Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଦଣ୍ଡମୁକ୍ତ ଅଞ୍ଚଳ

ଦଣ୍ଡମୁକ୍ତ ଅଞ୍ଚଳ

1 min
7.3K



       ସହରର ଭଲ ସ୍କୁଲମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଜଣାଶୁଣା ସ୍କୁଲରେ ପୁଅର ଆଡମିସନ୍ କରାଇଲି l ପିଲାଙ୍କ ପାଇଁ ଏବେ କେତେ ଆଇନ୍ l ପିଲାଙ୍କୁ ଦଣ୍ଡ ଦିଆଯିବ ନାହିଁ, ଫେଲ୍ କରାଯିବ ନାହିଁ, ଇତ୍ୟାଦି ଇତ୍ୟାଦି l ଦିନେ ପୁଅ ସ୍କୁଲରୁ ଫେରିବା ପରେ ଦେଖିଲି ତା ପିଠିରେ ବାଡିର ଦାଗ l ମୁଁ ଆଶ୍ଚର୍ଯ୍ୟ ହୋଇଗଲି l ପଚାରିବାରୁ ପୁଅ କହିଲା, ତୁମେ କଣ ଜାଣିନ କି ସ୍କୁଲରେ ଦୁଷ୍ଟ ହେଲେ ସାର୍ ମାରନ୍ତି l ମୁଁ ଜାଣିପାରିଲିନି, ଯେଉଁ ପୁଅ ମୋର ଶାନ୍ତ ସୁଧାର ବୋଲି ମୁଁ ଚିନ୍ତା କରେ, ସ୍କୁଲରେ ସେ ଏମିତି କଣ ଦୁଷ୍ଟାମୀ କଲା ଯେ, ଏତେ ଜୋର୍ ମାଡ

ଖାଇଛି ? ପୁଅକୁ ପଚାରିଲି l

       : ସାର୍ ଜାଣି ପାରିଲେନି ମମ୍ମି l ପ୍ରକୃତରେ ଅର୍ପିତାକୁ ଜର ହୋଇଥିଲା, ସେ ସ୍କୁଲକୁ ଆସି ନ ଥିଲା l ପଢା ଆଗେଇ ଯାଇଥିବାରୁ ସେ କିଛି ବୁଝି ପାରୁ ନ ଥିଲା l ଇଭିନିଙ୍ଗରେ ଘରକୁ ଆସିଲେ ତୁମେ ବୁଝେଇ ଦେବ ବୋଲି କହି, ମୁଁ ତାକୁ ବ୍ୟସ୍ତ ନ ହେବା ପାଇଁ କହୁଥିଲି l ସାର୍ ଭାବିଲେ ମୁଁ ଗପୁଥିଲି l ତେଣୁ ମାରିଲେ l ସାରଙ୍କର କିଛି ଭୁଲ ନାହିଁ ମମ୍ମି l

       ମୋତେ ବହୁତ ଘୃଣା ଆସୁଥିଲା l ଜଣେ କେମିତି ଏତେ ନିଷ୍ଠୁର ହୋଇ ପାରିବ? ଇଛା ହେଉଥିଲା, ଯାଇ କୁହନ୍ତି ସ୍କୁଲ୍ କାନ୍ଥରେ ଲେଖାଯାଇଥିବା ସେହି ତଥାକଥିତ ଦଣ୍ଡମୁକ୍ତ ଅଞ୍ଚଳର ପ୍ରହସନଟିକୁ ପୋଛି ଦେବା ପାଇଁ l କିନ୍ତୁ ଚୁପ୍ ରହିଲି l କାରଣ ମୋ ପୁଅ ସେମାନଙ୍କର ରୋଷର ଶିକାର ହେବ l ଦିନେ ମୁଁ ଏହିପରି ଜଣେ ଗୁରୁମାଙ୍କର ରୋଷର ଶିକାର ହୋଇଥିଲି ଓ ସେହି ସମୟର ମାନସିକ ଚାପର ପରିଣତିଟା କଣ, ତାହା ମୁଁ ଜାଣେ l


Rate this content
Log in

Similar oriya story from Inspirational