Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Priyadarshini Mishra

Children

3  

Priyadarshini Mishra

Children

ଅନୁରୋଧ - ଆୟଲାନର

ଅନୁରୋଧ - ଆୟଲାନର

1 min
7.5K


                                                               ଅନୁରୋଧ-ଆୟଲାନର

                                     ମୁଁ ଆୟଲାନ କୁର୍ଦ୍ଦି l ମୋର ମୃତ୍ୟୁରେ ସମଗ୍ର ବଶ୍ୱ ଦୁଃଖରେ ମ୍ରୟମାଣ ହୋଇଥିଲା l ବିଶ୍ୱବାସୀଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ଓ ହୃଦୟ ଦୁଃଖରେ ବିଗଳିତ ଥିଲା ମା’ର କୋଳ ଛାଡିବା ପୂର୍ବରୁ ,ବାପାଙ୍କ ଆଙ୍ଗୁଳି ଧରି ଚାଲି ଶିଖିବା ପୂର୍ବରୁ, ଭାଈ ସଙ୍ଗେ ଖେଳି ବୁଲି ଦୁନିଆ ଦେଖିବା ପୂର୍ବରୁ ମୋତେ ଦୁନିଆରୁ ବିଦାୟ ନେବାକୁ ପଡିଲା l ମୋତେ ବହୁତ ଦୁଃଖ ବହୁତ କଷ୍ଟ ହୋଇଥିଲା କିନ୍ତୁ ମୋର ମୃତ୍ୟୁ ପରେ ବିଶ୍ୱରେ ଯେଉଁ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହେଲା ତାହା ଦେଖି ମୋର ଆତ୍ମା ଅବଶ୍ୟ ଟିକେ ଶାନ୍ତି ପାଇଲା l ମୁଁ ଚିନ୍ତା କଲି ମୋ ପରେ ଦ୍ୱିତୀୟ ଆୟଲାନ କେହି ହେବେ ନାହିଁ l ମୋର ମୃତ୍ୟୁ ବିଶ୍ୱବାସୀଙ୍କୁ କିଛି ଶିକ୍ଷା ଦେଇଛି l ମୋ ପରି ନିରୀହ ନିଷ୍ପାପ ଆୟଲାନ କେହି ଅକାଳରେ ଝଡିଯିବେ ନାହିଁ l କିନ୍ତୁ ମୋର ସବୁ ଆଶା ,ସବୁ ଆକାଂକ୍ଷା ଧୂଳିସାତ ହୋଇଗଲା l ଏବେ ମଧ୍ୟ ବିଶ୍ୱର କୋଣେ  ଅନୁକୋଣେ ଆତଙ୍କବାଦ ପାଇଁ ହେଉ କିମ୍ୱା ବିଦ୍ରୋହ ଗୃହଯୁଦ୍ଧ ପାଇଁ ହେଉ , ପ୍ରତିଦିନ ଅଗଣିତ ମାଆ ନିଜ ସନ୍ତାନଙ୍କୁ ହରାଉଛନ୍ତି l କୋଳଶୂନ୍ୟ ହେବାର ବ୍ୟଥା ,ବେଦନା ଜଣେ ମାଆ ଛଡା କେହି ବୁଝିପାରିବେ ନାହିଁ l ପରିବାର ଠାରୁ ବିଚ୍ଛେଦର ଦୁଃଖ କ’ଣ ତାହା ମୋଠାରୁ ଭଲରେ କିଏ ବୁଝିପାରିବ l

                                   ମୁଁ ମାନୁଛି ଦୁନିଆରେ ଅନେକ ଖଳ ଚରିତ୍ର , ଖରାପ କଥା ରହିଛି ତଥାପି ଇଶ୍ୱରଙ୍କ ସୃଷ୍ଟି ଅନିନ୍ଦ୍ୟ , ଅତୀବ ସୁନ୍ଦର l ମୁଁ ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ , ଜାଣିବା ପୂର୍ବରୁ , ଚାଲିଗଲି ସେଥିପାଇଁ ମୋର ଦୁଃଖ ନାହିଁ l ବିଶ୍ୱବାସୀଙ୍କୁ କେବଳ ଏତିକି ଅନୁରୋଧ ମଣିଷକୁ ଭଲ ପାଆନ୍ତୁ l ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରହିବାକୁ ଚେଷ୍ଟା କରନ୍ତୁ l ଭବିଷ୍ୟତରେ ବଶ୍ୱରେ ଆଉ ଆୟଲାନ ସୃଷ୍ଟି ନ ହୁଅନ୍ତୁ l ମୋ ଭଳି ଛୋଟ ଛୁଆର ଏଇ ଅନୁରୋଧ ଟିକକ ରକ୍ଷା କରିବେ ତ ?

                                                                                                        

                                                                                                             ପ୍ରିୟଦର୍ଶିନୀ ମିଶ୍ର


Rate this content
Log in

Similar oriya story from Children