Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Inspirational

3  

Nityananda Nandi

Inspirational

Payable @ କୋଲକାତା

Payable @ କୋଲକାତା

4 mins
187



ହଁ, ଶୁଣୁଛ ! ଗାଆଁରେ ସମସ୍ତେ କହୁଛନ୍ତି, ଆମ ରୀନା କୁଆଡେ କଲିକତା ଆଇ.ଆଇ.ଏମ୍.ରେ ଜାଗା ପାଇଛି l 


ଜେଜେମା ରୁକୁ ବୁଢ଼ୀର ଖୁସି କହିଲେ ନ ସରେ...

ଉପର ଓ ତଳ ମାଢିରେ ମିଶି ପାଞ୍ଚୋଟି ଆଗ ଦାନ୍ତ ନାହିଁ l ଓଠ ଚାପି ଚାପି ସ୍ଵାମୀ ଦିଲୁ ବୁଢ଼ା ସଙ୍ଗେ କଥା ହୁଅନ୍ତି ଜେଜେମା l ଚେଷ୍ଟା କରି ବି ଓଠ ଚାପି ପାରୁନାହାନ୍ତି ରୁକୁ ବୁଢ଼ୀ l ଆଜି କିନ୍ତୁ ଖୋଲା ମେଲା ହସ l ବାର୍ଦ୍ଧକ୍ୟର ଛାପ ମୁହଁର ପ୍ରତିଟି ଚର୍ମ ଉପରେ l କୁଂଚା ମୁଂଚା ମୁହଁରେ ଦାନ୍ତବିହୀନ ହସ ଦେଖି ଇଚ୍ଛା ନ ଥାଇ ବି ହସିଦେଲେ ଦିଲୁ ବୁଢ଼ା l 


ରୁକ୍ମିଣୀଙ୍କର ବିବାହ ସମୟର ସୌନ୍ଦର୍ଯ୍ୟ ଆଉ ମନେ ନାହିଁ l ସେଦିନର ଯୁବତୀ ରୁକ୍ମିଣୀ ଆଜି ରୁକୁ ବୁଢ଼ୀ l ଚେହେରା ଉପରେ ବାର୍ଦ୍ଧକ୍ୟର ଭୂସ୍ଖଳନ, ହୃଦୟ କିନ୍ତୁ ସବୁ ଦିନ ପରି ସେମିତି କୋମଳ l ବୟସ ସିନା ଦେହକୁ ଅଜଗର ପରି ଗିଳିଦିଏ, ମନ ଆଉ ହୃଦୟକୁ କେହି କାବୁ କରି ପାରେନି l ସେଦିନ ଯେମିତି ଥିଲା, ଆଜି ବି ସେମିତି l ରୁକୁ ବୁଢ଼ୀ ନାତୁଣୀର ପରୀକ୍ଷା ଫଳକୁ ନେଇ ଉନ୍ମାଦିତ l 


ତମେ କଣ ଆଦୌ ଖୁସି ନୁହଁ ଆମ ରୀନା ପାଇଁ l 

ହଁ ଖୁସି ଅଛି ଯେ, କିନ୍ତୁ !!!


କିନ୍ତୁ ଫିନ୍ତୁ କିଛି ନାହିଁ, ଚାଲ ଗାଆଁରେ ମିଠା ବାଣ୍ଟିବା l ଖୁସିରେ କୋଳେଇ ନେଲେ ଦିଲୁ ବୁଢାକୁ l ଖୁସିର ଅମାପ ଦୈଘ୍ୟ ପ୍ରସ୍ଥ l କେବେ କିଛି ଲକ୍ଷ୍ମଣ ରେଖା ନିର୍ଦ୍ଧାରିତ ହୋଇନାହିଁ ଖୁସିକୁ ଆକଟ କରିବା ପାଇଁ l ଖୁସିର ବିଶାଳ ସାମ୍ରାଜ୍ୟ, ନା କେହି ପ୍ରତିଦ୍ୱନ୍ଦୀ, ନା କେଉଁ ପ୍ରତିଯୋଗିତା l ଯେମିତି, ଖୁସିର ଗୋଟେ ନିଜସ୍ଵ ଇଲାକା ଥାଏ l 


ଶୁଣ ରୁକୁ ! କାଲି ରାତିରେ ରୀନା ଫୋନ କରି ମୋତେ ସବୁ କଥା କହିଥିଲା l ପନ୍ଦର ଲକ୍ଷ ଲାଗିବ !!!!


କଣ ହେଲା ସେଇଠୁ !

