K. Nirmal

Others

2  

K. Nirmal

Others

ମୁଁ ଅନାଥ

ମୁଁ ଅନାଥ

4 mins
1.2K


ଅଦିନିଆ ଝଡ଼ରେ ଭାସି ଆସିଥିଲି ବହୁଦିନ ପୂର୍ବେ ମୁଁ ଏହି ଅନାଥ ଆଶ୍ରମକୁ । ସମସ୍ତେ ମୋତେ ନିଜର କରିନେଲେ । ପାଳି ପୋଷି ବଡ଼ କଲେ । ଯେତେବେଳେ ମୁଁ ବଡ଼ ହେଲି ମୋ ନିଜର ପରିଚୟ ଜାଣିବା ପାଇଁ ଚେଷ୍ଟାକଲି। ଆମ ଗୁରୁଜୀ କହିଲେ ତୁ ଯେତେବେଳେ ଛୋଟ ହୋଇଥିଲୁ ବନ୍ୟା ପାଣିରେ ଭାସୁଥିବା ଦେଖି ମୁଁ ତୋତେ କୋଳେଇ ନେଇଥିଲି । ବହୁଥର ଚେଷ୍ଟା କରିଛି । ତୁମ ବାପା ଓ ମାଆ ଙ୍କୁ ଖୋଜିବାକୁ କିନ୍ତୁ ସେମାନେ ବଞ୍ଚିଛନ୍ତି କି ମରି ଯାଇଛନ୍ତି ? ତାହା ବି ମୁଁ ଜାଣିନି । 

 ଏହି କଥା ଶୁଣି ମୁଁ ବହୁତ୍ ଭାଙ୍ଗି ପଡ଼ି ଚିନ୍ତାକଲି ବହୁଦିନ ହେଲାଣି ମୋ ମାଆ ଓ ବାପା ସତରେ ଆଉ କଣ ବଞ୍ଚିଥିବେ ?

ଯଦି ବି ବଞ୍ଚିଥିବେ ତ ସେମାନଙ୍କୁ ମୁଁ ସତରେ ଚିହ୍ନିବି କେମିତି ? ସେମାନେ ତୋ ବୁଢ଼ା' ବୁଢ଼ୀ ହେଇ ଯିବେଣି । ଦୁଃଖରେ ଭାଙ୍ଗି ପଡ଼ି ମୁଁ ଭଗବାନଙ୍କ ଉଦ୍ଧ୍ୟେଶରେ କହିଲି ହେ ପ୍ରଭୁ ସମସ୍ତ ପିଲାକୁ ମାଆ' ବାପା ଦେଇଛନ୍ତି । କିନ୍ତୁ ମୁଁ ହତଭାଗା କାହିଁକି ଏତେ ଦୁଃଖ ପାଉଛି ? ବାପା ଓ ମାଅା ଙ୍କ ସ୍ନହ ମମତା ରୁ ବଞ୍ଚିତ ହେଇ ରହିଛି । 


ବହୁଦିନ ପରର ଘଟଣା...


ଦିନେ କାନ୍ଦି କାନ୍ଦି ଯେତେବେଳେ ମୁଁ ମନ୍ଦିର ପାଖକୁ ଯାଉଥିଲି । ହଠାତ୍ କେହିଜଣେ ମୋତେ କହିଲା ପରି ଲାଗିଲା ଯେ ପୂର୍ବ ଜନ୍ମରେ ତୁ ଜଣେ ବଡ଼ ଧନୀ ଥିଲୁ ।

ମୁଁ ଡରିଗଲି ଚାରି ଆଡ଼କୁ ଚାହିଁଲୋ କୁଆଡେ କେହି ନାହାଁନ୍ତି। ମୁଁ ଆହୁରି ଭୟଭୀତ ହେଇଗଲି । ଏହାପରେ ମନ୍ଦିର କୁ ଗଲି । ମନ୍ଦିରର ବେଢ଼ାରେ ବସି ମୁଁ ଭାବିଲି କିଏ ମୋତେ ଏହିପରି କହିଲା ? ମୁଁ ପୁର୍ବ ଜନ୍ମରେ ବଡ଼ ଧନୀ ଥିଲି ବୋଲି । ତାପରେ ମୁଁ ବହୁତ କାନ୍ଧିବାକୁ ଲାଗିଲି। ଏହାପରେ ପୁଣିଥରେ ଆମ ଆଶ୍ରମକୁ ଫେରିଆସିଲି ।


ଏମିତିରେ କିଛିଦିନ ବିତିଗଲା......


