Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଆନ୍ତରିକତା

ଆନ୍ତରିକତା

1 min
330


        ଫରକଟା କ’ଣ ମୁଁ ଜାଣେନି l ଦୁହେଁ ଏକା ଷ୍ଟାଟସର l ଖାଇବା, ପିନ୍ଧିବାରେ କାହାର ବି ଅଭାବ ନାହିଁ l କେତେ ଖାଇଲେ ବି କେହି କିଛି କହିବେନି l କିନ୍ତୁ, ବଡ ଭାଉଜ ଘରେ କିଛି ନିଜେ ଆଣି ଖାଇବା ବେଳକୁ କିଛି ଲାଗେନା l ନିଜ ଘର ଭଳି ଲାଗେ l ଅଥଚ ସାନ ଭାଉଜ ଘରେ..... ?

ନିଜେ ଆଣି ଖାଇଲେ କେହି କିଛି କହିବେନି l ତଥାପି ବି କାହିଁକି କେଜାଣି ମାଡି ମାଡି ପଡେ l ଝିଅ କହୁଥିଲା ମୋତେ ଏ ସବୁ କଥା l


       ମୋର ସେହି ଗୋଟିକ ଝିଅ l ଦେଢଶୁରଙ୍କର ଦୁଇ ପୁଅ l ସେମାନଙ୍କୁ ହିଁ ସେ ବଡଭାଇ ଓ ସାନଭାଇ ବୋଲି ଡାକେ l ଦୁଇ ଭାଉଜ ଆସିବା ପରେ ପ୍ରଥମ ଥର ପାଇଁ ଯାଇଥିଲା ସେମାନଙ୍କ ଘରକୁ l ସେଠାରୁ ଫେରିବା ପରେ ତା’ର ଏହି ଅନୁଭବକୁ କହିଥିଲା ମୋତେ l


       ମୁଁ ଜାଣିଥିଲି ଫରକଟା କେଉଁଠି l ବଡ ବୋହୁ ପାଖରେ ଯେଉଁ ଆନ୍ତରିକତା ଅଛି, ତା’ର କାଣିଚାଏ ଅଛି ସାନ ପାଖରେ l ବଡବୋହୁ ନିଜେ ସମସ୍ତଙ୍କର ଖାଇବା ପିଇବା, ଭଲ ମନ୍ଦ ବୁଝେ l କିନ୍ତୁ ସାନ ବୋହୁ..... ଖାଇଲେ କିଛି କହିବନି କି ନ ଖାଇଲେ ବି କିଛି ପଚାରିବନି l ଫରକଟା ରହିଲା ସେଇଠି l ଆନ୍ତରିକତାର ଅଭାବ l



Rate this content
Log in

Similar oriya story from Inspirational