ଭାଇ-ଭଉଣୀ
ଭାଇ-ଭଉଣୀ
ତଳ ଉପର ଭାଇ ଭଉଣୀ l ତିନି ଝିଅରେ ପୁଅ ବୋଲି ବହୁତ ଗେଲା l ପିଠିରେ ବୋହି ଭାଇ ଆଣିଛି ବୋଲି ସାନ ଝିଅ ଗେଲା l ସବୁବେଳେ ଗଣ୍ଡଗୋଳ ଦୁହିଁଙ୍କ ଭିତରେ କୌଣସି ନା କୌଣସି କାରଣ ନେଇ l ଅତିଷ୍ଠ ହୋଇଯାଆନ୍ତି ମାଆ l ବାପାଙ୍କୁ କୁହନ୍ତି l ବାପା ହସନ୍ତି l କୁହନ୍ତି, ତାହା ସେମାନଙ୍କର ମାଡଗୋଳ ନୁହେଁ କଥାବାର୍ତ୍ତା l
ଘରେ ସମସ୍ତଙ୍କୁ ଜର l ପିଉସୀ ଆସିଥିଲେ l ଭାଉଜର ଅବସ୍ଥା ଦେଖି ଝିଅମାନଙ୍କୁ ସାଙ୍ଗରେ ନେଇଗଲେ କିଛି ଦିନ ପାଇଁ l ବାସ୍ ତା ପର ଠାରୁ ପୁଅକୁ ଜର l କଣ ଗୋଟାଏ କାମରେ ବାପା ବାହାରିଲେ ପିଉସୀ ଘରକୁ l ପୁଅ ଶୋଇଥିଲା l ଜରୁଆ ପୁଅକୁ ଚାହିଁ ପଚାରିଲେ, “ବାବା ! ଆସିବା ବେଳକୁ ତୋ ପାଇଁ କଣ ଆଣିବି?”
ନାନୀମାନଙ୍କୁ ଆଣିଦିଅ l କେହି ନ ଆସିଲେ, ସାନ ନାନୀକୁ ଆଣି ଦିଅ l ସରଳ ଉତ୍ତର ଥିଲା ପୁଅର l
ବାପା ଚାହିଁଲେ ମାଆକୁ l ଦୁହିଁଙ୍କର ଆଖି ଲୁହରେ ଭର୍ତ୍ତି ହେଇଯାଇଥିଲା l