Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରୀତି ଫଲଗୁ ମା' ଓ ମନର
ପ୍ରୀତି ଫଲଗୁ ମା' ଓ ମନର
★★★★★

© pratap nayak

Inspirational

5 Minutes   7.5K    17


Content Ranking

ପ୍ରୟୋଜିତ କାର୍ଯ୍ୟକ୍ରମ ମା’।

କହିଲେଣି ଅନେକ ମହା ମହା ରଥୀ, ଯେଉଁମାନଙ୍କ ନାମ ପୂର୍ବରୁ ଡକ୍ଟର ପ୍ରଫେସର ରିଡର ସମାଜସେବୀ ରାଜନୈତିକ ନେତା ମହାମହିମ ଆଦି ଅନେକ ବିଶେଷଣ ଯୋଡା ହୋଇଛି ।

ସୁଟ ବୁଟ କ୍ଲିନ ସେଭ୍ ଥାଟ ବାଟ ଅବା ଚୁଡିଦାର ପାଇଜାମାରେ କୋଥଳି କାନ୍ଧରେ ଆଖିରେ ମୋଟା ଫ୍ରେମର ଚଷମା ମୁହଁରେ ଅଧା ପାଚିଲା ଦାଢି କାବ୍ୟିକ ଧାରାର ପ୍ରତିଫଳନ ଚେହେରାରେ, ତା ସହିତ ଗେରୁଆରେ ପଗିଡି ମଣ୍ଡିତ ପଣ୍ଡିତଙ୍କ ପରି ବେଶଭୁଷା ପରିପାଟିରେ କହିଲେଣି ଅନେକ ବକୃତା ।

ମା’ ମହୀୟସୀ ସ୍ନେହୀ ସନ୍ତାନ ବତ୍ସଳା କରୁଣାମୟୀ ,ଦେଇପାରେ ବକ୍ଷ ଚିରି ଦୁଧ ,ଉଜାଗର ରହିପାରେ ରାତି ରାତି ପିଡିତ ପିଲାର ଶରୀରକୁ ଚାହିଁ ନିର୍ଜଳା ଓପାସ।

ମା'ର ଅନ୍ୟ ନାମ ପରା ସେବିକା।

ପେଟପାଇଁ ଧରିପାରେ ଲଙ୍ଗଳର କଣ୍ଟି ,ରୋଇପାରେ କାଦୁଅ କିଆରି ,ବୋହିପାରେ ହଳା ହଳା ଧାନ ତା ନରମ ମଥାରେ, ବିରି ମୁଗ କୋଳଥ ବାଦାମ ,ମୁଲ ନିଏ ,ବୋହି ବୋହି ଭରିବ ଉଦର ଚିନ୍ତା ବିଶିକେସନର।

ଦେଖିଛ କି କୁମୁଟି ସହରେ ମା’ ଟାଣେ ରିକ୍ସା , ଘର ଓଳାଏ ପାଣି ବୁହେ କାଚ ଝମଝମ କରି ଲୁଗା କାଚେ ଖରାରେ ଦେଖେଇ ତାର ମୁକୁଳା ପିଠିକି । ଫରମାଇସ ରୋଷେଇ ବି କରେ , ବାବୁଆଣୀଙ୍କ ପିଲା ନେଇ ସ୍କୁଲକୁ ଯାଏ ।

ତା ଭିତରେ କେତେ ଗାଳି ମନ୍ଦ ସାମାନ୍ୟ ଡେରିରେ ଗଡାଏ ଯୌବନ ଲିଭାଏ ଅଫେରନ୍ତା ତାରୁଣ୍ୟ କେବଳ ଶାବକର ଆହାର ନିଶାରେ ।

କୋଉଠି ପିଠିରେ ଛୁଆବାନ୍ଧି କାନିରେ, ଇଟା ବୁଏ ମୁଣ୍ଡରେ ଗଢାହୁଏ ମହାଲା ମହାଲା କର୍ପୋରେଟ ହାଉସ,ସିଂଗାଣୀରେ ଖରା ଧାସରେ ସକେଇ ସକେଇ ଛୁଆ ଝାଉଁଳି ପଡେ ପିଠି ବୋକଚାରେ,ପାଣି ପିଆ ବାହାନାରେ ବୋକ ଦିଏ ।

ଛୁଆର ନେଞ୍ଜରା ମୁହଁକୁ ମାଡିଦିଏ ତା ନିଜ ଛାତିରେ ସତେକି ମାତୃତ୍ଵରୁ ବଳପାଏ,ଉଠେ ପୁଣି ସୁପରଭାଇଜର ଗାଳିରେ ।

ମା' ର ବର୍ଣ୍ଣନା ଚାଲେ ଏମିତି ଏମିତି .....

ମା’ କୁନ୍ତି ଯିଏ କହିପାରନ୍ତି ଯାହା ଆଣିଛ ପାଞ୍ଚ ଭାଇ ବାଣ୍ଟି ଖାଅ ଅର୍ଜୁନକୁ । ମା’ କଥାରେ ପାଞ୍ଚାଳୀ ହୁଏ ଦ୍ରୌପଦୀ, ମା’ ପୁଣି ଗାନ୍ଧାରୀ ସୂତପୁତ୍ରର ଜନନୀ...... ଦେଇପାରେ ବର ମାନ ଗୋବିନ୍ଦ ଦୁର୍ଯୋଧନରେ ମହାଭାରତ ଯୁଦ୍ଧର ଅୟମାରମ୍ଭରୁ "ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ"।

ମାଟି ପୁଣି ମା’,ଯିଏ ପତେଇ ଦେଇଛି ନିଜକୁ ସାରା ଜୀବନ ତୋଳି ଖାଁ ପୋତି ରୁହ ଆଞ୍ଜୁଳା ଆଞ୍ଜୁଳା ପାଣି ପିଅ ଖେଳ ବୁଲ ଡିଅଁ ,ପଡିଛି ସେ ବକ୍ଷ ମେଲି ତା ଅପତ୍ୟ ପାଇଁ.......

ମା’ର ଅବର୍ଣ୍ଣନୀୟ ବର୍ଣ୍ଣନାରେ ଶେଷ ହୁଏ ପ୍ରୟୋଜିତ ଧାରା,ସବୁ ଶୁଣି ଘରକୁ ଫେରେ ରମାକାନ୍ତ ଓଜନିଆ ପାଦରେ ଭାରି ମୁଣ୍ଡରେ ଆଉ ନିଦୁଆ ଆଖିପତାରେ,ଆଜି ବି ରିମଝିମ୍ ପଚାରିବ ତା ବିଢୀମା କଥା ,କି ଉତ୍ତର ଦେବ ସେ ?

ଯା’ ହେଉ ଶୋଇପଡିଛି ସେ ପଢା ଟେବୁଲରେ ,ଅଲରା ବାଳକୁ ସଜାଡି ଦେଲା ରିମଝିମର,ହାତରୁ ପେନସିଲ ବାହାର କରି ରଖିଦେଲା ପେନ ଷ୍ଟାଣ୍ଡରେ ,ଦେଖିଲା ଡ୍ରଇଁ କରିଛି ରିମଝିମ ତା ରଫ୍ ଖାତାରେ ଅବିକଳ ତା ମା’ ପରି ,ସତରେ ଝୁରି ହଉଛି ସେ,ମନେମନେ ତା ଜେଜୀମାକୁ.....