ଦିନେ ପୁଣି ମୁଁ ସେହି ରାସ୍ତା ଦେଇ ଯିବା ସମୟରେ ପୁଣି ଥରେ କେହି ଜଣେ ମୋତେ କିଛି କହିବାକୁ ଚାହୁଁଥିଲା ବୋଲି ମୁଁ ଜାଣି ପାରିଲି । ତତ୍ କ୍ଷଣାତ୍ ମୁଁ ସଇଠି ଠିଆ ହେଇ ପ୍ରଶ୍ନକଲି.. କିଏ ଆପଣ ..? ମୋ ସାମ୍ନାକୁ ଆସନ୍ତୁ । ମୁଁ ଆପଣ ଙ୍କୁ ଦେଖିବାକୁ ଚାହେଁ। କିଛି ସମୟ ପରେ ଦେଖିଲି ଗୋଟେ ବହୁରୂପୀ ଏଣ୍ଡୁଅକୁ । ସେ ମୋତେ କିଛି କହିବାକୁ ଚାହୁଁଥିଲା । ମୁଁ ତାକୁ ପଚାରିଲି ଆପଣ କିଏ ? ମୋତେ ଏମିତି ସବୁ କହିବାର କାରଣ କଣ ? ବହୁରୂପି ଏଣ୍ତୁଅ ଟି କହିଲା ମୁଁ ତୁମ ନିଜ ଭାଇ ଗତ ଜନ୍ମରେ ଆମ ଦୁହିଁଙ୍କୁ ଅଭିଶାପ ମିଳିଥିଲା। ଆମେ ଦୁହେଁ ଧନୀ ପରିବାରର ପିଲା ଥିଲେ । ଦିନେ ଆମେ ଦୁହେଁ ଶିକାର କରିବାକୁ ଜଙ୍ଗଲକୁ ଯିବା ବାଟରେ ହରିଣକୁ ମାରୁ ମାରୁ ଜଣେ ଋଷି ପୁତ୍ରକୁ ଭୁଲରେ ତୀର ମାରିଦେଇଥିଲେ ଓ ସେହି ଋଷି ପୁତ୍ର ମରି ଯାଇଥିଲା ଏହାପରେ ତା'ର ବାପା ଆମ ଦୁହିଁଙ୍କୁ ଦେଖି ଅଭିଶାପ ଦେଇଥିଲେ ଯେ ତୁମେ ଦୁହେଁ ପର ଜନ୍ମରେ ମୋ ଅଭିଶାପ ଶାପଗ୍ରସ୍ତ ହେବ ଏବଂ ସେଥିରୁ ମୁକ୍ତି ମିଳିବା କଷ୍ଟକର ହୋଇଯିବ । ତୁମେ ଦୁହେଁ ଅଲଗା ହୋଇଯିବ । ଜଣେ ବହୁଦିନ ଧରି ନିଜର ପିତା ' ମାତାଙ୍କ ଠାରୁ ଅଲଗା ରହିବ ଏବଂ ଆର ଜଣକ ଏଣ୍ଡୁଅ ରୂପ ନେଇ ଜନ୍ମ ଲାଭ କରିବ ମଣିଷ କଥା କହି ପାରିବା ଶକ୍ତି ତାହାର ଥିଲେ ମଧ୍ୟ୍ୟ ପିତା ' ମାତାଙ୍କ ସ୍ନେହ ପାଇ ପାରିବ ନାହିଁ । 

ଏହି ଏଣ୍ଡୁଅ ର କଥା ଶୁଣି ମୁଁ ଡରିଗଲି ଓ ତାକୁ ପଚାରିଲି ତମେ ଯଦି ମୋ ଭାଇ ତା'ହେଲେ ତୁମେ କଣ ପିତା ମାତାଙ୍କ ଖବର ଜାଣିଛ ? ସେ କହିଲା ହଁ ମୁଁ ଜାଣିଛି । ଏହିକଥା ଶୁଣି ମୁଁ ବହୁତ ଖୁସି ହେଲି । ଓ ଏଣ୍ଡୁଅ ଭାଇକି ଧରି ଆମ ଅନାଥ ଆଶ୍ରମକୁ ଫେରିଲି।  


ଆଶ୍ରମ ଫେରିଲା ପରେ ଗୁରୁଜୀଙ୍କୁ ମୁଁ ସବୁକଥା କହିଲି । ଗୁରୁଜୀ ବହୁତ ଖୁସି ହେଲେ କିନ୍ତୁ ଗୁରୁଜୀ ଏଣ୍ଡୁଅ ର କଥା କିପରି ବିଶ୍ୱାସ କରିବେ ? ସେଥିପାଇଁ ସେ ପ୍ରମାଣ ଖୋଜିଲେ । ଏଣ୍ଡୁଅଟି ଗୁରୁଜୀଙ୍କୁ କହିଲା.. ଗୁରୁଜୀ ଆପଣ ମୋ ସଙ୍ଗରେ ଆସନ୍ତୁ । ଗୁରୁଜୀ ଓ ମୁଁ ବହୁରୁପି ଏଣ୍ତୁଅ ସାଙ୍ଗରେ ଆମ ଘରକୁ ଚାଲିଲୁ । ବହୁଦୂର ବାଟ ଦୁଇଦିନ ବିତି ଗଲାଣି । ମୁଁ ପଚାରୁ ଥାଏ ଏଣ୍ଡୁଅ ଭାଇ ଆମ ଘର ଆହୁରି କେତେ ଦୂର । ତ ଏଣ୍ତୁଅ କହିଲା..ମାତ୍ର ଆଉ ଅଳ୍ପ କିଛି ବାଟ ବାକି ଅଛି। ତା ପରେ କିଛି ବାଟ ଗଲାପରେ ଗୋଟେ ଛୋଟ ଛପର ଘର ପଡ଼ିଲା । ଏଣ୍ଡୁଅ ଭାଇ କହିଲା ଏହି ଛପର ଘରଟି ଆମ ଘର । ଏଇଠି ବାପା ମା ରୁହନ୍ତି । ସତକୁ ସତ

