Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Tragedy

4.8  

Dipti lekha Mishra

Tragedy

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

1 min
6.0K


ପାଦରେ କଣ୍ଟା ଫୋଡି ହେଲେ

ମୁଣ୍ଡରେ ଟିକେ ଖରା ବାଜିଲେ

ଛିଙ୍କ କି କାଶ ହେଲେ

ତୁମ କଥା ମନେ ପଡେ

ଭାରୀ ମନେ ପଡେ

କିନ୍ତୁ ମୁଁ ଆଜି ଏକା ।


ଛୋଟିଆ ଭୂଲ୍ ପାଇଁ

ତୁମେ ମୋତେ ଭୂଲିପାରିବ

ଏହା ମୋ କଳ୍ପନାର ବାହାରେ

ଅତି ଦୂରରେ ତଥାପି ...

ଆଜି ବି ଅପେକ୍ଷାରେ

ଫେରି ଆସ ସବୁ ଅତୀତ ଭୁଲି

ତୁମ କଥା ମନେ ପଡେ

ଭାରି ମନେ ପଡେ ।


ସକାଳ କି ରାତି

ସୁଖ କି ଦୁଃଖ ସବୁ

ସମୟରେ କେବଳ

ତୁମ ସ୍ମୃୃୃତି ଆଖିରେ ଝଲସେ

ତୁମ ସ୍ପର୍ଶ ଖୋଜି ବୁଲେ

ତୁମକଥା ମନେ ପଡେ

ଭାରି ମନେ ପଡେ ।


କଥା ଦେଇ ଭୂଲିଗଲ

ହେଲେ ମୁଁ ଭୂଲିନି

ଭୂଲିବିନି ମଧ୍ଯ ଆଗକୁ

ବରଷାକୁ ଚାତ୍ତକ ଚାହିଁଲା ପରି

ରହିଥିବି ତୁମ ଅପେକ୍ଷାରେ

ଜାଣିଛ ତୁମ କଥା ମନେପଡେ

ଭାରି ମନେ ପଡେ...

ପୁଣି ମୋର ହେଇଯାଅନା ।


ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in

Similar oriya poem from Tragedy