Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Romance Tragedy Fantasy

4.0  

Anita Jena

Romance Tragedy Fantasy

ପ୍ରେମ ଏକ ପ୍ରତିଜ୍ଞା

ପ୍ରେମ ଏକ ପ୍ରତିଜ୍ଞା

4 mins
254



ଏଲି ଏଲି ଟିକେ ଉଠିଲ... ( କହି ବେଡ୍ ରୁ ଉଠି ପଡ଼ିଲେ ଆରବ )


- କଣ ହେଲା ଆରବ ? ଏତେ ରାତିରେ ଏମିତି ଉଠି ପଡ଼ିଲ କଣ ପାଇଁ? କିଛି ଦରକାର୍ ଅଛି କି ? 


- ମତେ କାଇଁ ଜମା ରୁ ବି ନିଦ ହେଉନି ଏଲି । ମତେ ଟିକେ ବାହାରକୁ ନେଇ ଚାଲ । ଘର ଭିତରେ ମୁଁ ଅଣ ନିଃଶ୍ୱାସ ହେଇ ପଡୁଛି । 


- ହଉ ହଉ ରୁହ । ମୁଁ ଲାଇଟ୍ ଲଗେଇ ଦିଏ । ଆଉ ଆରାମ ସେ ଉଠ ମୋ ହାତ ଧରି ମୁଁ ନେଇ ଯିବି ତମକୁ ବାହାରକୁ । 


- ହଁ ଏଲି । ଚାଲ । 

  ଆରବ ଏଲି ର ହାତ ଧରି ଚାଲି ଥାଏ ଆଗକୁ ଆଗକୁ । ଏଲି ବି କିଛି ନ କହି ଆରବ ଙ୍କ ସହ ଆଗକୁ ବଢୁଥାଏ । କିଛି ବାଟ ଗଲାପରେ ଆରବ କହିଲେ ଏଲି ଏଠି କୋଉଠି ବସିବା ପାଇଁ ଜାଗା ଥିବ ଯଦି ଚାଲ ବସିବା । ମୁଁ ଆଉ ଚାଲି ପାରୁନି ଥକି ଗଲିଣି । 


- ଆଚ୍ଛା ହଉ ଆସ ଆରବ ଏଇ ପାଖରେ ରାସ୍ତା କଡ଼ରେ ବେଞ୍ଚ ପଡ଼ିଛି ଆମେ ସେଇଠି ବସିବା । 

  ଏଲି ଆରବ ର ହାତ ଧରି ନେଇ ତାକୁ ବେଞ୍ଚ ରେ ବସେଇ ଦେଲେ ଆଉ ନିଜେ ବି ବସିଲେ । ହାତ ରେ ଧରିଥିବା ପାଣି ବୋତଲ କୁ ଆରବ କୁ ଦେଲେ ପିଇବା ପାଇଁ । 

  ଆରବ ଏଲି କୁ ଜାବୁଡି ଧରି କାନ୍ଦିବା ଆରମ୍ଭ କଲେ । ଏଲି କହିଲା ଆରେ ଆରବ ତମେ ଏମିତି ହଠାତ୍ କାନ୍ଦୁଛ କଣ ପାଇଁ ? କଣ ହେଲା ତମର ? ତମର ଆଉ କିଛି ଦରକାର କି ? 


- ନାଇଁ ଏଲି ମୋର ଆଉ କଣ ଦରକାର? ତମେ ଯେବେ ଯାଏଁ ମୋ ପାଖରେ ଅଛ ମୋର ଆଉ କିଛି ବି ଲୋଡା ନାହିଁ । 


- ତାହେଲେ ଏମିତି ପିଲା ଙ୍କ ଭଳି କାନ୍ଦୁଛ କଣ ପାଇଁ ? ଆଉ ସତ କୁହ ତମେ ଏମିତି ବାହାରକୁ ଆସିବା ପାଇଁ କଣ କହିଲ ନ ଶୋଇ, ସେ ବି ଏତେ ରାତିରେ ? 


