Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

2  

Prasanta kumar Hota

Inspirational

ସମୟର ପରିବର୍ତ୍ତନରେ

ସମୟର ପରିବର୍ତ୍ତନରେ

10 mins
7.6K


ଦଶହରା ଯେତିକି ପାଖେଇ ଆସୁଥାଏ ପରିମଳ ସେତିକି ବ୍ୟସ୍ତ ହେଇ ପଡୁଥାନ୍ତି। ଚିନ୍ତା ଓ ଚେତନାରେ ଭବିଷ୍ୟତ କିଛି ଶୁଭ ଦିଶୁ ନଥାଏ। ପୁଅ ଝିଅ ଙ୍କ ରୋକ୍ ଠୋକ୍ କଥା ଗୁଡାକ କାନ ପାଖରେ ବାରମ୍ବାର ବାଜୁଥିଲା। ଦାମୀ ପୋଷାକ ନ ଆଣିଲେ ଏଥର ଦଶହରାରେ ସେମାନେ ନୂଆ ପିନ୍ଧିବେ ନାହିଁ ବୋଲି କହିଛନ୍ତି। ପତ୍ନୀ ପାଲି ମଧ୍ୟ ତାଙ୍କ କଥାରେ ପଡି ନାଚୁଛନ୍ତି। ତାଙ୍କର ବି ଜିଦ୍ ସେ ମଧ୍ଯ ଏଥରକ ଗୋଟିଏ ଦାମୀ ଶାଢୀ କିଣିବେ। କାହାକୁ କଣ କହିବେ ଏହି ଚିନ୍ତାରେ ବ୍ୟତିବ୍ୟସ୍ତ ହେଇ ପଡୁଥାନ୍ତି। ପରିମଳଙ୍କ ପିଲା ଦିନର କଥା ମନେ ପଡିଗଲା । ବାପା ତାଙ୍କର ବର୍ଷକୁ ଗୋଟାଏ ନୂଆ ପୋଷାକ କିଣିଦେଲେ ସେମାନେ କେତେ ଖୁସି ହେଇ ଯାଉଥିଲେ। କେବେହେଲେ ଦିନେ ଆପତ୍ତି କରି ନାହାନ୍ତି କି ପ୍ରଶ୍ନ ମଧ୍ୟ କରି ନାହାନ୍ତି। ବାପାଙ୍କ ର ଆର୍ଥିକ ଅବସ୍ଥା କୁ ଦେଖି ସେମାନେ ସବୁଥିରେ ସହଯୋଗ କରିଥିଲେ। କିନ୍ତୁ ଆଜି ପିଲା ମାନଙ୍କର କାହିଁକି ଏ ଚାରିତ୍ରିକ ପରିବର୍ତ୍ତନ। ମୋର ପରିବାର ଗଢିବାରେ କଣ କୋଉଠି ଭୁଲ୍ ରହିଗଲା। ପରିମଳଙ୍କ ଯେତିକି ଭାବାନ୍ତର ସୃଷ୍ଟି ହେଉଥାଏ ସେତିକି ନୂଆ ନୂଆ ଆଶଙ୍କା ମନ ମଧ୍ୟରେ ପ୍ରବେଶ କରୁଥାଏ। ତାଙ୍କର କଣ ଭଲ ପୋଷାକ କିଣିବା ପାଇଁ ଇଚ୍ଛା ନାହିଁ। କିନ୍ତୁ ସୀମିତ ରୋଜଗାର ସବୁ କିଛିକୁ ସଂକୁଚିତ ରଖିବାକୁ ବାଧ୍ୟ କରୁଛି ।ଏହା ବୁଝାଇବ କିଏ। ନିଜେ ପାଲି ପତ୍ନୀ ହୋଇ ଯଦି ପିଲାଙ୍କ ସହ ଅଳି କରିବେ ସେ ଆଉ କାହାକୁ ଭରସା କରିବେ। ଅଧିକ ରୋଜଗାର ପାଇଁ ସମର୍ଥ ନୁହନ୍ତି ବୋଲି ଭାବି ମନେମନେ ଭାରି ଦୁଃଖୀ ହୁଅନ୍ତି। ଅନୈତିକ ଉପାୟରେ ସେ ଟଙ୍କା ଆଣି ପାରନ୍ତିନି କି ପରିବାରର ଅନ୍ୟ କର୍ତ୍ତବ୍ୟ ପ୍ରତି ମଧ୍ୟ ହେଳା କରି ପାରିବେ ନାହିଁ। ପରିବାର କହିଲେ ଯେ କେବଳ ପୁତ୍ର କନ୍ୟା ପତ୍ନୀ ଏହା ମଧ୍ୟ ସେ ସ୍ଵୀକାର କରନ୍ତି ନାହିଁ। କାରଣ ପରିବାରରେ ନିଜ ବୃଦ୍ଧ ବାପା ମାଆ ଓ ଭଉଣୀ ଭଣଜା ସମସ୍ତେ ଜଡିତ। ଏମାନଙ୍କ ପ୍ରତି ନିଜ କର୍ତ୍ତବ୍ୟ ସେ ତ୍ୟାଗ ମଧ୍ୟ କରି ପାରିବେ ନାହିଁ।

