Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଓ୍ବହି ତାରିଖ୍
ଓ୍ବହି ତାରିଖ୍
★★★★★

© Parameswar Ojha

Horror

9 Minutes   411    55


Content Ranking


ଭଲସାଦ୍ ଟୁ ପୁରୀ ଟ୍ରେନ ଟି ପ୍ରାୟତଃ ଫାଙ୍କା ରୁହେ , କେବଳ ପୂଜା ପର୍ବ ଯାନିଯାତ୍ରା ସମୟ ମାନଙ୍କରେ ଯା଼ହା ଟିକେ ଭିଡ଼ ହୁଏ । 


ସେଥିପାଇଁ ଜେନେରାଲ ଟିକେଟ କାଟି ଅପେକ୍ଷା କଲି ଟ୍ରେନକୁ । ରାତି ଆଠଟାରେ ଟ୍ରେନ । ପ୍ଲାଟଫର୍ମ  ଟିକେଟ୍ କାଟି ବେଞ୍ଚରେ ବସି ପଡ଼ିଲି । ଯେହେତୁ କାନ୍ଧଗଳା ବ୍ୟାଗ୍ ଥିଲା ସେଥିରେ କମ୍ ସାମାନ୍ ଥିଲା ତେଣୁ ବିଶେଷ କିଛି ଚିନ୍ତା ନଥିଲା । ବ୍ୟାଗ୍ କୁ କାନ୍ଧରୁ ନକାଢି ସେଇଟି ବସି ପଡ଼ିଲି ପଙ୍ଖା ତଳେ । କେତେବେଳେ ଆଖି ଲାଗିଯାଇଛି ମୁଁ ଜାଣିନି ଆଖି ଖୋଲିଲା ବେଳକୁ ରାତି ଅନେକ ହେଲାଣି । 


ମୋବାଇଲ୍ ଦେଖି ଛାନିଆ ହୋଇଗଲି , ରାତି ଦଶ ! 

ହେଲେ ମୋ ଟ୍ରେନ୍ ଥିଲା ସଂଧ୍ୟା ଆଠଟାରେ । ଚିନ୍ତାରେ ମୋ ମୁଣ୍ଡ କ'ଣ ହୋଇଗଲା ଷ୍ଟେସନ୍ ରେ ଏପଟୁ ସେପଟ ଘୁରିବାକୁ ଲାଗିଲି । କିଛି ବି ଆଉ ଉପାୟ ନାହିଁ , ରୁମ୍ କୁ ଫେରିବାର ଟ୍ରେନ ବି ଏବେ ନାହିଁ ଯାଇକି କାଲି ଦିନ ବାରଟାରେ । ତେଣୁ କାଉଣ୍ଟର ରେ ପଚାରିଲି ସେଇ ଅବସ୍ଥା , ଗୋଟିଏ ଟ୍ରେନ ହିଁ ଥିଲା ଭୁବନେଶ୍ୱର ପାଇଁ ଆଉ ଏବେ ନାହିଁ । ତେଣୁ ମୋତେ କାଲି ଦିନ ବାରଟା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ପୁଣି ଫେରିବାକୁ ହେଲେ ରୁମ୍ କୁ । ମନକୁ ଆମ୍ବିଳା କରି ବାଧ୍ୟ ହୋଇ ବସି ରହିଲି ଆଉ ଗୋଟେ ବେଞ୍ଚରେ । କାରଣ ମୁଁ ଯୋଉ ବେଞ୍ଚରେ ବସିଥିଲି ସେଠି ଜଣେ ସୁନ୍ଦରୀ ଯୁବତୀ ବସି ଗୋଡ଼ ଉପରେ ଗୋଡ଼ ପକେଇ ହଲେଇବା ଆରମ୍ଭ କରି ସାରିଲେଣି । 


ତେଣୁ ପୁଣି କିଛି ସମୟ ପରେ ମୁଁ ମୋର ପୂର୍ବ ଢୋଳେଇବା ଅବସ୍ଥାକୁ ଫେରି ଆସିଲି । 

  

 ରାତି କେତେଟା ହେବ ମୁଁ କହି ପାରିବିନି । ହଠାତ୍ ଜଣେ ବୁଢା ଲୋକ ମୋ ପାଖକୁ ଆସି ମୋତେ ହଲେଇ ଦେଇ କହିଲେ


 - " କାହାଁ ଯାଓଗେ ? "


ମୁଁ କହିଲି - " କ୍ୟୁଁ"


