେ ମୁଁ ଠିକ ଲକ୍ଷ୍ୟ କରିଥିଲି ଚିତ୍ରାର ଆଖିରେ ଜକେଇଆସିଥିବା ଲୁହକୁ ଆଉ ପରଦା ପଛରେ ଲୁଚେଇ ରଖିଥିବା ହାତଟିକୁ ବି । ଭାବୁଥିଲି ଇଏ କ’ଣ ସେଇ ଚିତ୍ରା, ଯିଏ ମୋ କାନ୍ଧରେ ହାତ ରଖି “ରେ ସାଙ୍ଗ” ବୋଲି କହୁଥିଲା ? ଆଜି ପ୍ରଥମ ଥର ତା ଆଖିରେ ଏକ ଭିନ୍ନ ଦୃଷ୍ଟି ଦେଖିଲି । ଆଜି ମୋ ପାଇଁ ବିଚାରୀ ଚିତ୍ରାକୁ କେତେ କ’ଣ ସହିବାକୁ ପଡିଲା, ଆହୁରି ପଡିବ ମଧ୍ୟ । ଚିତ୍ରା ବାପାଙ୍କ କଥାଗୁଡାକ କାନ ପାଖରେ ଶୁଭିଯାଉଥିଲା, “କି ଯୁଗ ହେଲାଣି.. ଆଜିକାଲି ପୁରୁଷ ବନ୍ଧୁ ଘରକୁ ଆସିଲେଣି ! ସାହିରେ ଆଉ ମୁହଁ ଦେଖେଇ ରହିହେବନି ।“

ଆଜି ମୋର ବୋଧେ ଏଠିକି ଆସିବାର ନଥିଲା । ଚିତ୍ରାର ଡାକିବା ପଛର “ନା”ଟିକୁ ମୁଁ ଯାହା ବୁଝି ପାରିନଥିଲି। ବନ୍ଧୁ ଭାବି ଆସିଗଲି। ଆଶ୍ଚର୍ଯ୍ୟ! ଆଜି ବି ଆମେ ସେଇ ସମାଜରେ ବଞ୍ଚୁ, ଯେଉଁଠି ଦୁନିଆ ଚନ୍ଦ୍ରରେ ଘର କରିବା ସ୍ୱପ୍ନ ଦେଖୁଚି; କିନ୍ତୁ ସମାଜର ବଡ ବଡ ଠିକାଦାରମାନେ ଆଜି ବି ଝିଅଟିର ବନ୍ଧୁଙ୍କୁ “କି ବନ୍ଧୁ” ବୋଲି ଏକ ଘୃଣିତ ନଜରରେ ଦେଖନ୍ତି ଆଉ ଝିଅଟି ଯଦି ବୋହୁ ହୋଇଥାଏ, ତେବେ ତ କଥା ସରିଲା !

ମନୁଷ୍ୟ ଭଗବାନଙ୍କର ସବୁଠୁ ଶ୍ରେଷ୍ଠ ଆବିଷ୍କାର । କିନ୍ତୁ ମନୁଷ୍ୟର ସଙ୍କୁଚିତ ମାନସିକତା ତାକୁ ସବୁଠୁ ଛୋଟ କରିଦେଇଚି ।

ବହୁତ ଚେଷ୍ଟା କରି ଜାଣିଲି ଚିତ୍ରା କେଉଁଠି କାମ କରୁଛି । ମାତ୍ର ସାତ ଆଠହଜାର ଟଙ୍କା ଦରମାରେ ଗୋଟେ କନଷ୍ଟ୍ରକସନ କମ୍ପାନୀ ରେ କାମ କରୁଛି । ବାପାଙ୍କର ପେନସନ୍ ଯାହା କିଛି । ଯେତିକି ଥାଟ ବାଟ ରେ ଜୀବନ ବିତିଛି ସେତିକି ରେ ତ ସବୁ ସରି ଯାଉଥିବ। କେମିତି ଚଳୁଥିବେ! ସମୟ ସତେ କେତେ ନିଷ୍ଠୁର କାହାକୁ କେତେବେଳେ କଣ କରିବ କେହିବି କହି ପାରିବେ ନାହିଁ।