ପରିମଳ ଦିନେ ପୁଅ ରବିକୁ ଡାକି ବୁଝାଇବା ପାଇଁ ଚେଷ୍ଟା କଲେ। ରବି କିନ୍ତୁ ବୁଝିବା ଅବସ୍ଥାରେ ନଥିଲା। କହିଲା- ତମେ ଗଣେଶ ପୂଜାରେ ଶସ୍ତା ଡ୍ରେସ୍ ଆଣିଲ, ସରସ୍ୱତୀ ପୂଜାରେ ବି ସେମିତି ଆଣିଲ। ଜନ୍ମ ଦିନରେ ଭଲ ଆଣିବ ବୋଲି ଭାବିଥିଲୁ ଯେ ତା ବି କଲ ନାହିଁ। ଏବେ ଦଶହରାରେ ଯଦି ଶସ୍ତା ଆଣିବ ତାହେଲେ ନିଜେ ପିନ୍ଧିବ। ପରିମଳ ଯେତେ କହିଲେ, ତମେମାନେ ପାଠ ପଢି ମଣିଷ ହୁଅ ଭଲ ଭଲ ଡ୍ରେସ ପିନ୍ଧିବ । ତାଙ୍କ କଥାର ଗୁରୁତ୍ବ ଦେବାକୁ ସମସ୍ତେ ଯେମିତି ଅମଙ୍ଗ। ତାଙ୍କ ବାପାଙ୍କ ପାଖରେ ପଇସା ନଥିଲା ବେଳେ ସେମାନେ କେମିତି ହାଟରୁ ଶସ୍ତା କିଣି ପିନ୍ଧୁଥିଲେ, ଯେତେ କହିଲେ ବି କେହି ତାର ମୂଲ୍ୟ ଦେଲେ ନାହିଁ।

ଆଜିର ଏ ପରିବର୍ତ୍ତିତ ପରିସ୍ଥିତି ପାଇଁ କଣ ଶିକ୍ଷା ଓ ସଂସ୍କାର ଦାୟୀ। ଯେ କୌଣସି ଦାବୀକୁ ସହଜରେ ସ୍ଵୀକାର କରିବାର ଅର୍ଥ ଅଯୌକ୍ତିକ ପ୍ରସଙ୍ଗ କୁ ପ୍ରଶୟ ଦେବା। ଯେତେ ଚେଷ୍ଟା କଲେ ବି ଭାବନାରେ ପୂର୍ଣଛେଦ ପଡୁ ନଥାଏ କି ସମାଧାନର ରାସ୍ତା ଦିଶୁ ନଥାଏ।

ସବୁ ସମସ୍ୟାର ସମାଧାନ ସେହି ଗୀତା ବହିଟି ଆଡେ ଅନାଇଲେ। ତାଙ୍କର ମନେ ପଡିଲା - ନାଦତ୍ତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ। ଅଜ୍ଞାନେନ ଆବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ। ପରମାତ୍ମା କାହାରି ପାପ କର୍ମ ବା ଶୁଭ କର୍ମକୁ ଗ୍ରହଣ କରନ୍ତି ନାହିଁ। ଅଜ୍ଞାନ ଦ୍ଵାରା ଜ୍ଞାନ ଆବୃତ ହୋଇ ରହିଥାଏ ବୋଲି ଜୀବ ମାନେ ମୋହିତ ହୋଇ ରହିଥାନ୍ତି। ମନୁଷ୍ୟ ନିଜେ ହିଁ ଶୁଭ ଅଶୁଭ କର୍ମ ଫଳର ଭାଗୀ। ଦେଖିବାକୁ ଗଲେ ଦୁଇ ଜଣ କର୍ମର ଫଳଭାଗୀ। ଯିଏ କର୍ମ କରେ ଓ ଯିଏ କର୍ମ କରାଏ।

ପରିମଳ ଭାବିଲା ତାର ଯେହେତୁ ପରିବାରର ଇଛା ବା ଖୁସି ପୂରଣ କରିବା ପାଇଁ ସାମର୍ଥ୍ୟ ନାହିଁ ତେଣୁ ପରିବାରର କଟୁ କଥା ସେ ଶୁଣିବାଟା କିଛି ବ୍ୟତିକ୍ରମ ନୁହେଁ। ଏହି ଯୁକ୍ତିରେ ସମସ୍ତଙ୍କ କଥାକୁ ସିନା ସେ ସହଜରେ ଗ୍ରହଣ କରିନେଲା କିନ୍ତୁ କାହାର ଦାବିକୁ ସ୍ଵୀକାର କରି ପାରିଲା ନାହିଁ। ଯେତିକି ରୋଜଗାର ସେତିକିରେ ଚଳିବା ପାଇଁ ବାଧ୍ୟ ବୋଲି ସେ କହିଦେଲା।

