ପାଖେ ଥାଅ ସଖା
ପାଖେ ଥାଅ ସଖା
କାଲି ଭିଜୁଥିଲି , ଆଜି ବି ଭିଜୁଛି
ମୋ ପ୍ରେମରେ ତୁମେ , କେତେ ଯେ ଭିଜିଲ
ଜାଣି ତ ପାରୁନି ...
କାଲି ଦେଖୁଥିଲି , ଆଜି ବି ଦେଖୁଛି
ଏ ଆଖିରେ ତୁମେ , କି ସ୍ବପ୍ନ ଭରିଲ
ଆଙ୍କି ତ ପାରୁନି ....
କାଲି କାନ୍ଦୁଥିଲି , ଆଜି ବି କାନ୍ଦୁଛି
ଏ ଲୁହକୁ ତୁମେ , କେମିତି ଯେ ନେଲ
ଜାଣି ତ ପାରିନି ...
କାଲି ହସୁଥିଲି , ଆଜି ବି ହସୁଛି
ଏ ଓଠରେ ତୁମେ , କି ଛୁଆଁ ଯେ ଦେଲ
ଭୁଲି ତ ପାରିନି ...
କାଲି ଜନମିଲି , ଏବେ ବି ବଞ୍ଚିଛି
ଏ ଦେହରେ ତୁମେ , ପ୍ରାଣଟିଏ ହେଲ
ଛାଡ଼ି ତ ଯାଉନି ...
କଳା କାହ୍ନୁ ଆହେ , ରସିକ ନାଗର
ଅପେକ୍ଷାରେ ତୁମ , ଏ ଜୀବନ ମୋର
ମୋକ୍ଷ ବି ପାଉନି ...