Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ସ୍ଵପ୍ନର ଢେଉ

ସ୍ଵପ୍ନର ଢେଉ

1 min
6.5K


ଡ଼. ବିଚିତ୍ର କୁମାର ବେହୁରା


ତୁମ କଥାରେ ଅନେକ ପ୍ରେରଣା

ସଙ୍ଗୀତରେ ଥିଲା ମୂର୍ଚ୍ଛନା l

ତୁମ ନୃତ୍ୟର ଭଙ୍ଗୀମାରେ

ମାଦକ ଭରା ଉନ୍ମାଦନା l

ତୁମ ଆଙ୍ଗୁଳିରେ ଅଦ୍ଭୁତ ଯାଦୁ,

ଘୁମୁରି ଘୁମୁରି ଚାଲିଯାଉଥିଲେ

ତୁମ ଚାରି ପଟେ ସବୁ l

ଧୀରେ ଧୀରେ ଆସିଥିଲ ତୁମେ

ସପନର ଢେଉ ନେଇ

ହାତର ପରସ ଦେଇ

କୋଲେ ତୁମେ ରଖିଲ ଜାବୁଡ଼ି l

ଆଖି ଖୋଲି ପ୍ରଥମ ଦେଖାରୁ

ବୁଝିଗଲି ତୁମ କଥା ସବୁ l

ଅଜାଣତେ ଦେଉଥିଲ ଦୁଃଖ

ଆଘାତ ହୃଦୟ ତଳୁ

ଢାଳିଥିଲି ମନଭରି ରକ୍ତ l

ଜାଣିଗଲି ମୁଁ ତୁମ ଅଭିମାନୀ ମନ

ଝଡ଼ ଉହାଡ଼ର ସେହି ଶାନ୍ତ ସମୀରଣ l

ଅକୁହା ବେଦନା ତଳେ

ସ୍ନେହର ସୁମନ l

ଭରି ନେଲି ଆଞ୍ଜୁଳାଏ ଲୁହ,

ଢାଳି ଦେଲି ପ୍ରେମ ସ୍ରୋତ

ଚିରି ମୋର ଦେହ l


Rate this content
Log in

Similar oriya poem from Classics