STORYMIRROR

Kalpana Kumari Pradhan

Inspirational Others

4  

Kalpana Kumari Pradhan

Inspirational Others

ଜୀବନ ଯାତ୍ରା ଓ ବିଡମ୍ବନା

ଜୀବନ ଯାତ୍ରା ଓ ବିଡମ୍ବନା

4 mins
407

ଜୀବନ ଯାତ୍ରା ଏକ ଏପରି ଯାତ୍ରା ଯାହା ବହୁ ଘାତ,ପ୍ରତିଘାତ ତଥା ଘଟଣ, ଅଘଟଣ ଦେଇ ଗତି କରିଥାଏ l କେତେବେଳେ ସୁଖ ର ଜୁଆର ତ ପୁଣି ଦୁଃଖ ର ସୁନାମି ମାଡିଆସେ l ସଂଘର୍ଷ ର କଷଟି ପଥର ରେ ଘଷି ହୋଇ ସେ ପୁଣି ଆବିଷ୍କାର କରିଥାଏ ଏକ ନବ ଉନ୍ମାଦନା l ସେମିତି ଥିଲା ଧ୍ରୁବ ର ଜୀବନ ଯାତ୍ରା l ପିଲାଟି ଦିନରୁ ବାସ୍ତବ ବାଦୀ ତଥା ଉଚ୍ଚା ମନା ମଣିଷ ଟିଏ l ସ୍କୁଲ ରେ ପାଠ ପଢୁଥିଲା ବେଳେ ସେ ଶ୍ରେଣୀ ରେ ନିଜ ସ୍ଥାନ କୁ ନେଇ ଥିଲେ ଖୁବ ଯତ୍ନ ଶୀଳ l ସେ ସର୍ବଦା ଚେଷ୍ଟିତ ପ୍ରଥମ ସ୍ଥାନ ପାଇଁ l ଏପରି ବହୁଭାବନା ଶୋଚନା ରେ ବିତିଯାଇଥିଲା ପିଲାଦିନ l କୈଶୋର କୁ ଅତିକ୍ରମ କରି ସେ ପଦାର୍ପଣ କରିଥିଲେ ଯୌବନ ରେ l ଆସିଥିଲା କଲେଜ ଜୀବନ କିନ୍ତୁ ସେଥିରେ ସେ ବିମୋହିତ ହୋଇଯାଇନଥିଲେ l ନିଜ ଲକ୍ଷ୍ୟ ପ୍ରତି ଥିଲେ ନିଷ୍ଠାପର l ସ୍ଥିତପ୍ରଜ୍ଞ ହୋଇ ଅବଲୋକାନ କରୁଥାନ୍ତି ନିଜ ଚତୁଃପାର୍ଶ୍ଵ କୁ l ନିଜ ଜ୍ଞାନ ଗାରିମା କୁ ସମସ୍ତ ଆଗରେ ପରିପ୍ରକାଶ କରି ନିଜକୁ ଉତ୍କୃଷ୍ଟ ବୋଲାଇବାକୁ ସେ ପସନ୍ଦ କରୁନଥିଲେ l ପ୍ରଥମ ସ୍ଥାନ ନହେଲେ ମଧ୍ୟ ଭଲ ନମ୍ବର ରଖି ଯୁକ୍ତ ଦୁଇ ରେ ଉତୀର୍ଣ୍ଣ ହୋଇ ଥିଲେ l

ସେ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସ୍ୱlମିନେସନ ରେ ସାରା ଓଡିଶା ରେ ତୃତୀୟ ହୋଇଥିଲେ l କିନ୍ତୁ ତାଙ୍କ ସାଙ୍ଗ ସାଥୀ ତଥା ବନ୍ଧୁପରିଜନ ରେ ମଧ୍ୟ ସେ ଏହା କହିନଥିଲେ l ତାପରେ ସେ ଭୁବନେଶ୍ୱର ରେ ରହି ଏମ. ସି. ଏ କରିଥିଲେ l ଏଇଠୁଁ ହିଁ ଆରମ୍ଭ ହୋଇଯାଇଥିଲା ତାଙ୍କରି ସଂଘର୍ଷ ମୟ ଯାତ୍ରା l ଯାହାର ସାଥୀ ହୋଇଥିଲେ କେବଳ ଜଣେ ବନ୍ଧୁ l ସେତେବେଳେ ତାଙ୍କ ପିତା ଯିଏ କି ବିହାର ର ଏକ କୋଇଲା ଖଣି ରେ କାର୍ଯ୍ୟରତ ଥିଲେ ନିଜ ଚାକିରୀରୁ ଅବସର ଗ୍ରହଣ କରିଥିଲେ l ପରିବାରର ଏକ ମାତ୍ର ସାହା ଭରସା ଥିଲେ ସେ l ଘରେ ଥିଲେ ବିବାହ ଯୋଗ୍ୟ ଦୁଇ ଭଉଣୀ କେବଳ ଜଣେ ଭଉଣୀ ଙ୍କର ହିଁ ବିବାହ କାର୍ଯ୍ୟ ସରିଥିଲା l ତେଣୁ ସେ ଖୁବ ଶୀଘ୍ର କୌଣସି କମ୍ପାନୀ ରେ ନିଯୁକ୍ତ ହୋଇ ନିଜ ପରିବାର କୁ ଆର୍ଥିକ ସହଯୋଗ କରିବାକୁ ଚାହୁଁ ଥିଲେ l ସେହି ସମୟରେ ଚାକଚକ୍ୟ ପୂର୍ଣ୍ଣ ସହରରେ ଖର୍ଚ୍ଚ ବହନ କରିବା କଷ୍ଟପୂର୍ଣ୍ଣ କାରବାର l ତେଣୁ ସେ ନିଜ ପାଇଁ ଖର୍ଚ୍ଚ କଥା କେବେ ବାପା ଙ୍କୁ କହୁନଥିଲେ ତାଙ୍କ ବଳ ଥିଲା ସେ ବନ୍ଧୁ ଯେ କି କଥା ଦେଇଥିଲେ, "ତୁମେ କେଉଁଠି ଥଇ ଥାନ ହେବା ପର୍ଯ୍ୟନ୍ତ ତୁମ ଦାୟିତ୍ୱ ମୋର " l

ଆଶାବାଦୀ ମନ ତାଙ୍କ ନିରାଶ ର ସମ୍ମୁଖୀନ ହୋଇଥିଲେ ଯେତେବେଳେ କ୍ୟାମ୍ପସ ସେଲେକ୍ସନ ରେ ସେ ସିଲେକ୍ଟ ହୋଇନଥିଲେ l ତାପରେ ସେ କାହାକୁ କିଛି ନ କହି ସେ ଚାଲିଗଲେ ହାଇଦ୍ରାବାଦ, ନୂତନ କୋର୍ସ କରିବା ପାଇଁ ସେଇ ବନ୍ଧୁ ର ସହଯୋଗ ରେ l ସେ ଯିବା ପାଇଁ ଟ୍ରେନ ଟିକଟ ଠାରୁ ଆରମ୍ଭ କରି ସବୁ ପ୍ରକାର ସହଯୋଗ କରୁଥିଲା ସେଇ ଅନ୍ତରଙ୍ଗ ବନ୍ଧୁଟି l ଜୀବନ ର ସବୁଠାରୁ ନିମ୍ନ ସ୍ତର ମଧ୍ୟ ଦେଖେଇ ଦେଇଥିଲା ସମୟ l ସେଠି ରହି ଇନ୍ଫୋସିସ ରେ ଚାକିରୀ ପାଇଁ ଆବେଦନ କଲେ l ତାର ପରୀକ୍ଷା ସେଣ୍ଟର ଥିଲା ପୁନେ l ମୁଁ ଯେହେତୁ ରହୁଥିଲି ହାଇଦ୍ରାବାଦ ରେ ତେଣୁ ମୋ ସେଣ୍ଟର ସେଠି ହେବାପାଇଁ ଆବେଦନ ଟିଏ କରିଥିଲି l

କିଛି ସୂଚନା ନ ପାଇ ବାହାରିଲେ ପରୀକ୍ଷା ଦେବା ପାଇଁ ପୁଣେ l ତାହା ବି ସେଇ ବନ୍ଧୁ ଙ୍କ ଯୋଗୁଁ l ଟ୍ରେନ ରେ ଗଲା ବେଳେ ମୋ ପାଖରେ ଏତେ ବି ସମ୍ବଳ ନାହିଁ ଯେ ତାର ସବୁ ଖର୍ଚ୍ଚ ବହନ କରିପାରିବି l ବେଳେ ବାଥରୁମ ପାଖରେ ବସି ବି ଯାତ୍ରା କରିବାକୁ ପଡିଛି l ସେ ଯାହା ହେଉ ରାତି ପାହିବାକୁ ଆହୁରି ତିନି ଘଣ୍ଟା ଥିବ ମୁଁ ପହଞ୍ଚିଲି ପୁନେରେ l ସେଠି ଜଣେ ଅଜଣା ଲୋକ ମୋର ହାବଭାବ ଦେଖି ମୋତେ ଲୁଟିବା ପାଇଁ ଚେଷ୍ଟା କଲା l ଅଜଣା ସହର ଅଜଣା ଜାଗା ଭୟ ଲାଗୁଥିଲା l ଆଖିରେ ପଡିଲା ପୋଲିସ ଷ୍ଟେସନ, ସେଠାରେ ବସିଲେ ନିରାପଦ ଭାବି ସେଠି ରାତି ପାହିଲା l ପହଂଚିଲି ପରୀକ୍ଷା ସେଣ୍ଟର ରେ କିନ୍ତୁ ମୋର ଯେତେ ଚେଷ୍ଟା କଲେ ବି ଏଣ୍ଟ୍ରି ହେଲା ନାହିଁ l ତା ପରେ ଜଣା ପଡିଲା ମୋର ସେଣ୍ଟର ହାଇଦ୍ରାବାଦ ହୋଇଯାଇଛି l ମୋ ଗୋଡ ତଳୁ ଯେପରି ମାଟି ଖସି ଗଲା l କିନ୍ତୁ ସେଠି ଜଣେ ମାଡାମ ଥିଲେ ସେ ସହଯୋଗ କରି ପୁଣି ମୋ ସେଣ୍ଟର ପୁନେ କୁ ପୁଣି କରିଦେଇ ଥିଲେ l ସେତେବେଳେ କୁ କୋଡିଏ ମିନିଟ ବିତିଯାଇଥାଏ l ସେ ଯାହା ହେଉ ପରୀକ୍ଷା ଟି ଦେଲି ଏବଂ ତାର ରେଜଲ୍ଟ ସନ୍ଧ୍ୟା ସୁଦ୍ଧା ମେଲ ଆଇଡି ରେ ଜଣା ଯିବ ବୋଲି କହିଥିଲେ l ସେତେବେଳେ ତ ମୋ ପାଖରେ ସ୍ମାର୍ଟ ଫୋନ ନଥିଲା ତେଣୁ ମୋର ଜଣେ ବନ୍ଧୁକୁ ଆଇଡି ଓ ପାସ ୱାର୍ଡ ଦେଇଥିଲି l କିନ୍ତୁ ସେ ମୋର ସେଲେକ୍ସନ କଥା ବୁଝି ପାରିଲାନିକି ମୋତେ ଜଣାଇ ଲାନି l ମୁଁ ବି ଭଗ୍ନ ମନୋରଥ ନେଇ ଫେରିବା ପାଇଁ ବାହାରିଲି l ଆଉ ଅଧ ଘଣ୍ଟା ଥାଏ ମୋ ଟ୍ରେନ ଆସିଲା ଫୋନ, "ତୁମେ କାହିଁକି ଆସିନ ଏଣ୍ଟ୍ରିବୁୟ ପାଇଁ?"ସଙ୍ଗେ ଚାଲିଲି ସେହି ଜାଗାକୁ l ଗଲା ବେଳେ ଭାବୁ ଥିଲି ଯଦି ଫୋନ କଲ ଟି ନ ଅସିଥାନ୍ତା ତେବେ !