ସେ କହିଲେ-" ଆରେ ବେଟା ଆଭି ତୋ କୁଛ୍ ଟ୍ରେନ୍ ନେହିଁ ହେ ଇସିଲିଏ ପୁଛା " 


ମୁଁ କହିଲି -" କ୍ୟା ବତାଉ କାକା , କିସମତ୍ ଖରାପ୍ ହେ । ମେଁ ଓଡ଼ିଶା ଜାନେବାଲା ଥା । ଲିକିନ୍.... ଲିକିନ୍ ଆଖ୍ଁ ଥୋଡ଼ା ଲଗ୍ ଗେଇ ଥି ଔର ଟ୍ରେନ୍ ନିକଲ୍ ଗେଇ । " 


ସେ -" ଆରେ , ଚିନ୍ତା କରନେକି କୋଇ ଜରୁରତ୍ ନେହିଁ । ଔର୍ ଏକ ଟ୍ରେନ୍ ସେ ଓଡ଼ିଶା ଜାନେ କେଲିଏ । " 


ମୁଁ ଖୁସି ହୋଇଗଲି ଆନନ୍ଦରେ ମୋ ମୁହଁ ଉଜ୍ଜ୍ବଳ ହୋଇ ଉଠିଲା । ମୁଁ ପଚାରିଲି - " କିତନେ ବାଜେ ?"


ସେ କହିଲେ - " ଦେଖ୍ ଆଭି କିତନା ଟାଇମ୍ ହେ ?"


ମୁଁ କହିଲି - "ପୌନେ ଏକ୍ "


- " ତୁ ଜଲଦି ଯା , ଏକ‌୍ ବାଜେ ଗାଡ଼ି ହେ , ସୂର୍ୟପୂତ୍ର ପ୍ଲାଟଫର୍ମ ନମ୍ବର ପନ୍ଦରା ପର୍ , ଆଭି ଖଡ଼ି ହେ ଯା ଜଲ୍ଦି "


- " କାକା ପେହଲେ ଟିକେଟ୍ କରଲୁ ? "


- " ଆରେ ପେହଲେ ଯାକେ ଗାଡ଼ି ପକଡ୍ । ଟିକେଟ ବାଦମେ ଦେଖା ଯାଏଗା , ଅଗର୍ ଟିଟିଇ ପକଡା ଦୋ ତିନଶୋ ଜ୍ୟାଦା ଦେ ଦେନା ବାସ୍ ? "


ହଁ ବୁଢ଼ା କିଛି ଭୁଲ୍ କହୁନି । କିନ୍ତୁ ମନରେ ଗୋଟେ କଥା ଉଙ୍କି ମାରୁଥାଏ ଏତେଥର ଆସିଲିଣି ଏଇ ଷ୍ଟେସନ୍ ବିଷୟରେ କି ଏ ଟ୍ରେନ ବିଷୟରେ କାଇଁ କେବେ ତ ଶୁଣିନି । କି କୋଉ ସାଙ୍ଗ ମାନେ ତ କେବେ ଆଲୋଚନା କରି ନାହାନ୍ତି । ପୁଣି ପନ୍ଦର ନମ୍ବର ପ୍ଲାଟଫର୍ମ ! ମୁଁ ତ ଏଠି ଆଗରୁ କେବଳ ଆଠ ଟି ପ୍ଲାଟଫର୍ମ ଅଛି ବୋଲି ଜାଣିଛି ହେଲେ ପନ୍ଦର ନମ୍ବର ! ?" 


ପୁଣି ଟିକେ ପଛକୁ ବୁଲି ସେ ବୁଢାକୁ ପଚାରିଲି  


-" କାକାଜୀ , ଏକଦମ୍ ସହି ବୋଲ୍ ରହେହୋନା ? 

ସୂର୍ୟପୂତ୍ର ଟ୍ରେନ ପନ୍ଦରା ନମ୍ବର୍ ପର୍ , ଓଡ଼ିଶା କେଲିଏ ? " 


- " ମେରେ ଉପର୍ ଅଗର୍ ଏକିନ୍ ନେହିଁ ହୋରାହା ହେ ତୋ ତୁ ମତ୍ ଯା । ଆଜକଲ୍ କିସିକୋ ମଦଦ୍ କରୋ ଔର ଉପର୍ ସେ ଜବାବ୍ ଚାର୍ ଛେ ବାର୍ ଦୋ "


ସେ ବୁଢା ଜଣକ କଥାରେ କିଛି ଅସନ୍ତୋଷ ଦେଖି ମୁଁ ଆଉ କିଛି ପଚାରିଲିନି । ଏତେ ବୟସ ତାଙ୍କୁ , ତାଙ୍କ ଠାରୁ ମୁଁ କ'ଣ ଅଧିକ ଜାଣିଛି ? ତେଣୁ ଦୌଡିଲି ପନ୍ଦର ନମ୍ବର ପ୍ଲାଟଫର୍ମକୁ । ଖୋଜି ଖୋଜି ପାଇଲିନି କୋଉଠି । 

ଜଣକୁ ପଚାରିଲି


 "ପନ୍ଦରା ନମ୍ବର୍ କାହାଁପର୍ ହେଁ ?" 


