STORYMIRROR

Anil kumar Pradhan

Fantasy

3  

Anil kumar Pradhan

Fantasy

୨୦୧୯ ଚାନ୍ଦ

୨୦୧୯ ଚାନ୍ଦ

1 min
254

୨୦୧୯

ଏକ ରହସ୍ୟର ବର୍ଷ I

ଧରାଦେଇ ଦୁରେଇ ଯାଇଥିବା ଚାନ୍ଦ

ଅଟହାସ୍ୟ କରୁଥିଲା

ଅଟକି ଯାଇଥିବା

ପ୍ରଥମ ପ୍ରେମର

ପ୍ରଥମ ଉପହାର ଦେଖି

ଆଉ

ସମସ୍ତେ ଟାହି ଟାପରା କରୁଥିଲେ

ସମୟକୁ ହାତଠାରି ଡାକି l

ତଥାପି ହାରି ଯାଇନି

ଭାଙ୍ଗି ଯାଇନି ହୃଦୟ

ଚାନ୍ଦପାଇଁ

ପ୍ରଥମ ପ୍ରେମିକର

ଆଜିବି ପ୍ରୟାସ ଚାଲିଛି

ସେଇ ବିଶ୍ୱାସ ଆଉ ଧର୍ଯ୍ୟକୁ ନେଇ

ଦ୍ୱିତୀୟ ଉପହାର

ଚାନ୍ଦ ହାତେ

ଦେବା ପାଇଁ ଥୋଇ l

ବାସ ତା ପରେ ସାର୍ଥକ ହେବ

ପ୍ରଥମ ପ୍ରେମିକ ମନ

ଆଉ

ଚାନ୍ଦ ହସି ହସି ଗାଇଯିବ

ନଖରାମି ଗୀତ

ଢ଼ାଳିଦେଇ

ପ୍ରେମିକାର ପଣ l



Rate this content
Log in

Similar oriya poem from Fantasy