ଆରବ - ମୁଁ ତମକୁ ବହୁତ୍ ହଇରାଣ କରୁଛି ନା ଏଲି । ତମେ ମୋ ପାଇଁ କେତେ କଣ କଷ୍ଟ କରୁଛ ଆଉ ମୁଁ ତମ ପାଇଁ କିଛି ବି କରି ପାରିଲି ନାହିଁ । ଅଯଥା ରେ ତମକୁ ଖାଲି ହଇରାଣ କରୁଛି । 


ଏଲି - ତମେ ଏମିତି କଣ କହୁଛ ଆରବ !? ମୁଁ ତ କେବେ ଏମିତି ଭାବି ନାହିଁ । ତମେ ଏ ସବୁ ଭାବିବା ବନ୍ଦ୍ କର । 


ଆରବ - କେମିତି ବନ୍ଦ୍ କରିବି ଏଲି ? ଯୋଉ ଆଖିରେ ତମକୁ ଏତେ ସ୍ବପ୍ନ ଦେଖେଇ ଥିଲି ସେ ଆଖି ତମେ ନିଜ ଦୁନିଆ ଦେଖୁଥିଲ ସେ ଆଖି ମୋର ମୁଁ ହରେଇ ସାରିଛି । ସେଦିନ ତମେ ନିଜ ପରିବାର , ବାପା ମା ସମସ୍ତଙ୍କୁ ଦୂରେଇ ଦେଇ ମୋ ହାତଧରି ଚାଲି ଆସିଲ । ମୁଁ ତମକୁ କଥା ଦେଇଥିଲି ଦୁନିଆର ସବୁ ଖୁସି ଆଣି ତମ ପାଦ ତଳେ ଢାଳି ଦେବି ହେଲେ ଏବେ ମୁଁ ଗୋଟିଏ ଅନ୍ଧ । ଦୁର୍ଘଟଣା ରେ ନିଜର ଦୃଷ୍ଟି ଶକ୍ତି ହରେଇ ବସିଲି ଆଉ ଏବେ ତମକୁ କାମ କରି ଘର ଖର୍ଚ୍ଚ ବହନ କରିବାକୁ ପଡୁଛି । ସତରେ ଏଲି ମୁଁ ତମ ପାଇଁ ଯୋଗ୍ୟ ନୁହେଁ । 

  କଣ କରିବି ମୁଁ କୁହ । ଯେତେ ଚେଷ୍ଟା କଲେ ବି ନା ମୁଁ ଠିକ୍ ସେ ଶୋଇ ପାରୁଛି ନା ଠିକ୍ ସେ ଖାଇ ପାରୁଛି । ତମେ ଫେରି ଯାଅ ଏଲି ତମ ଘର ଲୋକ ଙ୍କ ପାଖକୁ । ଫେରି ଯାଇ ନୂଆ ଏକ ଦୁନିଆ ଆରମ୍ଭ କର । ମୁଁ ତମକୁ କିଛି ବି ଦେଇ ପାରିବି ନାହିଁ । 


ଏଲି - ତମେ ଏ ସବୁ କଣ କହୁଛ ଆରବ ? ପ୍ରେମ କଣ ଗୋଟିଏ ଖେଳଘର , ଯେତେବେଳେ ଇଚ୍ଛା ହବ ଗଢି ଦେବି ଆଉ ଇଚ୍ଛା ହେଲେ ଭାଙ୍ଗି ଦେବି । ମତେ କ୍ଷମା କର ଆରବ ମୋ ପାଇଁ ପ୍ରେମ ଏକ ପ୍ରତିଜ୍ଞା । ପ୍ରେମ ଏକ ସୁନ୍ଦର୍ ଆଉ ପବିତ୍ର ସମ୍ପର୍କ । ଦିନ ଥିଲା ତମ ଆଖି ରେ ମୁଁ ନିଜ ପାଇଁ ଭଲ ପାଇବାର ରଙ୍ଗ ଦେଖୁଥିଲି ଆଜି ଯଦି ସେ ଆଖି ର ଦୃଷ୍ଟି ଶକ୍ତି ଚାଲି ଯାଇଛି ତା ମାନେ କଣ ମୋ ପ୍ରେମ ମରି ଯାଇଛି । ମୁଁ ତମକୁ ହୃଦୟ ରୁ ଭଲ ପାଇଥିଲି ଆରବ । ମୋ ପ୍ରେମ ରେ ନା ଥିଲା କିଛି ସ୍ବାର୍ଥ ନା କିଛି ପାଇବାର ଆଶା । ମୁଁ ଖାଲି ଚାହେଁ ତମ ଠୁ ଢେର୍ ସାରା ଭଲ ପାଇବା , ଯାହା ତମେ ସବୁବେଳେ ଦେଇ ଆସିଛ ମତେ । ଏ ନିରୋଳା ରାସ୍ତା ରେ ତମ ଭଳି ସାଥି ଆଉ ତା ସହିତ ଏମିତି ସୁନ୍ଦର୍ ସମୟ ଯଦି ସବୁଦିନ ମତେ ମିଳିବ ନା ସତ କହୁଛି ଆରବ ମୁଁ ମୋର ସବୁ ଦୁଃଖ ଭୁଲି ଯିବି ।


