K. Nirmal

Others

2  

K. Nirmal

Others

ସୁନ୍ଦରୀର ପ୍ରେମ

ସୁନ୍ଦରୀର ପ୍ରେମ

2 mins
3.1K


ବହୁଦିନ ତଳର ଅଭୁଲା ଅତୀତ ଆଜି ମନେ ପଡୁଛି । ଯେତେବେଳେ ମୁଁ ସହର ର ମାଟିରେ ପାଦ ଥାପିଥାଏ । ସେତେବେଳେ ପ୍ରେମ କଣ ଜାଣି ନ ଥାଏ । ନୂଆ ନୂଆ କରି ଅଫିସରେ ଅଂଶ ଗ୍ରହଣ କରିଥିଲି । କିଛି ଯୁବତୀ ମୋତେ ପ୍ରେମ ଫାଶରେ ଫସାଇବାକୁ ଚେଷ୍ଟା କରୁଥିଲେ ।କିନ୍ତୁ ମୁଁ ଫସୁ ନ ଥିଲି ।କାହିଁକିନା ମୁଁ ଜାଣିଥାଏ ଭଲ ପାଇବା ଅର୍ଥାତ କେଉଁ ନାରୀ ହୃଦୟରେ ଫସି ରହିବା । ମୋ ମୁଣ୍ଡରେ ଅନ୍ୟକିଛି ଆସୁ ନ ଥାଏ ।


ଏହିପରି ବହୁଦିନ କଟି ଗଲା । କିନ୍ତୁ ପ୍ରେମ ଦୁନିଆ ରେ ମୁଁ ଫସି ନଥିଲି । ହଠାତ୍ ଜଣେ ଆମ ଅଫିସକୁ ଆସିଥାଏ । କାମ କରିବା ପାଇଁ । କାହିଁକି କେଜାଣି ସେ ମୋର ନିଜର ନିଜର ଲାଗିଲା । ମୋ ହୃଦୟରେ ହଠାତ୍ ଘଣ୍ଟି ବାଜିଲା । ମୁଁ ଡରିଗଲି । କାହିଁକି କେଜାଣି ମୋ ଛାତି ଏମିତି ହେଉଛି । କିଛି ସମୟ ପରେ ଜାଣି ପାରିଲି । ମୋ ହୃଦୟରେ ପ୍ରେମ ଜାଗରଣ ସୃଷ୍ଟି ହୋଇଛି ।ମୁଁ ବହୁତ ହସିଲି ସେହିଦିନ କାହିଁକି କେଜାଣି ଏ କଣ ଭଲ ପାଇବା ।


କିଛିଦିନ ବିତିଗଲା ଏହିପରି ମୁଁ ମୋ ମନର ଭଲ ପାଇବା କୁ କହିବା ପାଇଁ ଚେଷ୍ଟା କରୁଥିଲି ସେହି ଝିଅ ପାଖରେ । କିନ୍ତୁ ମୋ ହୃଦୟର ଭଲ ପାଇବା କୁ କେବେବି କହି ପାରୁ ନ ଥିଲି । ସେହି ଝିଅ ଯେତେବେଳେ ମୋ ପାଖକୁ ଆସୁଥିଲା । ମୁଁ ତାକୁ କିଛି କହି ପାରୁ ନ ଥିଲି ।ଏହିପରି ସବୁଦିନ ବିତି ଯାଉଥିଲା । ଦିନେ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲି । ହେ ପ୍ରଭୁ ଅନେକ ଦିନ ପରେ ମୋ ହୃଦୟରେ ଜଣେ ସୁନ୍ଦରୀ ପାଇଁ ଭଲ ପାଇବା ସୃଷ୍ଟି ହୋଇଛି । ସେ ଭଲ ପାଇବା କୁ ମିଶାଇ ଦିଅ ପ୍ରଭୁ । କିଛି ସମୟ ପରେ ଦେଖିଲି ପ୍ରଭୁ ଙ୍କ ମୁଣ୍ଡରୁ ଫୁଲଟିଏ ଖସିଲା । ମୁଁ ବହୁତ ଖୁସି ହୋଇଗଲି । ସେହି ଫୁଲଟିକୁ ଧରି ଅଫିସ ଚାଲିଲି ।


ଅଫିସ ଆସିବା ପରେ ସେହି ଝିଅ କୁ ମୋ ହୃଦୟର ଭଲ ପାଇବା କଥା କହିଲି କିନ୍ତୁ ସେ ରାଜି ହେଲା ନାହିଁ ।ମୁଁ ଭାଙ୍ଗି ପଡ଼ିଲି ।କିନ୍ତୁ ସେହି ଝିଅ ମୋତେ କହିଲା ମୁଁ ତୁମ କଥାରେ ରାଜି ହେବି କିନ୍ତୁ ଗୋଟେ ସର୍ତ୍ତରେ ।ଏହାପରେ ମୁଁ ଟିକେ ଖୁସି ହେଲି । ଭାବିଲି ଯାହାହେଉ ସେହି ଝିଅ ରାଜି ହୋଇଗଲା ।ସେହି ଝିଅ କହିଲା ଯଦି ତମେ ମୋ ବାପାଙ୍କୁ କହି ବାହାଘର ପ୍ରସ୍ତାବ ପକାଇବ ।ମୁଁ ତୁମକୁ ବାହାହେବି ମୁଁ ତାହାର ଏହିକଥା ଶୁଣି ଭାଙ୍ଗି ପଡ଼ିଲି କାରଣ ମୁଁ ଜଣେ ଅନାଥ ପିଲାଟିଏ । ସେହି ଝିଅର ବାପା ଓ ମା କଣ ମୋତେ ରାଜି ହେବେ ତାଙ୍କ ଝିଅର ହାତ ମୋ ହାତେ ଦେବା ପାଇଁ ।ଏହାପରେ ମୁଁ ସେହି ଝିଅକୁ କହିଲି ଆମେ ପରେ କଥା ହେବା ।ଏହିକଥା କହି ମୁଁ ସେଠୁ ଚାଲି ଆସିଲି ।


କିଛିଦିନ ଏହିପରି ବିତିଗଲା ସେହି ଝିଅ ମୋ ବିଷୟରେ ଖବର ନେଉଥଲା ଅନ୍ୟ ମାନଙ୍କ ପାଖରୁ ସେ ଯେତେବେଳେ ଜାଣି ପାରିଲା ମୁଁ ଅନାଥ ବୋଲି ସେ ବହୁତ କାନ୍ଧିଲା ମୋ ପାଖରେ ଓ କହିଲା ତୁମ ହୃଦୟ ବହୁତ ଭଲ ତୁମେ ଅନାଥ ହେଲ କଣ ହେଲା ? ମୁଁ ତୁମକୁ ବାହାହେବି । ଏହାପରେ ମୁଁ ବହୁତ ଖୁସି ହେଲି । ଏହାପରେ ମୋ ଭଲ ପାଇବା ସାର୍ଥକ ହେଲା ।ସୁନ୍ଦରୀ ର ହୃଦୟ ଜିଣି ପାରିଲି।


◆ କେ.ନିର୍ମଳ

◆ ଭଦ୍ରକ,ବାସୁଦେବପୁର (ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ gmail:- nirmaln270@gmail.com


Rate this content
Log in