Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Crime

3  

Sneha Mishra

Crime

ଚକ୍ରାନ୍ତ

ଚକ୍ରାନ୍ତ

2 mins
249



ବହୁତ ଦିନ ପରେ ଦେଖାହେବ | ବହୁତ ମଜା ହେବ ତା’କୁ ସର୍ପ୍ରାଇଜ ଦେବି | ପୁରା ଚୁପ ଚାପ ରହିଯାଇଚି | ନା ଫୋନ ନା ଖବର | ହଉ, ମୁଁ ତା ଖବର ନେଇପାରିବି, ତୁ କେମିତି ଚୁପ ରହିବୁ, ଦେଖିବି | ଏମିତି ମନେ ମନେ କଥା ହେଇ ହେଇ ରାଜେନ୍ଦ୍ର ତା’ ସାଙ୍ଗ ମନିଷ ଘର ଘଣ୍ଟି ବଜେଇଲା | କିନ୍ତୁ , ଘର ଭିତରୁ ଜଣେ ଅପରିଚିତ ବ୍ୟକ୍ତି କବାଟ ଖୋଲିବାରୁ ,ତାଙ୍କୁ ପଚାରିଲେ -ମନିଷ ଘରେ ଅଛି ତ ?

ଦୟାକରି ତା’କୁ ଖବର ଦେଇଦେଵେ କି ତା’ ସାଙ୍ଗ ଦେଖାକରିବାକୁ ଆସିଚି | ଡାକ୍ତର ବାବୁ କହିଲେ - ଆପଣ କ’ଣ ମନିଷ ବିଷୟରେ ଜାଣିନାହାନ୍ତି ? ସେତ ତିନି ବର୍ଷ ହେଲା ମରିଗଲେଣି | ଏତେ ବଡ କଥା ଶୁଣିକି ରାଜେନ୍ଦ୍ରକୁ ଯେମିତି ଧକ୍କା ଲାଗିଗଲା |ବସିପଡିଲା ମନଦୁଃଖରେ ଫେରି ଯେଉଁ ଦୋକାନରେ ବସି ଦୁଇଜଣ ଘଣ୍ଟା ଘଣ୍ଟା ଗପ ମାରୁଥିଲେ ସେଇଦୋକାନକୁ ଆସିଲା | ଦୋକାନି ରାଜେନ୍ଦ୍ରକୁ ଚିନ୍ହି ପାରିଲା |କେମିତି କ’ଣ ହେଲା ବୋଲି ତା’ ସାଙ୍ଗ ମନିଷ ବିଷୟରେ ପଚାରିବାରୁ ଦୋକାନି ନାରୁ କହିଲା - ମନିଷ ବାବୁଙ୍କର ନିଦରେ ଚାଲିବାର ଅଭ୍ୟାସ ଥିଲା ତ |ରାତିରେ ଛାତରୁ ପଡି ଡୁର୍ଘଟଣାରେ ମନିଷବାବୁଙ୍କର ମୃତ୍ୟୁ ଖବର ଖବରକାଗଜରେ ବାହାରିଥିଲା |ଡାକ୍ତରବାବୁ ତାଙ୍କର ରୋଗର ଚିକିତ୍ସା କରୁଥିଲେ ବୋଲି ସବୁ ସମ୍ପତ୍ତିବାଡି ତାଙ୍କ ନାଁ ରେ କରିଦେଇଛନ୍ତି | ଏକଥା ଶୁଣିବା ପରେ ରାଜେନ୍ଦ୍ର ମନଦୁଖରେ ଘରକୁ ତ ଫେରିଲା ,କିନ୍ତୁ ମନରେ ରହିଗଲା ଗୋଟିଏ ପ୍ରଶ୍ନବାଚକ ଚିହ୍ନ ?ତା’ର ମନେପଡୁଥାଏ ସେଇ ଥଟ୍ଟା ମଜା କଥାବାର୍ତ୍ତା | ଆରେ ତୁ ତ ବାହା ହେଇନୁ .ତୋ’ର ଆଗପଛ କେହି ନାହାନ୍ତି , ଏତେ ସମ୍ପତ୍ତି କ’ଣ କରିବୁ ,ଏମିତି ପଚରିଲାବେଳେ କହୁଥିଲା -ଚାରିଟେବୁଲ ଟ୍ରଷ୍ଟ କୁ ଦାନ କରିଦେବିବୋଲି ନିଶ୍ଚୟ କରିଚି |ପୁଣି କାହିଁକି ଉଇଲ ପରିବର୍ତ୍ତନ କଲା | କାରଣ କ’ଣ ? ଧିରେ ଧିରେ ସନ୍ଦେହ ଘନୀଭୁତ ହେଉଥାଏ | ଦିନେ ଏମିତି ଭାବି ଭାବି ଚୁପ ଚାପ ପାର୍କରେ ବସିଲା ବେଳେ ପୁରୁଣା ବନ୍ଧୁ ତପନ୍‍ କୁ ତା’ର ସନ୍ଦେହ କଥା କହିଲା |ସାଙ୍ଗଟି କହିଲା - ଚିନ୍ତା କରନା |ମୁଁ ତ ଡାକ୍ତରକୁ ଜାଣିଚି| ମୁଁ ତ ହିପ୍ନୋଟିକ ଥେରାପିଷ୍ଟ୍‍ ,କଥା ଆଦାୟ କରିବା ପାଇଁ ଚେଷ୍ଟା କରିବା | କିଛି ନହେଲେ ଆମ ମନକୁ ତ ସନ୍ତୁଷ୍ଟି ମିଳିଯିବ | ଦିନେ ଜନ୍ମଦିନ ଉତ୍ସବରେ ଡାକ୍ତରଙ୍କୁ ନିମନ୍ତ୍ରଣ କଲେ | ଉତ୍ସବରେ ଡେରିରାତି ଯାଏ ଡ୍ରିଙ୍କ ଚାଲିଥାଏ | ଡାକ୍ତରବାବୁ ତ ଡ୍ରିଂକ୍‍ ର ସୌକିନ୍‍ ,ସେ ଅବସରର ସୁଯୋଗ ନେଇ ତପନ୍‍ ଡାକ୍ତର ଙ୍କୁ ହିପ୍ନୋଟାଇଜ୍‍ କରି କଥା ଆଦାୟ କରିବାକୁ ଚେଷ୍ଟାକଲା |ଧିରେ ଧିରେ ଡାକ୍ତର୍‍ ବାବୁ ମନିଷ୍‍ ଆଉ ଉଇଲ୍‍ ବିଷୟରେ କହିଚାଲିଲେ |

