Rasmi Rekha Tripathy

Others

3  

Rasmi Rekha Tripathy

Others

ଅସମ୍ମତି

ଅସମ୍ମତି

1 min
418



ଅବସର ପରେ କଣ କରିବି ଭାବୁ ଭାବୁ ହିସାବ ରକ୍ଷକ ଅଧିକାରୀ ବିଜ୍ଞାପନଟିଏ ଦେଖି ବାହାରିଲି ସାକ୍ଷାତକାର ଦେବା ପାଇଁ l ଅର୍ଥର ଆବଶ୍ୟକତା ଯଦିଓ ନ ଥିଲା, ତେବେ ସମୟ କାଟିବା ନିହାତି ଆବଶ୍ୟକ ଥିଲା l ପୁଣି 30/ 31 ବର୍ଷର ଅଭ୍ୟାସ l ଏତେ ସହଜରେ ଛାଡି ହେଉ ନ ଥିଲା l ତେବେ କାର୍ଯ୍ୟଧାରା ଓ ପାରିଶ୍ରମିକ ଶୁଣି ମୋର ମନ ଛାଡି ଯାଇଥିଲା l ପୂର୍ବରୁ ଯିଏ ହିସାବ ରକ୍ଷକ ଅଧିକାରୀ ଥିଲେ, ସେ ସ୍ଥାୟୀ କର୍ମଚାରୀ ଥିଲେ ଓ ମାସିକ 25000 ଟଙ୍କା ଦରମା ପାଉଥିଲେ l କିନ୍ତୁ ହିସାବରେ ଅନେକ ଅନିୟମିତତା ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା ଓ ଅନୁଷ୍ଠାନର ହିସାବକୁ ନିୟମିତ କରିବା ପାଇଁ ଜଣେ ଅଭିଜ୍ଞ କର୍ମଚାରୀ ଆବଶ୍ୟକ ହୋଇଥିଲା l ତାହା ପୁଣି ଅସ୍ଥାୟୀ ଓ ପାରିଶ୍ରମିକ ମାତ୍ର 10000 ଟଙ୍କା l କେବଳ ସେତିକି ନୁହେଁ ତା ସହ ସିକ୍ୟୁରିଟି ଡିପୋଜିଟ୍ 30000 ଟଙ୍କା l ଆରେ ବାବୁ ଆମେ ଚୋର ନା ଖଣ୍ଟ ? ହସ ଲାଗିଲା ମୋତେ l ତା ମାନେ ଭୁଲ କାମ କରିବା ପାଇଁ ଅଧିକ ଦରମା ଓ ସେହି ଭୁଲକୁ ସଜାଡିବା ବ୍ୟକ୍ତି ପାଇବ କମ୍ ପାରିଶ୍ରମିକ ଓ ତା ଉପରେ ପୁଣି ସିକ୍ୟୁରିଟି ଡିପୋଜିଟ୍ ? ଠିକ୍ ଏହି ପ୍ରଶ୍ନ ହିଁ ମୁଁ ପଚାରିଲି ସେଠିକାର କର୍ମକର୍ତ୍ତାମାନଙ୍କୁ ଓ ମୋର ଅସମ୍ମତି ଜଣେଇ ବାହାରି ଆସିଲି ସେଠାରୁ l 



Rate this content
Log in