ମୋର ଗୋଟାଏ ରୂପା ବାଙ୍କି ଅଛି ନା l ମୋ ବୋଉ ମୋତେ ଦେଇଥିଲା ବାହାଘର ବେଳେ l ଜାଣିଛ କେତେ ଓଜନ l ଅଧାକିଲୋରୁ ଅଧିକ ହେବ l ବିକି ଦେବା l 


ଇଚ୍ଛା ନ ଥାଇ ହସ ଭିତରେ ଅଳ୍ପ ସ୍ନେହ, ଅଳ୍ପ ଆନ୍ତରିକତା ଛୁପି ରହିଥାଏ l ଅସହାୟ ମଣିଷ ମାନଙ୍କର ପ୍ରତି ମୁହୂର୍ତ୍ତ ଗୋଟାଏ ଗୋଟାଏ ଗଳ୍ପ ପରି, ଉଦାସୀନତା ଭରା...., ସରଳତା ପାଖରେ ଅଭିନୟର ଜାଗା ନାହିଁ, ସବୁ ସହଜ l ଆକାଶ ଭରା ଦୁଃଖକୁ ପିଠିରେ ଲଦି ଚାଲିବାର କ୍ଷମତା ଭିତରେ ଅସହାୟତା ହାରିଯାଏ l 


ହସିଲ କାହିଁକି ? ପନ୍ଦର ଲକ୍ଷ କଣ ବେଶି ଟଙ୍କା ?????


ଜୀବନରେ ଅନେକ ପ୍ରଶ୍ନ ଏମତି ଭାରି ସୁଆଦିଆ l ବିଚାରୀ ନିରକ୍ଷର ବୁଢ଼ୀର ଅବାନ୍ତର ପ୍ରଶ୍ନ ଭିତରେ କିଛି ଭାବପ୍ରବଣତା, ଆଉ କିଛି ଉତ୍କର୍ଷତା ଛୁପି ରହିଥାଏ l ଗାଲକୁ ଟାଣି ଦେଇ ପ୍ରେମଭରା ଉଷ୍ମତାକୁ ଛାପିଦେଲେ ବୁଢ଼ୀର ରୁଗ୍ଣ ଗାଲ ଉପରେ l ଲାଜରେ ଭାଙ୍ଗି ପଡ଼ିଲେ ରୁକୁ ବୁଢ଼ୀ l 


ରୁକ୍ମିଣୀ ଦେବୀ କିମ୍ବା ଦିଲୀପ ବଳିଆର ସିଂହ କହିଲେ ଗାଆଁରେ କେହି ଚିହ୍ନନ୍ତି ନାହିଁ l ଦିଲୁ ବୁଢ଼ା ଓ ରୁକୁ ବୁଢ଼ୀ ଭାବେ ବେଶ୍ ପରିଚିତ ସେମାନେ ଗାଆଁ ଭିତରେ l ଅଳ୍ପ ବୟସରେ ପୁଅ ବୋହୂଙ୍କୁ ହରେଇଛନ୍ତି ସେମାନେ l ତା ପରେ, ନାତୁଣୀ ରୀନାର ହାତ ଧରି ତାକୁ ଏଲ୍.କେ.ଜି.ରୁ ନେଇ କଲିକତା ଆଇ.ଆଇ.ଏମ୍.ରେ ପହଞ୍ଚିବା ଭିତରେ ଅନେକ ଘଟଣା ଘଟି ଯାଇଛି ସେମାନଙ୍କ ଜୀବନରେ l ବୟସ ଆସି କେତେବେଳେ ମାଡ଼ି ବସିଲା ବୁଝି ପାରିଲେନି ସେମାନେ l ବିବାହର ଠିକ୍ ସାତ ବର୍ଷ, ଦୁର୍ଘଟଣାରେ ପୁଅ ବୋହୂକୁ ହରେଇବାର ଦୁଃଖକୁ କଣ ମାପି ହୁଏ ? ଦୁଃଖ ବହୁରୂପୀ, ଦୁଃଖର କିନ୍ତୁ ଏଇ ବିକଟାଳ ରୂପ ପାଖରେ ଜୀବନଟା ସମ୍ପୂର୍ଣ୍ଣ ହାରିଯାଏ l ଆଖିର ସୀମିତ ଲୁହ ଶୁଖିଯିବା ପରେ କଷ୍ଟ ଦେହସୁହା ହୋଇଉଠେ l ନିରୁଦ୍ଦିଷ୍ଟ ଲକ୍ଷ୍ୟ, ଦିଶାହୀନ ମରୁଯାତ୍ରା l ତଥାପି ସେମାନେ ରାସ୍ତା ଭଟକି ନାହାନ୍ତି, ଚାଲିଛନ୍ତି ଆଗକୁ ରୀନାର ହାତ ଧରି, ନିରନ୍ତର ଭାବରେ l 


