Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Inspirational

3  

Pankajini Upadhaya

Inspirational

କନ୍ୟା

କନ୍ୟା

1 min
6.9K


କନ୍ୟା ଜନ୍ମିଛି

କାହାର ?

ମାଆର

ମାଆର ପ୍ରଶ୍ନବାଚୀ ??

କ'ଣ ହେଲା ସେଇଠୁ ?


ଭୂମି ସ୍ପର୍ଶ କଲା

ପ୍ରଥମ ରାଆ ଡାକ

କନ୍ୟାର ଡାକ

ଶୁଭୁନି କାହାକୁ

କେମିତି ଶୁଭିବ ?


କାହାକୁ ଶୁଭୁ କି ନ ଶୁଭୁ

କାନ୍ଦ କ୍ରମଶଃ

ବନ୍ଦ ହୋଇଗଲା

ଶ୍ରାବଣର ବାରିପାତରେ

ମିଳାଇ ଗଲା

କୁନି ଅଶ୍ରୁ ବିନ୍ଦୁ ଗୁଡିକ।


ମଳେଇ ଗଲା

ପବିତ୍ର ମନର ଗଙ୍ଗାରେ

ଆକାଶର ନୀଳ ନୀଳିମାରେ

ଧୀର ସମୀରରେ


ପୁଣି ପ୍ରଶ୍ନ

କ'ଣ ହୋଇଛି ?

କନ୍ୟା ହୋଇଛି।

ବସୁନ୍ଧରାର ଉତ୍ତର

ଜନ୍ମ କଲା ମାଆର ଉତ୍ତର

ସଂକ୍ଷିପ୍ତ ଉତ୍ତର।


ପ୍ରଳୟ

ପ୍ରଳୟର ତାଣ୍ଡବ

କନ୍ୟା ହୋଇଛି !

ହାହାକାର ମଚିଗଲା

ଝିଅ ହୋଇଛି

ପରିବାରରେ ହାହାକାର

ପରିବେଶରେ ହାହାକାର

ଗାଆଁରେ ହାହାକାର

ପୁଣି କନ୍ୟା।


ସମସ୍ତଙ୍କ

ପ୍ରଶ୍ନବାଣ କନ୍ୟା

ଦାମ୍ଭିକ ପୁରୁଷାକାରର

ଶାଣିତ ଅହଙ୍କାରର

କନ୍ୟା କନ୍ୟା କନ୍ୟା।


ସାରା ସମାଜରୁ

ଉଦଗୀରଣ ହେଲା ଲାଭା

ଅନୁତାପ

ଅନୁକମ୍ପା ଭିକ୍ଷା କରୁଥିଲା

ଅଶ୍ରୁଳ ନୟନରେ

ଆଉ ଏକ କନ୍ୟା

ସେଇ ମାଆ।


କନ୍ୟାର ଜୀବନ ଭିକ୍ଷା

ଅମୃତ ଠାରୁ

ଅମୃତତ୍ବର ଆସ୍ବାଦନ

ସୁନ୍ଦର ସୁକୋମଳ

ଓଠରେ

ସମ୍ଭାବନାର ସୂର୍ଯ୍ୟୋଦୟ।


କିଏ ବୁଝିବ?

କାହିଁକି ବୁଝିବ?

କଅଁଳ ମନର କଥା

କାହିଁକି ନ ହେବ ସେ

ସୃଷ୍ଟିର ଶ୍ରେଷ୍ଠ

ସଜାଡି ଦିଅ

ଅଜାଡି ଦିଅ

ମମତାର ନଈଟିଏ

ବୁହାଇ ଦିଅ

ଦେଖ ତା'ର ସ୍ଵରୂପ

ତା'ର ବିଶ୍ଵ ରୂପ।


ଦିନ ରାତି ପରି

ସକାଳ ସନ୍ଧ୍ୟା ପରି

ସବୁ ଭଲପାଇବାର ମହୁ ଭରି

କନ୍ୟା ଆସୁଛି

ଦୁର୍ଗା ରୂପ ଧାରଣ କରୁଛି

ଅରାଜକତାର ବିନାଶ କରୁଛି।


ସନ୍ଧ୍ୟା ଉପଗତ

ପ୍ରତୀଚୀ ଗଗନେ

ସୂର୍ଯ୍ୟାସ୍ତ

ଆସ ଗାଇବା

ମାଆର ସଙ୍ଗୀତ

ଜୀବନର ସଙ୍ଗୀତ

ଆବାହନୀର ସଙ୍ଗୀତ

ବସୁଧା ହେବ ଶାନ୍ତ

ସୃଷ୍ଟି ହେବ ସମୃଦ୍ଧ।


Rate this content
Log in

Similar oriya poem from Inspirational