କିଛି ଗୋଟେ କରିବ ବୋଲି ମନେ ମନେ ଭାବିଲା। ଯାହା ହେଲେବି ପିଲା ଦିନର ବନ୍ଧୁ । ଘରକୁ ଆସି ବାପା ମାଙ୍କୁ ସବୁ କଥା କହିଲା। ସମସ୍ତେ ଶୁଣି ଦୁଃଖ ପ୍ରକାଶ କଲେ। କହିଲେ ଭଗବାନ ଗର୍ବର ଫଳ ଦେଲେ। କିନ୍ତୁ ମୁଁ ବୁଝି ପାରିଲି ନାହିଁ ବିଚରା ଚିତ୍ରା କଣ ଗର୍ବ କଲା। ଭାଗ୍ୟ ଯେତେବେଳେ ବିପରୀତ ହୁଏ ଦୁଃଖକୁ କିଏ ଅଟକାଇ ପାରିବ। ପୁଣି ଥରେ ଚିତ୍ରା ସାଙ୍ଗରେ ଦେଖା ହେବାରୁ ପଚାରିଲା କୋଉଠି କାମ କରୁଛ। କହିଲା ଆଗରୁ ରିସେପସନିଷ୍ଟ ଥିଲି ।କାଲିଠାରୁ ହଠାତ୍ ପ୍ରମୋଶନ ଦେଇ ଆକାଉଣ୍ଟ ହେଡ୍ କରି ଦେଇଛନ୍ତି। କୋଡିଏ ହଜାର ଦରମା ହେଲା ବୋଲି ବି କହିଛନ୍ତି। ହଠାତ୍ କେମିତି ଏସବୁ ଆଜି ହେଇଗଲା। ନିଜେ ଏମ୍ ଡି କହିବାକୁ ଆସିଥିଲେ।

ଯାହା ହେଉ ମୋ ଅନୁରୋଧ ରଖିଛନ୍ତି ବୋଲି ଜାଣି ଖୁସି ହେଲି। ମଝିରେ ମଝିରେ ମୁଁ ତାଙ୍କ ଘରକୁ ଯାଉଥାଏ। ଡକ୍ଟର ସୁବିଧା ଠୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ରେ ବି ତାଙ୍କ ଅଜାଣତରେ ସାହାଯ୍ୟ କଲି। ଘରେ ମୋ ଉପରେ ବିରକ୍ତ ହେଉଥାନ୍ତି। ଅତ୍ୟଧିକ କହିଲେ ମୁଁ କହେ ଆଉ ତାହେଲେ ବନ୍ଧୁତା କାହିଁକି ବାନ୍ଧିବା। ତାପରେ ମୁଁ ତ କିଛି ଖରାପ କାମ କରୁନି। ଘରେ ଚୁପ ହୋଇଯାନ୍ତି ସତ କିନ୍ତୁ ଅଜଣା ଆଶଙ୍କାରେ ପଡିଲା ପରି ଲାଗନ୍ତି।

ଦିନେ ଖବର ପାଇଲି ଚିତ୍ରାର ବାପା ମରିଗଲେ। ସଙ୍ଗେ ସଙ୍ଗେ ଘରକୁ ଯାଇ ସମବେଦନା ଜଣାଇ ଆସିଲି। ଏକାଦଶାହ ପର୍ଯ୍ୟନ୍ତ ପରୋକ୍ଷ ଭାବରେ ସାହାଯ୍ୟ ମଧ୍ୟ ଦେଲି। ସବୁ ସୁରୁଖୁରୁରେ ସରିଗଲା।