ରାଗ ଅଭିମାନରେ ପୁଅ ଝିଅ ମୁହଁ କୁ ବଙ୍କା କରି ରହିଲେ। ସେଦିନ ର ଦଶହରା ସେମିତି ଚାଲିଗଲା ତାପରେ ଆହୁରି ଦଶହରା ଆସିଲା ଓ ଗଲା କିନ୍ତୁ ପୁଅ ଝିଅ ନିଜ ଜିଦ୍ ରେ କୌଣସି ଦଶହରା ରେ ଆଉ ନୂଆ ପିନ୍ଧିଲେ ନାହିଁ। ଯୋଉଠି ପରିବାର ଖୁସି ନୁହେଁ ସେଠି ବ୍ୟକ୍ତିଗତ ଖୁସି କେବଳ ନିଜ ଅହମିକା ହିଁ ପ୍ରକାଶ କରିଥାଏ। ପରିମଳ ନିଜେ ମଧ୍ୟ ନୂଆ ପିନ୍ଧିଲେ ନାହିଁ।

ଚାହୁଁ ଚାହୁଁ ଦିନ ବିତିଗଲା। ଝିଅ ବାହାଘର ବି ସରିଗଲା। ପୁଅର କଲେଜରେ ଶେଷ ବର୍ଷ ଥାଏ। ସେ ବର୍ଷ ଦଶହରାରେ ପରିମଳ ଗୋଟିଏ ସ୍ମାର୍ଟ ଫୋନ କିଣି ପୁଅକୁ ଦେଲେ। କହିଲେ, ପଢା ସରିଲାଣି ଏଇଟା ରଖିଥା ବହୁତ କାମରେ ଆସିବ। ରବି ଯଦିଓ ଫୋନ୍ ଟି ନେଲା କିନ୍ତୁ କୌଣସି ଖୁସି ବ୍ୟକ୍ତ କଲା ନାହିଁ। ପରିମଳ କହିଲେ- ମୋର ଯାହା ସବୁ ତମ ମାନଙ୍କର ଜାଣ। ଯେତିକି ମୋ ଦ୍ଵାରା ସମ୍ଭବ ସେତିକି କରୁଛି। ଜୀବନକୁ ଯଦି ଭୋଗ କରିବାକୁ ଚାହୁଁଛ ସେହି ଅନୁସାରେ ଏବେଠାରୁ ନିଜକୁ ପ୍ରସ୍ତୁତ କର। ନହେଲେ ମୋ ଚାକିରି ସରିଗଲେ ବଞ୍ଚିବା ମଧ୍ୟ କଷ୍ଟକର ହେଇଯିଵ

ରବି କିଛି କହିଲା ନାହିଁ। ମୋବାଇଲ ଧରି ଚୁପ୍ ଚାପ୍ ଚାଲିଗଲା। ଗଲାବେଳେ କହିଲା, ଏହାଠାରୁ ଆହୁରି ଭଲ ମୋବାଇଲ ସେଟ୍ ଆସିଲାଣି। ତାର ସାଙ୍ଗମାନେ ନେଇ ଆସୁଛନ୍ତି। ପରିମଳ କହିଲେ - ହଁ ମୁଁ ଜାଣିଛି। କିନ୍ତୁ ଯେତିକି ମୋ ଦ୍ଵାରା ସମ୍ଭବ। ସବୁଥିରେ ସନ୍ତୁଷ୍ଟ ରହିବାକୁ ଶିଖ ଜୀବନରେ ବହୁତ ଶାନ୍ତି ମିଳିବ।

ତତକ୍ଷଣାତ୍ ରବି ଉତ୍ତର ଦେଲା ତମେ ବୋଧେ ଜୀବନରେ ଯାହା ପାଉଛ ବହୁତ ସନ୍ତୁଷ୍ଟ ହୋଇଗଲ ବୋଲି ଆଉ ଆଗକୁ ବଢି ପାରିଲ ନାହିଁ। ପରିମଳ କଣ କହିବେ ବୁଝି ପାରିଲେ ନାହିଁ। ପୁଅ ଆଡେ ଦେଖୁଥାନ୍ତି । ପୁଅ କେତେବେଳେ ଦୃଷ୍ଟି ପଥରୁ ଚାଲିଗଲା ତାଙ୍କର ନଜର ବି ରହିଲା ନାହିଁ। ପାଲି ଭିତରୁ ଡାକିଲେ - ତମେ କାହିଁକି ସଦାବେଳେ ପୁଅଟା ସାଙ୍ଗରେ ଲିଗିଛ।

ପରିମଳ ଉତ୍ତର ଦେବେକି ନାହିଁ ଠିକ୍ କରୁ କରୁ କେତେବେଳେ ପୁଅ ଆସି ପାଖରେ ଠିଆ ହେଲା। କହିଲା ମୋର ଆଡମିଶନ ପାଇଁ ଦଶ ହଜାର ଟଙ୍କା ଲାଗିବ।

