Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Inspirational

2  

Sandhya Rani Panigrahy

Inspirational

ଜୀବନ

ଜୀବନ

1 min
6.8K


ବହୁତ କିଛି ପ୍ରଶ୍ନବାଚୀ

କିଛି ପୁଣି ସମ୍ପୂର୍ଣ୍ଣତା ସୂଚୀ

କିଛି ପୁରୁଣା ପୁଣି ଅସମାହିତ

କେତେଗୁଡିଏ ସମାଧାନ ରହିତ

କେତେଟା କଂକ୍ରିଟରେ ନିବୁଜ ସୀମିତ 

କିଛି ଛିଟା ଛାତି ତଳେ କୋହରେ ରୁନ୍ଧିତ

ଜୀବନଟା ସତରେ ସଜୀବ

ବେଳେ ବେଳେ ବିଲୁପ୍ତ ନିର୍ଜୀବ

କିଛି ଶବ୍ଦ ଅକୁହା ଅବ୍ୟକ୍ତ ||


କେତେ ପରିମାଣ ଅଶୁଣା ପ୍ରତୀକ 

କେତେଟା ସପନ ଜୀବନ୍ତ ଜନ୍ମରୁ 

କେତେକ ଦଗ୍ଧ ଜନ୍ମ ପରରୁ 

କିଛିଟା ଅଭିଲାଷା କହିବାର ଆଶା

କିଛି ନ କହି ନୀରବ ପରିଭାଷା 

କିଛିଟା କହିହୁଏ କେବେ କେବେ 

ଆକାଶର ବୁକୁରେ ହୃଦୟ ଭଉଁରୀ ଯେବେ

ଜୀବନର ମାନେ ଏ କିଛିଟାରେ

ସପନ ଖେଳେ ହୋଲି ସପନ ସାଥିରେ||


Rate this content
Log in

Similar oriya poem from Inspirational