ମନେପଡେ ରମାକାନ୍ତର ତା ପିଲା ଦିନ ,ମା’ ତାର ବିଧବା ହେଲା କଂଚା ବୟସରେ। କୋଳରେ ତିନି ବର୍ଷର ଛୁଆ ରମାକାନ୍ତ ,କିଏ କହିଲା ବୟସ ବୋଝ ସହି ପାରିବୁନି ଲୋ,ରମା ମା ,ଜୁତିଅ ହୋଇଯା।

ଏତେ ସହଜ କି ଜୁତିଅ,ହିନ୍ଦୁନାରୀ ଘଇତା ଖାଇ ରାଣ୍ଡ ହେଇଛି କିଏ ଧରିବ ତା ହାତ,ପୁଣି ଗୋଟାଏ ପିଲାର ମା,ସେ ପିଲା କୁଆଡେ ଯିବ?

ପୁଅ ମୁହଁକୁ ମୁର୍ଚ୍ଛି ପାରିଲାନି.......।ହେତୁ ହେଲା ପରେ ରମାକାନ୍ତଙ୍କୁ ପାଠ ପଢି ଭଲ ମଣିଷ ହେବାକୁ କେତେ ନବୁଝେଇଛି ସତେ। ସେତିକି ବେଳେ ବାପା ମଲା ପର କଥା ସବୁ ଗୋଟି ଗୋଟି କହିଛି ରମାକୁ।

ଛାତିକି ପଥର କଲା ।ଘରେ ଖାଇବାକୁ ନାହିଁ ସାଇପଡିଶା କେତେଦିନ ଅନେଇ ଥାଆନ୍ତେ। ବୟସ ବୁଜୁଳା ନେଇ ପଦାକୁ ଗୋଡ କାଢିଲା ରମା ବୋଉ। ହାତେ ଲମ୍ବର ଓଢଣା ଟାଣି ଗାଁ ମଝି ଦାଣ୍ଡରେ ଚାଲିଛି। ପର ଘରେ ଯାଇ ଢିଂକିରେ ଧାନ କୁଟିଛି। ବିରି ମୁଗ ପର ଦୁଆରେ ପାଛୁଡିଛି କୁଲାରେ। ବାସନ ମାଜିଛି ବି ଯାଇ କେଇ ଘର। ଦୟାକରି କିଏ ପୁଣି ତା ମୂଲରୁ ଗଣ୍ଡା ଅଧିକ ଦେଇଛି। କିଏ ପୁଣି ଆଦର କରିବାକୁ ଚାହିଁଛି ତା ଗରିବିର ସୁଯୋଗ ନବାକୁ ଚେଷ୍ଟାକରିଛି।

ମା’ ଅଟଳ ମହା ମେରୁ। ସାକ୍ଷାତ କଳ୍ପ ବଟ। ରମାକାନ୍ତ ମୁହଁକୁ ଅନେଇ ସବୁ ଆଖି ଲୁହ ପିଇ ଯାଇଛି। ଦେହର ଭୋକକୁ କେବେଠୁ ଭୁଲିଛି ତାର ହିସାବ ନାହିଁ। ଅଧାଦିନ ଓପାସ ରହି ଧାର କରଜ କରି ପାଠ ପଢେଇ ରମାକାନ୍ତକୁ ହାକିମ କରିଛି। ତା ଦୁଃଖ ଯାଇଛି।

ପୁଅ ବୋହୂରେ ଘର,କେବେ ବି ବୋହୂକୁ ସଂଦେହ କରିନି ରମା ବୋଉ। ଅସଜ ବୋହୂକୁ ଚଳେଇ ନେଇଛି ସେ କଥା କଥାରେ ବୋହୂର ଛାଟ ଖାଇ। ବେଳେବେଳେ ବୋହୂର କାନକୁହା କଥା ରମା ଶୁଣିଲେ ରାଗ ହୁଏନା ରମା ବୋହୂର। ପୁଅ ବୋହୁ ତ ତାହାର.....।

ମା’ ଆଖିରେ ପିଲା ତ ସେମାନେ,ବଳେ ଜାଣିଯିବେନି ବାପମା’ ହେଲେ କେତେ ସହିବାକୁ ପଡେ?