ଆରବ - ଏଲି, ତମେ ସତରେ ଗୋଟିଏ ପାଗେଳୀ ଝିଅ ଟି ।


ଏଲି - ହଁ ଆରବ , ଗୋଟିଏ କଥା ରଖିବ ମୋର ? ସବୁଦିନ ଏମିତି ରାତିରେ ନିରୋଳା ରାସ୍ତା ରେ ମୋ ହାତ ଧରି କିଛି ବାଟ ନେଇ ଯିବ? ତମ କୋଳ ରେ ମୁଣ୍ଡ ରଖି ଶୋଇବାକୁ କିଛି ସମୟ ତମର ଦବ ? ୟା ଛଡା ମୋର ଆଉ କିଛି ବି ଆଶା ନାହିଁ ଜୀବନ ରେ । ତମ ସହିତ ମୁଁ ବହୁତ୍ ଖୁସି ରେ ଅଛି । ପ୍ରେମ ରେ କିଛି ପାଇବାର ଆଶା ରହିଲେ ସେ ସ୍ୱାର୍ଥପରତା ହେଇଯାଏ ଆରବ । ମୁଁ ମୋର ସବୁ କିଛି ଛାଡ଼ି ଚାଲି ଆସିଲି ତମ ସହିତ କାହିଁକି ଜାଣିଛ ମୁଁ ତମ ଉପରେ ନିଜ ଠୁ ବେଶୀ ବିଶ୍ବାସ କରେ । ଆଜି ଯଦି ଏମିତି ପରିସ୍ଥିତି ଆସିଛି ମୁଁ କେମିତି ଛାଡ଼ି ଦେଇ ଚାଲି ଯିବି ତମକୁ ? ଏଇ କଣ ମୋର ଭଲ ପାଇବା ? ଯଦି ମୋ ସହିତ ଏମିତି ହେଇ ଥାଆନ୍ତା ତାହେଲେ ତମେ କଣ ମତେ ଛାଡ଼ି ଚାଲି ଯାଇଥାନ୍ତ ? ନୁହେଁ ନା, ତାହେଲେ ମୁଁ କେମିତି ଚାଲି ଯିବି ? 


ଆରବ - ମୁଁ ବହୁତ୍ ଭାଗ୍ୟବାନ ଏଲି ଯେ ତମେ ମୋ ଜୀବନ ରେ ଆସିଛ । ଯଦି ତମେ ମୋ ସାଙ୍ଗ ରେ ଏମିତି ସବୁବେଳେ ରହିବ ତାହେଲେ ମୋର ଅନ୍ଧ ହେବାର ଦୁଃଖ କେବେ ବି ରହିବ ନାହିଁ । 

  ଆରବ ଠୁ ଏ ସବୁ ଶୁଣି ଖୁସି ରେ କାନ୍ଦି ଉଠିଲା ଏଲି ଆଉ ଜୋରରେ ଜାବୁଡ଼ି ଧରିଲା ଆରବ କୁ । ଦୁହେଁ ହଜି ଗଲେ ରାତ୍ରି ର ଅନ୍ଧକାର ରେ ନିଜର ପ୍ରେମ ଉଦ୍ୟାନ ରେ ।



Rate this content
Log in

More oriya story from Anita Jena

Similar oriya story from Romance