Rasmi Rekha Tripathy

Inspirational Abstract

2.0  

Rasmi Rekha Tripathy

Inspirational Abstract

ଅବଲୋକରା

ଅବଲୋକରା

1 min
565



       ମାଙ୍କଡଗୁଡାକୁ ଦେଖିଲେ ମୋତେ ବହୁତ ଭୟ ଲାଗେ l କିନ୍ତୁ କିଛି ଉପାୟ ନାହିଁ l କ’ଣ କରାଯିବ ? ସେମାନେ ବି ଯିବେ କୁଆଡେ ? ବଣ ଜଙ୍ଗଲ ତ ସବୁ ପଦା ହୋଇଗଲାଣି l ଏବେ ଯେଉଁଆଡେ ଦେଖିବ, ଖାଲି କଙ୍କ୍ରିଟ୍ ଜଙ୍ଗଲ l ସେମାନେ ଖାଇବେ କ’ଣ ? ରହିବେ କେଉଁଠି ? ତେଣୁ କାହାର ନା କାହାର ଘର ଛାତ ଉପରେ ସେମାନେ ରହନ୍ତି l ମୌକା ଦେଖି ଘର ଭିତରେ ପଶି ଖାଇବା ଜିନିଷ ଉଠେଇ ନିଅନ୍ତି l ବେଳେବେଳେ ସେମାନେ ଏତେ ଭୟଙ୍କର ହୋଇଯାଆନ୍ତି ଯେ, ମଣିଷକୁ ଆକ୍ରମଣ ବି କରନ୍ତି l ସେତେବେଳେ ଘରୁ ବାହାରିବା ବି ମୁସ୍କିଲ୍ ହୋଇଯାଏ l

  

     ସକାଳ ସାତଟାରେ ଗାଆଁକୁ ଯିବା ବସ୍ ଛାଡିବ l ବୋଉ, ମୁଁ ଘରୁ ବାହାରିଛୁ, ରାସ୍ତା ଉପରେ ମାଙ୍କଡମାନଙ୍କ ପଟୁଆର l କରିବୁ କ’ଣ ? ଅସହାୟ ହୋଇ ଠିଆ ହୋଇ ରହିଲୁ ଦାଣ୍ଡ ପଟେ l ସାମ୍ନା ଘର ଅପାଙ୍କ ପୁଅ (ଅବୋଲକରା ବୋଲି ଆମ ସାହିରେ ପ୍ରସିଦ୍ଧ) ବାହାରେ ସାଇକେଲ୍ ଟାୟାର୍ ଧରି ଖେଳୁଥିଲା l ବୁଝିପାରିଲା ବୋଧେ ଆମର ଅସହାୟତାକୁ l ଆଗେଇ ଆସି ମୋ ହାତରୁ ବ୍ୟାଗ୍ ନେଇ ଗୋଟିଏ ହାତରେ ଧରିଲା l ଆଉ ଗୋଟିଏ ହାତରେ ଟାୟାର୍ ଗଡେଇବା ପାଇଁ ଉଦ୍ଦିଷ୍ଟ ବାଡିଟିକୁ ଧରି ଆଗେଇ ଚାଲିଲା l ମାଙ୍କଡମାନେ ତା’କୁ ଦେଖି ଛତ୍ରଭଙ୍ଗ ଦେଲେ l ଆମକୁ ନିରାପଦରେ ସାହି ମୁଣ୍ଡରେ ଛାଡି ଦେଇ ବିନା ବାକ୍ୟ ବ୍ୟୟରେ ଫେରିଗଲା ସାହି ଭିତରକୁ l


       ବାପ ଛେଉଣ୍ଡ ପିଲା l ଦାୟିତ୍ୱବୋଧ ନାହିଁ ବୋଲି କେତେ ଚିନ୍ତା କରନ୍ତି ଅପା ତା’ ପାଇଁ l ଆମେ ବି ତ ତା’କୁ ଚାରି ଦଉଡି କଟା କହୁଥିଲୁ l କିନ୍ତୁ ସେ ଦିନ ପରେ ମୋ ଧାରଣା ବଦଳି ଯାଇଥିଲା ଓ ମୁଁ ନିଶ୍ଚିନ୍ତ ଥିଲି ଯେ, ଏ ଛୁଆଟି ଅବୋଲକରା ହୋଇପାରେ, କିନ୍ତୁ ଅମଣିଷ

ହେବନି l 



Rate this content
Log in

Similar oriya story from Inspirational