ପରିମଳ କହିଲେ - ହୋଉ ମୁଁ ଯୋଗାଡ କରିଦେବି।

ଏହା ଭିତରେ ଝିଅ ମୁନୀ ଶାଶୁଘରୁ ଥରେ ଆସି ଗଲାଣି। ତା ହାତରେ କିଛି ଭଲ ଉପହାର ବି ଦେଇ ପାରି ନାହାନ୍ତି। ଯାହା ବି ହେଉ ସେତିକି ବେଳେ ତାଙ୍କର ଗୋଟିଏ ମ୍ୟୁଚୁଆଲ ଫଣ୍ଡ ଉଠାଇବାର ସମୟ ହେଇ ଯାଇଥିଲା। ପାଖାପାଖି ଲକ୍ଷେ ଟଙ୍କା ମିଳିବାର ଥାଏ। ତେଣୁ ମନରୁ ସବୁ ଚିନ୍ତା ଦୂର ହେଇଗଲା। ସଦାବେଳେ ଟଙ୍କା ସମସ୍ୟାର ସମାଧାନ ନୁହେଁ। ସେଥିପାଇଁ ମାନସିକ ପ୍ରସ୍ତୁତି ଦରକାର। କିନ୍ତୁ ଯିଏ ପ୍ରଥମ ରୁ ବଙ୍କା ତାକୁ ସିଧା କରିବ କିଏ। ତଥାପି ମନ ଭିତରେ ଦୃଢତା ଆଣିଲେ ପିଲାଙ୍କୁ ସମୟ ପାଇଲେ କିଛି କହିବେ ବୋଲି। ପ୍ରାୟ ଦୁଇ ତିନି ବର୍ଷ ପରେ ରବି ବାଙ୍ଗାଲୋରରେ ଚାକିରୀ ପାଇଥାଏ। ଝିଅ ମୁନି ର ପୁଅଟିଏ ବି ହେଇ ଥାଏ। ଏତେ ସବୁ ଖୁସିରେ ଦଶହରାରେ ସମସ୍ତଙ୍କୁ ଘରକୁ ଡାକି ଏକାଠି କଲେ। ପ୍ରଥମ ଥର ପାଇଁ ପରିମଳ ସମସ୍ତଙ୍କୁ ଧରି ବଜାର ଗଲେ। ନିଜ ନିଜ ପସନ୍ଦର ପୋଷାକ କିଣିବା ପାଇଁ କହିଲେ। ସଙ୍କୋଚ କରିବାରୁ ପରିମଳ କହିଲେ ଆସନ୍ତା ମାସ ମୋର ଚାକିରୀ ରୁ ଅବସର। ତେଣୁ ଯାହା ମିଳିଥାନ୍ତା ସେଥିରୁ କିଛି ଆଡଭାନସ ଆକାରରେ ନେଇ ଆସିଛି। ତାପରେ ଆମେ ବୁଢା ବୁଢୀ ଚଳିଯିବୁ। ସୁଯୋଗ ପାଇ ସମସ୍ତେ ନିଜ ନିଜ ପସନ୍ଦର ପୋଷାକ କିଣିଦେଲେ। ଆନନ୍ଦ ଉଲ୍ଲାସରେ ଦଶହରା ସରିଗଲା। ପିଲାଙ୍କର ଏତେ ଖୁସି ପରିମଳ କେବେ ଦେଖି ନଥିଲେ। ବହୁତ ଦିନ ପରେ ପରିବାରରେ ଆନନ୍ଦ ଦେଖି ସେ ମଧ୍ୟ ଭାବ ପ୍ରବଣ ହେଇ ଯାଉଥିଲେ।

ଭସାଣୀ ପର ଦିନ ସକାଳୁ ସମସ୍ତେ ଜଳଖିଆ ଖାଉଥାନ୍ତି ମୁନି କହିଲା ବାପା ରିଟାୟାରମେଣ୍ଟ ପରେ ଯେଉଁ ଟଙ୍କା ମିଳିବ ସେଥିରୁ ୟାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଲେ ଆମେ ଗୋଟେ ଯାଗା କିଣନ୍ତୁ। ପରିମଳ ଚୁପ ରହିଲେ। ମୁନି ପୁଣି ଥରେ କହିବାରୁ ପରିମଳ କହିଲେ ଯେତିକି ରୋଜଗାର ସେତିକିରେ ଚଳିବା ପାଇଁ ଚେଷ୍ଟା କର ଶାନ୍ତି ପାଇବ। ତମେ ଦେବନି ବୋଲି ମନା କରି ଦେଉନ ଏମିତି ଉପଦେଶ କାହିଁକି ଦେଉଛ। ଏଇ ଉପଦେଶ ତ ମୁଁ ତମ ମାନଙ୍କୁ ପିଲାବେଳୁ ଦେଇଛି। ସେଥିପାଇଁ ତ ଦଶହରାରେ ତମେମାନେ ନୂଆ ପିନ୍ଧୁ ନଥିଲ। ଏଇଟା କଣ ଏତେ ଜଲଦି ଭୁଲିଗଲ। ତୁ ତ ପଢା ପଢି କରିଛୁ। ନିଜେ ଚେଷ୍ଟା କରି ଚାକିରୀ କର। ନହେଲେ ପିଲାଙ୍କୁ ଟ୍ୟୁସନ ପଢାଇ ପାରିବୁ। ରୋଜଗାର ର ଭିନ୍ନ ଭିନ୍ନ ମାଧ୍ୟମ ଅଛି। ମୁଁ ତ ଅଳ୍ପ ରୋଜଗାରରେ କାହାକୁ ହାତ ପାତି ନାହିଁ।

ମୁନି କହିଲା ବାପା ମୁ କହି ନଥାନ୍ତି ଯେ ୟାଙ୍କ ରୋଜଗାର ଯେତିକି ଆମର ତ ଚଳିବା ନିଅଣ୍ଟ ହେଉଛି ଆମେ ଭବିଷ୍ୟତ ପାଇଁ କଣ ରଖିବୁ।

