Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଜୀବନଟା ବଡ଼ ଅଜବ

ଜୀବନଟା ବଡ଼ ଅଜବ

1 min
6.5K


ଜୀବନଟା ବଡ଼ ଅଜବ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଜୀବନଟା ବଡ଼ ଅଜବ

ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ବଡ଼ ଗଜବ

ନିଜର ହୋଇଯାନ୍ତି ସବୁଠୁ ପର

ପର ହୋଇଯାଏ ଅତି ନିଜର

ପ୍ରତି ମୋଡ଼ରେ ନୂଆ ଖବର

ଜୀବନଟା ବଡ଼ ଅଜବ ।

 

କେବେ ଖୁସି ଆସେ ଆଞ୍ଜୁଳା ଭରି

ଆସିଯାଏ ଦୁଃଖ ପର୍ବତ ପରି

ବଞ୍ଚିବାର ସଂଘର୍ଷ କରେ ରାତିଦିନ

ବୁଲିବାକୁ ଇଚ୍ଛା କରେ ମନ

ଜୀବନଟା ବଡ଼ ଅଜବ ।

 

ପ୍ରତିଦିନ କାହା ସାଙ୍ଗେ ବିବାଦ

କାହାଠୁ ପ୍ରଶଂସା, କାହାକୁ ହିଂସା

କେବେ ଶତ୍ରୁ ହୋଇଯାଏ ମିତ୍ର

କ୍ଷଣକରେ ମିତ୍ର ସବୁଠୁ ବଡ଼ ଶତ୍ରୁ

ଜୀବନଟା ବଡ଼ ଅଜବ ।

 

କେଉଁଦିନ କୁଣିଆ ଆସିବାର ଖୁସି

କିଏ ଆରପାରି ଚାଲିଯିବାର ଶୋକ

ଅଫିସରେ ପ୍ରୋମୋସନ୍ ପାଇବାର ସୁଖ

ପରୀକ୍ଷାରେ ଫେଲ୍ ହୋଇଯିବାର ଦୁଃଖ

ଜୀବନଟା ବଡ଼ ଅଜବ ।

 

ଶରୀରରେ ରୋଗର ଅସହ୍ୟ ପୀଡ଼ା

ହଠାତ୍ କିଛି ପାଇଯିବାର ହସ

କେଉଁଦିନ ପ୍ରିୟା ମିଳନର ଖୁସି

ବାହାଘର ଭାଙ୍ଗିଯିବାର ଦୁଃଖ

ଜୀବନଟା ବଡ଼ ଅଜବ ।

 

ଛୁଟିଦିନ ଫିଲ୍ମ ଦେଖିବାକୁ ହୁଏ ମନ

ପ୍ରିୟା ସଙ୍ଗେ ଦେଖା କରିବାକୁ କନକନ

ଫୋନର ଘଣ୍ଟି ବାଜିଉଠେ ଘନଘନ

ସବୁରି କଥା ଶୁଣେ ଆଉ ବୁଝେ, ଅବୁଝା ମନ

ଜୀବନଟା ବଡ଼ ଅଜବ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy