ପାଷାଣୀ ସାଥୀ
ପାଷାଣୀ ସାଥୀ
ଜୀବନରୁ ଯଦି ଲିଭାଇ ପାରନ୍ତି
ଅତୀତର ସଵୁ ସ୍ମୃତି,
ତୁମକଥା ଭାଵି ଏକାନ୍ତରେ ବସି
ଲୁହ ଗଡାନ୍ତିନି ନିତି ।।
ସଂସ୍ପର୍ଶରେ ତୁମ ଭରି ରହିଥିଲା
ଛଳନା ର ମିଛ ଆଶା,
ଏମିତି ଭ୍ରମିତ କରିଲ ଗୋ ସାଥି
ମିଛେ ହେଲି ଲୋକହସା ।।
ହାତଧରି ମୋର ବାଟ ଚାଲୁଥିଲ
ସମୟକୁ କରି ସାଥି,
ନୂଆ ସାଥି ପାଇ ବାଟ ଭାଙ୍ଗିଗଲ
ବଦଳାଇ ନିଜ ମତି ।।
ହୃଦୟ ମନ୍ଦିରେ ସାଜିଥିଲ ଦେବୀ
ପୂଜା କରୁଥିଲି ନିତି,
ହୃଦୟକୁ ମୋର ଭାଙ୍ଗି ଚାଲିଗଲ
ପାଷାଣୀ ସାଜିଲ ସାଥୀ ।।
ନିଜଠୁ ଅଧିକ ଭଲପାଇବାର
ଦେଲ ମିଠା ଉପହାର,
ଅତି ଆନନ୍ଦରେ ପାନ କରିଥାନ୍ତି
ଦେଇଥିଲେ ବି ଜହର ।।
