Rasmi Rekha Tripathy

Others Abstract

3  

Rasmi Rekha Tripathy

Others Abstract

ଉତ୍ତର

ଉତ୍ତର

1 min
686



ମୋତେ ପାଠ ପଢିବାକୁ ଭଲ ଲାଗେନି l କିନ୍ତୁ ଭଗବାନଙ୍କ ଦୟାରୁ ସ୍ମରଣ ଶକ୍ତି ଭଲ ଥିବା ଯୋଗୁଁ ସାଧାରଣ ଚାକିରି ଖଣ୍ଡେ ପାଇ ଯାଇଥିଲି l ସେଥିପାଇଁ ମୋ ଭଉଣୀର ସବୁବେଳେ ମନ ଦୁଃଖ l ଭଉଣୀ ଭିଣେଇ ଦୁହେଁ ବ୍ୟାଙ୍କରେ ଚାକିରି କରନ୍ତି l ମୁଁ କିନ୍ତୁ ରାଜ୍ୟ ସରକାରଙ୍କ

ଅଧିନରେ l ଦିନେ ପାଞ୍ଚ ବର୍ଷର ପୁତୁରା ଆସିଥିଲା l ତାକୁ ନେଇ ବାହାରିଲି ପାର୍କ୍, ଘର ଠାରୁ କିଛି ଦୂର ହେବ l ଅଟୋରେ ଗଲୁ l Share Auto ହେତୁ ଅନ୍ୟ ଯାତ୍ରୀ ବି ବସିଥିଲେ l ଇଶୁ କେବେ ୟା ପୂର୍ବରୁ Share Autoରେ ବସି ନ ଥିଲା l

: ଆଛା ଏ ଅଟୋରେ ଅନ୍ୟମାନେ କାହିଁକି ବସିଛନ୍ତି? ଇଶୁ ପଚାରିଲା l

: ଏଇଟା ସେଆର୍ ଅଟୋ l ମୁଁ ତା ପ୍ରଶ୍ନର ଉତ୍ତର ଦେଲି l

: Share Auto ମାନେ?

: କମ୍ ପଇସା l

: ତେବେ ଆରଟା କଣ?

: Reserve Auto…

: Reserve Auto ମାନେ ବେଶି ପଇସା?

ମୁଁ ମୁଣ୍ଡ ହଲେଇଲି କେବଳ l ପାର୍କ୍ ପର୍ଯ୍ୟନ୍ତ ସେ ଚୁପ୍ ବସିଥିଲା l

: ଆଛା ତୁମେ କାହିଁକି ଭଲ ପାଠ ପଢିଲନି? ମମି କହୁଥିଲା l ପାର୍କରେ ବସି ପଚାରିଲା ଇଶୁ l

: ଭଲ ପାଠ ପଢି କଣ କରିଥାନ୍ତି? ତା ପ୍ରଶ୍ନରେ ଚକିତ ହୋଇ ଓଲଟା ପ୍ରଶ୍ନ କଲି ମୁଁ l

: ଭଲ ଚାକିରି କରିଥାନ୍ତ l ଭଲ ଦରମା ପାଇଥାନ୍ତ l ମମି ପାପାଙ୍କ ଭଳି l

: ତାପରେ କଣ ହୋଇଥାନ୍ତା? ମୁଁ ପୁଣି ପ୍ରଶ୍ନ କଲି ତାକୁ l

: ମୋତେ Share Autoରେ ନ ଆଣି Reserve Autoରେ ଆଣିଥାନ୍ତ l ସରଳ ଉତ୍ତର ଥିଲା ତାର l



Rate this content
Log in