Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପୁନଶ୍ଚ ଇନ୍ଦ୍ରଧନୁ
ପୁନଶ୍ଚ ଇନ୍ଦ୍ରଧନୁ
★★★★★

© Deepak Sarangi

Inspirational Tragedy

4 Minutes   14.5K    13


Content Ranking

ଦୀପକ ଷଡଙ୍ଗୀ


ଝଙ୍କା ବର ଗଛ ମୂଳେ ରଘୁଆ ଶଙ୍ଖାରୀ ଭାବୁଥାଏ । ଏତେ ବର୍ଷାରେ ସହରକୁ କେମିତି ଯିବି । ପାଣିକାଚ ୧୦/୧୨ ଡଜନ ଆଜି କିଛି ଯଦି ବିକ୍ରି ନ ହୁଏ ତେବେ ସନା ବୋଉ ପାଇଁ ଓଷଦ ନେବି କେମିତି । ବର୍ଷା ସହିତ ପବନର ବେଗ ବି ବଢିବଢି ଚାଲିଥାଏ । ରଘୁଆ ଶଙ୍ଖାରୀ ସେ ସବୁକୁ ଖାତିର ନ କରି ଚାଲିଥାଏ ରାସ୍ତାରେ । ରାସ୍ତା ସାରା ଆଣ୍ଠୁଏ ଲେଖାଏଁ ପାଣି । ବୁଢାକୁ ଟୋକେଇ ମୁଣ୍ଡେଇ ଚାଲିବା ପାଇଁ ବଡ କଷ୍ଟ ହଉଥାଏ । କିନ୍ତୁ ଉପାୟ ଯେ କିଛି ନାହିଁ । ମନେ ପଡି ଯାଉଥାଏ ବୁଢାର ଠିକ ୨୦ ବର୍ଷ ତଳର କଥା । ଏମିତି ଦିନେ ରାତିରେ ଝଡି ବର୍ଷା ଲାଗି ରହି ଥାଏ । ସନାକୁ ସେତେବେଳକୁ ମାତ୍ର ୧୦ ବର୍ଷ ବୟସ । କି ଗୋଟେ ଜର ହେଲା ଯେ ଯେତେ ତୁଟୁକା ଓଷଦ ପାଣି ଦେଲେ ବି ଭଲ ହଉ ନ ଥାଏ । ଗାଁର ମିଶ୍ର ବଇଦ ମନା କରି ଦେଲେ କହିଲେ ରଘୁଆରେ ଏ ଜର ଆଉ ମୋ ଅକ୍ତିଆରରେ ନାହିଁ । ପୁଅକୁ ନେଇ ସହରକୁ ପଳା । ବର୍ଷା ପାଣିରେ ନଦୀରେ ବନ୍ୟା ଆସି ସବୁ ଫସଲ ଉଜୁଡି ଗଲା । ହାତରେ ପଇସା ବି ବେଶି କିଛି ନାହିଁ । ବର୍ଷା ୫ ଦିନ ହେଲାଣି ଲାଗି ରହିଛି ଛାଡିବାର ନା ଧରୁନି । ସେପଟେ ସନା ବୋଉ କାନ୍ଦି କାନ୍ଦି ଘଡି କି ଘଡି ଚେତା ହରାଉ ଥାଏ । ଏମିତି କୋ ଦେବା ଦେବୀ ନାହାନ୍ତି ଯେ ସେ ସନା ର ଦେହ ଭଲ ହେଇ ଯିବା ଲାଗି ମାନସିକ କରିନି । ରଘୁଆ ଯାଇ ଘରେ ପହଞ୍ଚି ଦେଖେ ତ ସନା ବୋଉ ସନା କୁ କୋଡରେ ଧରି ଠାକୁର ଘରେ ବସି ଲୁହ ଗଡଉଛି। ଆଉ ଡେରି ନ କରି ରଘୁଆ କହିଲା ଡେରି କରି କିଛି ଲାଭ ନାହିଁ ଚାଲ ସନାକୁ ଧରି ସହରକୁ ଯିବା । ସହର ଗାଁ ଠାରୁ ୬୦ କିମି ଦୂର । ତଥାପି ଝଡି ବର୍ଷାକୁ ଖାତିର ନ କରି ସ୍ଵାମୀ ସ୍ତ୍ରୀ ଦୁହେଁ ସନାକୁ ଧରି ବାହାରି ଗଲେ । ଗାଁ ଠାରୁ ମୁଖ୍ୟ ରାସ୍ତା ପାଖାପାଖି ଦୁଇ କିଲୋମିଟର ରାସ୍ତା । ଦୁହେଁ ବାଟରେ ଯାଉ ଯାଉ ବର୍ଷାପାଣିରେ ପୁରା ଓଦା ହେଇ ଯାଇଥାନ୍ତି । ସନା ତା ମା କାନ୍ଧରେ ସେମିତି ପଡିଥାଏ । ବେଳେ ବେଳେ ଜରରେ ବିଳିବିଳେଇ ଯାଉଥାଏ। ଜରରେ ତ ଦେହରେ ଖଇ ଫୁଟୁଥାଏ । ୨ ଘଣ୍ଟାର ଅପେକ୍ଷା ପରେ ଗୋଟେ ବସ ଆସିଲା । ସେଥିରେ ଉଠି ରଘୁଆ ପୁଅ କୁ ନେଇ ରାତି ୯ଟାରେ ସହର ରେ ପହଞ୍ଚିଲା । ଡାକ୍ତରଖାନା ରେ ପହଞ୍ଚି ଡାକ୍ତରଙ୍କ ଗୋଡ଼ ଧରି ପକେଇ କାନ୍ଦିକାନ୍ଦି କହିଲା ବାବୁ ମୋ ପୁଅ କୁ ବଞ୍ଚାଅ । ଡାକ୍ତର ତୁରନ୍ତ ତାକୁ ଦେଖିବା ପାଇଁ ଗୋଟେ ନର୍ସକୁ କହିଲେ । ଆଉ ନର୍ସ ସନାକୁ ନେଇ ସେ ଭିତରକୁ ଚାଲିଗଲା । ରଘୁଆ ଆଉ ତ ସ୍ତ୍ରୀ ସେମିତି ଡାକ୍ତରଖାନାର ବାରଣ୍ଡାରେ ବସି କାନ୍ଦୁ ଥାଆନ୍ତି । କିଛି ସମୟ ପରେ ଡାକ୍ତର ଆସି ରଘୁଆକୁ ପଚାରିଲେ ଜର କେତେ ଦିନ ହେଲାଣି ହେଇଥିଲା । ସନା ବୋଉ କହିଲା ୭/୮ ଦିନ ହେବ । ଆମେ ବହୁତ ଓଷଦ ବଇଦ ଠାରୁ ଆଣି ଦେଇଛୁ କିନ୍ତୁ କିଛି କମିଲାନି ବୋଲି ଆମେ ତାକୁ ଏଇଠିକି ନେଇ ଆସିଲୁ । ଡାକ୍ତର ବାବୁ କହିଲେ ହୁଏତ ତମେମାନେ ତାକୁ ଟିକେ ଶୀଘ୍ର ନେଇ ଆସିଥିଲେ ସେ ବଞ୍ଚିଯାଇ ଥାଆନ୍ତା । ତାକୁ ଡେଙ୍ଗୁ ଜର ହେଇଥିଲା । ଆଉ ଠିକ ସମୟରେ ଚିକିସ୍ଛା ନ ହେଇ ପାରିବାରୁ ସେ ଏବେ ଆମ ସମସ୍ତଙ୍କୁ ଛାଡି ଚାଲିଗଲା । ଏ କଥା ଶୁଣିବା କ୍ଷଣି ସନା ବୋଉ ସେଇଠି ଗଛ କଟିଲା ପରି ଟଳି ପଡିଲା ।