Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Drama

2.5  

K. Nirmal

Drama

ବେଇମାନ୍

ବେଇମାନ୍

4 mins
574


ଜୀବନର ଗୋଟେ ଛୋଟ ପରିବାର ଥିଲା । ସେଇ ପରିବାରରେ ବାପା,ମା ଓ ତାର ଭଉଣୀ । ବହୁତ ଖୁସିରେ ରହୁଥିଲେ ସେମାନେ । ଦିନେ ସେଇ ହସ ଖୁସିର ଜୀବନରେ ବିପଦ ମାଡ଼ି ଆସିଲା । ଘଟଣା ଏମିତି ଥିଲା ଜୀବନ ଓ ସରପଞ୍ଚଙ୍କ ଝିଅ ପ୍ରତିମା ଗୋଟିଏ ସାଙ୍ଗରେ ପାଠ ପଢୁଥିଲେ। ଏଣୁ ସ୍କୁଲ୍ ଗଲା ବେଳେ ସେମାନେ ଗୋଟିଏ ରାସ୍ତାରେ ଯିବା ଆସିବା କରନ୍ତି । ସେହି ରାସ୍ତାର ଗୋଟେ ନିଛାଟିଆ ଯାଗାରେ କିଛି ବେଇମାନ୍ ପ୍ରାୟ ପ୍ରତିଦିନ ପ୍ରତିମା କୁ କମେଣ୍ଟ କରନ୍ତି । ପ୍ରତିମା ଏ ସବୁ କଥାକୁ ମୁଣ୍ତପୋତି ସହିନିଏ । ହେଲେ ରିତିମତ୍ ଏମିତି କଥାକୁ ଦେଖି ଜୀବନ ସହି ପାରୁନଥିଲା । ମଝି ମଝିରେ ସେମାନଙ୍କୁ ବୁଝାଇବାକୁ ବି ଚେଷ୍ଟା କରୁଥାଏ । ଦିନକୁ ଦିନ ସେମାନଙ୍କ ବଦମାସି କମିବା ବଦଳରେ ବଡ଼ି ଚାଲୁଥାଏ।