ନାତୁଣୀ ରିମଝିମ ହେଲାଣି ଆସି ସାତ ବର୍ଷର। ମା’ ନାତୁଣୀ କେହି କାହାକୁ ଦଣ୍ଡେ ନଦେଖିଲେ ରହିପାରୁନାହାଁନ୍ତି। ସେଥିପାଇଁ ଏମିତି କୋଉ ଗୋଟିଏ ଦିନ ନାହିଁ ରମା ବୋଉ ସହ ବୋହୁ କଳି କରିନି ,ସାମାନ୍ୟ କଥାରେ ରମା କେତେଥର ହାତ ଉଠେଇଲାଣି ମା ଉପରେ ,ବୋହୁ ବି କୋଉ ପଛରେ ଅଛି କି?

କିଏ ମୋବାଇଲରେ ପୁଅ ବୋହୁ ଚୁଟି ଘୋଷାରି ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ କରିଦେଲା ଯେ,ଥାନା ବାବୁ ରମାକାନ୍ତ ଆଉ ତାଙ୍କ ସ୍ତ୍ରୀଙ୍କୁ ନେଇଗଲେ ଥାନାକୁ ପଚରାଉଚରା ପାଇଁ। ଘୁଷୁରି ଘୁଷୁରୀ ଯାଇ ରମା ବୋଉ ଥାନାରେ ।କାକୁତି ମିନତି ହୋଇ ଥାନା ବାବୁଙ୍କୁ ଗୋଡ ଧରି ନେହୁରା ହେଇ ରମା ବୋଉ ପୁଅ  ବୋହୂଙ୍କୁ ମୁକୁଳେଇଲା ଥାନାରୁ......।

ରିମଝିମ ଯାଇଥିଲା ସ୍କୁଲ,ଆସି ଘରେ ଦେଖିଲା ବୁଢୀମା ତାର ନାହିଁ। ପଚାରିଲା ବାପା ମା’ଙ୍କୁ ।ମା’ ପିଉସିନାନୀ ଘରକୁ ଯାଇଛି ବୋଲି କୁହାଗଲା ତାକୁ। ମନମାରି ବସିଛି ରିମଝିମ ଆସି ମାସଟିଏ ହେଲାଣି ।ନା ଭଲକି ଖାଉଛି ନା ଖେଳୁଛି ନା ପାଠ ପଢୁଛି। ସବୁବେଳେ ଖାଲି ମା’ ମା’ ମା’।

ଚେଇଁ ଥିଲେ ପିଣି ବ୍ୟତିବ୍ୟସ୍ତ କରେଇ ସାରନ୍ତାଣି ରମାକାନ୍ତକୁ। ଯାହା ହେଉ ଶୋଇପଡିଛି ଭଲ ହୋଇଛି। ଜେଜି ମା’ର ସାନିଧ୍ୟ ପାଇବାକୁ ଚେଷ୍ଟା କରିଛି ତା କୁନି ହାତରେ ମାର ଫଟୋ ଆଂକି ।ପୁଣି ଫଟୋ ଉପରେ ଶୋଇଯାଇଛି,ସତେ କି ଫଟୋରେ ଥିବା ଜେଜୀମା ମୁହଁ ତା ଉପରେ ମୁଣ୍ଡଦେଇ ଶୋଇଥିବା ନାତୁଣୀ ମୁହଁକୁ ଗେଲ କରୁଛି। ରମାକାନ୍ତ ପ୍ରକୃତିସ୍ଥ ହେଲେ ରିମଝିମ ମମିଙ୍କ ଡାକରେ କଳ୍ପନା ରାଜ୍ୟରୁ ଖସି ପଡିଲେ କି ସତେ?