ସେଠି ଯାଇ ଦେଖେ ତ ସେହି ମାଡାମ, ଖୁସି ଲାଗିଲା l ସେ ମୋଠୁଁ ସବିଶେଷ ଘଟଣା ଶୁଣିଲେ ଏବଂ କିଛି ପ୍ରଶ୍ନ କଲେ l ତାପରେ ସେମାନେ ମୋତେ କମ୍ପାନୀ ପାଇଁ ସିଲେକ୍ଟ କଲେ l ଖୁସି ରେ ଆତ୍ମ ହରା ମୁଁ l କିନ୍ତୁ ଆଠ ମାସ ପରେ ମୋର ପ୍ରତୀକ୍ଷା ର ଅନ୍ତ ଘଟାଇ ପାଇଥିଲି ଆପେନଟମେଣ୍ଟ ଅଡର l ସେ ଭିତରେ ମୁଁ ବହୁ କମ୍ପାନୀ ରେ ଚେଷ୍ଟା କରି ତିନି ମାସ ପାଇଁ ଗୋଟିଏ କମ୍ପାନୀ ରେ ଚାକିରୀ ମଧ୍ୟ କରିସାରିଥାଏ l ସେତେବେଳେ କୁ ମୁଁ ଭିତରେ ଭାଙ୍ଗି ପଡିଥାଏ କିନ୍ତୁ ମୋ ବନ୍ଧୁ ସାହାସ ଦେଇଥିଲା l ଏଠି ପାଞ୍ଚ ବର୍ଷ କାମ କରିସରିଲା ପରେ ସେଠି ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରି ଥାଏ l ସେତେବେଳେ ମୁଁ ଭଲ ସ୍ଥାନ କୁ ଉର୍ନ୍ନତ ମଧ୍ୟ ହୋଇଥିଲି l ଏଥର କିନ୍ତୁ ମୁଁ ସେଣ୍ଟ୍ରାଲ ଗମେଣ୍ଟ ଚାକିରୀ ପାଇଁ ଚେଷ୍ଟା କଲି l ଯାହାକି ମୋର ପିଲାଟିଦିନରୁ ଲକ୍ଷ୍ୟ ଥିଲା l ଇନ୍ଫୋସିସ ରେ ମୋର ସୁନ୍ଦର ଭବିଷ୍ୟତ ଥିଲା କିନ୍ତୁ ମୁଁ ଧନ ଅବା ପ୍ରାଚୁର୍ଯ୍ୟ ର ପିପାସୁ ନ ଥିଲି ମୁଁ l ଏଥି ପ୍ରତି ପ୍ରଯତ୍ନ କଲି ଏବଂ ପ୍ରବେଶିକା ରେ ପାସ କରିବା ପରେ ଦୀର୍ଘ ଦୁଇ ବର୍ଷ ର ଅପେକ୍ଷା ପରେ ମୋ ସ୍ବପ୍ନ ସାକାର ହୋଇଥିଲା lପୂର୍ଵ ଆକାଶ ରେ ଉଜ୍ୱଳ ମୟ ଧ୍ରୁବ ତାରା ପରି ଦିଗବାରେଣୀ ସେ l ନୌ ଯାତ୍ରା କରୁଥିବା ନାବିକ ଯେପରି ପୂର୍ବେ ତାକୁ ଦେଖି ନିଜର ପଥ ନିର୍ଧାରଣ କରୁଥିଲେ ସେ ସେପରି ନିଜର ଜୀବନ ଯାତ୍ରା ରେ ବହୁ ବିଡମ୍ବନା ର ସମ୍ମୁଖୀନ ହୋଇ ଆମପାଇଁ ଆଦର୍ଶ l


Rate this content
Log in

Similar oriya story from Inspirational