ସେ ଟିକେ ରାଗ ତମ ତମ ହୋଇ କହିଲେ - " ପାଗଲ୍ ହେ କ୍ୟା ? " 


ମୁଁ ଭାବିଲି ତେବେ ସେ ବୁଢା ଜଣକ କ'ଣ ଭୁଲ୍ କହିଲେ ? 


ଏମିତି ସିଡି ଉପରେ ଠିଆ ହୋଇ ଉପରକୁ ଯିବି ନା ତଳକୁ ଦୋ ଦୋ ପାଞ୍ଚ ହେଉଥିବା ସମୟରେ । ପୁଣି ସେଇ ବୁଢା ମୋ ପଛରୁ ହାତ ମାରି କହିଲେ । 


- " ଆରେ ବେଟା ଇଧର୍ କ୍ୟା କର୍ ରହା ହେ ? 


ସେ ହାତ ଠାରି ପୁଣି କହିଲେ - " ପନ୍ଦରା ନମ୍ବର୍ ତୋ ଓ୍ବାହାଁ ପର୍ ହେଁ । " 


ମୁଁ ହାତ ଠାରି ସେଆଡକୁ ଦେଖିଲି , ପନ୍ଦର ନମ୍ବର ମୋତେ ଜଳ ଜଳ ହୋଇ ଦେଖା ଯାଉଥିଲା । ସେତେବେଳୁ ଦରାଣ୍ଡି ଦରାଣ୍ଡି ପନ୍ଦର ନମ୍ବର ପାଉ ନଥିଲି ହେଲେ ଏଇ ହଠାତ୍ ଆଖି ଆଗରେ ! ପନ୍ଦର ନମ୍ବର ପ୍ଲାଟଫର୍ମ ଦେଖି ଯେତିକି ଆଶ୍ଚର୍ଯ୍ୟ ନହେଲି ତା ଠୁଁ ଅଧିକ ଆଶ୍ଚର୍ଯ୍ୟ ହେଲି ଯୋଉ ବୁଢାକୁ ମୁଁ ଚାରିଟା ସିଡି ପଛରେ ଛାଡିକି ଆସିଥିଲି ସେ ହଠାତ୍ ଆସି ମୋ ପଛରେ ! 


ଆଉ ଅଧିକ କିଛି ଚିନ୍ତା କଲିନି କି ସେ ବିଷୟରେ କିଛି ପଚାରି ବାକୁ ଉଚିତ ମନେ କଲିନି  ନହେଲେ ମୁଁ ମୋ ଟ୍ରେନ୍ ହରେଇ ଥାନ୍ତି । 


ସେ ବୁଢା ମୋତେ ହସି ହସି କହୁଥିଲା - " ଯାଆ ନା ବେଟା ତେରା ଦୈର୍ ହୋ ରାହା ହେ । " 


ମୁଁ ଦୌଡ଼ିଲି ପନ୍ଦର ନମ୍ବର କୁ ଲକ୍ଷ କରିି  ।


ହଁ ସେଠି ଠିଆ ହୋଇ ହର୍ଣ ମାରୁଥିଲା ସୂର୍ଯ୍ୟପୂତ୍ର ୨୨୫୦୫ ଟ୍ରେନଟି । ମୁଁ ଚଢି ଗଲିତ ବଗିରେ , ଚଢିବାର ଦୁଇ ମିନିଟ୍ ପରେ ହିଁ ଟ୍ରେନ ଟି ଛାଡି ଦେଲା । ଛାତିରେ ହାତ ରଖି ଟିକେ ନିଶ୍ଚିତ ହେଲି ଯାହା ହେଉ ମୋ ଭାଗ୍ୟ ଭଲ । ଭିତରକୁ ପଶିଗଲି ତ ବାବାରେ କି ଭିଡ଼ ! କୌଣସି ଗୋଟିଏ ସିଟ୍ ବି ଫାଙ୍କା ନାହିଁ । ତା ଭିତରେ ଅଧିକାଂଶ ଓଡ଼ିଆ କଥା ଶୁଣି ନିଶ୍ଚିତ ହେଲି ଯେ ସେ ଟ୍ରେନ ଟି ଓଡ଼ିଶାକୁ ଯିବ । ତଥାପି ମନରେ ସଂଶୟ । ପଚାରିଲି ଚାରିଜଣ କୁ ସେ କହିଲେ


