Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Fantasy

3  

Trushna Das

Fantasy

କେଉଁ ଦୁନିଆରୁ ଆସିଲ ବନ୍ଧୁ

କେଉଁ ଦୁନିଆରୁ ଆସିଲ ବନ୍ଧୁ

3 mins
233


ସେଦିନ ରାତିରେ ଗାଆଁରେ ହଇଚଇ ପଡି ଯାଇଛି । ଗାଆଁରେ ସମସ୍ତେ କହୁଛନ୍ତି ଭୂତ ବାହାରୁଛି..... ଭୂତ ବାହାରୁଛି । ସମସ୍ତେ ଡରରେ ଥର ଥର ହେଉଛନ୍ତି । କେହି କିଛି ବୁଝିପାରୁ ନାହାଁନ୍ତି ଗାଆଁ ପାଖ ଜଙ୍ଗଲରେ କିଛି ଅଜିବ୍ ଦେଖିବାକୁ ମିଳୁଛି । 


ଏ କଥା ଶୁଣି ଗାଆଁର ରାହୁଲ ଓ କିଛି ଟୋକା ଦେଖିବାକୁ ଗଲେ । ସେଠାରେ ସେମାନେ ଲୁଚି ଦେଖୁଥାଆନ୍ତି । ସେମାନେ ଦେଖିଲେ ହଠାତ୍ ସେଠାରେ ଉଜ୍ଜଳ ଆଲୋକ ଦେଖାଗଲା । ସେଠାରେ ସେମାନେ ଦେଖିଲେ କିଛି ଅଦ୍ଭୁତ ପ୍ରକାର ଜୀବ ଓହ୍ଲାଇଲେ । ସେମାନଙ୍କ କିଛି ଅଂଶ ମଣିଷ ପରି ଆଉ କିଛି ଅଂଶ ଜୀବମାନଙ୍କ ମିଶ୍ରଣ । 


ସେମାନେ ହଠାତ୍ ଚମକି ଗଲେ । ସେମାନେ ଦେଖିଲେ ସେ ଅଦ୍ଭୁତ ଜୀବମାନଙ୍କ ପାଖରେ ବହୁତ ଅଲୌକିକ ଶକ୍ତି ଅଛି । ତାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଗଲେ । ସେ ଅଦ୍ଭୁତ ଜୀବମାନେ ଏଣେ ତେଣେ ବୁଲିବାକୁ ଲାଗିଲେ । ତାପରେ ହଠାତ ସେ ଅଦ୍ଭୁତ ଜୀବମାନଙ୍କ ଦେହରେ ଥିବା ପୋଷାକରୁ ଲାଇଟ ଜଳିଲା ଏବଂ ସେମାନେ ଦୌଡ଼ି ଗୋଟିଏ ଜାଗାରେ ଆସି ଛିଡା ହେଲେ । ପୁଣି ହଠାତ୍ ଉଜ୍ଜଳ ହୋଇ ଗଲା ଏବଂ ସେମାନେ ସେଠାରୁ ଅଦୃଶ୍ୟ ହୋଇଗଲେ । ରାହୁଲ ଓ ତା ସାଙ୍ଗମାନେ ଜାଣି ଗଲେ ସେ ଅଦ୍ଭୁତ ଜୀବମାନ ଆଉ କେହି ନୁହଁନ୍ତି, ସେମାନେ ହେଉଛନ୍ତି ଅନ୍ୟ ଗ୍ରହରୁ ଆସିଥିବା ଏଲିଅନ । 


କିଛି ସମୟ ପରେ ରାହୁଲ ଓ ତାଙ୍କ ସାଙ୍ଗମାନେ ଦେଖିଲେ ସେଇ ଏଲିଅନମାନଙ୍କ ଭିତରୁ ଗୋଟିଏ ଏଲିଅନକୁ କୁକୁରମାନେ ଗୋଡାଉଛନ୍ତି । ସେ ଯାଇପାରି ନାହିଁ । ରାହୁଲ ଯାଇ ତାକୁ କୁକୁରମାନଙ୍କଠାରୁ ରକ୍ଷା କରିଛନ୍ତି । ତାପରେ ରାହୁଲ ତାକୁ ଯାଦୁ ବୋଲି ଡାକୁଛନ୍ତି । 