ରୀନାର ମାମୁଁ ସରକାରୀ ବିଭାଗରେ କନିଷ୍ଠ ଯନ୍ତ୍ରୀ l ଦିଲୁ ବୁଢ଼ା ଫୋନ କରି ତାଙ୍କୁ ଜଣେଇଲେ, 

ମାମୁଁ କହିଲେ ସବୁ ଶୁଣିଛି, ରୀନା ମୋତେ ରାତିରେ ଫୋନ୍ କରି କହିଥିଲା l 

 

ଫୋନ ପାଖରେ ଛିଡ଼ା ହୋଇ କିଏ ଜଣେ ଚିତ୍କାର କରୁଥିଲା "କାହିଁକି ଫୋନ ଉଠେଇଲ !!!! ପଇସା ମାଗିବେ" !!! 


କିଛି ସାହାଯ୍ୟ ମାଗିବା ଆଗରୁ ଜଣେ ମହିଳାର କର୍କଶ କଥା ଶୁଣି ଦିଲୁ ବୁଢ଼ା ଫୋନ ରଖିଦେଲେ l ମନେ ମନେ ଭାବିଲେ କାହାଠୁ କିଛି ସାହାଯ୍ୟ ଦରକାର ନାହିଁ l ପୃଥିବୀର ଏଇ ଭିଡ ଭିତରେ ସମସ୍ତେ କେତେ ନିଜର ଲାଗନ୍ତି l ବାସ୍ତବତା କିନ୍ତୁ ଭିନ୍ନ l ସମ୍ପର୍କର ମରୀଚିକା, ଆଗରେ ବିଛେଇ ପଡ଼ିଛି, ଧାଇଁବା ବୃଥା l ଆଜି ଦିଲୁ ବୁଢ଼ାକୁ ଲାଗୁଥିଲା, ଭିଡ ଭିତରେ ସେ ନିଜେ ହିଁ ହଜି ଯାଇଛନ୍ତି, ଚିହ୍ନା ଚିହ୍ନା ମୁହଁ ସବୁ ଛୁପି ଯାଉଛନ୍ତି ଖୁମ୍ବ ଆଢ଼ୁଆଳରେ l 


ବ୍ୟାଙ୍କ୍ ଭିତରେ ବେଞ୍ଚ ଉପରେ ବସି ଢୁଳାଉ ଥାଆନ୍ତି ଦିଲୁ ବୁଢ଼ା l ଏଜେଣ୍ଟ ଆସି କାନ ପାଖରେ କହିଲା ପନ୍ଦର ଲକ୍ଷ ଷ୍ଟଡି ଲୋନ ପାଇଁ ତିନି ଲକ୍ଷ ଲାଗିବ l ହାଇ ମାରି କାନ୍ଥକୁ ଡେରି ବସି ରହିଲେ ଜୀବନହୀନ ପ୍ରତିମୂର୍ତ୍ତିଟିଏ ପରି l ତିନି ଲକ୍ଷ ପୁଣି କୁଆଡୁ ଆସିବ !!! ଏଇଟା ନିଶ୍ଚୟ ଏଜେଣ୍ଟର ଚାଲାକି l ସାହସ ହେଲା ନାହିଁ ଭିତରକୁ ଯାଇ ବେଙ୍କ ମେନେଜର ସଙ୍ଗେ କଥା ହେବାକୁ l ଚୁପଚାପ୍ ବ୍ୟାଙ୍କ୍ ଭିତରୁ ବାହାରି ଆସିଲେ ଦିଲୁ ବୁଢ଼ା l ଏଜେଣ୍ଟ ବୁଝି ପାରିଲା, ବୁଢ଼ା କାମକୁ ନୁହଁ l କ୍ଳାନ୍ତଶ୍ରାନ୍ତ ବୁଢ଼ା, ବୁଢ଼ୀକୁ ସାଇକେଲରେ ବସେଇ ଫେରିଲେ ଘରକୁ l ପରାଜୟର ପରସ୍ତେ ଆବରଣ ମୁହଁ ଉପରେ l 