ଏଇ କଥା ପ୍ରତିମା ତା' ବାପାଙ୍କ ପାଖରେ ବି ଥରେ ଦି ଥର କହିଛି । କିନ୍ତୁ ତା'ବାପା ଏହି କଥାକୁ ଛୋଟ କଥା ଭାବି ହେୟ ଜ୍ଞାନ କରନ୍ତି । ଏପଟେ କିନ୍ତୁ ଜୀବନ ତା ଆଖି ସାମ୍ନାରେ ଘଟୁଥିବା ଘଟଣା ଗୁଡିକୁ ସହି ପାରୁ ନ ଥାଏ । ଶେଷରେ କେମିତି ସେ ବେଇମାନ୍ ମାନଙ୍କୁ କଠୋର ରୁ କଠୋର ଶାସ୍ତି ଦେଇହେବ ତାର ଉପାୟ ଚିନ୍ତା କରୁଥାଏ । ଠିକ୍ ସେମିତି ଦିନେ ସେହି ରାସ୍ତାରେ ପଢ଼ିବା ପାଇଁ ଯାଉଥିବା ସମୟରେ ବେଇମାନ୍ ମାନଙ୍କର ସଇତାନି କାର୍ଯ୍ୟ ପୁଣିଥରେ ଆରମ୍ଭ ହେଲା । ଜୀବନ ଆଉ ସହି ପାରିଲା ନାହିଁ । ନିରୁପାୟ ହେଇ ରାସ୍ତା କଡରେ ପଡିଥିବା ଗୋଟେ ଠେଙ୍ଗା ଉଚେଇ ସେମାନଙ୍କୁ ମାରିବ ବୋଲି ଡରେଇଲା । କିନ୍ତୁ ସେ ମାନେ । ସେହି ଠେଙ୍ଗାରେ ଜୀବନର ମୁଣ୍ଡକୁ ଗଭୀର ଆଘାତ ଦେଲେ ଜୀବନର ମୁଣ୍ଡ ଫାଟିଗଲା ଓ ସେ ଅଚେତ୍ ହୋଇ ସେଇଠି ପଡିଗଲା । ଏହାପରେ ସେଇ ସୈତାନ ମାନେ ପ୍ରତିମାର ଇଜ୍ଜତ ଲୁଟିବାକୁ ଚେଷ୍ଟା କରି ବିଫଳ ହେଲେ ।ଏ ଭିତରେ ସେମାନେ ପ୍ରତିମା କୁ ମଧ୍ୟ୍ୟ ଖୁବ୍ ମାରିଥିଲେ ଯାହା ଫଳରେ ସିଏ ବି ବେହୋସ ହୋଇଗଲା। ସେହି ରାକ୍ଷସ ମାନେ ପ୍ରତିମା ଓ ଜୀବନକୁ ନେଇ ସରପଞ୍ଚ ଦାଣ୍ଡରେ ଫିଙ୍ଗି ଦେଇ ଚାଲି ଗଲେ । ରାତି ୧୨ଟା ହୋଇଯାଇଥାଏ। ଜୀବନ ବେହସ ହୋଇ ପଡ଼ିଥାଏ । କିଛି ସମୟ ପରେ ହୋସ ଆସିଲା ଦେଖିଲା ବେଳକୁ ସେ ମେଡିକେଲ୍ ବେଡ୍ ରେ ଚାରି ପାଖରେ ଡାକ୍ତର ମାନେ ଘେରି ରହିଥାନ୍ତି ।ମୁଣ୍ଡରେ ପ୍ରବଳ ଆଘାତ ହେତୁ କିଛି ଜାଣି ପାରୁନ ଥାଏ। ସେ ସବୁ କଥା କହିବାକୁ ଚେଷ୍ଟା କରୁଥାଏ । କିନ୍ତୁ ପାରୁନଥାଏ । ପୋଲିସ ତାକୁ ସାଙ୍ଗରେ ନେଇ ଚାଲିଲେ କିଛି କହିବାକୁ ଚାହିଁଲେ ବି କୁହାଇ ଦେଲେନି ସେମାନେ । ଆଖି ସାମ୍ନାରେ ଜୀବନ ସମସ୍ତଙ୍କୁ ଦେଖୁଥିଲା। ପଞ୍ଚାୟତ ର ସମସ୍ତ ଲୋକ ତାକୁ କହୁଥିଲେ ବେଇମାନ୍ । ଛି ଛି ତୁ ଏହିପରି କର୍ମ କରିଛୁ ଏ ଭିତରେ ଗାଁ ରେ ପ୍ରଚାର ହେଇ ସାରିଥିଲା ଯେ ଏକୁଟିଆ ପାଇ ଜୀବନ ସରପଞ୍ଚ ବାବୁଙ୍କ ଝିଅର ଇଜ୍ଜତ ନବାକୁ ବସିଥିଲା ।ଝିଅଟି ବିରୋଧ କରିବାରୁ ସିଏ ତାକୁ ଲହୁଲୁହାଣ କରିଛି ଗାଁ ବାଲା ତାକୁ ଉଦ୍ଧାର କରି ଜୀବନ କୁ ଧରିଛନ୍ତି । ସତ କଣ ଜୀବନ ଠୁ ଶୁଣିବା ପାଇଁ କେହି ରାଜି ନୁହଁନ୍ତି ।ଯାହା କହିଲେ ମିଛ ବାହାନା କହି ଏଡେଇ ଯାଆନ୍ତି ଏପଟେ ପ୍ରତିମା କୁ ବି ଘରୁ ବାହାରିବାକୁ ମନା ସରପଞ୍ଚ ବାବୁ ଙ୍କ ଇଜ୍ଜତ ର କଥା । ଶେଷରେ ଜୀବନ ଗଲା ଜେଲ୍..। ଏହିପରି ବହୁଦିନ ବିତି ଗଲାପରେ ଜୀବନ ଦିନେ ଜେଲରୁ ଫେରିଲା ।

