Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Romance Fantasy

3  

Dr Jharana Satapathy

Romance Fantasy

ଏଇତ ପ୍ରେମ

ଏଇତ ପ୍ରେମ

9 mins
713


 ଜୀବନରେ କାହାକୁ ପ୍ରେମ କରିନାହିଁ ପ୍ରଥମ ଦେଖାରେ ଯାହାକୁ ପ୍ରେମ କରିଛି ତୁମେ ହିଁ ତ ରିମା । ଏକଥା ମାନିନିଅ । ଆଇ ଲଭ ୟୁ । କାଲି ରାତିରେ ଯାହା ଘଟିଯାଇଛି ଛାଡ ସେ କଥା । ଆଜି ପୁଣି ସେହି ବେଳା ନକ୍ଷତ୍ର ରହିଛି । ସେହି ମୂହୁର୍ତ୍ତକୁ ଆଉ ହାତ ଛଡା କରିବାନି ରିମା । କ'ଣ ହୋଇଛି ରିମା ମତେ ତୁମେ ଘୃଣା କର?ମୁଁ କ'ଣ ଏତେ ଖରାପ ! ହୋଇ ଥାଇପାରେ ଦୁନିଆ ଆଖିରେ କିନ୍ତୁ ତୁମ ଆଖିରେ ମୁଁ ଜଣେ ସଚ୍ଚା ପ୍ରେମିକ ତୁମ ସ୍ବାମୀ  ।

ନୂଆ ନୂଆ ବାହାଘର । ପ୍ରେମରେ ଉବୁଡୁବୁ ରାଜା । ଖାଲି ରୋମାଣ୍ଟିକ ମୁଡ୍ । ବହୁତ କଷ୍ଟରେ ବୁଝାଇବାରୁ ରିମା ରାଜି ହୋଇଥିଲା ରାଜା ସହ ପ୍ରେମରେ ପାଗଳ ନାମକ ଏକ ଫିଲିମ ଦେଖିବାକୁ ସେଇଟା ପୁଣି ବାହାଘରର ଚତୁର୍ଥୀ ଯିବାର ଦୁଇଦିନ ପରେ । ଚତୁର୍ଥୀ ରାତି ଯେପରି କଟିଥିଲା ରାଜାକୁ ହିଁ ଜଣା ।

ଚତୁର୍ଥୀ ରାତି ଦୀପ ଜଗି ଜଗି ସଳିତା ପକାଇ ରାତି ପାହି ଯାଇଥିଲା । ତଥାପି ନିଜ ସ୍ତ୍ରୀ ରିମା ମୁହଁରୁ ଥରେଟିଏ ବି ଆଇ ଲଭ୍ ୟୁ ଶୁଣିନଥିଲା ।  ଓଢଣା ଭିତରେ ରିମାର ମୁଁହଟି ଦିଶୁଥାଏ ଗୋରା ତକତକ । ଓଢଣୀ ଭିତରୁ ମୁହଁଟି ବାଦଲ ଉହାଡରୁ ଚନ୍ଦ୍ର ବାହାରିବା ପରି ଉଙ୍କି ମାରୁଥିଲା ।  ପାଖକୁ ଯାଇ ଆଲିଙ୍ଗନ କରିବାକୁ ଇଛା ହେଉଥାଏ ରାଜାକୁ ମାତ୍ର ରିମା ଦୂରେଇ ଦୂରେଇ ଯାଉଥାଏ ।  ରାଜା ଭାବିଲା ଚଉଠି ରାତି ତ ଏମିତି କଟିଲା ।   

ପ୍ରେମ ବିଷୟରେ ରିମାର ଧାରଣା କମ୍ ହୋଇଥାଇପାରେ ପ୍ରେମର ମାନେ କଣ ଯଦି ସେ ବୁଝିଥାନ୍ତା ତାହାହେଲେ ସେ କଣ ଵାସର ରାତିରେ ଦୂରେଇ ଯାଆନ୍ତା । ପ୍ରେମ ଫିଲିମ୍ ଦେଖି ଦେଲେ ସେ ପ୍ରେମ ବିଷୟରେ ଟିକେ ଜାଣିବ ।

ରାଜା ନିର୍ଣ୍ଣୟ ନେଲା ରିମାକୁ ରୋମାଣ୍ଟିକ ଫିଲମ୍ ନେବି । ଦୁହେଁ ମିଶି ମଟର ସାଇକେଲରେ ବାହାରିଲେ ଫିଲିମ୍ ଦେଖିବାକୁ ।

ନୂଆ ଗାଡି ଦେଖିବାକୁ ଚିକଚାକ ।  ଯୌତୁକରେ ଆଣିଥାଏ । ଗାଡି ନମ୍ବର ମଧ୍ୟ ହୋଇନଥାଏ । ଗାଡିର କାଗଜ ପତ୍ରନଥାଏ । ଖାଲି ପ୍ରେମ ନିଶା ରାଜାକୁ । ଦୁଇରାତି ଏମିତି କଟିଗଲା । ଆଜି ଏ ସୁଯୋଗ ହାତଛଡା କରିବାକୁ ସେ ଆଉ ଚାହୁଁନଥିଲା । ଯାହା ହେଲେ ବି ଆଜି ଯୋର ଜବରଦସ୍ତ ହେବ  । ଏ ସବୁ ଭାବି ଭାବି ଗାଡି ଚଲାଇ ବାହାରିଲା ରାଜା । ପଛରେ ରିମା ବସିଥାଏ । ମଝିରେ ମଝିରେ କାନ୍ଧରେ ହାତ ପକାଇବାକୁ ରିମାକୁ କହୁ ଥାଏ । ପାଖକୁ ଟିକେ ଲାଗିକି ବସିବାପାଇଁ କହୁଥାଏ । ଏସବୁ ଭିତରେ ହେଲମେଟ୍ ପିନ୍ଧିବା ପାଇଁ ଭୁଲି ଯାଇଥାଏ ।  ଏ ରୋମାଣ୍ଟିକ ମୁଡରେ ବିଚରା ଧରାପଡିଗଲା ଟ୍ରାଫିକ୍ ପୋଲିସ୍ ହାଜତରେ କରିବ କ'ଣ । ଫାଇନ ଗଣିଲା କାନମୁଣ୍ଡା ଆଉଁଶି । ବାଧିଲା ତାକୁ ପକେଟ୍ ରେ ଯେତିକି ପଇସା ଥିଲା ଗଣିଦେଲା ଟ୍ରାଫିକ୍ ପୋଲିସକୁ ।

ଇନ୍ସୁରେନସ୍, ଲାଇସେନ୍ସ, ପଲ୍ୟୁସନ୍ ସାଟିଫିକେଟ୍ ବି ନଥିଲା । ଗଣି ଗଣି ହେଲେମେଟ ପାଇଁ ୧୦୦୦,  ଡ୍ରାଇଭିଂ ଲାଇସେନ୍ସ ପାଇଁ ୫୦୦୦, କାଗଜ ପତ୍ର ପାଇଁ ୫୦୦୦ ଇନ୍ସ୍ୟୁରେନ୍ସ ପାଇଁ ୨୦୦୦ ପଲ୍ୟୁସନ୍ ପାଇଁ ୧୦,୦୦୦ ସର୍ବ ମୋଟ ତେଇସି ହଜାର ଗଣିବା ପାଇଁ ପଡିଲା ।

ଆଉ ଯାହା ଟିକେ ପଇସା କଣ ଥିଲା ରିମା ପାଇଁ ନୂଆ ଡ୍ରେସ୍ କିଣି ତାକୁ ପିନ୍ଧିବା ପାଇଁ କହିଥିଲା । ଫଳରେ ପକେଟ୍ ରେ ଥିବା ପଇସା ସବୁ ଖାଲି । ବହୁ କଷ୍ଟରେ ରିମାକୁ ବୁଝାଇ ଆଣିଛି ଫିଲିମ ଦେଖାଇବା ପାଇଁ କିନ୍ତୁ ଟିକଟ ପାଇଁ ପାଖରେ ପଇସା ନାହିଁ । ଫିଲିମ୍ ନ ଗଲେ କଣ ହେଲା ରିମାକୁ ଧରି ପାର୍କ ଯିବ ଵୋଲି ସ୍ତିର କଲା ରାଜା  । ସେଇଟା ମଧ୍ୟ ପ୍ରେମ ପାଇଁ ରୋମାଣ୍ଟିକ ଯାଗା । ଦୁହେଁ ମିଶି ପାର୍କ ଗଲେ । ସମୟ ରାତି ଆଠଟା ବାଜିଲାଣି ।