 ସେହି ଘରେ ବୁଢ଼ା ବୁଢ଼ୀ ଦୁହେଁ ଥିଲେ । ଆମେ ସମସ୍ତେ ଯେତେବେଳେ ତ ଘର ଭିତରକୁ ଗଲୁ ତ ସେମାନେ ଆମକୁ ଦେଖି ଅଶ୍ଚର୍ଯ୍ୟ ହେଇ ପଚାରିଲେ ଆପଣ ମାନେ କିଏ ଏବଂ କେଉଁ ଜାଗାରୁ ଆସିଛନ୍ତି। ଆମ ଗୁରୁଜୀ କହିଲେ ବହୁ ବର୍ଷ ପୂର୍ବେ ଆପଣ ମାନେ କଣ ଆପଣଙ୍କ ଦୁଇ ପୁତ୍ରଙ୍କୁ ହରାଇଥିଲେ ? ସେ ଦୁହେଁ ବହୁତ୍ ଡରିଯାଇ ଚିନ୍ତାକଲେ ଏମାନେ କିଏ ଏବଂ ଏମାନେ ଆମର ପୁତ୍ର ମାନଙ୍କ କଥା କେମିତି ଜାଣିଲେ ? ଶେଷରେ ଗୁରୁଜୀଙ୍କୁ ବୁଢ଼ା ବୁଢ଼ୀ ଦୁହେଁ ପଚାରିଲେ .. ଆପଣ କିଏ..? ଆମ ପିଲାଙ୍କ କଥା ଆପଣ କେମିତି ଜାଣିଲେ ? ଏହାପରେ ସେହି ବୁଢା ବୁଢ଼ୀ ଦୁହିଁଙ୍କୁ ସେମାନଙ୍କ ହଜି ଯାଇଥିବା ପୁଅର ଫୋଟ ଆଣି ଗୁରୁଜୀଙ୍କୁ ଦେଖାଇଲେ । ଗୁରୁଜୀ କହିଲେ କୁହନ୍ତୁ ଏଇ ପିଲା ଦୁହିଁଙ୍କୁ ଆପଣମନେ ଜାଣିଛିନ୍ତି କି..? 

ବୁଢା ବୁଢ଼ୀ ଖୁସି ହେଇ କହିଲେ ସେ ଦୁହେଁ କାହାନ୍ତି ?

ଗୁରୁଜୀ କହିଲେ ଏଇ ତ ମୋ ପାଖରେ ଦୁଇ ଜଣ ଅଛନ୍ତି ଦେଖନ୍ତୁ । ଏ ଦୁହେଁ ଆପଣଙ୍କ ପୁଅ । ବୁଢା ବୁଢ଼ୀ ଆଉଥରେ ଡରିଯାଇ କହିଲେ ଏଠି ତ ମାତ୍ର ଜଣେ ଅଛି । ଗୁରୁଜୀ ସବୁକଥା ବୁଢା ଓ ବୁଢ଼ୀଙ୍କୁ କହିଲେ । ଓ ଶେଷରେ ପୂର୍ଵ ଜନ୍ମରେ ଯିଏ ଅଭିଶାପ ଦେଇଥିଲା ମୁଁ ସେହି ଋଷି ବୋଲି ମଧ୍ୟ୍ୟ କହିଲେ । କିନ୍ତୁ ମୁଁ ଏହି ଜନ୍ମରେ ଗୁରୁଜୀ ହୋଇ ଜନ୍ମ ହୋଇଛି । ପୂର୍ଵ ଜନ୍ମରେ ମୁଁ ଦେଇଥିବା ଅଭିଶାପ କୁ ମୁଁ ଏବେ ଫେରାଇ ନେଉଛି .. କହି ସେ ଏଣ୍ଡୁଅ ଭାଇକୁ ଅଭିଶାପ ରୁ ମୁକ୍ତି କରି ଦୁଇ ପୁଅଙ୍କୁ ଫେରାଇ ଦେଲେ ବୁଢ଼ା ବୁଢ଼ୀଙ୍କୁ । ଗୁରୁଜୀ ପୁଣିଥରେ ତାଙ୍କ ଅନାଥ ଆଶ୍ରମକୁ ଫେରିଗଲେ।  

ଏହାପରେ ଦୁଇ ଭାଇ ବାପା ମାଆଙ୍କ ସହିତ ଖୁସିରେ ରହିଲେ । 


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ gmail:- nirmaln270@gmail.com


Rate this content
Log in