ତାହେଲେ ତୁ କହ ମୁ ତମ ମାନଙ୍କୁ ଦାମୀ ଡ୍ରେସ୍ ଦେଇ ପାରିଲିନି ବୋଲି ତମେମାନେ ମୋ ସାଙ୍ଗରେ କେମିତି ବ୍ୟବହାର କରିଛ। ଜୀବନସାରା ମୁଁ ଭୁଲ ବୋଲି କହିଛ। ଏବେ ତୁମ ପାଳି। ବର୍ତ୍ତମାନ ଠାରୁ ଯଦି ସାବଧାନ ହେବ ତାହେଲେ ଜୀବନର ଆନନ୍ଦ ନେବ। ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ ତୁମ ସୁବିଧା ଅସୁବିଧା ରେ ଅଛୁ

ମୁନି ଆଉ କିଛି କହିବାକୁ ଚାହୁଁଥିଲେ ବି କହି ପାରିଲା ନାହିଁ। ବାପା ଏଭଳି ସ୍ପଷ୍ଟ ଭାବରେ ଭର୍ତ୍ସନା କେବେ କରି ନଥିଲେ। କିଛିଟା ବାଧୁଥିଲେ ବି ମୁନି ବୁଝି ପାରିଲା କଥାର ସତ୍ୟତା। ସେମାନେ ସତରେ ଅଯୌକ୍ତିକ ଭାବରେ ବାପାଙ୍କ ଠାରୁ କେତେ କଣ ଆଶା କରି କେତେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ତାହେଲେ ଆଜି ସେମାନେ ମାଗିବାଟା କେତେ ବଡ ଭୁଲ। ଟଙ୍କା ଯଦି ବାପା ଫେରସ୍ତ ନପାନ୍ତି ସେ ସହି ପାରିବ ତ! ସେମାନଙ୍କ ଲାଗି ବାପା ନିଜେ ବି ଦଶହରା ରେ ନୂଆ ପିନ୍ଧିବା ବନ୍ଦ କରିଦେଲେ। ଯଦି ବାପା ଚଳି ପାରୁଥିଲେ, ନିଜ କଷ୍ଟ ନିଜେ ଢୋକି ପାରୁଥିଲେ ଆମେ କାହିଁକି ନିଜେ ସକ୍ଷମ ନହୋଇ ହାତ ପାତିବା। ମୁନି ବାପାଙ୍କ ଆଡକୁ ଅନାଇ କହିଲା ହୋଉ ମୁଁ ତାଙ୍କୁ ବୁଝାଇ ଦେବି। ମୁଁ ବି ଘର କାମରୁ ସମୟ କାଢି କିଛି ଗୋଟାଏ କରିବାକୁ ଚେଷ୍ଟା କରିବି।

ପରିମଳ ସାମାନ୍ୟ ହସି କହିଲେ ଧନ ପାଇଁ ଦେହକୁ ଅତ୍ୟଧିକ ପରିଶ୍ରମ ଭଲ ନୁହେଁ ବୋଲି ଯେମିତି ଧ୍ୟାନ ରଖିଥିବୁ।

ରବି ପାଖରେ ବସି ସବୁ ଶୁଣୁଥାଏ। ବାଙ୍ଗାଲୋରରେ ତାର ଦରମା ପଚିଶ ହଜାର ହେଲେବି ଅଣ୍ଟୁନି ବୋଲି କହିବାକୁ ଚାହୁଁଥିଲା କିନ୍ତୁ ଆଉ କହିଲା ନାହିଁ। ପରିମଳ ବୁଝିପାରି ପଚାରିଲେ କଣ କହିବୁକି? ରବି ନିଶ୍ଚୟ ନକରି ମଧ୍ୟ କହିଦେଲା। ପରିମଳ କିଛି ସମୟ ଚୁପ ରହିଲେ। ରବି ପୁଣି ବୁଝାଇବା ଆଳରେ କହିଲା। ମୋତେ ଦଶ ଲକ୍ଷ ଲୋନ ମିଳିଯିବ ଆଉ କୋଡିଏ ଲକ୍ଷ ଯୋଗାଡ ହୋଇଗଲେ ମୋତେ ଆଉ ଘରଭଡ଼ା ଖର୍ଚ୍ଚ ଦେବାକୁ ପଡନ୍ତା ନାହିଁ। ବର୍ତ୍ତମାନ ଘରର ଗୋଟିଏ ବଖରା ଭଡ଼ା ଖାଲି ଦଶ ହଜାର ଦେବାକୁ ପଡୁଛି। ଘର ନେଲେ ତ ଆହୁରି ଅଧିକ ପଡିବ।

ରବି ପୁଣି ରହି ରହି କହିଲା ତୁମର ଯଦି ଇଛା ନାହିଁ ଥାଉ। ମୋର ଯେବେ ହେବ ମୁଁ କରିବି। ମା ବାହାଘର କଥା କହୁଥିଲା ତ ମୁଁ ଭାବିଲି ଘର ନାହିଁ ବାଙ୍ଗାଲୋରରେ ରହିବା ପାଇଁ କି ଦରମା ନାହିଁ ପୁରା ଘରର ଭଡା ଦେବା ପାଇଁ। ସେଥିପାଇଁ କହିଦେଲି। ନହେଲେ ଏବେ ଥାଉ ବାହାଘର ଦୁଇ ବର୍ଷ ଡେରି କରିଦେବା।