 - " ତୁମେ ନୂଆ କି ଏଥିରେ ? ୟାର୍ ଲାଷ୍ଟ ଷ୍ଟପେଜ୍ ଭୁବନେଶ୍ୱର । " 


ଯେତେ ବଗିଥିଲା ସବୁଆଡେ ବୁଲି ଆସିଲି । କିନ୍ତୁ କୋଉଠି ଗୋଟେ ହେଲେ ବି ସିଟ୍ ଫାଙ୍କା ନଥିଲା କି କୋଉଠି ଟିକେ ଚଳେଇ ନେବା ପାଇଁ ବି ଯାଗା ନଥିଲା ।

ତେଣୁ ବାଧ୍ୟ ହୋଇ ଛିଡା ହେଲି ଗୋଟେ ଯାଗାରେ ଜଣେ ଅଣ ଓଡ଼ିଆ କୁ ପଚାରିଦେଲି

 -" ଭାଇ ସାହବ୍ ଆପ୍ କାହାଁତକ୍ ଯାଓଗେ ?"


 ସେ କହିଲେ - " ବରେଲି "


- " କିତନେ ବାଜେ ପହୋଞ୍ଚା ଦେଗା ? "


-" ହାଁ, ଲାଇନ୍ କ୍ଲିଅର୍ ରାହା ତୋ ଦୋ ଘଣ୍ଟେ ଲଗଯାଏଗି "


ମୁଁ ସେଇଟି ଯଗି ବସିଲି । ସେଇ ଝରକା ପାଖ ସିଟ୍ ରେ ମୁଁ ହିଁ ବସିବି ଏ ଲୋକ ଜଣକ ଉଠିବା ପରେ । 

ଆଉ କ'ଣ କରିବି ସେଠି ଗପ ଜମେଇ ଦେଲି ଜଣେ ଓଡ଼ିଆ ବନ୍ଧୁ ଙ୍କ ସହ । ବହୁତ ଖୁସି ଉତ୍ସାହିତ ଅଛନ୍ତି ଘରକୁ ଯିବାକୁ ନେଇ । ଘର ଢେଙ୍କାନାଳ ନାଁ ଅଖିଳେଶ , ଗୁଜରାଟ ରେ ରହି କାମ କରନ୍ତି । ପ୍ରଥମ ପୁଅ ହୋଇଛି ତାଙ୍କର ଦୁଇ ଦିନ ହେବ ସେଥିପାଇଁ ସେ ଯାଉଛନ୍ତି ।  


ପଚାରିଲି ପୁଅ ନାଁ କ'ଣ ଦେବେ ବୋଲି ଭାବିଛନ୍ତି ?


ସେ କହିଲେ - " ମୁଁ ତ ଭାବିଛି ରାଜକୁମାର ଦେବି ବୋଲି , ତେଣିକି ଜାତକ ଅନୁସାରେ ଯାହା ଅକ୍ଷର ପଡ଼ିବ ସେହି ଅନୁସାରେ ଦେବାକୁ ପଡ଼ିବ ? ଆଛା ତୁମ ପସନ୍ଦ ର ଗୋଟେ ନାଁ କହିଲେ ଦେଖି "


ମୁଁ କହିଲି - " ପ୍ରିନ୍ସ୍ , କେମିତି ହେବ ? "


- " ଆରେ ମୁଁ ଓଡ଼ିଆ କହିଲି ଆପଣ ଇଂଲିଶ ରେ, ହା ହା ହା  " 


- " ନାଇଁ ସେମିତି କିଛି ନାହିଁ ମୋତେ ଏ ନାଁ ଟା ବହୁତ ଭଲ ଲାଗେ ତ ସେଥିପାଇଁ " 


 କିନ୍ତୁ ଏକଥା କେବଳ ମୁଁ ଜାଣିଛି ଯେ ମୋ ପ୍ରିୟତମା ଶ୍ରଦ୍ଧା ନ ମୋତେ ସ୍ନେହରେ ପ୍ରିନ୍ସ୍ ବୋଲି ଡାକେ ସେଥିପାଇଁ ମୁଁ ସେଇ ନାଁ କୁ କହିଦେଲି ।


ଟିକେ ଆଖି ବୁଜି ଖୋଲି ଦେଇଛି ତ , ଆଶ୍ଚର୍ଯ୍ୟ !