ଚିତ୍ରା ଦିନେ ମୋ ଅଫିସକୁ ହଠାତ୍ ପଶି ଆସିଲା। ଆଖିରେ କିନ୍ତୁ ଆଜି ଭରପୁର ଚମକ ଥିଲା। ଆଗଭଳି ନିଷ୍କ୍ରିୟ ନଥିଲା। ମୁଁ ସାଙ୍ଗେ ସାଙ୍ଗେ ଅନ୍ୟ ମାନଙ୍କୁ ବାହାରି ଯିବା ପାଇଁ କହିଲି। ବହୁତ ଦିନର ଅକୁହା ଗପ ଆଜି ମନ ଭରି ଗପିଲୁ। ଅଦ୍ଭୁତ ଶାନ୍ତି ମିଳୁଥାଏ। ଚିତ୍ରାର ଉପସ୍ଥିତିରେ ଏ ପରିବର୍ତ୍ତନ ନା ଆଉ କଣ ବୁଝିବା ପୂର୍ବରୁ ସେ ପ୍ରଶ୍ନ କଲା -ତମେ ଏପର୍ଯ୍ୟନ୍ତ ବାହା କାହିଁକି ହେଉନାହଁ। ଏମିତି ଏକ ପ୍ରଶ୍ନ କେବେନା କେବେ ମୁଁ ଆଶା କରୁଥିଲି। ତେଣୁ ବ୍ୟସ୍ତ ହେଲି ନାହିଁ। କହିଲି ଏତେ ଜରୁରୀ ବୋଲି ଭାବିନି। ଏମିତି ଭଲରେ ଅଛି। ଚିତ୍ରା କିନ୍ତୁ ଉତ୍ତରରେ ସନ୍ତୁଷ୍ଟ ନଥିଲା। ଗମ୍ଭୀର ଜଣା ପଡୁଥିଲା। ମୁଁ କିଛି ପଚାରିବାରୁ କହିଲା - ତମ ମିଛ ଧରା ପଡି ଯାଉଛି।

ଯେତେ ଲୁଚାଇବାକୁ ଚେଷ୍ଟା କଲି ହେଲା ନାହିଁ। କହିଲା ମୁଁ ତମ ବାପା ମାଆ ଙ୍କୁ ଭେଟି ପାରିବି। ହଁ ଆସ ବୋଲି କହିଲି। ସତକୁ ସତ ତା ପର ଦିନ ଆସି ପହଞ୍ଚି ଗଲା। ଅତି ନିଜର ପରି ସମସ୍ତ ଙ୍କ ସହିତ କଥା ହେଲା। ସବୁ ପୁରୁଣା କଥାବି ମନେ ପକାଇ ମନକୁ ତାଜା କରିଦେଲା। କିଛି ସମୟ ଭିତରେ ମୋ ବାପା ମାଆ ତା ଉପରେ ବହୁତ ଖୁସି ହେଇଗଲେ ଓ କଥା ଛଳରେ ଜଣାଇ ଦେଲେ ଯେ ମୋର ଗୋଟେ କିଡନି ଖରାପ ପାଇଁ ମୁଁ ବାହା ହେବାକୁ ରାଜି ହେଉନି । କିଡନି ମିଳିଯିବ ଆପଣ ଝିଅ ଖୋଜନ୍ତୁ ବୋଲି ଚିତ୍ରା ଏତେ ସ୍ପଷ୍ଟରେ କହିଲା ଯେ ମନ ଭିତରେ ମୋ ବାପା ମାଆଙ୍କର ଯାହା ବି ଅଳିଆ ଥିଲା ସବୁ ଯେମିତି ସାଙ୍ଗେ ସାଙ୍ଗେ ସଫା ହେଇଗଲା। ସେମାନେ ଚିତ୍ରାକୁ ଯାହା ଭାବୁଥିଲେ ତାହା ନୁହେଁ ବୋଲି ଏବେ ଜାଣିଗଲେ। ମୁଁ ହତବାକ ହେଇ ଏହି ଦୃଶ୍ୟ ଦେଖୁଥିଲି। ଅତ୍ୟନ୍ତ ଶଙ୍କାରେ ପଚାରିଲି -କିଡନି କିଏ ଦେବ?

ବାପାଙ୍କୁ ଅନାଇ ଚିତ୍ରା କହିଲା କିଡନି କିଏ ବି ଦେଉ। ସେ ଦାୟିତ୍ୱ ମୋର। ମୁଁ ଡାକ୍ତର ଠାରୁ ଆରମ୍ଭ କରି ଅପରେସନ୍ ପର୍ଯ୍ୟନ୍ତ ସବୁ ବୁଝିବି। ଖର୍ଚ୍ଚ ତ ଆପଣ କରିବେ।

