Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ରାଜ ପ୍ରୀତି

ରାଜ ପ୍ରୀତି

1 min
6.9K


ରାଜ ତନ୍ତ୍ର ଦେଶୁ ହଟାଇଲୁ ଆମେ

ବସାଇଲୁ ଗଣତନ୍ତ୍ର

ଆମ ଦେଶ ଆମେ ଶାସନ କରିବୁ

ଗାଇ ସମତାର ମନ୍ତ୍ର II 1 II

ଆମ ନେତା ଆଉ ଜ୍ଞାନୀ ଗୁଣୀମାନେ

ଦେଇ ନିଜ ମନ ଜ୍ଞାନ

ରଚିଦେଇ ଗଲେ ଦେଶ ପାଇଁ

ଏକ ନୂତନ ସମ୍ବିଧାନ II 2 II

ଆଇନ ପ୍ରଣେତା ଶାସନ କରତା

ନ୍ୟାୟ ପାଳିକାର ନୀତି

ଲେଖିଦଇ ଗଲେ ନିରପେକ୍ଷ ଭାବେ

ନ ରଖିକା ପ୍ରତି ପ୍ରୀତି II 3 II

ଦୁଃଖ ଲାଗେ ଆଜି ଗଣନୀତି

ବଦଳରେ ଚାଲେ ରାଜନୀତି

ଗଣନେତା ଆଜି ନାହାନ୍ତି ଦେଶରେ

ରାଜନେତାଙ୍କ ରାଜୁତି II 4 II

ରାଜାମାନେ ସିନା ଗଲେଣି କେବେଠୁଁ

ରହିଅଛି ରାଜକୋଷ

‘ରାଜକୋଷ’ ନାମ ‘ଅର୍ଥ କୋଷ’ କଲେ

ହୁଅନ୍ତା କି କିଛି ଦୋଷ II 5 II

ରାଜା ନାହାନ୍ତି ଏ ଦେଶରେ ତଥାପି

ରହିଅଛି ରାଝପଥ

ରାଜନେତାଙ୍କର ଯାତାୟାତ ପାଇଁ

ଏହା କଣ ସମର୍ପିତ ?II 6 II

ରାଜା ଗଲେ ‘ରାଜ’ ଶବ୍ଦର ଗରିମା

ବଢୁଅଛି ଦିନୁ ଦିନ

ବେଲ ଥାଉଁ ଥାଉଁ ଏଥିପ୍ରଚି ସର୍ବେ

ରହିଥାନ୍ତୁ ସାବଧାନ II 7 II

******


Rate this content
Log in

Similar oriya poem from Inspirational