STORYMIRROR

NIBEDITA MOHAPATRA

Abstract Others

2  

NIBEDITA MOHAPATRA

Abstract Others

ନାରୀ

ନାରୀ

1 min
541


ସ୍ରଷ୍ଟାଙ୍କ ସୃଷ୍ଟିରେ ପାଇଛି ଯେ ସର୍ବୋତ୍ତମ ସ୍ଥାନ,

ଗଢିଛନ୍ତି ବିଧାତା ତାକୁ ଦେଇ ମନ ଧ୍ୟାନ,

ସର୍ବଂସହା ଅଟଇ ଯେ ସେହି ଏକା ନାରୀ,

ମର୍ତ୍ତ୍ୟ ମଣ୍ତଳେ ନୁହଁଇ ସେ କାହାରି ବଇରୀ।(୧)


କ୍ଷୀଣ ତନୁ ହେଲେ ତାର ଦୃଢ଼ ମନୋବଳ,

ସ୍ନେହ ମମତା ଦେଇ ସଭିଙ୍କୁ କରିନିଏ କୋଳ,

ଘାତ ପ୍ରତିଘାତ ସବୁକୁ ସହେ ହସି ହସି

ନିଜ କଷ୍ଟ ଯାଏ ଭୁଲି ଅନ୍ୟର ଦେଖି ଖୁସି।(୨)


ଜନନୀ,ଜାୟା,ଭଗିନୀ ପରି କେତେ ରୂପ,

ପାରିବେ ନାହିଁ ହୋଇ କେହି ତାର ଅନୁରୂପ,

ସବୁ ସହିଯାଏ ସେ କେବେ କରେନି ପ୍ରତିବାଦ,

ସେଥିପାଇଁ ମିଳଇ ନିତି ତାକୁ ଯନ୍ତ୍ରଣା ଅମାପ।(୩)


ମାତୃ ଗର୍ଭରେ ହେବା ଦିନୁ ପ୍ରାଣ ସଂଚରିତ,

ମୃତ୍ୟୁର କରାଳ ହସ୍ତ କରେ ତାକୁ ସ୍ପର୍ଶ ,

ସଭିଁଙ୍କ ଆଖିରେ ବନ୍ଧା ପୁତ୍ର ମୋହ ପଟି,

ତେଣୁ ବଳି ପଡିଯାଏ କନ୍ୟା ଭୃଣ ଗୋଟି।(୪)


କେହି ବୁଝେ ନାହିଁ ତା' ତ୍ଯାଗର ମୂଲ,

ନାରୀ ଜନ୍ମ ସତେ ଅବା ପାପର ଫଳ,

ତଥାପି ମନରେ ରଖି ନାହିଁ କିଛି ଅବଶୋଷ,


ତାବିନା ଏସୁନ୍ଦର ସୃଷ୍ଟି ହୋଇ ଯିବ ଧ୍ବଂଶ।(୫)


ନୂତନ ସୃଷ୍ଟି ସମ୍ଭବା ସେତ ଗରଭ ଧାରିଣୀ,

ମୃତ୍ୟୁ ଦ୍ବାରେ ରହି ଆଣେ ଜୀବନକୁ ଛାଣି,

ଜନନୀ ରୂପରେ କରଇ ସେ ଲାଳନ ପାଳନ,

ସହେ କେତେ ଅଳି ଅଝଟ ମାନ ଅଭିମାନ।(୬)


ଆସଇ ଜୀବନେ ଯେବେ ସେ ଭଗିନୀ ରୂପରେ,

ସ୍ବର୍ଗ ସୁଖ ମିଳିଯାଏ ସତେ ହାତ ପାହାନ୍ତାରେ,

ରାକ୍ଷୀ ପୁନେଇଁରେ ଭାଇ ହାତେ ବାନ୍ଧି ରାକ୍ଷୀ,

ସୁରକ୍ଷା କରିବା ପାଇଁ ମାଗି ଥାଏ ପ୍ରତିଶୃତି।(୭)


ଜାୟା ହୋଇ ସାଜି ପୁଣି ପୁରୁଷର ଅର୍ଦ୍ଧାଙ୍ଗିନୀ,

ସାତ ବଚନ ଦେଇ ହୁଏ ଜୀବନ ସଂଗିନୀ ,

ଦିପାଳି ସଳିତା ପରି ଜଳୁଥାଏ ପ୍ରତି କ୍ଷଣ,

ଆଲୋକିତ କରି ଦିଏ ସେହି ସବୁରି ପରାଣ।(୮)


ଫୁଲ ହୋଇ ଫୁଟେ ଯେବେ ଅଗଣା ବଗିଚାରେ,

ସୁବାସିତ ହୋଇ ଉଠଇ ଘର ତାର ମହକରେ,

ଦୁଇକୁଳ ପାଇଁ ସଦା ତାର ମନେ ଚିନ୍ତା,

ସେଥିପାଇଁ ନାମ ତାର ଯେ ଅଟଇ ଦୁହିତା।(୯)


ନିଜ ସ୍ବାର୍ଥ ଭୁଲି କରିଥାଏ ସବୁରି ଉପକାର,

ତଥାପି ମିଳେନା ତାକୁ ତାର ନାର୍ଯ୍ୟ ଅଧିକାର,

ଯାତନା ସହୁଛି ସର୍ବଦା ଛାତିକୁ ପଥର କରି,

ବସୁଧା ପରି ମହାନ ସେହି ଏକା ନାରୀ।(୧୦)


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract