Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

ସାଧବ ବୋହୂ

ସାଧବ ବୋହୂ

1 min
14K


ସପନ ରାଇଜ ସାଧବ ବାହୂ ଗୋ

ସୁନା ସବାରୀ ରେ ଆସି ।

ମନ ମନ୍ଦିରର ଷାଠିଏ ପାହାଚେ

ଆସି, ବସିଗଲ ରୁଷି ।

ଗଳାରେ ତୁମର ଗଜରାର ହାର

ଆଖିରେ ଗାର କଜଳ ।

କପୋଳେ ତୁମର ଶିଶିର ମୁକ୍ତା

କରୁଅଛି ଝଲ ମଲ ।

ମଥାରେ ତୁମର ରକ୍ତିମ କୁଂକୁମ

କୁସୁମ ଜୁଇରେ ବେଣୀ ।

ପାଦରେ ଅଳତା ହାତରେ କଙ୍କଣ

ଅଧରେ ଅମୃତ ବାଣୀ ।

ପଦିଏ ତୁମରି କଥାର ଢେଉରେ

ମମତାର ମଧୁ ଝରେ ।

ନୟନେ ତୁମରି ନିରୀହ ଚାହାଣୀ

ସଭିଙ୍କୁ ନିଜର କରେ ।

ସଭିଙ୍କ ଶରୀରେ ସ୍ୱର୍ଣ୍ଣ ଅଳଙ୍କାର,

ଲାଜ ତୁମରି ଗହଣା ।

ଲାଜୁଆ ମୁହଁରେ ନାରୀତ୍ଵ ଲେପଇ,

ମଥାରେ ତୁମ ଓଢଣା ।

କିଏ କୁହେ, ତୁମେ ଅଳପ ସୁନ୍ଦରୀ

ଅଲୋଡ଼ା କା' ଜୀବନରେ ।

ତୁମ ହୃଦୟର ସୁନ୍ଦର ପଣରେ

ଉର୍ବଶୀ ସରମେ ମରେ ।

ଚେହେରାରେ କ'ଣ ସୁନ୍ଦରତା ଥାଏ,

ଥାଏ ହୃଦୟ ଅଙ୍ଗନେ ।

ଚେହେରାଟି ସିନା ଅଳପ ଦିନର

ହୃଦୟ ଯେ ସବୁ ଦିନେ ।

ଛୁଇଁବାକୁ ସିନା ନାହିଁ ଅଧିକାର

ସରଗ ସମ୍ପତ୍ତି ତୁମେ ।

ନିମିତ୍ତ ମାତର ମୋ' ଭବ୍ୟ ଭୁବନେ

ବଞ୍ଚିଛି ମୁଁ ନିଜ ନାମେ ।

ଦେଖିବାକୁ ତୁମ ଲାବଣ୍ୟ ରୂପକୁ

କରୁଅଛ କାହିଁ ମନା !

ଅନୁଭବିବାକୁ ତୁମରି ହୃଦୟ

କରେ କେତେ ଉପାସନା ।

ହିଂସା ନାହିଁ ତୁମ, ନାହିଁ ଅହଂ ଭାବ,

ଅଛି ମନ ଜିଣା ସ୍ନେହ ।

ସେ ସ୍ନେହର କିଛି ସୁକ୍ଷ୍ମାଣୁ କଣିକା

ଚାରିଆଡେ ଛିଞ୍ଚି ଦିଅ ।

ଯୌତୁକ ଯନ୍ତ୍ରଣା, ନାରୀ ନିର୍ଯ୍ୟାତନା

ଏ ଦୁନିଆଁ ଭୁଲିଯାଉ ।

ସାଧବ ବାହୂ ଗୋ,ତୁମ ଇସାରାରେ

ନାରୀତ୍ଵ ସୁରକ୍ଷା ପାଉ ।


Rate this content
Log in

Similar oriya poem from Inspirational