କେହି କେହି ଘରକୁ ମଧ୍ୟ ଫେରିଲେଣି । ଆଉ କେତୋଟି ପ୍ରେମିଯୁଗଳ ସେଠି ବସି ମୁହଁକୁ ମୁହଁ ଲଗାଇ ଦେହକୁ ଦେହ ଘସି ନାରେନାରେ ହେଉଥାନ୍ତି । ରାଜା ଆଉ ସମ୍ଭାଳି ପାରିଲା ନାହିଁ, ରିମାକୁ ପାଖକୁ ଟାଣି ଯବରଦସ୍ତ ଗୋଟେ ଚୁମାଟି ଦେଲା । ରାଜା ନିଜ ବଳିଷ୍ଠ ଛାତିରେ ସମାହିତ କରିନେଲା ରିମାକୁ କିଛି ମୁହୁର୍ତ୍ତ ପାଇଁ  ।  ସେଠି ରିମା ରାଗିଯାଇ ଟିକେ ପାଟିକଲା ତୁମକୁ ସ୍ଥାନ କାଳ ପାତ୍ର ଜଣାନାହିଁ କି ଅଲାଯୁକ ତମେ ! ଅନ୍ୟ କଲେଜ ପଢୁଆ ପୁଅଝିଅ ମାନଙ୍କର ନଜର ସେହି ଦମ୍ପତ୍ତି ଉପରେ ପଡିଲା । ରାଜା ଯେତେ ରିମାର ପାଖକୁ ଆସୁଥାଏ ସେ ଦୂରେଇ ଦୂରେଇ ଯାଉଥାଏ । ଫଳରେ ରାଜାର ରିମା ପ୍ରତି ବିରକ୍ତି ଭାବ ଜାଗ୍ରତ ହେଲା ତୁ କହୁଛୁ ଏଠୁ ପଳାଇବା ଚା’ ଏଠୁ ଯିବା ।

ହାତ ଧରି ଟାଣିଲା ବେଳକୁ ରିମାର ପାଟି ଶୁଣି ସିକ୍ୟୁରିଟି ହୁଇସିଲ୍ ଫୁଙ୍କି ପହଞ୍ଚିଗଲା କି ପାଲା ଲାଗିଛି ସବୁବେଳେ ଅବିବାହିତ କଲେଜ ପଢୁଆ ପିଲାମାନଙ୍କ । ଲାଜସରମ ଯମା ନାହିଁ । ଖାଲି ଗଡେଇ ତଡେଇ । ପ୍ରେମରେ ଉବୁଡୁବୁ । ସବୁ ଏଠି ସରିବ ଝଡାଝଡି ହୋଇ ସତୀ ହୋଇ ଯିବେ । ଠିକ୍ ଯେପରି ସତୀ ସାବିତ୍ରୀ । ବାହାର ଏଠୁ ସବୁ ବାହାର ରାତି ଦଶଟା ହେଲାଣି । ଚୁଚୁମା ଚାଲିଛି । ରାଜା ଏବଂ ରିମାର ବୟସ କମ ,କଲେଜ ଛୁଆ ଭଳି ଦିଶୁଥାନ୍ତି ପାର୍କଟି ମଧ୍ୟ ଅନ୍ଧାରଥାଏ । ସିକ୍ୟୁରିଟି ଠେଲାପେଲା କରି ସମସ୍ତଙ୍କୁ ବାହାର କଲା ସେଠାରୁ । ରାଜାର ମନ ଭାରି ଦୁଃଖ । ପ୍ରେମ ବିଷୟରେ ଯାହା ଚିନ୍ତା କରି ଘରୁ ବାହାରିଥିଲା ରିମାକୁ ଧରି ସବୁ ଓଲଟପାଲଟ ହୋଇଗଲା ।

ବିଚାରା ରାଜା ଆଉ ରିମା ପାର୍କରୁ ଫେରିଲା ଵେଳକୁ ବାଟରେ କିଛି ଦୁର୍ବୃତ୍ତଙ୍କ ହାବୁଡରେ ପଡିଗଲେ । ରିମାର ବେକରୁ ଚେନ୍ ଛିଡାଇ ଗାଡିକୁ ଧକାମାରି କୁଆଡେ ଚାଲିଗଲେ । ଫଳରେ ରାଜା ଏବଂ ରିମା ଗାଡିରୁ ଭାରସମ୍ୟ ହରାଇ ତଳେ ଛିଟକି ପଡିଗଲେ । ଦୁଇଜଣ ଯାକ ଖଣ୍ଡିଆ ଖାବରା । ରିମାର ହାତ ଧରି ରାଜା ବହୁକଷ୍ଟରେ ଉଠାଇ ନେଇ ଏକ ଅଟେ ଯୋଗେ ଦୁହେଁ ଘରେ ପହଞ୍ଚିଲେ । ରାଜା ନିଜେ ଆଘାତ ହୋଇ ମଧ୍ୟ ରିମାକୁ ଆଉଁସିଦେଉଥାଏ ମାଡ ମାଜିଥିବା ସ୍ଥାନରେ ।

ରାତିରେ ରାଜା ମନେ ମନେ ବହୁତ ଭାବୁଥିଲା, କି ବାହା ହେଲି ଏ ମୁର୍ଖଟାକୁ ପ୍ରେମ ବିଷୟରେ ଧାରଣା ନାହିଁ । ସତରେ ଜୀବନରେ କାହାକୁ ପ୍ରେମ କରିନି ବୋଧେ ଇଏ । କାହାକୁ କଣ ଚାହିଁଥିବ ନା ଭଲ ପାଇଥିବ । ପ୍ରେମ କଣ ଏହାକୁ ଶିଖାଇବାକୁ ପଡିବ । ପ୍ରେମ ତ ଆପେ ଆପେ ହୁଏ । ସତରେ କି ପ୍ରେମର ନିଶା ମୋ ମୁଣ୍ଡରେ ଚଢିଲା ଜହର ଠାରୁ ଅଧିକ ହୋଇଗଲା । ସତରେ ତୁ କି ବାହା ହେଲୁ ରିମା ତୋ ପ୍ରେମରେ ପଡିଗଲି ସବୁ ଭୁଲିଗଲି ଶେଷରେ ଆଜି ତୋ ପାଇଁ ଏତେ ଫାଇନ୍ ଦେବାପାଇଁ ପଡିଲା  । ପ୍ରେମ କରିଛି ମାନେ ଖର୍ଚ୍ଚାନ୍ତ ହେବାକୁ ପଡିବ, ସେଥିପାଇଁ ଚିନ୍ତା କରି କି ଲାଭ? 

ରିମା ରାଜାର ମନ କଥା ଜାଣି ପାଖକୁ ଆସି ହାତ ଧରି କହିଲା 

- ଭୁଲ୍ ହୋଇଗଲା ରାଜା, ସରି ରାଜା । ମୋ ଉପରେ ତୁମେ ରାଗ ନାହିଁ । ମୋ ପାଇଁ ତୁମକୁ କେତେ ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡିଲା । ଆଇ ଲଭ୍ ୟୁ ରାଜା । ମୁଁ ତୁମକୁ ଭଲପାଏ ।

ତୁମ ଆଖିରୁ ଜଣାପଡୁଥିଲା ମୋ ପ୍ରତି ତୁମର ଅଗାଢ ପ୍ରେମ ଏବଂ ଭଲ ପାଇବା  । ପଦିଏ କଥାବାର୍ତ୍ତାରେ ଜଣାପଡୁଥିଲା ତୁମେ ମତେ କେତେ ଭଲ ପାଅ  । ତୁମେ ମୋ ନାମଟିଏ ଉଚାରଣ କରୁ କରୁ ଆଖି ଆପେ ଆପେ ଓଦା ହୋଇ ଯାଉଥାଏ ତୁମର । ଆଖିରେ ହିଁ ତୁମର ଭଲପାଇବା ଥିଲା  ।

ବନ୍ଦକର ବାଜେ କଥା.... ରିମା ,ତୁମେ ମୋଠୁ ଦୂରେଇ ଯାଅ ।

- ଚାଲିଯାଅ ମୋ ସାମନାରୁ । ରାଜା ବିରକ୍ତି ଭାବ ପ୍ରକାଶ କରି ରିମା ଉପରେ ଇଆଡୁ ସିଆଡୁ କହି ଚାଲିଲା ।

ରିମା ରାଜାର ହାତ ଧରି ପୁଣି କହିଲା ସରି ରାଜା - ମୁଁ ତୁମକୁ ପ୍ରେମ କରେ ରାଜା ତୁମକୁ ଭଲପାଏ ତୁମର ସେହି ଗାଳି ଗୁଡାକ ସବୁ ପ୍ରେମର । ତୁମେ ମୋ ଉପରେ ଯେତେ ରାଗ ଗାଳିଦିଅ ମତେ ଜଣାପଡେ ନାହିଁ କାରଣ ମୁଁ ତୁମକୁ ପ୍ରେମ କରେ । ମୁଁ ମଧ୍ୟ ଜାଣେ ଅନ୍ତରରେ ତୁମେ ମତେ ବହୁତ ଭଲ ପାଅ । ଯାହା ପ୍ରତି ଯାହାର ଅଧିକ ଭଲପାଇବା ଥିବ ସିଏ ହିଁ ସବୁ କିଛି କହିଦିଏ । ଏଥିରେ ମାନ,ଅଭିମାନ ରାଗ ରୁଷାର ପ୍ରଶ୍ନ ହିଁ ନାହିଁ । ଦୁହିଁଙ୍କ ମନ ଯଦି ନିର୍ମଳ ଆଉ ସ୍ବଛ ଥିବ ଭଲପାଇବା ଆପେ ଆପେ ଆସିଯିବ । ତୁମେ ମୋର ସବୁ ଭୁଲ ଦେଖି ଯେତେ ଅବା ଗାଳିଦିଅ ହୃଦୟରେ ଖାଲି ତୁମେ ହିଁ ତୁମେ  ।

- କାହାକୁ ପ୍ରେମ କରିବା ପାପ କିମ୍ବା ଖରାପ ନୁହଁ । ଖାଲି ଦୈହିକ ସଂପର୍କରେ ପ୍ରେମ ଗଢିଉଠେ ଏବଂ ମଜଭୁତ ରୁହେ ତାହା ନୁହଁ ପ୍ରେମ ବ୍ୟକ୍ତିଗତ ସ୍ନେହ ଏବଂ ସଂଯୋଗକୁ ବୁଝାଇଥାଏ । ଏଥିପାଇଁ ଦୁହିଁଙ୍କ ମନ ଭିତରେ ଦୟା କ୍ଷମା ସ୍ନେହ ଏବଂ ପ୍ରଣୟ ରହିବା ନିହାତି ଜରୁରୀ । ଖାଲି ସ୍ଵାମୀ ,ସ୍ତ୍ରୀ,ପ୍ରେମିକ ପ୍ରେମିକା ଭିତରେ ପ୍ରେମ ସଂପର୍କ ଗଢି ଉଠେ ତାହା ନୁହଁ । କେହି ବି ଚାହିଁଲେ ପଶୁପକ୍ଷୀ ପ୍ରାଣି ଜଗତକୁ ମଧ୍ୟ ପ୍ରେମ କରିପାରିବ । ତା ଛଡା ଭଗବାନଙ୍କୁ ମଧ୍ୟ ପ୍ରେମ କରିପାରିବ । କଥାରେ ଅଛି ପରା ସକଳ ଦେହେ ନାରାୟଣ ।  ମୁଁ କହି କହି ଥକି ଗଲିଣି ।  ସତରେ କହୁଛି ରାଜା ମୁଁ ତୁମକୁ ପ୍ରେମ କରେ । କରୁଥିବି ମଧ୍ୟ ।

- ରୂପ ବଦନକୁ ନ ଦେଖି ହୃଦୟକୁ ଚିହ୍ନି ଯିଏ ପ୍ରେମ କରେ ସେ ହିଁ ପ୍ରକୃତ ପ୍ରେମର ଅଧିକାରୀ । ହୃଦୟଟି କଣ ପ୍ରକୃତ ଭାବରେ ସେ ଚିହ୍ନେ । ସେ ହିଁ ପ୍ରକୃତ ପ୍ରେମିକ । ପ୍ରତାରଣା,ଛଳନା ତା ପାଖରେ ନଥାଏ । ଦେହ ସହ ଖେଳି ସିଏ କେବେ ଦୂରେଇ ଯାଏ ନାହିଁ । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ବିବାହ କରିଛେ । ତୁମେ ମତେ ପସନ୍ଦ କର କିମ୍ବା ନ କର ମୁଁ ତୁମ ସ୍ତ୍ରୀ । ତୁମର ସୁଖର ଏବଂ ଦୁଃଖର ସାଥୀ । ସ୍ତ୍ରୀ ହେଉଛି ସାକ୍ଷାତ ଦେବୀ ସ୍ବରୂପ ତାଙ୍କୁ ସର୍ବଦା ସମ୍ମାନ କରିବା ଆବଶ୍ୟକ । ସିଏ ସାକ୍ଷାତ ଲକ୍ଷ୍ମୀ  । ସ୍ତ୍ରୀ ଇଶ୍ବରଙ୍କର ଏକ ଅବଦାନ  ।

ପ୍ରେମ କ’ଣ ତତେ ଜଣା ଜଣାଥାନ୍ତା ତାହାହେଲେ....ତୁ ମୋଠୁ ଦୂରେଇ ଥାଆନ୍ତୁ! ହଁ ପ୍ରେମ କଣ ମୁଁ ଜାଣେ ରାଜା - ପ୍ରେମ ଏକ ପବିତ୍ର ଶବ୍ଦ । ଭଲପାଇବା କିଛି ପାପ ନୁହଁ ।  ଏଥିପାଇଁ ଭଲ ହୃଦୟଟି ଦରକାର । ପ୍ରେମ ବହୁତ ପ୍ରକାରର । ସ୍ଵାମୀ ସ୍ତ୍ରୀର ପ୍ରେମ, ଭାଇ ଭଉଣୀର ପ୍ରେମ,ସନ୍ତାନ ପ୍ରତି ପ୍ରେମ,ପରିବେଶ ପ୍ରେମ,ପ୍ରକୃତି ଉପରେ ପ୍ରେମ ପଶୁପକ୍ଷୀ ପ୍ରତି ପ୍ରେମ ,କୃଷ୍ଣ ସୁଦାମାଙ୍କ ପ୍ରେମ ସାଙ୍ଗ ସାଥୀଙ୍କୁ ପ୍ରେମ ଏବଂ ଦେଶପ୍ରେମ ଇତ୍ୟାଦି....