ସବୁକିଛି ଗୋଟେ କ୍ଷଣ ରେ ପରିବର୍ତ୍ତନ । ସେ ଲୋକ ବଦଳରେ ଆଉ ଗୋଟେ ଲୋକ ତା ସାମ୍ନାରେ ବସିଥିବା ମହିଳା ତାର ଦମ୍ପତି ମାନେ ବି ନାହାନ୍ତି । ସେ ଯାଗାରେ ବର୍ତ୍ତମାନ ମୁସଲିମ ଲୋକ ତିନି ଜଣ । ଯୋଉ ଅଣଓଡ଼ିଆ ଲୋକଟି ଯାଗାରେ ମୁଁ ବସିବି ବୋଲି ଭାବିଥିଲି ଏବେ ସେ ବି ନାହିଁ ସେଠି । ତା ଯାଗାରେ ଅନ୍ୟଜଣେ ସ୍ତ୍ରୀ ଲୋକ ବସି ତା ପୁଅ ସହ ଖେଳୁଛି । ମୋ ମୁଣ୍ଡ ବୁଲେଇ ଦେଲା କିଛି କ୍ଷଣ ପାଇଁ । ଏମିତି କ'ଣ ହେଉଛି ମୋ ସହ ମୁଁ କିଛି ବୁଝି ପାରିଲିନି । ମୁଁ ତ ବଗି ବଦଳେଇନି ଅନ୍ୟମନସ୍କ ରେ ପଳେଇ ଆସିଛିକି ଭୁଲରେ ଆଗକୁ ତେବେ ଏମିତି ହଠାତ୍ ଏସବୁ ??? ମୋତେ ଅଜବ ଅଜବ ଲାଗୁଥାଏ ।  

 

ତା'ପରେ ହଠାତ୍ ସେ କୁନି ପୁଅ ଟି ମୋ ପାଖକୁ ଆସି ମୋତେ ପାପା ପାପା ବୋଲି ଡାକିଲା । ତା ମାମା ମୁହଁକୁ ମୁଁ ଚାହିଁଲି ସେ ଟିକେ ଲଜ୍ଜିତ ଦିଶିଲେ ପୁଅର ମୋତେ ଏମିତି ଡାକରେ । ମୁଁ ସେ ଯାଗା ଛାଡି ବେସିନ୍ ପାଖକୁ ଗଲି ଟିକେ ମୁହଁ ଧୋଇବାକୁ ଟ୍ୟାପ୍ ଖୋଲି ଆଞ୍ଜୁଳାଏ ପାଣି ମୁହଁ ରେ ଛାଟି ଦେଇଛି ତ ଏ କଣ ମୁହଁ ସାରା ଖାଲି କଞ୍ଚା ରକ୍ତ । ଯେମିତି ଏଇ ସାଙ୍ଗେ ସାଙ୍ଗେ କିଏ ତାଜା ରକ୍ତ କୁ ଟାଙ୍କିରେ ଭରିଛି । ଟ୍ୟାପ୍ ରୁ ବି ରକ୍ତ ବାହାରୁଛି ମୁଁ ଛାନିଆ ହୋଇ ଦୌଡ଼ି ଦୌଡ଼ି ଆସି ବସିଗଲି ପୂର୍ବ ସ୍ଥାନରେ । ମୁଁ ସେ ଦୃଶ୍ୟ ନିଜ ଆଖିରେ ଦେଖି ପାରିଲିନି ସେ କୁନି ପୁଅଟିର ମୁଣ୍ଡ ଫାଟି ଯାଇଛି ସେ ତଳେ ପଡିଛି ଆଉ ମା ବି ତଳେ ପଡିଛି ରକ୍ତ ଯୁଡୁବୁଡୁ ହୋଇ ମୃତ୍ୟୁ କୁ ଅପେକ୍ଷା କରି । ଚାରିପାଖର ଅବସ୍ଥା ବି ଠିକ୍ ସେହିଭଳି ୪୦ ନମ୍ବର ସିଟ୍ ରେ ଯୋଉ ଝିଅ ଟି ବସିଥିଲା ତା ମୁଣ୍ଡ ଯାଇ ଚାପି ହୋଇଯାଇଛି ଝରକା ପାଇପ୍ ରେ ଆଉ ସାମ୍ନାରେ ବସିଥିବା ତା ବାପା ଝିଅଟିର ହାତକୁ ଧରି ଫସି ଯାଇଥିବା ମୁଣ୍ଡକୁ ବାହାର କରିବାର ଚେଷ୍ଟା ଚଳେଇଛି , କିନ୍ତୁ ନିଜେ ତଳେ ପଡି ବେହୋସ୍ ହୋଇ ଯାଇଛି । ଉପରେ ଶୋଇଥିବା ଦୁଇଟା ଟୋକା ଆଉ ଟିକେ ପୂର୍ବରୁ ଯିଏ ଗବର ଗବର ହେଉଥିଲେ କୋଉ ଫିଲ୍ମୀ କୁ ନେଇ ସେ ଦୁଇଜଣ ଏବେ ତଳେ ପଡିଛନ୍ତି ମୁହଁ ମାଡି ହୋଇ । ପଛକୁ ବୁଲିଛି ତ ମୁଁ ବେହୋସ୍ ହୋଇ ପଡିଲି ସେ ଦୃଶ୍ୟ ଦେଖି । ସେ ବଗି ଭିତରେ ସବୁଠୁ ସୁନ୍ଦରୀ ଝିଅ ଟି ଯେ ବସିଥିଲା ଯାହାକୁ ମୁଁ କଥା ମଝିରେ ବାରମ୍ବାର କଣେଇ କଣେଇ ଚାହୁଁଥିଲି । ତାର ପେଟ ଫାଟି ଅନ୍ତନଳୀ ବାହାରି ଯାଇଥିଲା ସାମ୍ନା ଲୋକର ଅଧା ଖିଆ ଖୋଲା ଥିବା ଟିଫିନ୍ ମାଡରେ । 