ଯାଦୁ ରାହୁଲ ଛଡା ଅନ୍ୟମାନଙ୍କୁ ଡରିଲା । ଶେଷରେ ରାହୁଲ ତାକୁ ନିଜ ଘରକୁ ନେଇ ଗଲେ । ରାହୁଲ ଘରେ ରାହୁଲଙ୍କ ସ୍ତ୍ରୀ ଇଶା ରାହୁଲଙ୍କୁ ଅପେକ୍ଷା କରିଥାନ୍ତି । ରାହୁଲ ସହ ଯାଦୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଇଶା ରାହୁଲଙ୍କ ଠାରୁ ସବୁ ଶୁଣିଲେ । ସେ ଯାଦୁକୁ ଖାଇବା ପାଇଁ ଦେଲେ । ହେଲେ ଯାଦୁ କିଛି ଖାଇଲା ନାହିଁ । 


ସକାଳ ହେଲା । ଯାଦୁ ବାହାରକୁ ଖରା ଖାଇବା ପାଇଁ ବାହାରିବାରୁ ଗାଆଁ ଛୁଆମାନେ ତାକୁ ମାଗିବାକୁ ଗୋଡାଇଲେ । ସେ ଡରି ଯାଇ ଚିତ୍କାର କଲା । ଇଶା ଆସିକି ତାକୁ ମାଆ ପରି କୋଳକୁ ନେଇ ଛୁଆ ମାନଙ୍କୁ ପାଟି କରି ପଠାଇ ଦେଲେ । 


ଯାଦୁ ଦେଖିଲା ରାହୁଲଙ୍କ ମାଆ ଅକ୍ଷମ । ସେ ଚଲାବୁଲା କରି ପାରୁ ନାହାନ୍ତି । ତାପରେ ରାହୁଲଙ୍କ ଆର୍ଥିକ ଅବସ୍ଥା ବି ଭଲ ନାହିଁ । ଇଶା ଓ ରାହୁଲ ଚିନ୍ତାରେ ଅଛନ୍ତି ଯେ ବାହାଘରକୁ ତିନି ବର୍ଷ ହୋଇଗଲାଣି...କିନ୍ତୁ ତାଙ୍କର ଛୁଆ ହୋଇ ନାହିଁ । ତଥାପି ସେମାନେ ନିଜ ଦୁଃଖ ଭୁଲି ଯାଦୁ ସହ ସମୟ କାଟୁଛନ୍ତି । 


ଯାଦୁ ଦିନେ ହଠାତ୍ ରାହୁଲଙ୍କ ମାଆଙ୍କ ହାତ ଧରି କଣ ଗୋଟେ କଲା । ତା ଆଖିରୁ ଅଲୌକିକ ଶକ୍ତି ବାହାରିଲା ଏବଂ ରାହୁଲଙ୍କ ମାଆ ପୁରା ଠିକ ହୋଇ ଗଲେ । ରାହୁଲ ଓ ଇଶା ଯାଦୁକୁ କୁନ୍ଧାଇ ଧରି କହିଲେ କେଉଁ ଦୁନିଆରୁ ଆସିଲ ବନ୍ଧୁ । 


ତାପରେ ଦିନେ ରାତିରେ ଯାଦୁ ରାହୁଲଙ୍କ ଘର ଭିତରେ ଖୋଲିବାକୁ ଲାଗିଲା । ସେଥିରୁ ବହୁତ ସୁନା, ରୂପା ଗହଣା ମିଳିଲା । ରାହୁଲ ଜେଜେମାଆଙ୍କ ଠାରୁ ଶୁଣିଥିଲେ ଯେ ତାଙ୍କ ପୂର୍ବପୁରୁଷମାନେ ସେ ଜାଗାରେ ଖଜଣା ଲୁଚାଇ ରଖିଛନ୍ତି । କିନ୍ତୁ ଆଗରୁ ଖୋଜି ବି ପାଇ ନ ଥିଲେ । ଏବେ ରାହୁଲ ସେ ଗହଣାରୁ କିଛି ନେଇ ବିକ୍ରି କରିଛନ୍ତି ଏବଂ ଇଶାକୁ ଡାକ୍ତର ଦେଖାଇ ସେଇ ଟଙ୍କାରେ ଅପରେସନ କରିଛନ୍ତି । 