ପରିମଳ କିଛି ନକହିବାରୁ ପାଲି ଚିଡି ଉଠିଲେ। କହିଲେ- ହଁ ମ ତତେ ଦେବେନିତ ଆଉ କଣ ସ୍ବର୍ଗକୁ ନେଇକି ଯିବେ।

ପରିମଳ ପାଟି ଫିଟେଇଲେ- କହିଲେ, ଆମେ ମରିଗଲେ ଆମ ସମ୍ପତ୍ତି ତମର। ଏବେ ତମେମାନେ ଯେତିକି ରୋଜଗାର କରୁଛ ସେତିକିରେ ଚଳିବା ଶିଖିଯାଅ ଯେ ଭବିଷ୍ୟତରେ ଅସୁବିଧା ହେବନାହିଁ।

ରବି ବିରକ୍ତି ରେ କହିଲା ତମେ ତାହେଲେ ରିଟାୟାରମେଣ୍ଟ ଟଙ୍କା କଣ ଦେଖି ଦେଖି କି ବଞ୍ଚିବ।

ପରିମଳ ପୁଅକୁ ଦେଖିଲେ ବଡ ବିକଳ ଭାବରେ। ନିଜ ସଂସ୍କାରରେ ବ୍ୟବହାର ପରିବର୍ତ୍ତନ ହେଇ ନଥିବାରୁ ମନେ ମନେ ଦୁଃଖୀ ହେଲେ। ତଥାପି କହିଲେ ନା ନା ଟଙ୍କା କଣ ଦେଖିବା ପାଇଁ ରୋଜଗାର କରାଯାଏ। ମୁଁ ଏଥିରୁ କିଛି ଇନଭେଷ୍ଟମେଣ୍ଟ କରିବି ଆଉ ବାକି ଟଙ୍କା ଫିକ୍ସ ଡିପୋଜିଟ କରିଦେବି। ମୋ ପିଲାମାନେ ଯେହେତୁ ନିଜ ଚଳିବା ପାଇଁ ଅଯୋଗ୍ୟ ଏହି ଟଙ୍କା ଗୁଡାକ ଆମ ବୁଢା ବୁଢୀ ସମୟର ସାହାରା ହେବ।

ମୋ ପିଲାଙ୍କ ପିଲା ଯେତେବେଳେ ଭଲ ଡ୍ରେସ୍ ଖେଳନା ମାଗି ତାଙ୍କ ବାପାଙ୍କ ଠାରୁ ପାଇବେନି ସେତେବେଳେ ସେମାନେ ବି ତମ ଭଳି ରାଗି ଆଉ କଥା ହେବେ ନାହିଁ, ମନ ଇଚ୍ଛା ବ୍ୟବହାର କରିବେ ସେତେବେଳେ ଏ ଟଙ୍କା ଗୁଡାକ ତାଙ୍କ ଖୁସି ପାଇଁ ଖର୍ଚ୍ଚ କରିବି। ସେମାନେ ତ ହେଲେ ଜାଣନ୍ତୁ ଜେଜେଙ୍କ ରୋଜଗାର କମ ଥିଲେ ବି କାହାକୁ ଖାଲି ହାତ କରି ନାହାନ୍ତି କି କାହା ପାଖରେ ନିଜର ଅସାମର୍ଥ୍ୟ ପ୍ରକାଶ କରି ନାହାନ୍ତି।

ରବି ଚୁପ ହେଇଗଲା। ପାଟିରୁ କିଛି କଥା ବାହାରିଲା ନାହିଁ। ମୁନି ରବି ଆଡେ ଦେଖିଥାଏ। ରବି ମୁନିକୁ ଦେଖୁଥାଏ।

ମୁନି ମା ଆଡେ ଅନାଇ କହିଲା ମାଆ ମୁ ଯାଉଛି । ରବି ମୋତେ ନେଇ ବସ୍ ପାଖରେ ଛାଡି ଦେଲେ ମୁଁ ପଳେଇବି। ପରିମଳ ରବିକୁ କହିଲେ -ରବି ତୁ ସାଙ୍ଗରେ ଯାଆ। ପୁରା ଘର ପାଖରେ ଛାଡି ଆସିବୁ। ହଁ ଚାକିରୀ କଲା ପରେ ତୁ ପ୍ରଥମ ଥର ତାଙ୍କ ଘରକୁ ଯାଉଛୁ ତେଣୁ ଭଲ କରି ମିଠା କିଣି ତାଙ୍କ ଘରେ ଦେବୁ। ତୁ ଯେତିକି ମାର୍ଜିତ ହେବୁ ତାଙ୍କ ପାଖରେ ତୋର ମଧ୍ୟ ସେତିକି ମାର୍ଜନା ହେବ ତା ସାଙ୍ଗରେ ତୋ ଭଉଣୀ ର ସମ୍ମାନ ମଧ୍ୟ ବଢିଯିବ। ଏସବୁ ଘର ସଂସାର କଥା। ଅଭ୍ୟାସ ଓ ଆଦର ଥିଲେ ଆପେ ଆପେ ଆସିଯାଏ। ଏଥିରେ ସମସ୍ତଙ୍କର ମଙ୍ଗଳ।