ଶୁଣ ଆଜି ରିମଝିମର ସ୍କୁଲ ପିଲାମାନେ କେଉଁ ଏକ ବାଳା ଶ୍ରମକୁ ଯିବେ ତାର କୋଉ ସାଂଗର ଜନ୍ମଦିନ ପାଳିବା ଅବସରରେ। ହଁ ତମେ ଯାଇ ନେଇ ଆସିବ ରିମଝିମକୁ ସ୍କୁଲକୁ ଗାଡି ନେଇ.... ରମାକାନ୍ତ କହି ଅଫିସ ଚାଲିଗଲେ।

ଘର କାମ ସାରି ବେଡରେ ଟିକେ ଗଡ ପଡ ହେଇଛନ୍ତି କି ନାହିଁ ରମାକାନ୍ତଙ୍କ ମୋବାଇଲରୁ କଲ ଆସିଲା। ମନେ ପଡିଗଲା ରିମଝିମକୁ ସ୍କୁଲରୁ ଆଣିବା କଥା ରିମଝିମ ମମିର।

ମା’ ହୋଇ କେମିତି ଭୁଲିଗଲେ ଝିଅ ଆସିନି ସ୍କୁଲରୁ । ଗାଡି ଧରି ସ୍କୁଲରେ ବୁଝିବା ବେଳକୁ ବାଳା ଶ୍ରମ ନଯାଇ ଏଇ ପାଖ ଜରା ଶ୍ରମକୁ ପିଲାମାନେ ଯାଇଛନ୍ତି ,ଆପଣ ଚାହିଁଲେ ଯାଇ ସେଇଠୁ ବି ପିଲାକୁ ନେଇ ପାରିବେ ଅଧ୍ୟକ୍ଷ କହିବାରୁ ରିମଝିମ ମମି ଯାଇ ଜରା ଶ୍ରମରେ ଯାହା ଦେଖିଲେ ତାଙ୍କ ଗୋଡ ତଳୁ ମାଟି ଖସିଯିବା ପରି ଲାଗିଲା। ଆକାଶ ମୁଣ୍ଡ ଉପରେ ଛିଣ୍ଡି ପଡୁଛି କି,ଚାରି ମେଘ ଏକାଠି ହେଇଛନ୍ତି ନା ନିଆଁ ଝୁଲ ଓଜାଡି ହୋଇ ପଡୁଛି ତାଙ୍କ ଉପରେ। କୁଣ୍ଢାକୁଣ୍ଢି ହେଇ ଜାବ ପଡିଛନ୍ତି ରିମଝିମ ଓ ତାର ଜେଜି ମା’ ।ଲୁହର ବନ୍ୟା ଖେଳୁଛି ଉଭୟଙ୍କ ଗାଲ ବାଟଦେଇ। ଦେଖଣାହାରୀ ସାଜିଛନ୍ତି ରିମଝିମର ସାଂଗ ମାନେ ,ଦି’ ଜଣ ଗୁରୁମା’ ଓ ଜରା ଶ୍ରମର ଅନ୍ୟ ଅନ୍ତେବାସୀମାନେ।

ରିମଝିମ ତା ମମିକୁ ଦେଖି କାନ୍ଦିକାନ୍ଦି କହିଲା ,ମମି ତମେ କହୁଥିଲ ନା ମୋ ଜେଜୀମା ପିଉସୀ ନାନୀ ଘରକୁ ଯାଇଛି। ଏଇ କଣ ମୋ ପିଉସୀ ନାନୀ ଘର। ତାଂକର କେହି ନାହାଁନ୍ତି କହି ଜେଜୀମାକୁ ଆଣି ଏଇଠି ରଖିଛ ?ବାପା ତମେ ଆଉ ମୁଁ କଣ ଜେଜୀମାର କେହି ନୋହୁଁ....?

ଉତ୍ତର କିଛି ନଥିଲା ରିମଝିମର ମମି ପାଖରେ,ନା କାହା ପାଖରେ ବି କିଛି ଉତ୍ତର ଥିଲା ନା ଭାଷା ଥିଲା କହି ରିମଝିମକୁ ବୁଝେଇବାକୁ ...।

ମାଆ ଆଖିକୁ କଣ ପିଲାଙ୍କ ଭୁଲ ଦିଶେ କି?