କିନ୍ତୁ କିଡନି କିଏ ଦେବ - ମୁଁ ଆଉ ଥରେ ଗୁରୁତ୍ବର ସହ ପଚାରିଲି। ମୋ ଆଡ଼କୁ ଅନାଇ ଚିତ୍ରା କହିଲା - ତମେ ମୋର ଚାକିରିଠୁ ଆରମ୍ଭ କରି ଘରର ସମସ୍ତ ସୁବିଧା ମୋର ଅଜାଣତରେ କରିଛ। ମୁଁ ସବୁ ଜାଣି ପାରିଛି। ବନ୍ଧୁ ହିସାବରେ ଯାହା କରିଛ ମୁଁ କୃତଜ୍ଞ। ବର୍ତ୍ତମାନ ମୋ ପାଳି ଆସିଛି। ତେଣୁ ଏତେ ପ୍ରଶ୍ନ ଆଉ କରନି। ସୁନା ପିଲାଟି ପରି ମୋତେ କିଛି ସେବା କରିବାର ସୁଯୋଗ ଦିଅ। ମୁଁ ଚିତ୍ରାକୁ ଦେଖୁଥିଲି। ତାର ଏ କହିବାର ଭଙ୍ଗୀ ରେ ଦିନେ ମୁଁ ମନ୍ତ୍ରମୁଗ୍ଧ ହେଇଯାଉଥିଲି। ଆଜି ବି ସେହି ଆକର୍ଷଣର ଝଲକ ରହିଛି। ନାରୀ ପ୍ରେମର ମାୟାରେ ସେତିକି ମୋହିନୀ ନଥିଲେ କଣ ଜଗତ ଏତେ ଚଳ ଚଞ୍ଚଳ ହେଇ ପାରନ୍ତା। ଆଉ କିଛି ସମୟ ତା କଥା ଶୁଣିବାକୁ ଇଚ୍ଛା ହେଉଥିଲା କିନ୍ତୁ ବାପା ଆସି ବାଟ ଓଗାଳି ଦେଲେ କହିଲେ ସବୁ କିଛି ର ବନ୍ଦୋବସ୍ତ ଯେତେ ଜଲଦି ପାରୁଛ ଆରମ୍ଭ କର।

ସବୁ କାମ ଆରମ୍ଭ ହେଇଗଲା। ଚିତ୍ରା ନିଜେ ବୁଝା ବୁଝି କରୁଥାଏ ।ଅପରେସନ୍ ପରେ ଯେତେବେଳେ ମୁଁ ଡିସଚାରଜ୍ ହେଇ ଘରକୁ ବାହାରିଲି ଚିତ୍ରା ଆସି ପଚାରିଲା ଏଥରକ ଆଉ ବାହା ହେବା ପାଇଁ ମନା କରି ପାରିବ ନାହିଁ।

ମୁଁ କଣ କହିବି ଜାଣି ପାରିଲିନି। ତା ପରେ ସେ ଏଠି ଏତେ ଦିନ ବା କଣ କରୁଥିଲା। ଘଟଣାଟା ଆମୂଳଚୁଳ ଭାବିଲା ବେଳକୁ କେମିତି ଗୋଟେ ଲାଗୁଥିଲା। ପାଖକୁ ଡାକିଲି ଚିତ୍ରାକୁ କହିଲି ମୋତେ ଟିକେ ସେହି ମହାନ ବ୍ୟକ୍ତିଙ୍କ ସହ ଭେଟ କରେଇ ଦିଅ ଯିଏ ମୋତେ କିଡନି ଦେଇଛନ୍ତି। ଚିତ୍ରା ହସିଲା। ବହୁତ ଅନୁରୋଧ କଲି। ତଥାପି ମୁହଁରେ ତାର ମନ୍ଦ ହାସ୍ୟ ଝଲକୁଥିଲା। ମୋତେ ଖୁବ୍ ଭଲ ଲାଗୁଥିଲା। କିନ୍ତୁ ସେ ମହାନ ବ୍ୟକ୍ତିଙ୍କୁ ଜାଣିବା ପାଇଁ ମନ ବ୍ୟସ୍ତ ହେଇ ଉଠୁଥିଲା। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲି। କହିଲି ମୋର ଯଦି ତୁମ ପ୍ରତି କିଛି ଅବଦାନ ଥାଏ ତାହେଲେ ତୁମେ ନିଶ୍ଚୟ କହିବ। ମୁଁ କେବଳ ସେହି ମହାନ୍ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବି। ଆଉ କିଛି ନୁହେଁ। ଚିତ୍ରା ଗମ୍ଭୀର ଜଣାପଡିଲା। ମୁଁ ଆଉଥରେ କହିବା ପାଇଁ ଯାଉଥିଲି ଚିତ୍ରା ଅଟକାଇ ଦେଇ କହିଲା ତୁମେ ଯଦି ସତରେ ଏତେ ବ୍ୟସ୍ତ ମୋତେ ଆଉ କିଛି ଦିନ ଅପେକ୍ଷା କରିବାକୁ ଦିଅ। ତୁମ ବାହାଘର ଠିକ୍ ହେଇଗଲେ ମୁଁ ତୁମକୁ ସେହି ବ୍ୟକ୍ତିଙ୍କ ସହ ପରିଚୟ ବି କରାଇ ଦେବି। ମୋର ଆଉ କିଛି କହିବାକୁ ନଥିଲା। କିଛି ଦିନ ପରେ ମୋର ବାହାଘର ବି ଠିକ୍ ହେଇଗଲା। ଚିତ୍ରା ଏ ଭିତରେ ଅନେକ ଥର ଘରକୁ ଆସି ଗଲାଣି। କିନ୍ତୁ କିଛି କହୁ ନଥାଏ। ମୁଁ ଦିନେ ବାଧ୍ୟ ହେଇ ଡାକିଲି। ମୁଁ କିଛି କହିବା ଆଗରୁ ଚିତ୍ରା ଆରମ୍ଭ କଲା। ତମେ ସତରେ ଏତେ ବ୍ୟସ୍ତ ଯେ ମୁଁ ବି ଆଉ ନିଜକୁ ଅଟକାଇ ପାରୁନି। ମୁଁ ଗୁପ୍ତ ରଖିବା ପାଇଁ ଚାହୁଁଥିଲି।

