Rasmi Rekha Tripathy

Thriller Inspirational

3  

Rasmi Rekha Tripathy

Thriller Inspirational

ଅବତାର

ଅବତାର

1 min
418


କିଛି ଲୋକ ଏତେ ଅବୁଝା ଯେ, ସେମାନଙ୍କୁ ବୁଝେଇବା ବହୁତ କଷ୍ଟ l ମୋବାଇଲ୍ ଫୋନରେ ଭଦ୍ରଲୋକଙ୍କ ନମ୍ବର୍ ଦେଖି ବିରକ୍ତି ଲାଗୁଥିଲା ମୋତେ l କ’ଣ କରିବି ? ଭୁଲ ତ ମୋର l ତାଙ୍କ ବହିଟା ମୁଁ ହିଁ ଫେରେଇ ନାହିଁ ଠିକ୍ ସମୟରେ l କୋଉଠି ରଖି ଦେଇଛି ବି ହଠାତ୍ ମନେ ପଡୁନି l ତାଙ୍କୁ ଗୋଟାଏ ଦିନ ସମୟ ମାଗିଲି l ସେ କିନ୍ତୁ ବୁଝିବାକୁ ନାରାଜ୍ l ଘରକୁ ଆସି ବହି ନେବେ ବୋଲି ଚରମ ବାଣୀ ଶୁଣେଇ ଦେଲେ l କ’ଣ ବା କରିବି ? ଅଫିସରୁ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ସାତ l ଦେହରେ ପ୍ରବଳ ଯନ୍ତ୍ରଣା l ମୁଣ୍ଡ ବି ଭାରି ଭାରି ଲାଗୁଛି l କିନ୍ତୁ ଘରେ ପହଞ୍ଚି ପ୍ରଥମେ ବହିକୁ ଖୋଜିଲି l ବହିର ସ୍ତୁପକୁ ଘାଣ୍ଟୁ ଘାଣ୍ଟୁ ହଠାତ୍ ଖସି ପଡିଲା ଖାମ୍ ଗୋଟିଏ l ଆରେ ଏହି ଖାମ୍ କଥା ତ ପୁରା ପୁରି ଭୁଲି ଯାଇଥିଲି ମୁଁ l ଖୋଲି ଦେଖିଲି ନିକଟ ଅତୀତରେ ଅଚଳ ଘୋଷଣା କରା ଯାଇଥିବା, ପାଞ୍ଚ ଶହ ଟଙ୍କା ଦୁଇଟି ତା’ ଭିତରେ l ଗୋଟିଏ ଗଳ୍ପ ପ୍ରତିଯୋଗିତାରେ ପାଇଥିବା ପୁରସ୍କାର ରାଶି l ମୋ ମନ ଓ ଶରୀରର କ୍ଲାନ୍ତି ଉଭେଇ ଗଲା l ଅଚଳ ଘୋଷିତ ନୋଟ୍ ସବୁ ବଦଳେଇବାର ଶେଷ ତାରିଖ ଡିସେମ୍ବର୍ ୩୧ l ଯା’ ହେଉ ଭଗବାନ୍ ହିଁ ବଡଲୋକ l ଯେଉଁ ଭଦ୍ରବ୍ୟକ୍ତିଙ୍କ ଉପରେ ଦିନ ସାରା ଏତେ ବିରକ୍ତ ହେଉଥିଲି, ସିଏ ଏବେ ମୋତେ ଭଗବାନଙ୍କର ଅବତାର ଭଳି ଲାଗୁଥିଲେ l


Rate this content
Log in

Similar oriya story from Thriller