 

ମୁଁ ଆଖି ଖୋଲିଲା ବେଳକୁ ମୋତେ ପାଣି ଛିଞ୍ଚୁ ଥିଲେ ଆଖିଳେଶ ଭାଇ । 


-" କ'ଣ ହେଲା ତୁମର ଏମିତି ବେହୋସ୍ ହୋଇଗଲ ଯେ ?"


ମୁଁ ତାଙ୍କ  ପ୍ରଶ୍ନର ଉତ୍ତର କ'ଣ ଦେବି ବଲ ବଲ କରି ଖାଲି ଚାହିଁ ରହିଲି ତାଙ୍କ ମୁହଁ କୁ । ଦେଖିଲି ଚାରିଆଡକୁ ସବୁକିଛି ସ୍ବାଭାବିକ ଥିଲା । ଟ୍ରେନ୍ ଟି ମଧ୍ୟମ ସ୍ପିଡ୍ ରେ ଚାଲୁଛି , ଯିଏ ଯୋଉଠି ସେମିତି ବସିଛନ୍ତି। ସେ ସୁନ୍ଦରୀ ଝିଅ ମୋବାଇଲ ଦେଖୁଛି ଇଅରଫୋନ ଦେଇ । ସେ କୁନି ପୁଅ ତା ମାମା ପାଖରେ ଦୁଷ୍ଟାମି ଜାରି ରଖିଛି । ୪୦/୪୧ ନମ୍ବର ସିଟ୍ ରେ ସାମ୍ନାସାମ୍ନି ବସିଥିବା ବାପ ଝିଅ ସେମିତି ଘର ବିଷୟରେ ଆଲୋଚନା କରୁଛନ୍ତି । 

 ଉପରେ ଶୋଇଥିବା ଟୋକା ଦୁଇଜଣ ସେମିତି ଗବର ଗବର ହେଉଛନ୍ତି । ତଥାପି ତାଙ୍କର ଫିଲ୍ମୀ ଆଲୋଚନା ସରିନି । କିନ୍ତୁ ଏବେକା ଫିଲ୍ମୀ ବଦଳରେ ସେ ଆଲୋଚନା କରୁଥାନ୍ତି ଅମିତାଭ ବଚ୍ଚନ ର କୋଉ ଏକ ପୁରୁଣା ଫିଲ୍ମୀ । ଛାଡ ମୋର କଣ ଯାଉଛି ସେ ଯୋଉ ଫିଲ୍ମୀ ବିଷୟରେ ଆଲୋଚନା କଲେ ।

 