- ମନୁଷ୍ୟ ଜୀବନର ବିଭିନ୍ନ ସୋପାନରେ ପ୍ରେମର ପରିଭାଷା ଅଲଗା ହୋଇଥାଏ ଯଥା ବାଲ୍ୟ ପ୍ରେମ, ଯୌବନ ପ୍ରେମ ବୃଦ୍ଧାବସ୍ଥାରେ ପ୍ରେମ । ପ୍ରେମ କରି ତାହାକୁ ବଜାୟ ରଖିବା ନିହାତି ଜରୁରୀ । ପ୍ରେମ କରି ଧୋକା ଦେବା ପ୍ରତାରଣା ସହ ସମାନ । ମନ ଆଉ ହୃଦୟର ମିଳନ ହେଉଛି ପ୍ରକୃତ ପ୍ରେମ ।

ଦାମ୍ପତ୍ୟ ପ୍ରେମ ମଧୁରମୟ । ଏଥିରେ କେତେ ଉତଥାନ ପତନ ଆସିଥାଏ କିନ୍ତୁ ତାହାକୁ ଦୀର୍ଘସ୍ଥାୟୀ ରଖିବାକୁ ହେଲେ ଉଭୟଙ୍କର ସ୍ବଚ୍ଛମନ ଭଲ ହୃଦୟଟି ଦରକାର । ଠିକ୍ ସେପରି ସ୍ବଚ୍ଛ ପବିତ୍ର ନିର୍ମଳ ହୃଦୟଟି ହେଉଛି ତୁମର  । ହୃଦୟ ଭିତରେ ଅଶେଷ ଭଲପାଇବା ଦେଇଛ ନିଜ ସ୍ତ୍ରୀ ପ୍ରତି ।

- ଏମିତି କିଛି ପ୍ରେମ ବି ଥାଏ ନିଜ ଆବଶ୍ୟକତା ପାଇଁ, ନିଜେ ବଞ୍ଚିବା ପାଇଁ, ଏକାକୀତ୍ୱକୁ ଦୁରେଇ ଦେବା ପାଇଁ ସେଥିପାଇଁ ସାଥି ଟିଏ ଦରକାର, ନିଜ ମନ କଥା ଆଉ କାହା ଆଗରେ ଖୋଲି କହିବା ପାଇଁ ସାଥି ଟିଏ ଦରକାର । ଖାଲି ଦୈହିକ ସଂପର୍କରେ ପ୍ରେମ ଗଢି ଉଠେ ତାହା ନୁହଁ । ପ୍ରେମ ହେଉଛି ଦୁଇଟି ମନର ମିଳନ ।  ଦୁଇଟି ଆତ୍ମାର ମିଳନ ।  ପ୍ରେମ କେମିତି ହୁଏ କେତେ ବେଳେ ହୁଏ,କାହା ସାଥେ ହୁଏ କେହି ଜାଣି ପାରନ୍ତିନି I କିନ୍ତୁ ପ୍ରେମ ହେଉ ହେଉ ହୋଇଯାଏ ବୋଲି ସମସ୍ତେ କୁହନ୍ତି । ବାହାଘର ପୂର୍ବରୁ ମୁଁ କାହାକୁ ଭଲ ପାଉନଥିଲି ମୁଁ ବାହାଘର ପରେ ତୁମକୁ ଭଲ ପାଇଲି ।

ମୁନି ଆମ ସାହି ପିଲା ଚଉଠି ରାତିରେ ତା ନିଜ ସ୍ବାମୀ ସହ ସଂପର୍କ ରଖି ଛୁଆଟିଏ ଜନ୍ମ କରିଥିଲା ବିବାହର ବର୍ଷେ ନ ପୁରୁଣୁ ଅବୈଧ ଛୁଆ ଆଣିଲୁ କହି ତା ସ୍ଵାମୀ ତାକୁ ଘରୁ ବାହାର କରିଦେଲା । ସିଏ ନିଜେ ହିଁ ସେ ଛୁଆର ବାପା  । ହାତ ଧରି ବେଦିରେ ସପଥ କରି କେତେ ଦିଅଁ ଦେବତାକୁ ସାକ୍ଷୀ ରଖି ବାହା ହୋଇଥିଲା । ପରିଣତି ଶେଷରେ ଏହା ଭୋଗିବାକୁ ପଡିଲା ।

ମୋ ଅତି ପ୍ରିୟର ସାଙ୍ଗ କାବେରୀର ଜୀବନରେ ଏମିତି ଜଣେ ସାଥୀ ଆସି ତାହା ସହ ବିବାହ କରି ଶାରୀରିକ ସଂପର୍କ ସ୍ଥାପନ କରି ଛୁଆଟିଏ କରି କେଉଁଆଡେ ଚାଲିଗଲା । ତାର ଆଉ ଖୋଜ ଖବର ମିଳିଲାନି । ଆଉ ମୋ ପିଉସୀ ଝିଅ ଭଉଣି ଯାହାକୁ ବାହା ହୋଇଥିଲା ସେହି ରାତିରେ ତା ବର ତାକୁ ଛାଡି କୁଆଡେ ଚାଲି ଯାଇଥିଲା । ଆମ ପୋଡଶି ମିନି ଦେଇ ବାହାଘର ପରେ ବି ମାଆ ଘରେ ରହୁଛନ୍ତି ତା ସ୍ଵାମୀ ତାକୁ ଭଲ ପାଇବାରେ ନାଟକ କରୁଥିଲା ବାହାହୋଇ ଚଉଠି ରାତିରେ ନିଜ ମଜା ଉଠାଇ ବାହା ହୋଇଗଲା ଅନ୍ୟ ଜଣ ସହିତ । ଏସବୁ ମୋ ମନରେ ରହି ଯାଇଥିଲା ରାଜା । କାଳେ ତୁମେ ବି ମୋ ସହ ଏପରି ଶାରୀରିକ ସଂପର୍କ ରଖି ଚାଲିଯିବ କେଉଁଆଡେ । ସେଥିପାଇଁ ଆଗରୁ ତୁମଠୁ ଦୂରେଇ ଯାଉଥିଲି । ପ୍ରେମ ପ୍ରତି ଧ୍ୟାନ ଦେଉନଥିଲି । କିନ୍ତୁ ମନେ ମନେ ତୁମକୁ ଭଲ ପାଉଥିଲି । ସବୁ ମଣିଷ ସମାନ ନୁହଁ ।

ମୋ ନିଜ ମାଉସୀ ଝିଅ ଭଉଣୀ ଯାହାକୁ ମନପ୍ରାଣ ଦେଇ ଭଲପାଇଥିଲା ସେ ପିଲାର କଥାରେ ପଡି ଘରୁ ସବୁ ସୁନାଗହଣା ଲୁଚାଇ କିଛି ଦିନ ଘରୁ ପଳାଇଥିଲା । ପରେ ସେ ପିଲାଠୁ ଧୋକାଖାଇ କଅଁଳା ଛୁଆକୁ ଜନ୍ମ କରି ଛାଡି ନିଜେ କେଉଁଆଡେ ଚାଲିଗଲା । ବିଚାରା କଅଁଳ ଛୁଆଟି ଏଵେ ମାଉସୀଙ୍କ ହାତରେ ।  

ଅବିଶ୍ବାସର ବାତାବରଣ ଲାଗି ଆଜିକାଲି ପିଲାମାନେ ଲିଭ୍ଇନ ରିଲେସନ ରଖି ପରଷ୍ପରକୁ ଏବଂ ପରିବାରର ସବୁ ବିଷୟ ଜାଣିଲା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ପ୍ରଥମେ ଦୁହେଁ ଦୁହିଁଙ୍କୁ ଜାଣିବା ଦରକାର ଏହାର ମାନେ ନୁହେଁ ଯେ ସମସ୍ତ ପ୍ରେମ ବିବାହ ସଫଳ ହେବ ବୋଲି । ସେମାନଙ୍କ ଭିତରେ ମଧ୍ୟ ମତାନ୍ତର ଘଟିଥାଏ । ସେଥିପାଇଁ ଭଲ ହୃଦୟଟି ଦରକାର ।

ଏସବୁ ଦେଖି ମୁଁ ଭାବିଥିଲି ଜୀବନରେ ମୁଁ କାହାକୁ ପ୍ରେମ କରିବିନି । ଏମିତି ଧୋକା ଖାଇବିନି । କେବେବି ବାହାହେବିନି । କିନ୍ତୁ ବାପା ବୋଉ କେତେଦିନ ନିଜ ଝିଅକୁ ଅବିବାହିତ ରଖିବେ । ବାପାଙ୍କର ବି ଦେହ ଭଲ ରହେନି । ମୁଁ ବାଧ୍ୟ ହୋଇ ବାହାହେବାକୁ ହଁ ମାରିଥିଲି ।

ତୁମେ କେତେ ଭଲ ମୁଁ ବାପା ମାଆ ଠୁ ଶୁଣିଥିଲି । ସେଥିପାଇଁ ମୁଁ ଏ ପ୍ରସ୍ତାବରେ ରାଜି ହୋଇଥିଲି । ସରି ରାଜା ଆଇ ଲଭ୍ ୟୁ ।

ତୁ ମୋ ଚିରଦିନର ସାଥୀ ରିମା । କଥାଦଉଛି ତୋ ମୁଣ୍ଡଛୁଇଁ ସପଥ କରୁଛି ତତେ ଛାଡି କୁଆଡେ ଯିବି ନାହିଁ  । ତୋର ମୋର ଜନ୍ମ ଜନ୍ମାନ୍ତର ବନ୍ଧନ ।

ପାଦରେ ଅଳତା, ଝୁଣ୍ଟିଆ, ପାଉଁଜୀ, ଦେହରେ ଗହଣାର ସମ୍ଭାର, ସିମନ୍ତରେ ସିନ୍ଦୁର ତାର ରୂଣୁଝୁଣୁ ଚାଲି ରାଜାର ଯୁବ ସୁଲଭ ମନକୁ ମତୁଆଲା କରିଦେଲା । ଆଉ ଡେରି କରେନି ରିମା ପାଖକୁ ଚାଲି ଆସେ । ରାତି ତିନିଟା ବାଜିଲାଣି ।  ଅଳ୍ପ ସମୟ ପରେ ସକାଳ ହେବ କାଉ ରାବିବ ।  ରିମା ତୁ ମତେ ସେ ସୁଖ ଦେଇପାରିବୁ ନିଶ୍ଚିତ ରାଜା ତାହା ହେଲେ ଆଉ ଡେରି କାହିଁକି । ପ୍ରେମ କଣ ମୁଁ ଟିକେ ଜାଣିଥିଲି ତାକୁ ଥିଓରି ଏବଂ ପ୍ରାଟିକାଲ ଆକାରରେ ବୁଝାଇଦେଲ ରିମା ।  ଓଃ ଛାଡ ରାଜା. ...ଇସ୍...। ସବୁ ଉଠିଯିବେଣି  ।

ଯୌବନର ଉତ୍ତାଳ ତରଙ୍ଗ ଲହଡି ମାଡୁଥାଏ ଦୁଇ ଜଣଙ୍କ ଦେହ ମନରେ । ସର୍ବାଙ୍ଗ ଘର୍ମ୍ୟକ୍ତ ଶରୀର ପ୍ରେମର ବାସନାରେ ଚରିତାର୍ଥ ହେଲା ।

ସକାଳୁ ସକାଳୁ ରାଜାର ସାଙ୍ଗ ସର୍ପାଇଜ୍ ଦେବାକୁ ଆସି ହନିମୁନ୍ ପେକେଜ୍ ଧରାଇ ଦେଇ ବାହାରିବାକୁ କହିଲା ଉଟି ।  ଉଟି ନା ଶୁଣି ରାଜାର ଆହୁରି ରୋମାଣ୍ଟିକ ମୁଡ୍ ହୋଇଗଲା । ଦୁଇଦିନ ପରେ ବାହାରିଲେ ସେହି ସ୍ଥାନକୁ ରିମା ଏବଂ ରାଜା । ଉଟିର ସେହି ଥଣ୍ଡା ବାତାବରଣରେ ହଜିଗଲେ ପ୍ରେମି ଯୁଗଳ ପରଷ୍ପର ମଧ୍ୟରେ ।  ସବୁକିଛି ଭୁଲିଗଲେ ପରଷ୍ପର ଆଲିଙ୍ଗନରେ ।  ଉଟିରେ ଥିବା ଲେକରେ ନୌକାବିହାର କରି, ଟୟ ଟ୍ରେନରେ ବସି, ରୋଜ ଗାର୍ଡେନ ବୁଲି,ବଟନିକାଲ ଗାର୍ଡେନରେ ବିଭିନ୍ନ ଫୋଟ ଉଠାଇ ଖୁସିରେ ବିଭୋର ହୋଇ ପ୍ରାକୃତିକ ଶୋଭା ଉପଭୋଗ କରି ହନିମୁନର ମଜାଉଠାଇ ଖୁସି ମନରେ ଘରକୁ ଫେରିଥିଲେ ।

ହନିମୁନରୁ ଫେରିଲାପରେ ଦୁହିଁଙ୍କ ସଂପର୍କ ଅତି ନିବିଡତର ହୋଇଯାଇଥିଲା । କିଛି ଦିନ ପରେ ଗୁଡ୍ ନ୍ୟୁଜ୍ ଆସିଲା । ଗୁଡ୍ ନ୍ୟୁଜ୍ ଶୁଣିଲା ପରେ ପ୍ରେମ ନିକଟରୁ ଆହୁରି ନିକଟତର ହୋଇଗଲା । ରିମା ରାଜାକୁ ଯାବୁଡି ଧରା କହିଲା ଵୁଝିଲ ରାଜା ଏଇତ ପ୍ରେମ । ତୁମ ପ୍ରେମର ପ୍ରତୀକ ପାଇଗଲି ରାଜା ,ସତରେ ପ୍ରେମର ସ୍ବର୍ଶ ଭାରି ମିଠା ।


Rate this content
Log in

Similar oriya story from Romance