STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
314

ପାପ ପର୍ବତରେ ଅନୀତିର ଦୁର୍ଗ,

ଗଢ଼ି ଅଛି ପ୍ରଭୁ ମୁହିଁ,

ଜାଣିଛି ଜାଣିଛି ଏପରି କର୍ମର

ପ୍ରାୟଶ୍ଚିତ ଆଉ ନାହିଁ।


ପବିତ୍ର ଜୀବନ ନଷ୍ଟ କରି ଦେଇ,

ଭାଳି ହୁଏ ଆଜି ମନ,

ଆତ୍ମଗ୍ଳାନିରେ ମୁଁ ଜର୍ଜରିତ ଆଜି,

ଆତ୍ମା ଖୋଜେ ପରିତ୍ରାଣ।


ଅତୀତର ଏହି ଧ୍ବଂସ ସ୍ତୁପ ଆଜି,

ମ୍ରିୟମାଣ କରେ ମୋତେ,

ଭବ ସାଗରରୁ ମାୟା ସଂସାରରୁ,

ପ୍ରାଣ ମୋର ମୁକ୍ତି ଚାହେଁ।


Rate this content
Log in

Similar oriya poem from Inspirational