ସୁନ୍ଦର ଘର
ସୁନ୍ଦର ଘର
ମିତା ଇତି ଦୁଇ ଭଉଣୀ
ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି ପାଠ
ଠିକ ସମୟେ ବିଦ୍ୟାଳୟ ଯାନ୍ତି
କରନ୍ତି ନି କେବେ ମଠ l
ଭଲ ଚାଟ ପରି ପାଠ
ପଢ଼ନ୍ତି ମାନନ୍ତି ଗୁରୁଙ୍କ ବଚନ
ଦୁଇ ଜଣ ମିଶି ଗଢ଼ିଛନ୍ତି
ଘର ପାସେ ସୁନ୍ଦର ଉଦ୍ୟାନ l
ହସଖୁସି ବହିରେ ପଢିଲେ ଯେବେ
କେଡେ ସୁନ୍ଦର ଆମ ଘର
ଘରକୁ ସୁନ୍ଦର କରିବାକୁ କଲେ
ସଫା ସୁତର ଘର ବାହାର l
ଆବର୍ଜନା କୁ ଯଥା ସ୍ଥାନେ
ରଖି ସଜେଇଲେ ବହିଥାକ
ବାପା ମାଙ୍କୁ ସାହାଯ୍ୟ କରି
ନୀରିମଳ କଲେ ସାହି ଯାକ l
ଘର ପାସେ ଫୁଲ ବଗିଚା
ଦିଶେ କେଡେ ସୁନ୍ଦର ଘର
ସାହି ପଡିଶା କରିଲେ ପ୍ରଶଂସା
ସୀମା ନାହିଁ ଦୁହିଁଙ୍କ ଖୁସିର l