ରବି ଚୁପଚାପ ମୁନିକୁ ନେଇ ଛାଡିବା ପାଇଁ ଗଲା। କିଛି ବି ପଦଟିଏ କହିଲା ନାହିଁ। ପାଲି ବ୍ୟସ୍ତ ହେଇ ପଚାରିଲେ ଏତେ ସବୁ କହିବା କଣ ଦରକାର ଥିଲା ଆମେ ତ କଷ୍ଟରେ ଚଳିଛୁ ଚଳିଯିବୁ। ପିଲାମାନଙ୍କୁ କଷ୍ଟରେ ଚଳିବା କଣ ଦରକାର।

ନା ପାଲି ତମେ ସେମିତି କୁହ ନାହିଁ। ଆବଶ୍ୟକ ଅନୁସାରେ ନଚଳିଲେ ପରବର୍ତ୍ତୀ ପିଢୀ ପାଇଁ ବହୁତ ଦୁଃଖ ଦାୟକ ହେବ। ଏଥିରେ ନା ସେମାନେ ସୁଖୀ ହୋଇପାରିବେ ନା ଆମେ ସୁଖୀ ହେଇ ପାରିବା।

ପାଲି କହିଲେ- ପୁଅ କେତେ ଦୁଃଖରେ ଗଲା ଦେଖିଲ ତ!

ପରିମଳ କହିଲେ- ଖାଲି ଦୁଃଖ ଦିଶିଲା। ମୋତେ ତ ତା ମନ ଭିତରେ ଆସୁଥିବା ପରିବର୍ତ୍ତନ ଓ ପଶ୍ଚାତ୍ତାପ ବି ଦିଶୁଥିଲା।

ସତରେ ନା କଣ! ଭୟ ମିଶା ଦ୍ଵନ୍ଦ୍ଵରେ ପାଲି ପଚାରିଲେ।

ପରିମଳ କହିଲେ ରୁହ ଅପେକ୍ଷା କର। ସେ ଆସୁ ସବୁ ଚିନ୍ତା ର ଶେଷ ହେଇଯିବ। ଭଗବାନ ଆମକୁ ବହୁତ ପରୀକ୍ଷା କରି ସାରିଲେଣି। ଭାବୁଛି ଆଉ କରିବେ ନାହିଁ। ଯଦି ବି କରିବେ ଆମେ ତ ସଦାବେଳେ ପ୍ରସ୍ତୁତ। ସବୁ ଘଟଣାକୁ ଭଗବାନଙ୍କ ଇଛା ବୋଲି ଭାବିନେଲେ କଣ ଶାନ୍ତି ପାଇବାନି।

ଶାନ୍ତି ମଣିଷର ନିଜସ୍ଵ କୃତ।

ସେଦିନ ପରିମଳ ପାଲି ଖୁବ୍ ଶାନ୍ତି ରେ ଶୋଇବାକୁ ଗଲେ। ସକାଳୁ ରବିର ଫୋନ ଆସିଲା। ପାଲି ବିକଳରେ ଫୋନ ଉଠାଇଲେ। ରବି କହିଲା- ଆମେ ଠିକରେ ପହଞ୍ଚି ଗଲୁ। ମୁଁ କିନ୍ତୁ ଘରକୁ ଫେରୁନି। ମୁଁ ସିଧା ବାଙ୍ଗାଲୋର ଯାଉଛି। ଆହୁରି ଯୋଗ୍ୟ ହେଇ ସାରିଲେ ଆସିବି। ପାଲି କିଛି କହିବା ପୂର୍ବରୁ ରବି ଫୋନ କାଟିଦେଲା। ପାଲି ପୁଣି ଥରେ କଲ୍ ବ୍ୟାକ୍ କରିବାକୁ ଯାଉଥିଲେ ପରିମଳ ମନାକଲେ, କହିଲେ- ଏଇଟା ତ ପରିବର୍ତ୍ତନର ଲକ୍ଷଣ। ତମେ ଖୁସି ହୁଅ। ଭଗବାନ ଆମ ପୁଅକୁ ସଦବୁଦ୍ଧି ଦେଇଛନ୍ତି। ସତ୍କର୍ମ ସଦିଛା ଆଉ ଆମ ଧର୍ଯ୍ୟ କେବେ ବୃଥା ଯିବନି। ପ୍ରଭୁ ଏତେ ନିଷ୍ଠୁର ନୁହନ୍ତି। ପାଲି ପରିମଳଙ୍କୁ ଦେଖୁଥିଲେ। ପରିମଳଙ୍କ ଆତ୍ମତୃପ୍ତି କୁ ଅନୁଭବ କରିବା ପାଇଁ ଚେଷ୍ଟା କରୁଥିଲେ।

କିଛି ଦିନ ଗଲାରୁ ପାଲି ବ୍ୟସ୍ତ ହେଇ ପଚାରିଲେ ଏତେ ଦିନ ପରେ ବି ରବି ଫୋନ୍ କରୁନି କି ଫୋନ୍ ଉଠାଉ ନାହିଁ। ତମେ ଟିକିଏ କେମିତି ବୁଝୁନ।