କାଲି ଛାଡି ପହର ଦିନ ରୀନାର ଆଡମିସନ୍ l ଆଜି ରୀନା ଫୋନ କରିଥିଲା ଜେଜେମାଙ୍କୁ l କିଛି ନ ବୁଝି, ଜେଜେମା ରୀନାକୁ କହିଲେ ପହର ଦିନକୁ ପଇସା ନେଇ ଆମେ ଦୁଇଜଣ କଲିକତା ଆସିବୁ l ପନ୍ଦର ଲକ୍ଷ ଟଙ୍କାର ମୂଲ୍ୟ ଜାଣି ନ ଥିବା ବୁଢ଼ୀମାଆଙ୍କ ଆଶ୍ୱାସନାର ମୂଲ୍ୟ ପନ୍ଦର ଲକ୍ଷରୁ ଅଧିକ !! ଦିଲୁ ବୁଢ଼ା କିନ୍ତୁ କଲିଜାକୁ ପଥର କରି ବସି ରହିଛନ୍ତି ଚେୟାର ଉପରେ l ଯେମିତି ବି ହେଉ ଟଙ୍କା ଯୋଗାଡ କରିବାକୁ ହେବ ହିଁ ହେବ l 

****

ହଷ୍ଟେଲ ଗେଟ ପାଖରେ ବୁଢ଼ା ବୁଢ଼ୀ ହାଜର l ଜୀବନର ଅନ୍ୟତମ ଏକ ମାଇଲ ଖୁଣ୍ଟ ପାଖରେ ଆସି ପହଞ୍ଚିଛନ୍ତି ରୁକୁ ବୁଢ଼ୀ l ଆଖିରେ ମେଞ୍ଚାଏ କଳା l ମଥାରେ ଗେଣ୍ଡୁ ଫୁଲ, ମନରେ ଆକାଶ ଛୁଆଁ ସ୍ୱପ୍ନ, ରୀନା ବଡ ଚାକିରୀ କରିବ l ଜୀବନରେ ପ୍ରଥମ ଥର କଲିକତା ଆସିଛନ୍ତି ଦିଲୁ ବୁଢ଼ା ସାଥିରେ l ଖୁସିର ଲହରୀ l ଆଗ ଦାନ୍ତ ନାହିଁ ବୋଲି ଲୁଗା କାନିକୁ ମୁହଁରେ ଜାକି ହସୁଥିଲେ ରୁକୁ ବୁଢ଼ୀ l କେତେ ନିଷ୍କପଟ ସେ ହସ l ସରଳତାର ମହ ମହ ବାସ୍ନା ସେଇ ହସ ଭିତରେ...

ସିକ୍ୟୁରିଟି ଗାର୍ଡ କିନ୍ତୁ ଯିବାକୁ ଦେଲା ନାହିଁ l 

ରୀନା ଆସି ପହଞ୍ଚିଲା ଗେଟ ପାଖରେ l ରୀନାର ଖୁସି କହିଲେ ନ ସରେ l 

ନେ ରିନୁ, ଡିମାଣ୍ଡ ଡ୍ରାଫ୍ଟ ନେଇ ଆସିଛି, ପୂରା ପନ୍ଦର ଲକ୍ଷ, ପେବଲ୍ ଏଟ୍ କଲକତା l ତୋ ନାଁରେ....

ଏତେ ଟଙ୍କା କୋଉଠୁ ଯୋଗାଡ କଲ ଜେଜେ ବାପା !!!

ଘରଟା ବିକି ଦେଲି l 

ଏ କଣ କଲ !!!

ହଁ, ବିକି ଦେଇଛି ....

ଜେଜେ ବାପାଙ୍କୁ କୋଳେଇ ନେଇ କାନ୍ଦିଲା ରୀନା, ରୁକୁ ବୁଢ଼ୀ ପଛକୁ ମୁହଁ ବୁଲେଇ ଧଙ୍କୁ ଥିଲେ..

*****

ହଠାତ ଦିନେ ଖବର କାଗଜରେ ବାହାରିଲା, ଦିଲୁ ବୁଢ଼ା ଉପରେ ସରକାର କୃତଜ୍ଞ ହୋଇ ପ୍ରଧାନମନ୍ତ୍ରୀ ଯୋଜନାରେ ପ୍ରସ୍ତୁତ ହୋଇ ରହିଥିବା ଘରଟିକୁ, ଦାନ ସୂତ୍ରରେ ଦେଇଛନ୍ତି ବୁଢ଼ା ବୁଢ଼ୀଙ୍କୁ...



Rate this content
Log in

Similar oriya story from Inspirational