ନାଇ ନାଇ ତମେ କୁହ ବୋଲି ନେହୁରା ହେଲି।

ଚିତ୍ରା ଛେପ ଢୋକି ଥରେ ମୋତେ ଭଲକରି ଅନାଇଲା। ମୁଁ ବି ତାକୁ ଅପଲକ ନୟନରେ ଦେଖୁଥାଏ। ତାର ଉପସ୍ଥିତି ମୋତେ ଖୁବ୍ ଭଲ ଲାଗୁଥାଏ। କହିଲା- କିଡନି ମୁଁ ନିଜେ ଦେଇଛି। ତୁମ ବନ୍ଧୁତାର ମର୍ଯ୍ୟାଦା ଆଗରେ ଏଇଟା ସାମାନ୍ୟ ମାତ୍ର ଉପହାର। ମୋ ଦାନର ମୂଲ୍ୟ ତୁମ ବନ୍ଧୁତା ଠାରୁ ଅନେକ କମ। ତମକୁ କିଡନି ଦେଲା ପରେ ମୋତେ ଏକ ବିରାଟ କର୍ତ୍ତବ୍ୟ ସମ୍ପାଦନ କଲା ଭଳି ଲାଗୁଛି। କହିଦେଲେ ଦାନର ମୂଲ୍ୟ ଛୋଟ ହେଇଯିବ ବୋଲି କହୁ ନଥିଲି। କିନ୍ତୁ ତମ ବାଧ୍ୟତା ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା।

ମୁଁ ବଲ୍ ବଲ୍ ହେଇ ଅନାଇ ଥାଏ। କେତେବଡ ପ୍ରତିଦାନ ସତେ।

ବନ୍ଧୁତାର ମର୍ଯ୍ୟଦା ବି କଣ ଏମିତି ହେଇପାରେ। ମୁଁ ପାଖକୁ ଲାଗି ଆସିଲି। କହିଲି ଥରକ ପାଇଁ ମୁ ତୁମକୁ ଆଲିଙ୍ଗନ କରିପାରେ। ଚିତ୍ରା କିଛି କହିଲା ନାହିଁ। ମୋ ବାହୁ ଚାରିପଟେ ନିଜକୁ ସମର୍ପି ଦେଲା। କହିଲା- ଏ ଜନ୍ମରେ ମୋ ପାଇଁ ବନ୍ଧୁର ସମ୍ମାନ ଯଥେଷ୍ଟ। ମୋତେ ଏତିକି ହିଁ ମିଳୁଥାଉ। ମୁଁ କିନ୍ତୁ ଭାବୁଥାଏ ମୋର ସତେ କେତେ ଭାଗ୍ୟ।

ପ୍ରଶାନ୍ତ କୁମାର ହୋତା 🙏


Rate this content
Log in

Similar oriya story from Inspirational