ପରିମଳ ବ୍ୟସ୍ତ ଜଣା ପଡିଲେ ବି କହିଲେ- ଅଫିସକୁ ଫୋନ୍ କରିଥିଲି ରବି ସେଇଠି କାମ କରୁଛି। ତାପରେ ତୁମକୁ ଯଦି ଏତେ ବ୍ୟସ୍ତ ଲାଗୁଛି ଚାଲ ଦିନେ ବାଙ୍ଗାଲୋର ବୁଲି ଆସିବା। ଦୀପାବଳୀ ପାଖେଇ ଆସୁଥାଏ ପରିମଳ ପାଲି ବାହାରି ପଡ଼ିଲେ। ରବି ଫୋନ ନଧରିବାରୁ ମେସେଜ୍ କରିଦେଲେ। ପରିମଳ ପାଲିକୁ କହିଲେ- ଯଦି ମୋ ପୁଅର ପ୍ରକୃତରେ କିଛି ଭଲ ପରିବର୍ତ୍ତନ ଆସିଥାଏ ସେ ନିଶ୍ଚୟ ଷ୍ଟେସନ ଆସିବ। ସତକୁ ସତ ଟ୍ରେନ୍ ରୁ ଓହ୍ଲାଉ ଓହ୍ଲାଉ ରବି କୁ ଦେଖିଲେ। ପାଲି ପରିମଳଙ୍କ ଆଡେ ଦେଖି ହସିଦେଲେ। ସେ ହସ ଭିତରେ ସବୁ କିଛି କହି ଦେବା ପାଇଁ ଚାହୁଁଥିଲେ। ରବି ଟାକ୍ସିରେ ଗଲାବେଳେ କହିଲା ଭଲହେଲା ଏଠି ଦୀପାବଳୀ ପାଳିବା। କିନ୍ତୁ ନ ଆସିଥିଲେ ଭଲ ହୋଇଥାନ୍ତା। ଦୁଇଟି ବିପରୀତମୁଖୀ ବାକ୍ୟରେ ରବିର ଯେ ପରିପକ୍ଵତା ବଢି ଯାଇଛି ପରିମଳ ତାହା ବୁଝି ପାରୁଥିଲେ।

ପରିମଳ ରବି ଆଡେ ଦୃଷ୍ଟି କରି ପଚାରିଲେ ତୋର କଣ କିଛି ଉନ୍ନତି ହେଇନି ବୋଲି ଏମିତି କହୁଛୁ। ରବି ଉତ୍ତର ଦେଲା ଏଠି ବହୁତ ପ୍ରତିଯୋଗିତା। ଉପରକୁ ଉଠିବାକୁ ହେଲେ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ମୋତେ ବହୁତ ସମୟ ଲାଗିବ। ପରିମଳ ହସିଲେ କହିଲେ ମୋ ଆଖିରେ ତୁ ଉପରକୁ ଉଠି ସାରିଲୁଣି କେବଳ ଟଙ୍କା ରୋଜଗାର ବାକି ଅଛି। ସମୟ ଆସିଲେ ସେଇଟାବି ଆପେ ଆପେ ହେଇଯିବ।

ପାଲି ଓ ରବି କିଛି ନବୁଝିବାର

ଦେଖି ପରିମଳ କହିଲେ ଗୀତାରେ କୁହାଯାଇଛି -ଅଭ୍ୟାସେପି ଅସମର୍ଥୋସି ମତ୍ କର୍ମ ପରମୋ ଭବ---ଅର୍ଥାତ୍ ନିରନ୍ତର ଅଭ୍ୟାସ କରି ସୁଦ୍ଧା ଯଦି ଜଣେ ଅସମର୍ଥ ହୁଏ ତାହେଲେ ବି ମୋ ପାଖରେ ପ୍ରେରିତ ହୋଇଥିବା ବ୍ୟକ୍ତିର ଦୁର୍ଗତି ନଥାଏ। କାରଣ ମୁଁ ତାକୁ ସମୟ କ୍ରମେ ନିର୍ଦ୍ଦିଷ୍ଟ ଯାଗାରେ ପହଞ୍ଚିବାର ସୁଯୋଗ ଆଣିଦିଏ। କେବଳ ରୋଜଗାର ମଣିଷ ଜନ୍ମ ର ମୂଳ ଲକ୍ଷ ନୁହେଁ। ନିଜର ସାଧ୍ୟମତେ ମଣିଷୋଚିତ କର୍ତ୍ତବ୍ୟ କରିବା ବହୁତ ବଡ ସାଧନା। ସେତିକି କରିପାରିଲେ ଜୀବନ ସାର୍ଥକ ହେଇଯାଏ। ପରିମଳ କହିସାରି ଉଭୟ ମା ପୁଅଙ୍କୁ ଅନାଇଲେ। ଉଭୟଙ୍କ ମୁହଁରେ ତୃପ୍ତିର ସନ୍ତୋଷ ପରିମଳଙ୍କୁ ଖୁବ୍ ଆନନ୍ଦ ଦେଉଥିଲା।


Rate this content
Log in

Similar oriya story from Inspirational