ସବୁ ଭୁଲ ତ ମାଆର..... ନିଜର??

ଲୁହ ପୋଛି ଜେଜୀମା କହିଲେ ନାହିଁ ଲୋ ମୁଁ ପରା ତୋ ପିଉସୀ ନାନୀ ଘରେ ଥିଲି ।ଏଠି ମୋର ଜଣେ ସାଂଗକୁ ଦେଖିବାକୁ ଆସିଥିଲି ଯେ ତୋ ସହ ଦେଖା ହୋଇଗଲା।

ଏମିତି ଏତେ ମିଛ କଥା କହିପାରିଲେ ଶାଶୁ। ତାଙ୍କ ଆଖିରେ ଆମେ ଦୋଷି ନୋହୁଁ?ଲୁହ ଆସିଗଲା ରିମଝିମର ମମିଙ୍କ ଆଖିରେ ,ସିଏ ପା ଜଣେ ମା’ ,ରିମଝିମ ପାଇଁ ତାଙ୍କ ମନ ଯେମିତି ବ୍ୟାକୁଳ ରମାକାନ୍ତଙ୍କ ପାଇଁ ବି ତାଙ୍କ ବୋଉ....।କୋହ ସମ୍ଭାଳି ନପାରି ସର୍ବ ସମ୍ମୁଖରେ ଦୋଷ ସ୍ୱୀକାର କରି ଭଲ ମାଗିଲେ ସେ।

ଶାଶୁ ବୋହୂ ନାତୁଣୀଙ୍କ କି ଅପୂର୍ବ ମିଳନ। ଦେଖଣାହାରୀ ସମସ୍ତଙ୍କ ଆଖିରେ ଲୁହ......।ଗଛ ପତ୍ର ହସୁଥିଲେ ଟହଟହ ହୋଇ ଦେଖି ପ୍ରୀତି ଫଲ୍‌ଗୁ ମା’ ଓ ମନର......।

ଫେରିବା ଡେରି ହେବାରୁ ରମାକାନ୍ତ ମଧ୍ୟ ସ୍କୁଲରୁ ବୁଝି ପହଂଚି ସାରିଥିଲେ ଜରା ଶ୍ରମରେ କିଛି ସମୟ ପୂର୍ବରୁ ଆଉ ଅନତି ଦୂରରୁ ଦେଖୁଥିଲେ ପ୍ରୀତି ଫଲ୍ଗୁର ମିଳନ। ରକ୍ତର ବନ୍ଧନ କେତେ ନିବିଡ।

ସିଏବି ଯୋଗଦେଲେ ଅଭୁଲା ମୁହୁର୍ତ୍ତକୁ ଆହୁରି ଅଭୁଲା କରିବାକୁ ।

ସ୍ୱର୍ଣ୍ଣିମ ଖରାକୁ ହଠାତ ଆହୁରି ହାଲକା କରୁଥିଲା ଧାରେ ମଳୟ ପବନ ପୁଣି ବିଛାଡି ହୋଇ ପଡୁଥିଲା ବର୍ଷା ବିନ୍ଦୁ ଯେତେବେଳେ ରମାକାନ୍ତ ହାତରେ ତୋଳି ଧରିଥିଲେ ଶୂନ୍ୟରେ ବୃଦ୍ଧ ମା’କୁ ଆଉ ରିମଝିମ ମମି ଝୁଲଣାରେ ଝୁଲୁଥିଲା ଅଦିନିଆଁ ବର୍ଷାରେ....।

ରିମଝିମ ମୁହଁରୁ ଥରିଲା ହାତରେ ଜଳ ବିନ୍ଦୁ ପୋଛି ଦେଉଥିଲେ ଜେଜୀମା’....।

ସମାଜସେବୀ ସେବିକା ରମାକାନ୍ତ

Rate the content


Originality
Flow
Language
Cover design

Comments

Post

Some text some message..