ଭାଇ ଭଉଣୀ
ଭାଇ ଭଉଣୀ
ଭଉଣୀର କଥା ଯେଉଁ ଭାଇ ପାଇଁ ଯେତେ ମିଠା ଲାଗୁଥାଏ
ତା କଥାରେ ଯଦି ଅଭିମାନ ଥାଏ ତା ଠାରୁ କି ମିଠା ନୁହେଁ ?
ଭଉଣୀର ହସ ଯେଉଁ ଭାଇ ପାଇଁ ଯେତିକି ଆନନ୍ଦ ଦିଏ
ରୁଷି ଯାଇ ଯଦି ଟିକେ ହସି ଦିଏ କି ସୁନ୍ଦର ଲାଗେ ହାଏ ?
ଭଉଣୀରର ଦୁଃଖ ଯେଉଁ ଭାଇ ପାଇଁ ଯେତିକି ଯାତନା ଦିଏ
ଭାଇ ଯଦି ଦୁଃଖ ଫେଡି ନ ପାରଇ ତା ଠାରୁ କି କଷ୍ଟ ଥାଏ ?