ମଦ ପିଇବା
ମଦ ପିଇବା
ଆସ ସଭିଏଁ ମିଳିମିଶି ମଦ ପିଇବା
ଓଡ଼ିଶାର ଉନ୍ନତି ରେ ଭାଗିଦାର ହୋଇବା
ଓଡ଼ିଶା ସରକାର ଙ୍କ ନୂତନ ଯୋଜନା
ସେଥିପାଇଁ ରାଜ୍ୟ ମଦୁଆ ସଂଘ ତାଙ୍କୁ ଦେଉଛି ଶୁଭ କାମନା
ଏଥର ବ୍ରତ ହେଉ ଅବା ବାହାଘର
ସବୁଠି ଜମିବ ମଦ ର ଆସର
ଏପଟେ ରାଜ୍ୟ ସରକାର ଦେବେ ଭଲ ମଦ ବ୍ୟବସାୟୀ ଙ୍କୁ ପୁରସ୍କାର
ସେପଟେ ମଦୁଆ ପଛକେ ପାଉଥାଉ ସାରା ସମାଜରେ ତିରସ୍କାର
ଏପଟେ ମଦୁଆ ମାନଙ୍କ ଲଗାଇ ଲାଇନ
ସେପଟେ ତୁମେ ହିଁ ମଦ ପିଇ ଗାଡ଼ି ଚଳାଇଲେ କାଢ଼ି ନେବ ଫାଇନ
ସ୍ୱାମୀ ସ୍ତ୍ରୀ ଅବା ପିଲା ଛୁଆଙ୍କ ଘଟୁ ବିଛେଦ
କିନ୍ତୁ
ଆମ ରାଜସ୍ବ ହାନି ରେ ପଡ଼ୁ ପୂର୍ଣ୍ଣଛେଦ