ମନିଷ୍‍ ର ପ୍ରଚୁର ସମ୍ପତ୍ତି ଉପରେ ମୋର ନଜର ଥିଲା|ଆଉ,ତା’ର ମଧ୍ୟ ମୋ ଉପରେ ବହୁତ ବିଶ୍ୱାସ ଥିଲା |ସେଇ ବିଶ୍ୱାସର ସିଡ଼ି ମାଧ୍ୟମରେ ମୁଁ ଯେ ତାର ସମ୍ପତ୍ତିର ଏକମାତ୍ର ହକ୍‍ଦାର ହେଇପାରିବି ସେଥିପାଇଁ ଦିନରାତି ଚକ୍ରାନ୍ତ କରୁଥିଲି |ଶେଷରେ ମୁଁ ସଫଳ ହୋଇପାରିଥିଲି |ତାର ନିଦରେ ଚାଲିବାର ରୋଗ ଥିଲା |ସେଇ ରୋଗର ସୁଯୋଗ ନେଇ ,ଦିନେ ଦ୍ରଗ୍‍ ର ଓଭର୍‍ ଡୋଜ୍‍ ଦେଇ ମୋ ଷଡ଼ଯନ୍ତ୍ର କୁ ପରିଣାମ ଦେଲି |

ତପନ୍‍ ହିପ୍ନୋଟାଇଜ୍‍ କଲାବେଳେ ରାଜେନ୍ଦ୍ର ସବୁ ରେକଡ଼ିଂ କରୁନେଉଥିଲା ଏବଂ ଏକ ସୁନିୟୋଜିତ ହତ୍ୟାକାଣ୍ଡ କୁ ଅଦାଲତ୍‍ ସମ୍ମୁଖ କୁ ଆଣିପାରିଥିଲା |



Rate this content
Log in

Similar oriya story from Crime