ଗ୍ରାମରେ ଜୀବନ ପ୍ରତି ଭୁଲ୍ ବୁଝାମଣା ଥାଏ ।ଯେତେବେଳେ ଜୀବନ ଗ୍ରାମ ପହଞ୍ଚିଲା । ଗ୍ରାମର ଲୋକମାନେ । ସମସ୍ତେ ଟୁପୁରୁ ଟାପୁରୁ ହଉଥାନ୍ତି । ଛି ଛି ବେଇମାନ୍ ଦେଖ ପୁଣି ଆମ ଗାଁ ଫେରିଛି। ସମସ୍ତଙ୍କୁ ଏଥର ସତର୍କ ହୋଇ ଚଳିବାକୁ ହେବ । ଜୀବନ କିଛି କହୁ ନ ଥାଏ ।

ଦିନ କେତେ ବିତିଗଲା ଗାଁ ଟିକେ ଶାନ୍ତ ହେବା ପରେ ଦିନେ ଜୀବନ ସରପଞ୍ଚ ଓ ସମସ୍ତ ଗ୍ରାମବାସୀଙ୍କ ଆଗରେ ସେ ସବୁ କଥା କହିବାକୁ ଚାହିଁଲା । କିନ୍ତୁ ତଥାପି ଗ୍ରାମ ବାସୀ ଜୀବବର କୌଣସି କଥା ଶୁଣିବାକୁ ରାଜି ନଥିଲେ ।ସେମାନେ ଭାବିଲେ ଇୟେ ନିଶ୍ଚୟ ମିଛ କହୁଛି । ଆଜି ଯଦି ତାକୁ କ୍ଷମା ଦେବେ । ଆଉଥରେ ସେ ସଇ ସମାନ ଭୁଲ୍ କାମ କରିପାରେ । ଆଜିକାର ଦୁନିଆଁରେ ଏଇପରି ବେଇମାନ୍ ବଞ୍ଚି ରହି ଲାଭ କଣ..? ୟାକୁ ତ ଫାଶୀ ହୋଇଥିଲେ ଭଲ ହୋଇଥାନ୍ତା । ଗ୍ରାମ ବାସୀ ଟୁପୁରୁ ଟାପୁରୁ ହଉଥାନ୍ତି। କିନ୍ତୁ ଦୁଃଖର କଥା ଜୀବନ ପ୍ରକୃତରେ ନିର୍ଦୋଷ ଥିଲା ଏହିକଥା କେବଳ ପ୍ରତିମା ହିଁ ଜଣାଥିଲା। ନିରାସ ହେଇ

ଶେଷରେ ଜୀବନ ପୁଣି ଘରକୁ ଫେରିଲା । ମିଥ୍ୟା ଆରୋପ ବଦନାମ୍ ଟାହି ଟାପରା କୁ ସହି ନ ପାରି ଦିନେ ଆତ୍ମହତ୍ୟା କରିବାକୁ ବାହାରିଲା ଜୀବନ ।ଆଚାନକ କେଉଁଆଡ଼ୁ ପ୍ରତିମା ଆସି ତାକୁ ବଞ୍ଚେଇ ଦେଲା । କାହିଁକି ନା ଯାହାକୁ ଗାଁ ଲୋକେ ବେଇମାନ୍ କହୁଥିଲେ । ସେ ପ୍ରକୃତରେ ନିର୍ଦୋଷ ଥିଲା।ଏହିକଥା କେବଳ ପ୍ରତିମା ହିଁ ଜାଣିଥିଲା ।ଜୀବନ ବହୁତ୍ କାନ୍ଦିଲା କହିଲା ତୁମେ ଏତେଦିନ ଧରି କୁଆଡ଼େ ଥିଲ। ମୋତେ ପୋଲିସବାଲା କେତେ ନିର୍ଜାତନା ଦେଇଛନ୍ତି ଜାଣିଛ ..? ଶେଷରେ ଗ୍ରାମ ବାସୀଙ୍କର ବେଇମାନ୍ ପଦକ ଶୁଣି ସହିନ ପାରି ମୁଁ ଆତ୍ମହତ୍ୟା କରିବାକୁ ଯାଉଥିଲି ।

