Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

4.6  

BISWESWAR MAJHI

Inspirational Others

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
366


କ୍ଷିତି ଆପ ତେଜ ମରୁତ ବ୍ୟୋମ ପଂଚଭୂତ ଜାତ ଆମେ

ମୃତ୍ୟୁ ପରେ ସେଇ ପଂଚଭୂତରେ ମିଶିବ ଶରୀର କ୍ଷଣେ ।

ଅଖଣ୍ଡ ମଣ୍ଡଳ ବିଶ୍ୱ ବ୍ରହ୍ମାଣ୍ଡ ତହିଁରେ ଆମ ମେଦିନୀ

ଜଳବାୟୁ ବୃକ୍ଷଲତା ପଶୁପକ୍ଷୀ ସମାହାର ସବୁ ଘେନି ।

ସ୍ଥାବର ଜଂଗମ ସାଗର ସଂଗମ ନଦନଦୀ ସବୁଜିମା

ପର୍ବତ ଝରଣା କାନ୍ତାର କେଦାର ମରୁଭୂମି ବ୍ୟାପି ଭୂମା ।

ସମାହାର ଏ ସର୍ବର ପରିବେଶ ତୁଷାର ବରଷା ଶୀତ

ଜୀବଜଗତର ପରମ ବାନ୍ଧବ ବୃକ୍ଷ ମାନବର ମିତ ।

ଅଙ୍ଗାରକାମ୍ଳକୁ ଶୋଷି ଯୋଗାଏ ସେ ଅମ୍ଳଜାନ ଆମ ପାଇଁ

ଦିଏ ଫୁଲ ଫଳ ଡାଳ ହୁଏ ଜାଳ ଛାୟା ପଥିକକୁ ଦେଇ ।

ହରିତ ଧରିତ୍ରୀ ବରଷାକୁ ଡାକେ ବରଷା ଆସେ ଓହ୍ଲାଇ

ଶୀତର ଶୀତଳ କାକର ହେମାଳ ଶସ୍ଯ ରାଜି ଉପୁଜାଇ ।

ଜଂଗଲ ବଢିଲେ ବରଷା ବଢିବ ନଦୀନାଳ ହେବ ପୁର୍ଣ୍ଣ

କାନନ କେଦାର ସବୁଜିମା ଭରି ଫସଲ ଫଳିବ ସ୍ୱର୍ଣ ।

ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁ ପୁତ୍ର ହୋଇଛି ଅମରମତା

ପାହାଡ ଭାଂଗି ଜଂଗଲକୁ କାଟି ଜାହିର କରେ ତା ସତ୍ତା ।

ହିଂସ୍ର ପଶୁ ଭୟେ ଜନପଦ ସୃଷ୍ଟି କରିଥିଲା ଏ ମନୁଷ୍ୟ

ମଣିଷ ଡରରେ ସେହି ହିଂସ୍ର ଆଜି ସନ୍ଦିହାନ ତା ଭବିଷ୍ୟ ।

କୀଟନାଶକର ବହୁଳ ପ୍ରୟୋଗ ଆଧୁନିକ ଯନ୍ତ୍ରପାତି

ବାୟୁମଣ୍ଡଳରେ ଓଜୋନ ସ୍ତରକୁ ହ୍ରାସ କରେ ଦିବାରାତି ।

ଆଣ୍ଟାର୍ଟିକାରୁ ବରଫ ତରଳେ ବଢୁଛି ସାଗର ସ୍ତର

ସୁନାମି କ୍ୟଟ୍ରିନା ଫାଇଲିନ ହୁଡହୁଡ ତିତିଲି ଫୋନିର ଡର ।

ଉତ୍ତରାଖଣ୍ଡରେ ଭୁସ୍ଖଳନ ପୁଣି ଭୁଜର ଭୂମିକମ୍ପ

ବିପର୍ଯ୍ୟସ୍ତ ଆମ ସୁନ୍ଦର ଧରା ପ୍ରଳୟେ ହୁଏ ପ୍ରକମ୍ପ ।

ବିବେକ ବିଚାର ସଂପଦ ଆମର ପ୍ରଗତି ନିଶାରେ ମତ୍ତ

ସନ୍ତୁଳିତ କରି ଆଗକୁ ବଢିଲେ ପରିବେଶ ସୁରକ୍ଷିତ ।


Rate this content
Log in

Similar oriya poem from Inspirational