ମଉସା ରୁହ ରୁହ । ଚମକି ପଡି ରଘୁଆ ପଛକୁ ଦେଖିଲା ବେଳକୁ ମିଶ୍ର ବଇଦଙ୍କ ଝିଅ ପିଙ୍କି ଦଉଡି ଦଉଡି ଆସୁଛି । ୨୦/୨୨ ବର୍ଷ ର ଝିଅ ଟିଏ । କଟକ ରେ ରହି ଡାକ୍ତରୀ ପଢୁଛି । ଦେଖିବାକୁ ଆଉ ଗୁଣରେ ଏଇ ଗାଁ ରେ କେହି ତାର ସଋ ହେବେନି । ବୁଢା ମୁଣ୍ଡରୁ ଟୋକେଇ ଟି କାଢି ତଳେ ଥୋଇ ଦେଇ ପଚାରିଲା ମଉସା କଣ ସବୁ କାଚ ଆଣିଛ ଟିକେ ଦେଖାଅ । କାଲି ଆମ ଘରେ ପରା ସାରଳା ମା ଙ୍କ ପୂଜା । ବହୁତ ଲୋକ ଆସିଛନ୍ତି । ମା କହିଛି ସମସ୍ତେ ନୂଆ କାଚ ଆଉ ଶାଢୀ ପିନ୍ଧିବେ । ଯାହା ହଉ ଭଲ ହେଇଗଲା ତୁମେ ଦେଖା ହେଇଗଲ ନ ହେଲେ ଏ ବର୍ଷାରେ ଓଦା ହେଇ ମୋତେ ବଜାର ଯିବାକୁ ପଡି ଥାଆନ୍ତା । ହଉ ଘରେ ସବୁ ସ୍ତ୍ରୀ ଲୋକଙ୍କ ପାଇଁ କାଚ ଦରକାର । ତୁମେ ମୋତେ ସବୁ କାଚ ଦେଇଦିଅ । ଆଉ କେତେ ପଇସା ହଉଛି କୁହ। ବୁଢା କହିଲା ମାଆରେ ମୋ ପାଖେ ତ ସବୁ ଭଲ କାଚ ନାହିଁ । ତୁମର ଯେତିକି ଦରକାର ସେତିକି ନିଅ । ପିଙ୍କି କିଛି ନ ଶୁଣି ବୁଢା ହାତରୁ ସେ ଟୋକେଇଟା ସହ ସବୁ କାଚ ନେଇ ଯାଇ ବୁଢା ହାତରେ ଦୁଇଟା ୫୦୦ ଟଙ୍କିଆ ଗୁଞ୍ଜିଦେଲା । କହିଲା ଏତିକି ହବ ନ ଆଉ ଦେବି । ବୁଢା ଆଉ କିଛି କହିବା ଆଗରୁ ଆଉ ଦୁଇ ଖଣ୍ଡ 500 ଟଙ୍କିଆ ତା ହାତରେ ଦେଇ ସେଠାରୁ ଚାଲିଗଲା । ବୁଢା ବସି ହାତରେ ପଇସା ଧରି ଭାବୁଥାଏ ଏ ମିଶ୍ର ବଇଦ ଝିଅ ପିଙ୍କି ମୋର ସବୁ କାଚ କଣ ପାଇଁ କିଣି ନେଲା ? ସେପଟେ ବର୍ଷା ଛାଡି ଆସୁଥାଏ ଆଉ ଦୂର ଦିଗ୍ବଳୟରେ ଆଙ୍କି ହୋଇଯାଇଥାଏ ଗୋଟେ ସପ୍ତରଙ୍ଗର ସୁନ୍ଦର ଇନ୍ଦ୍ରଧନୁ ।

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦

ଇନ୍ଦ୍ରଧନୁ ଶଙ୍ଖାରୀ ବଇଦ

Rate the content


Originality
Flow
Language
Cover design

Comments

Post

Some text some message..