ପ୍ରତିମା କହିଲା ସତ କଣ ଶୁଣିବ ତ କାହିଁକି ମୁଁ ଏତେଦିନ ଧରି ଏମିତି ଚୁପ୍ ମୁଁଚାପ୍ ଥିଲି ମୁଁ ଚୁପ୍ ନଥିଲି ବହୁଦିନ ଧରି କୋମାରେ ଥିଲି ମୁଁ । ସେଇଥିପାଇଁ କାହାରିକୁ କିଛି କହି ପାରି ନ ଥିଲି। ଆଜି ସମସ୍ତଙ୍କୁ ସବୁ କଥା କହିବା ଚାଲ । ଜୀବନ ଅଖିରୁ ଲୁହ ପୋଛି ଟିକେ ହସିଲା । ଶେଷରେ ସେ ଦୁହେଁ । ପ୍ରତିମାର ବାପା ମାନେ ସରପଞ୍ଚଙ୍କ ପାଖକୁ ଗଲେ ଏବଂ ସତ ଘଟଣା କହିଲେ। ଉଭୟଙ୍କ କଥା ଶୁଣି ସରପଞ୍ଚ ବିଶ୍ୱାସ କଲେ । ଗ୍ରାମ ବାସୀ ଏହିକଥା ଶୁଣି ବହୁତ ଦୁଃଖ ଅନୁଭବ କଲେ । ବିଚରାକୁ ଆମେ ବେଇମାନ୍ କହି କେତେ ଗାଳି ଦଉଥିଲେ । ଏହାପରେ ସରପଞ୍ଚ ଓ ଗ୍ରାମ ବାସୀ ମାନେ ମିଶି ସେହି ବେଇମାନ୍ ମାନଙ୍କୁ ପ୍ରବଳ ଶାସ୍ତି ଦେଇ ଜେଲ ପଠାଇ ଦେଲେ ।

ଏହାପରେ ସମସ୍ତ ଗ୍ରାମବାସୀ ମିଳି ମିଶି ଜୀବନ ଘରକୁ ଯାଇ ।ସରପଞ୍ଚ ଝିଅ ଓ ଜୀବନର ପ୍ରସ୍ତାବ ପକାଇଲେ। ଜୀବନର ବାପା ଓ ମା ସବୁକଥା ଜାଣିଥିଲେ ।କିନ୍ତୁ କରିବେ କଣ ନାଚାର ଥୁଲେ ସେମାନେ । ସମସ୍ତେ ସତ ଜାଣିଲେ ବୋଲି ଖୁସି ହେଲେ ଗ୍ରାମବାସୀଙ୍କ କଥାରେ ସେ ଦୁହିଁଙ୍କର ବାହାଘର ପାଇଁ ରାଜିହେଲେ । ଗାଁ ରେ ମହୋସ୍ଚବ ସତେ ପାଳିତ ହେଇଗଲା ଯୋଉଦିନ ସେମାନଙ୍କ ବାହାଘର ହେଲା..। ଏବେ ଜୀବନର ପରିବାର ହସ ଖୁସିରେ ରହିଲେ । ପ୍ରତିମା ଓ ଜୀବନର ଭଲ ପାଇବା ଆଖ ପାଖ ଶହେ ଖଣ୍ତ ଗାଁ ରେ ଏକ ଇତିହାସ ହେଇ ରହିଗଲା ।

◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:-nirmaln270@gmail.com


Rate this content
Log in

Similar oriya story from Drama