 କିନ୍ତୁ ମୋତେ ଭାରି ଭୟ ଭୟ ଲାଗୁଥାଏ । ମୁହଁ ରେ ହାତ ମାରିଲି , ନା ନାହିଁତ ରକ୍ତ ଏବେ ବି ପାଣି ଶୁଖିନି ମୁହଁ ରୁ । ବିଶ୍ବାସ ହେଲାନି ତଥାପି ବେସିନ୍ ପାଖକୁ ଯାଇ ଟ୍ୟାପ୍ ଖୋଲିଲି ଦେଖିଲି ପାଣି ହିଁ ଆସୁଛି । 


ତାହେଲେ ଆଉ ଟିକେ ଆଗରୁ ଯାହା ଘଟିଲା ତାହା କ'ଣ ମୋ ମନର ଭାବନା ନା ଦୁଶ୍ଚିନ୍ତା ନା ଆଉ କିଛି ଥିଲା । କିନ୍ତୁ ମୋତେ ସବୁ ଯେମିତି ପାହାନ୍ତିଆ ସ୍ବପ୍ନ ସ୍ବପ୍ନ ପରି ଲାଗୁଥିଲା । ପୁଣି ଆଉଥରେ ଭଲକି ଆଖିରେ ପାଣି ଛାଟିକି ମୁହଁ ଧୋଇଲି । ଟ୍ରେନ୍ ଫାଟକ ଖୋଲି ବାହାର ର ଥଣ୍ଡା ହାଓ‌୍ବା ଟିକେ ଖାଇଲି ଟିକେ ଭଲ ଲାଗିଲା ହାଲକା ହାଲକା ଲାଗିଲା । କବାଟକୁ ଦେଇ ସାରି ଆଇନା କୁ ଦେଖି ଟିକେ ବାଳ ସାଇଜ କରୁଛି ତ ଆଇନା ରେ ଦେଖିଲି ସେ ଷ୍ଟେସନ ପାଖର ବୁଢା ମୋ ପଛରେ ଠିଆ ହୋଇ ମୋତେ ପଚାରୁଛି 


- " କ୍ୟା ବେଟା ଅବ୍ ତୋ ୟକିନ୍ ହୋଗେୟା ନାଁ ? " 


  ମୁଁ ଛାନିଆ ହୋଇଗଲି ତାଙ୍କୁ ଦେଖି 


- " କାକା ଆପ୍ ?! ଆପ୍ ତୋ ଓ୍ବାହାଁ .... ...ଆପ୍ ତୋ ଓ୍ବାହାଁ ଷ୍ଟେସନ ପେ ଥେ ନା ? ୟାହାଁ କ୍ୟେସେ ମତଲବ୍ ... କ୍ୟେସେ ! ? " 


ମୁଁ ଆବାକାବା ହୋଇ ତାଙ୍କୁ ଚାହିଁଥାଏ ସେ କହିଲେ


 -" ନେହିଁ ମେ ତେରେ ସାଥ୍ ହିଁ ଆୟା ଥା , ବୋ ପିଛେ ବାଲି ବଗି ମେଁ ଚଢା ଥା "


ଏମିତି କେମିତି ? ମାନେ ମୁଁ କିଛି ବୁଝି ପାରୁନଥାଏ ମୋତେ ସବୁ ଯେମିତି କୁହୁକ କୁହୁକ ଲାଗୁଥାଏ , ଆଉ ମୁଁ ସେଇ କୁହୁକ ଶିକାର ହୋଇଥିବା ଗୋଟେ ଛୋଟ ଜୀବଟେ ଯେମିତି । 


କେମିତି ଜଣେ ୬୦/୬୫ ବର୍ଷ ର ବୁଢ଼ା ମୋ ସାଙ୍ଗରେ ଦୌଡ଼ି ମୋ ସହିତ ଚଢିଗଲା ଏ ଟ୍ରେନ ରେ ? କେମିତି !!!


ହଠାତ୍ ମୁଁ କିଛି ବୁଝିବା ପୂର୍ବରୁ ଟ୍ରେନ ଟି ଏକ କର୍କଶ ଆବାଜ୍ କରି ଗୋଟେ କଡ଼କୁ ଓଲଟି ପଡ଼ିଲା । ମୁଁ ଫାଟକ ପାଖରେ ଠିଆ ହୋଇଥିବାରୁ । ମୋ ମୁଣ୍ଡ ରେ ଏକ ଗଭିର ଆଘାତ ଲାଗିଲା ଆଉ ମୁଁ ଛିଟିକି ପଡ଼ିଲି ବାହାରକୁ । ତାପରେ ମୋ ଆଖି ଆଗରେ ଯାହା ଘଟିଗଲା ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ମୋତେ ଖାଲି ଚାରିପଟ ଅନ୍ଧାର ଦିଶୁଥାଏ । ଏକ ଫୁରକୁଟିଆ ଗନ୍ଧ ମୋ ନାକରେ ବାଜିବା କ୍ଷଣି ମୁଁ ଆଉ କିଛି ଜାଣିନି ..