ଯାଦୁକୁ ଘରେ ସମସ୍ତେ ବହୁତ ଭଲ ପାଉଥିଲେ । କିଛି ଦିନ ଭିତରେ ସେ ରାହୁଲଙ୍କ ଘରର ସଦସ୍ୟ ହୋଇ ଗଲା । ହେଲେ ଏ କଥା ଯେତେବେଳେ ସହରରେ ପୋଲିସ ଜାଣିଲା ଯେ ରାହୁଲଙ୍କ ଘରେ ଏଲିଅନ ଅଛି, ସେତେବେଳେ ରାତି ଅଧରେ ପୋଲିସ ଫୋର୍ସ ଆସି ରାହୁଲଙ୍କ ଘରେ ପହଞ୍ଚିଲେ । ରାହୁଲ ଯାଦୁକୁ ଲୁଚାଇ ରଖିଲେ

ପୋଲିସଠାରୁ ମାଡ ଖାଇ ମଧ୍ୟ ସେ ଯାଦୁ ବିଷୟରେ କିଛି କହିଲେ ନାହିଁ । 


ସେଇ ସମୟରେ ଯାଦୁର ପୋଷାକରୁ ଅଲୌକିକ ଆଲୁଅ ବାହାରିଲା । ତା ମାନେ ଯାଦୁର ଗ୍ରହରୁ ତା ସାଙ୍ଗମାନେ ଆସିଛନ୍ତି । ରାହୁଲ ଇଶାଙ୍କୁ ଠାରି କହିଲେ ଯେ ଯାଦୁଙ୍କୁ ନେଇ ଛାତକୁ ଯିବା ପାଇଁ । 


ରାହୁଲ ପୋଲିସଙ୍କୁ ବୁଝାଇ କହିଲେ ଯେ ଯାଦୁ ଆମ ଗ୍ରହର ନୁହଁ । ତାକୁ ଯିବା ପାଇଁ ଦିଅନ୍ତୁ । ତାକୁ ତା ଦୁନିଆକୁ ଯିବାପାଇଁ ଦିଅନ୍ତୁ । ଆମର କୌଣସି ଅଧିକାର ନାହିଁ ତାକୁ ଆମ ଗ୍ରହରେ ରଖିବାର । 


ନିଉଜ ଚ୍ୟାନେଲ ସବୁ ଆସି ଲାଇଭ ପ୍ରସାରଣ କରୁ ଥାଆନ୍ତି । ପୋଲିସ ବି ଆଉ କିଛି କହିଲା ନାହିଁ । ଯାଦୁ ଛାତ ଉପରେ ସଙ୍କେତ ଦେବାରୁ ହଠାତ୍ ଆକାଶରୁ କିଛି ଅଦ୍ଭୁତ ଯାନ ରାହୁଲଙ୍କ ଘର ଆଡକୁ ଆସିଲା । ଯାଦୁ ଇଶାଙ୍କ ପେଟକୁ ହାତ ମାରିଲା ଏବଂ ତା ହାତରୁ ଅଲୌକିକ ଶକ୍ତି ବାହାରିଲା । ତାପରେ ଯାଦୁ ତାଙ୍କ ଯାନରୁ ବାହାରୁ ଥିବା ଆଲୁଅ ତଳକୁ ଚାଲି ଗଲା ଓ ଅଦୃଶ୍ୟ ହୋଇଗଲା । 


ତାପରେ ଇଶା ଅଚେତ ହୋଇ ଗଲେ । ଡାକ୍ତର ଆସି ଇଶାକୁ ଦେଖି କହିଲେ ଇଶା ମାଆ ହେବାକୁ ଯାଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯାଦୁ ଯିବା ବେଳକୁ ଇଶାକୁ ମାଆ ହେବାର ଉପହାର ଦେଇଛନ୍ତି । 


ଯାଦୁ ଆଉ ରାହୁଲଙ୍କ କଥା ଏବେ ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଶୁଣିବାକୁ ମିଳିଲା ଯେତେବେଳେ ଇଶା ଓ ରାହୁଲଙ୍କ ପୁତ୍ର ସନ୍ତାନ ଏ ଦୁନିଆକୁ ଆସିଲା ଯାଦୁ ସେ ଦିନ ସେମାନଙ୍କୁ ଦେଖା କରିବାକୁ ଆସିଥିଲା । ରାହୁଲ ଓ ଇଶା ଯାଦୁର ହାତ ଧରି କହିଛନ୍ତି କେଉଁ ଦୁନିଆରୁ ଆସିଲ ବନ୍ଧୁ.... ଆମକୁ ଆମର ସବୁ ଖୁସି ଦେଇ ଦେଲ ବନ୍ଧୁ । 



Rate this content
Log in

Similar oriya story from Fantasy