  ସକାଳ କୁ ସ୍ଥାନୀୟ ଲୋକେ କେତେଜଣ ମୋତେ ପାଣି ଛାଟି ଉଠେଇଲେ । ମୁଁ ଆଖି ଖୋଲିଛି ତ ଦେଖିଲି ଗୋଟେ ବଣୁଆ ଯାଗାରେ ମୁଁ ପଡ଼ିଛି । ଯୋଉ ଷ୍ଟେସନ ଠାରୁ ମୁଁ ଯାତ୍ରା ଆରମ୍ଭ କରିଥାନ୍ତି ସେଇ ଷ୍ଟେସନ ରୁ ଶହେ ମିଟର ଦୂରରେ ମୁଁ ପଡ଼ିଥିଲି । ଶରୀର ଟି ଅବଶ ଅବଶ ଲାଗୁଥିଲା । କିନ୍ତୁ ମୋ ମୁଣ୍ଡ ରେ କୌଣସି ଚିହ୍ନ ବର୍ଣ୍ଣ ନଥିଲା । 


ପରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଲି , ସେ ଯାହା କହିଲେ ମୁଁ ଭୟରେ ଶିହରୀ ଉଠିଲି । 


ଏଠାରେ ବହୁ ବର୍ଷ ପୂର୍ବରୁ ପ୍ରାୟ ୨୦ ବର୍ଷ ପୂର୍ବରୁ ଚାଲୁଥିଲା ସୂର୍ଯ୍ୟପୂତ୍ର ଟ୍ରେନଟି  । ଲାଷ୍ଟ ଷ୍ଟପେଜ୍ ଭୁବନେଶ୍ୱର । ଠିକ୍ କାଲି ରାତିର ତାରିଖରେ ସେ ଟ୍ରେନ ଟି ଦୂର୍ଘଟଣାଗ୍ରସ୍ତ ହୋଇଥିଲା ସେଇ ସୂର୍ଯ୍ୟପୁତ୍ର ଟ୍ରେନ ଟି ସେଇ ଯାଗାରେ ମୁଁ ଯୋଉ ଯାଗାରେ ପଡ଼ିଥିଲି ଚେତା ହରେଇ ।


 ସେମାନେ ମୋତେ ଯାହା କହୁଥିଲେ - " ତେରି କିସମତ ଅଛି ହେ ତୁ ବଚଗେୟା । ନେହିଁ ତୋ ତେରେ ଯେସା ଆଠ୍ ଦଶ୍ ଲଡକେ ଔର ଔରତ ମରାହୁଆ ପଡେ ମିଲେ ହେଁ ଓ୍ବାହାଁପେ ।


ଖାସ୍ କରକେ କାଲକେ ତାରିଖ ପେ ହିଁ ଏସବ୍ ହୁଆଥା । ଯୋ ସବ୍ ୟାହାଁ ପେ ମରେହୁଏ ମିଲେ ହେଁ ସବ୍ ଏକି ତାରିଖ କୋ ହୁଆହେ ଏକତିଶ୍ ଅଗସ୍ତ । 


କାଲିର ଘଟଣା ମୋ ଆଖି ଆଗରେ ଏ ପର୍ଯ୍ୟନ୍ତ ବି ଜଳ ଜଳ ହୋଇ ଦିଶୁଥିଲା ସତ ସତ ଲାଗୁଥିଲା । ଆଉ ମୋ ଛାତି ତଥାପି ଧକ୍ ଧକ୍ ଧକ୍ ଧକ୍ ହେଉଥିଲା । 


ଟିକେ ଆଖି ବୁଜି ବସି ପଡ଼ିଲି ବେଞ୍ଚରେ । ଆଖି ଖୋଲିଛି ତ ଚାରି ଆଡ କିଟି କିଟି ଅନ୍ଧାର ...

ବୁଢା ଷ୍ଟେସନ ସୂର୍ଯ୍ୟପୂତ୍ର ଟ୍ରେନ

Rate the content


Originality
Flow
Language
Cover design

Comments

Post

Some text some message..